ଗତ ରାତିରେ ଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ। ପୋଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ହୁଣ୍ଡଙ୍କୁ ଧରିବାକୁ ଚେଷ୍ଟା କରିଥିଲା ପୋଲିସ। ହେଲେ ହୁଣ୍ଡ ପୋଲିସକୁ ଦେଖି ଗୁଳି ଚଳାଇଥିଲା। ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା।
ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଗୁଳି କରିବା ପରେ ଗୋଡେଇ ଗୋଡେଇ ପଥରରେ ଛେଚି ହତ୍ୟା କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।
ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଗୁଳି କରିବା ପରେ ଗୋଡେଇ ଗୋଡେଇ ପଥରରେ ଛେଚି ହତ୍ୟା କରିଛନ୍ତି। ଢ଼େଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।
ଗତକାଲି ବିଳମ୍ବିତ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାତି ପ୍ରାୟ ୧୧ଟା ଟିଟନ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ।
ରାମଚନ୍ଦ୍ରଙ୍କ ସରକାରୀ ବାସଭବନ ସହ ପୈତୃକ ଘରେ ରେଡ୍ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ଜଙ୍ଗଲ ଭିତରେ ଜନ୍ତୁ ବଦଳରେ ମଣିଷ ଶିକାର। ଶିକାର ଭାବି ସାଙ୍ଗକୁ ଗୁଳି ଚଳାଇ ଦେଲା ସାଙ୍ଗ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାନପୁର ଗାଁରେ ଘଟିଛି ଅଭାବନୀୟ ଘଟଣା।
ପୋଲିସ ୧୦ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏମାନେ ମଦ ଭାଟିରୁ ତମ୍ବା ହାଣ୍ଡି ଚୋରି କରୁଥିଲେ । ଅନ୍ୟ ଏକ ଘଟଣାରେ ଢେଙ୍କାନାଳ କାମାକ୍ଷାନଗରରେ ରାତିରେ ମୁଖା ପିନ୍ଧି ଦୁର୍ବୃତ୍ତ ଚୋରି କରୁଥିବାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି ।
ଏମାନେ ଖତରନାକ୍ ସୁନ୍ଦରୀ । ଆଖି ପିଛୁଳାକେ ଠକୁଥିଲେ କୋଟି କୋଟି । ପରିବହନ ନାଁରେ ବଡ଼ ବଡ଼ ଗାଡ଼ିକୁ କରୁଥିଲେ ହାଇଜାକ୍ । ଏମାନଙ୍କ ଚେହରା ଦେଖିବାକୁ ଯେତିକି ସାଧାସିଧା, ଏମାନଙ୍କ କାମ ତା’ଠୁ ବହୁତ ଭୟଙ୍କର ।
ଢେଙ୍କାନାଳରେ ଚାଞ୍ଚଲ୍ୟକର ଘଟଣା । ଶୋଇଥିବା ବେଳେ ଜଣେ ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ।
