ରାଜ୍ୟରେ ମୋବାଇଲ୍ ଓ ଇଭି ବ୍ୟାଟେରୀ ପ୍ଲାଣ୍ଟ ପାଇଁ ଆଗ୍ରହ ଦେଖାଇବେ ବି ନିବେଶକ ? କାରଣ ରାଜ୍ୟରେ ମିଳିଛି ମୂଲ୍ୟବାନ ଧାତୁ- ଲିଥିୟମର ସନ୍ଧାନ। ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ।
ବିଧିର ବିଧାନ ବଡ ବିଚିତ୍ର। ଯେଉଁ ବୟସରେ ଭେଣ୍ଡିଆ ପୁଅ ମା'କୁ ସାହାରା ହେବା କଥା ସେହି ବୟସରେ ମା'ର ସାହାରା ବିନା ବିଛଣାରୁ ଉଠିବା ସମ୍ଭବ ହେଉନାହିଁ।
ଅନୀଲ-ହଂସିତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ଇନ୍ଫୋସିଟି ଥାନାରେ ମାମଲା ରୁଜୁ କଲା ପୋଲିସ । ଜବତ ଫୋନ୍ ଯାଞ୍ଚ ପରେ ମିଳିଥିବା ତଥ୍ୟ ଆଧାରରେ ମାମଲା ରୁଜୁ କଲା ପୋଲିସ ।
ଗରୁଡ ସ୍ତମ୍ଭ ପାଖରୁ ଗର୍ଭ ଗୃହର ଫଟୋ ଏବଂ କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଛି। ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ଭକ୍ତ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।
ଓଡ଼ିଶାକୁ ନେଇ ଆସିଲା ବଡ଼ ସୂଚନା। ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ । ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି ।
ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଲେ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ମହିଳା ଜଣଙ୍କ ଏକ ଭଡା ଘରେ ଏକୁଟିଆ ରହୁଥିଲେ। ଗତ କିଛିଦିନ ହେବ ହୃଷିକେଶ ମହିଳା ଜଣଙ୍କ ଉପରେ ନଜର ରଖୁଥିଲା। ଗତକାଲି ରାତିରେ ମହିଳା ଜଣଙ୍କ କୌଣସି କାମ ପାଇଁ ଘର ବାହାରକୁ ଆସି ପୁଣି ଭିତର ଯାଇଥିଲା। ଏହା ଭିତରେ ଅଭିଯୁକ୍ତ ଘର ଭିତରକୁ ପଶି ଯାଇଥିଲା।
କେମିତି ଜଣେ କ୍ଷତ୍ରୀୟ ଯୁବକ ବ୍ରାହ୍ମଣର ଛଦ୍ମଵେଶରେ ସ୍ୱୟଂବର ପ୍ରତିଯୋଗିତା ଜିତିଲେ? କ'ଣ ଥିଲା ସେ ସ୍ୱୟଂମ୍ବରର ଅଭିନଵ ସର୍ତ୍ତ ସବୁ ? କ'ଣ ପାଇଁ ପାଞ୍ଚ ଭାଇ ପୁଣି ଜଣେ ନାରୀକୁ ବିବାହ କଲେ? ମହାଭାରତ ମହାକାବ୍ୟର ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା l
ବର୍ଷ ବର୍ଷ ଧରି ଜନବସତି ଅଞ୍ଚଳରେ ଚାଲିଥିବା ଅଳିଆଗଦା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସତୀଚଉରା ଓ ରଘୁନାଥଜୀଉ ମନ୍ଦିର ନିକଟରେ ଥିବା ଦୁଇଟି ଡମ୍ପିଂୟାର୍ଡ ଏବଂ ଏମସିସିକୁ ବନ୍ଦ କରିବା ସହ ସହର ଭିତରେ ଥିବା ଆଉ ୧୪ଟି ଅଳିଆଗଦା ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିଲେ ସହରବାସୀ।
ଚାରିଆଡେ ବିରାଟ ବିରାଟ ଖାଲ ଖୋଳି ନିଜ ପକେଟ ଭରିବାରେ ବ୍ୟସ୍ତ ମାଫିଆ । ମାଫିଆ ମାନେ ଶହ ଶହ ଟ୍ରିପ ମୋରମ ଏବଂ ପଥର ତାଡି ନେବା ପରେ ସୃଷ୍ଟି ହେଉଛି ବିପଦପୂର୍ଣ୍ଣ କୃତ୍ରିିମ ଖାଲ ।
ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ସେପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଛନ୍ତି। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି।
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ହଟଚମଟ । ରହସ୍ୟ, ଷଡ଼ଯନ୍ତ୍ର, ସନ୍ଦେହ ମୂଳରୁ ଥିଲା । ତାକୁ ପୁଣି ବହୁଗୁଣ ବଢ଼ାଇଲା । ଫୋରେନସିକ୍ ରିପୋର୍ଟର ଚାଞ୍ଚଲ୍ୟକର ତଥ୍ୟଏକାଧିକ ବନ୍ଧୁକରୁ ଗୁଳି ଥିଓରୀ । ତେଜିଲା ପଲିଟିକାଲ୍ ବୟାନବାଜି ।
ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସଦର ମହକୁମାରେ ୨ଟି ପାନ୍ଥ ନିବାସ ଓ ଏକ ଅତିଥି ଭବନ ନିର୍ମାଣ କରାଯାଇଥିଲା। ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକ ଅତିଥି ଭବନ ପୌରାଚଂଳ ଅନ୍ତର୍ଗତ ଚାଟରାପାଟଣାଠାରେ ରହିଛି। ନିର୍ମାଣ ପରଠାରୁ ଏହି କୋଠରେ ତାଲା ପଡିଛି। ଜିଲ୍ଲା ପର୍ଯ୍ୟଟନ ବିଭାଗର ଦୂରାବସ୍ଥା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗତ କିଛି ଦିନ ହେଲା ଦିଲ୍ଲୀରେ ବିଭିନ୍ନ ଗୋଷ୍ଠୀ ଡେରା ପକାଇବା ସହ ନିଜ ପସନ୍ଦର ନେତାଙ୍କ ପାଇଁ ଲବି କରୁଥିବା ବେଳେ , ଆଜି ମନମୋହନ ସାମଲ ମଧ୍ୟ ଦିଲ୍ଲୀରୁ ଭୁବନେଶ୍ବର ଫେରିଛନ୍ତି । ତେଣୁ ରାଜନୈତିକ କରିଡରରେ ରାଜ୍ୟ ବିଜେପି ମୁଖିଆ ଚୟନକୁ ନେଇ ପୁଣିଥରେ ବଢିଛି ଚର୍ଚ୍ଚା ।
ସ୍ମାର୍ଟ ମିଟର ବାବଦରେ ଉପଭୋକ୍ତାଙ୍କ ଅଭିଯୋଗ ନେଇ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଟେକ୍ନୋଲଜି ସହ ଯୋଡ଼ି ହେବାକୁ ହେଲେ ଆମକୁ ସ୍ମାର୍ଟ ମିଟର ଲଗାଇବାକୁ ପଡ଼ିବ।
ରାସନ କାର୍ଡ ତାଲିକାରେ ବଡ଼ ଘୋଟାଲା। ବଢିଚାଲିଛି ଅଯୋଗ୍ୟ ହିତାଧିକାରୀ ତାଲିକା। କଣ୍ଟ ସରି ସରି ଆସୁଛି, ହେଲେ ଏଯାଏ E-KYC ଅପଡେଟ୍ କରିନାହାନ୍ତି ଆହୁରି ୪୨ ଲକ୍ଷ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପ୍ରଣବ ନାୟକ, ଚନ୍ଦନ ମଲ୍ଲିକ, ରାହୁଲ ନାୟକ। ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍। ଏହି ମାମଲାରେ ଜଣେ ନାବାଳକକୁ ମଧ୍ୟ ପୋଲିସ୍ ବାଳସୁଧାର ଗୃହକୁ ପଠାଇ ଦେଇଛି। ଅଭିଯୁକ୍ତଠାରୁ ଗୋଟିଏ କାର୍, ୫ଟି ମୋବାଇଲ୍ ଓ ଏକ ମାରଣାସ୍ତ୍ର ଜବତ କରିଛି ପୁଲିସ୍। ଏଥିସହ ପୀଡ଼ିତାଙ୍କ ମୋବାଇଲ ମଧ୍ୟ ଉଦ୍ଧାର ହୋଇଛି ବୋଲି ପୋଲିସ୍ କହିଛି।
ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ?
ରାଜ୍ୟରେ ଥିବା ୨୨ ଟୋଲ୍ ଗେଟରେ ଏହା କାର୍ଯ୍ୟକାରୀ ହେବ। ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଜରିମାନା କିମ୍ବା ୩ ମାସର ଜେଲ୍ ଦଣ୍ଡ ମିଳିବ। ପୁନର୍ବାର ଉଲ୍ଲଙ୍ଘନ କଲେ ୪ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲ୍ ମିଳିବ। ଏପରିକି ଉଭୟ ଦଣ୍ଡରେ ଦଣ୍ଡିତ କରିବାର ମଧ୍ୟ ପ୍ରାବଧାନ ରହିଛି।
ଚିତ୍ରଶିଳ୍ପୀ ଆୟୁଶ ମହାପାତ୍ର ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀଙ୍କ ଶ୍ରୀମନ୍ଦିର ବିଶାଳ ମନ୍ଦିର ସହ ଏକ ଚିତ୍ର ଆଙ୍କି ରଘୁରାଜପୁରକୁ ଆସିଥିଲେ। ହେଲେ ଦେବା ପାଇଁ ସୁଯୋଗ ମିଳୁନଥିଲା। ତେଣୁ ସେ ଫଟୋ ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ପ୍ରୋଟକଲ୍ ଭାଙ୍ଗି ରାଷ୍ଟ୍ରପତି କାରରୁ ଓହ୍ଲାଇ ତାଙ୍କ ଠାରୁ ଫଟୋଚିତ୍ରକୁ ଗ୍ରହଣ କରିଥିଲେ। ଏଥିସହ ଶ୍ରୀ ମହାପାତ୍ରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।
ଏହି ହାଇପ୍ରୋଫାଇଲ୍ ମାମଲାରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତ ମନିଟରିଂ କରୁଥିଲେ । ଜଣେ ADG ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିଲେ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତକୁ ରାଜ୍ୟ ବାହାରକୁ ନିଆଯାଇଥିଲା । ଏବେ କିନ୍ତୁ ତଦନ୍ତ ପ୍ରକ୍ରିୟା ନେଇ ଉଠିଛି ଅନେକ ପ୍ରଶ୍ନ । ଅନେକ ବିଷୟକୁ କରାଯାଇଛି କି ନଜର ଅନ୍ଦାଜ୍ ?
ଓଡ଼ିଶା ପୋଲିସ୍ (OPRB)ରେ ଅନେକ ପଦବୀ ପୂରଣ ହେବ। ଏନେଇ OPRB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।