ନାବାଳିକା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଉଥିବା ବେଳେ ପୁରୀ ବଳଙ୍ଗା ଥାନାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବଳଙ୍ଗା ଥାନା ବାହାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡି ନେତାମାନେ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ସହ ପ୍ରବଳ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
FM ଛାତ୍ରୀ ମୃତ୍ୟୁକୁ ନେଇ ତାତି ଥମି ନଥିବା ବେଳେ ପୁଣି ଜଣେ ନାବାଳିକାକୁ ଜାଳି ମାରିଦେବାକୁ ଉଦ୍ୟମ ହୋଇଛି। ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ। ଘଟଣାରେ ଜଣେ ୧୫ ବର୍ଷିୟା କିଶୋରୀକୁ କିରୋସିନ୍ ଢାଳି ଜଳାଇ ଦିଆଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଏବେ ଭୁବନେଶ୍ବର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି।
ପୁରୀ ଡେଲାଙ୍ଗ ଅଞ୍ଚଳରେ ବର୍ଡ୍ ଫ୍ଲୁ ର ସଂକ୍ରମଣ ବୃଦ୍ଧି ପାଇଛି। ଏହାର ପ୍ରଭାବ ଓ ଆସନ୍ତା ଦିନରେ କୃଷକଙ୍କ ଉପରେ କେମିତି ପ୍ରଭାବ ପକାଇବ ତାହା ନେଇ ଚିନ୍ତା ବୃଦ୍ଧି ପାଇଛି।
ଗତବର୍ଷ ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ବେଳେ ତତ୍କାଳୀନ ସରକାରଙ୍କ ସମୟରେ ଜଗନ୍ନାଥବଲ୍ଳଭ ପରିସରରେ ମହାପ୍ରଭୁଙ୍କ ୩୨ ପ୍ରକାର ବେଶ ପ୍ରଦର୍ଶିତ କରାଯାଇଥିଲା l ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ଗୋଟିଏ ସ୍ଥାନରେ ଏସମସ୍ତ ବେଶ ଦେଖି କୃତାଥ୍ୟ ହେଉଥିଲେ l
୫ଟି RRT ଟିମ୍ ପହଞ୍ଚି କୁକୁଡ଼ା କିଲିଂ କରିଛନ୍ତି l ଏହା ସହିତ ଆଜି ଡେ଼ଲାଙ୍ଗର ୫ଟି କୁକୁଡ଼ା ଫାର୍ମରୁ ନମୂନା ସଂଗ୍ରହ କରଯାଇ ସଂରକ୍ଷିତ ରଖାଯାଉଛି। ଏହାକୁ ଆସନ୍ତା କାଲି ଭୋପାଳ ସ୍ଥିତ NIHSAD ପରୀକ୍ଷଣ କେନ୍ଦ୍ରକୁ ପଠାଯିବ l
ଲମ୍ବୁଛି ରଥଯାତ୍ରା ତ୍ରୁଟି ତାଲିକା। ମେଘନାଦ ପାଚେରି ଡେଇଁ ପଶିଗଲେ ୪ ଯୁବକ। ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ, ହଇଚଇ। ଢିଲା ସୁରକ୍ଷାକୁ ନେଇ ଘେରିଲେ ଭକ୍ତ-ସେବକ। ଇନକ୍ବାରି ପାଇଁ ଗଢ଼ା ହେଲା ୪ଜଣିଆ କମିଟି...
ନାରାୟଣ ଅଳଙ୍କାର ପରିଧାନ ପ୍ରିୟ। ଶ୍ରୀଜଗନ୍ନାଥ ଯେହେତୁ ବିଷ୍ଣୁରୂପୀ ସେ ଅଳଙ୍କାର ଓ ଆଭୂଷଣ ପ୍ରିୟ। ଏଣୁ ତାଙ୍କର ବେଶରୂପ ବିଶେଷ ମହତ୍ତ୍ୱପୂର୍ଣ୍ଣ । ସେହିପରି ଏକ ବେଶ ହେଉଛି ସୁନାବେଶ । ଯାହାକୁ ‘ରାଜବେଶ' ରୂପେ ଗ୍ରହଣ କରାଯାଇଛି ।
ପୁରୀ ସଦର ସହ ବ୍ରହ୍ମଗିରି ବ୍ଲକର ଆଖପାଖ ୭ରୁ ୮ଟି ପଞ୍ଚାୟତକୁ ସାମିଲ କରି ଗଠନ କରାଯିବ ମହାନଗର। ଏଥିପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ସମସ୍ତ ପ୍ରକ୍ରିୟା।
ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ସନ୍ଧ୍ୟା ଦର୍ଶନ କରୁଛନ୍ତି ଭକ୍ତ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ଆଜି ପୋଲିସ ଡିଜି ୱାଇ ବି ଖୁରାନିଆ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ ନିୟନ୍ତ୍ରଣ ତଦାରଖ କରିଛନ୍ତି ।
ଏତେ ସଂଖ୍ୟାରେ ଭକ୍ତ ଆସୁଥିବା କଥା କେମିତି ଜାଣି ପାରିଲାନି ପ୍ରଶାସନ ? ଶରଧାବାଲିରେ ରଥ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ଓ ଅଧିକାରୀ କେମିତି ଭିଡ଼ ଛାଡ଼ି ପଳାଇଲେ ? ଡ୍ରୋନ୍ କ୍ୟାମେରାରେ ସୂଚନା କୁଆଡ଼େ ଗଲା ? ଖାଲି ସେତିକି ନୁହେଁ ରଥ ଉପରେ ଠାକୁରମାନଙ୍କ ରାତ୍ର ପହୁଡ଼ ପରେ ମଙ୍ଗଳ ଆଳତିରେ ବି ଦୀର୍ଘ ସମୟ ବ୍ୟବଧାନକୁ ଅଘଟଣର ଅନ୍ୟ ଏକ କାରଣ ବୋଲି ଦର୍ଶାଯାଉଛି ।
ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ । ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ମଧ୍ୟ ସ୍ଥଗିତ ରହିଲା । ପୁରୀ ଅଘଟଣ ପାଇଁ ନିର୍ବାଚନ ସ୍ଥଗିତ ରଖିଲା ବିଜେପି । ଆଜି ନାମାଙ୍କନ ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ।
ଅଭିଯୋଗ ଅନୁଯାୟୀ ଅଘଟଣ ସମୟରେ ଘଟଣାସ୍ଥଳରେ ଜଣେ ବି ଉଚ୍ଚପଦସ୍ତ ପୋଲିସ କି ପ୍ରଶାସିନିକ ଅଧିକାରୀ ନ ରହିବା ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଚରମ ଅବହେଳା ଭଳି ମାଳ ମାଳ ଅବ୍ୟବସ୍ଥା ଅଘଟଣକୁ ନିମନ୍ତ୍ରଣ କରିଥିଲା ଯେମିତି।
ଯୁବ କଂଗ୍ରେସ ପକ୍ଷରୁ ବ୍ୟାରିକେଡ୍ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ, ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ସେମାନଙ୍କୁ ଅଟକାଇବା ସହ ୨୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ।
ଶରଧାବାଲି ଅଘଟଣରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁମାନେ ହେଲେ ଖୋର୍ଦ୍ଧା ବାଲିପାଟଣାର ୫୨ ବର୍ଷୀୟା ପ୍ରଭାତୀ ଦାସ, ଖୋର୍ଦ୍ଧା ଗୋଡ଼ଭଙ୍ଗାର ୪୨ ବର୍ଷିୟା ବାସନ୍ତୀ ସାହୁ ଏବଂ ଭୁବନେଶ୍ବର ନୟାପଲ୍ଲୀର ୭୮ ବର୍ଷିୟ ପ୍ରେମକାନ୍ତ ମହାନ୍ତି।
ଯାତ୍ରୀମାନଙ୍କୁ ଦୁଇ ଘଣ୍ଟା କିମ୍ବା ତାହାଠାରୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିପାରେ । ତେଣୁ ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଓ ଯାତ୍ରୀମାନେ ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ବୋଲି ଓଡ଼ିଶା ପୋଲିସ୍ ପକ୍ଷରୁ କୁହାଯାଇଛି ।
ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ସହ ରଥଯାତ୍ରା ପରିଚାଳନା ଦାୟିତ୍ବ ତୁଲାଇବେ ଅରବିନ୍ଦ । ରଥଯାତ୍ରା ସୁପରଭିଜନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ଯେଉଁମାନଙ୍କ ଅବହେଳା ପାଇଁ ଏହି ଅଘଟଣ ହୋଇଛି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
କିଏ ଭାଇଙ୍କୁ ଭିଡ଼ ଭିତରେ ଖୋଜୁଛି ତ ଆଉ କିଏ ତଳେ ପଡିଯାଇଥିବା ମା’ଙ୍କୁ ଟାଣି ଆଣିବାକୁ ଚେଷ୍ଟା କରୁଛି। କିଏ ଚେତା ହରାଇଛି ତ ଆଉ କାହାର ଜୀବନ ଚାଲିଯାଇଛି।
ଶରଧାବାଲି ଅଘଟଣ, ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି । ଚଞ୍ଚଳ ରାଣା ହେଲେ ପୁରୀର ନୂଆ ଜିଲ୍ଲାପାଳ । ପିନାକ ମିଶ୍ରଙ୍କୁ ପୁରୀ ଏସପି ଦାୟିତ୍ୱ ।
କାଳ ସାଜି ଭିଡ଼ ଭିତରକୁ ପଶିଥିଲା ଟ୍ରକ୍। ଖସି ପଡିଥିଲା ଚାରମାଳ କାଠ। ହୋ ହାହ୍ଲା ଠେଲାପେଲା ଭିତରେ ପଡିଯାଇଥିଲେ ପତ୍ନୀ।
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଲ ରାଣା । ସେହିପରି ଏସ୍ପି ଭିନୀତ୍ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।
ଯେଉଁମାନଙ୍କ ଅବହେଳା ପାଇଁ ଏହି ଅଘଟଣ ହୋଇଛି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ଏହି ଅଘଟଣ ପରେ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଁ ଏବଂ ମୋ ସରକାର ସମସ୍ତ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ ।
ପ୍ରାୟ ଅଧ କିମି ଦୂର ଯାଏ ସ୍ତ୍ରୀକୁ କାନ୍ଧରେ ବୋହି ନେବାକୁ ପଡିଥିଲା। ଯାହା ଫଳରେ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ପାଣି ପାଇଁ ଡାକୁ ଥିଲେ ମଧ୍ୟ ପୋଲିସ ପାଣି ଦେବା ଫଳରେ ସେ ସ୍ଥାନ ଛାଡି ପଳାଇଥିଲା।