ପୁଷ୍ପାଞ୍ଜଳି ଗାଁ ଲୋକଙ୍କ ସହାୟତାରେ କବାଟ ଖୋଲିଥିଲେ। ସେତେବେଳେ ଘର ଭିତରେ ଶଙ୍କର୍ଷଣ, ତାଙ୍କ ଝିଅ ଓ ନାତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ଅଧା ବାଟରେ ଅଟୋକୁ ଅଟକାଇ କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଯୁବତୀ ଜଣକ ରିଲ୍ସ କରୁଥିଲେ । ଏହି ସମୟରେ ଅସାବଧାନତା ବସତଃ ଯୁବତୀ ଜଣଙ୍କର ଗୋଡ ଖସି ଯିବାରୁ ସେ ନଦୀ ଭିତରକୁ ପଡି ଯାଇଥିଲେ ।
ରାତି ପ୍ରାୟ ସାଢ଼େ ୧୨ଟା ହେବ। ଦନ୍ତା ହାତୀଟି ଜଙ୍ଗଲକୁ ନଯାଇ କାମାକ୍ଷାନଗର-ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥରର ମାଳପୁରାଠାରେ ଛିଡ଼ା ହୋଇଥିଲା। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ହାତୀଟି ରାସ୍ତା ମଝିରେ ଛିଡ଼ା ହୋଇଥିଲା।
ରାଜ୍ୟରେ ୧୩୩ଟି ଶୀତଳଭଣ୍ଡାର ଥିବା ବେଳେ ମାତ୍ର ୩୫ଟି କାର୍ଯ୍ୟକ୍ଷମ ରହିଛି। ନୂଆ ସରକାର ଆସିବା ପରେ ୫୮ ସବ୍ଡିଭିଜନରେ ଶୀତଳଭଣ୍ଡାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ପିପିପି ମୋଡରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ୬୦ ପ୍ରତିଶତ ଯାଏଁ ସବ୍ସିଡି ସହ ବିଜୁଳି ସବ୍ସିଡି ମଧ୍ୟ ଦେଉଛନ୍ତି।
ଯୋରନ୍ଦା ମାଘ ମେଳାରେ ମହଣ ମହଣ ଘିଅରେ ଜଳିବ ଝାଡ଼ ଦୀପ। ସଂଧ୍ୟାରେ ଗାଦି, ଶୂନ୍ୟ ମନ୍ଦିର ଅଂଚଳରେ ଜଳିବ ବିରାଟକାୟ ଝାଡ଼ ଦୀପ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା।
ଅବକାରୀ ବିଭାଗ କର୍ମଚାରୀମାନେ ମଦ ମାଫିଆଙ୍କ ସ୍କର୍ପିଓକୁ ପିଛା କରିଥିଲେ। ପ୍ରାୟ ଦଶ କିଲୋମିଟର ଧରି ଗୋଡାଇଥିଲେ। ଗୋଡାଗୋଡ଼ି ପରେ ମଦ ଭର୍ତ୍ତି ସ୍କର୍ପିଓକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ।
ମହିଳା ଜଣଙ୍କ ଏକ ଭଡା ଘରେ ଏକୁଟିଆ ରହୁଥିଲେ। ଗତ କିଛିଦିନ ହେବ ହୃଷିକେଶ ମହିଳା ଜଣଙ୍କ ଉପରେ ନଜର ରଖୁଥିଲା। ଗତକାଲି ରାତିରେ ମହିଳା ଜଣଙ୍କ କୌଣସି କାମ ପାଇଁ ଘର ବାହାରକୁ ଆସି ପୁଣି ଭିତର ଯାଇଥିଲା। ଏହା ଭିତରେ ଅଭିଯୁକ୍ତ ଘର ଭିତରକୁ ପଶି ଯାଇଥିଲା।
ବିଜେଡି ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ବ୍ଲକ୍ ଅଧ୍ୟକ୍ଷ ଆଉ ପୌରାଧ୍ୟକ୍ଷ । ଆଜି ଢେଙ୍କାନାଳ ସଦର ବ୍ଲକରେ ଅନାସ୍ଥାରେ ମାତ୍ ଖାଇଛି ବିଜେଡି ।
