Advertisment

NTPC Recruitment 2025: ଇଂଜିନିୟର ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ତୁରନ୍ତ କରନ୍ତୁ ଆବେଦନ

NTPC ରେ ଚାକିରି ସୁଯୋଗ। ଏନେଇ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
NTPC Recruitment 2025 apply for 400 post

NTPC Recruitment 2025 apply for 400 post

ଆପଣ ନ୍ୟାସ୍‌ନାଲ୍‌ ଥର୍ମାଲ୍ ପାୱାର୍ କର୍ପୋରେସନ୍ (NTPC) ଲିମିଟେଡ୍‌ରେ ଚାକିରି କରିବାକୁ ଚାହୁଁଛନ୍ତି କି? ଏହି ସୁଯୋଗ ହାତ ଛଡା କରନ୍ତୁ ନାହିଁ। NTPC ରେ ଆସିଷ୍ଟାଣ୍ଟ୍ ଏକ୍ଜିକ୍ୟୁଟିଭ୍ ହେବାର ସୁଯୋଗ ଆସିଛି। ଏନେଇ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ NTPC ରେ ଅନେକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୦୦ ପଦବୀ ପୂରଣ ହେବ। ଇଂଜିନିୟରିଂ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇ ପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବ୍‌ସାଇଟ୍‌ ntpc.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NTPC Recruitment 2025 apply for 400 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୫ ଫେବୃଆରୀ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୧ ମାର୍ଚ୍ଚ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୧୭୨ଟି ପୋଷ୍ଟ୍‌
  • OBC – ୮୨ଟି ପୋଷ୍ଟ୍‌
  • SC – ୬୬ଟି ପୋଷ୍ଟ୍‌
  • ST – ୪୦ଟି ପୋଷ୍ଟ୍‌
  • EWS – ୪୦ଟି ପୋଷ୍ଟ୍‌
  • ମୋଟ ପଦବୀ – ୪୦୦ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ସର୍ବନିମ୍ନ ୪୦ମାର୍କ ସହିତ ମେକାନିକାଲ୍ ବା ଇଲେକ୍ଟ୍ରିକାଲ ଇଂଜିନିୟରିଂରେ B.E/B.Tech ଡିଗ୍ରୀ
  • ଏହା ସହିତ ୧୦୦ ମେଗାୱାଟ୍‌ କିମ୍ବା ତା’ଠାରୁ ଅଧିକ କ୍ଷମତା ବିଶିଷ୍ଟ ପାୱାର ପ୍ଲାଣ୍ଟର ଅପରେସନ୍ / ରକ୍ଷଣାବେକ୍ଷଣରେ ସର୍ବନିମ୍ନ ୦୧ ବର୍ଷର ଅଭିଜ୍ଞତା ଆବଶ୍ୟକ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ସାକ୍ଷାତକାର ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ହାତକୁ ଆସିଥିବା ଚାକିରି ଚାଲିଯିବ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୯ ବର୍ଷ
  • ସର୍ବାଧିକ ବୟସ – ୩୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା –୫୫, ୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/EwBD/OBC – ୩୦୦ଟଙ୍କା
  • SC/ST/PwBD/ESM/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସର୍ଟଲିଷ୍ଟ୍
  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: ଚାକିରି ଖୋଜିବା ବେଳେ ଆପଣ କରୁଛନ୍ତି କି ଏପରି ଭୁଲ୍… ପଡିପାରେ ମହଙ୍ଗା

Govt Jobs Job Search NTPC NTPC Recruitment NTPC Jobs Job Seekers
Advertisment
Advertisment