ବିଜେଡି ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ବ୍ଲକ୍ ଅଧ୍ୟକ୍ଷ ଆଉ ପୌରାଧ୍ୟକ୍ଷ । ଆଜି ଢେଙ୍କାନାଳ ସଦର ବ୍ଲକରେ ଅନାସ୍ଥାରେ ମାତ୍ ଖାଇଛି ବିଜେଡି ।
ଫଣା ଟେକି ଫଅଁ ଫଅଁ ହେଉଛି ନାଗ । ପାଖରେ ଥିବା ନିଜର ଅଣ୍ଡାକୁ ଜଗି ରହିଛି । ଯେମିତି ସାଜିଛି ରକ୍ତମୁଖା... ଖାଲି ନାଗ ସାପ ନୁହେଁ ଏମିତି ୮ ପ୍ରକାରର ବିଷାକ୍ତ ସାପ ପୂରା ଢେଙ୍କାନାଳ ଜିଲ୍ଲାରେ ଚିନ୍ତା ବଢ଼ାଇଲେଣି । କାରଣ ଗତ ୫ ବର୍ଷ ମଧ୍ୟରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ୧୭୫ରେ ପହଞ୍ଚିଲାଣି । ଯାହାକୁ ନେଇ ଏବେ ଜିଲ୍ଲାବାସୀ ଭୟରେ ରହିଛନ୍ତି ।
ରୁଙ୍ଗଟା ମାଇନ୍ସ କାରାଖାନା ମୁଖ୍ୟ ଗେଟରେ ପଡ଼ିଲା ତାଲା । କାରଖାନା ଦ୍ୱାରା ଜମି ହରାଇଥିବା ଲୋକେ ଓ ସେହି ଅଞ୍ଚଳର ଟ୍ରକ୍ ମାଲିକଙ୍କ ଧାରଣା ।
ଦିବ୍ୟାଙ୍ଗ ସିନା... ହେଲେ ଏ ମଣିଷଟା ଭାରି ସ୍ୱାଭିମାନୀ । ପେଟ ପୋଷିବା ପାଇଁ ଶାରୀରିକ ଅକ୍ଷମତା କେବେବି ମୁରଲୀଙ୍କ ପାଖରେ ବାଧକ ହୋଇ ଛିଡ଼ା ହୋଇନି । ନିଜର ଖର୍ଚ୍ଚ ବହନ କରିବା ପାଇଁ ପେଟ ପୋଷିବାକୁ ସେ ରାତି ୧୦ଟା ପରେ ଘରୁ ବାହାରିଯା’ନ୍ତି । ଆଉ ନିଜ କାମରେ ଲାଗିପଡ଼ନ୍ତି ।
ବର୍ଷେ ହେଲା ଭୁଶୁଡି ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର । ବିପଦ ମୁଣ୍ଡାଇ ପାଠ ପଢ଼ୁଛନ୍ତି କୁନି କୁନି ପିଲା ।
ଉଦଘାଟନ ପରେ ଗେଟ୍ ବନ୍ଦ ! ନୂଆ ବସଷ୍ଟାଣ୍ଡ ଉଦଘାଟନ ସରିଛି, ହେଲେ ବସଷ୍ଟାଣ୍ଡ ଭିତରକୁ ଯାଉନି ବସ୍ । ଘରୋଇ ବସ୍ ମାଲିକ ସଂଘ ପାଖରେ ଖବର ନାହିଁ । ରାସ୍ତା ଉପରେ ଲୋକେ ବସରେ ଚଢ଼ୁଛନ୍ତି ଆଉ ଓହ୍ଲାଉଛନ୍ତି । ଅସମ୍ଭବ ଭିଡ଼, ଖରାରେ ଯାତ୍ରୀ ହନ୍ତସନ୍ତ । OSRTC ଓ ବସ୍ ମାଲିକ ସଂଘ ମଧ୍ୟରେ ଟଣାଓଟରା, ଭୋଗୁଛନ୍ତି ସାଧାରଣ ଲୋକେ ।
ୟୁଟ୍ୟୁବ ଶିଖାଇଲା ରୋଜଗାରର ବାଟ। ପ୍ରଥମେ ୟୁଟ୍ୟୁବରୁ ଦେଖିଲେ ପରେ ବ୍ରାହ୍ମଣୀ ନଦୀ ପଠାରେ ଥାଇଲାଣ୍ଡ ରେଡ ଆପଲ ବେରୀ ଓ ବଲ ସୁନ୍ଦରୀ କୋଳି ଚାଷ କରି ଲକ୍ଷପତି ହେଲେ ଯୁବକ।
ପିକନିକ କରିବାକୁ ଢେଙ୍କାନାଳ ଯାଆନ୍ତୁ.. ଦିଅଁ ଦର୍ଶନ ସାଙ୍ଗକୁ ବଣଭୋଜି ବି କରିପାରିବେ.. ପ୍ରାଣୀ ଉଦ୍ୟାନରେ ଦେଖିବେ ହାତୀ, ଭାଲୁ, ହରିଣ ସାଙ୍ଗକୁ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ.. ଆଉ ପିଲାଏ ଖେଳିବେ ପାର୍କରେ.. ବୋଟିଂ କରିବେ ଆଉ ତାପରେ ପେଟେ ଖାଇ ପିକନିକର ମଜା ଉଠାଇବେ..