ମିଶନ ଶକ୍ତି ବିଜ୍ଞପ୍ତି ଉପରେ ଲାଗିଲା ଅଙ୍କୁଶ । ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ରହିତାଦେଶ ଜାରି କଲେ ଉଚ୍ଚ ନ୍ୟାୟାଳୟ । ମିଶନ ଶକ୍ତି ପୁର୍ନଗଠନ ନେଇ ନୂଆ ସରକାର ବିଜ୍ଞପ୍ତି ଜାରି କରିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
#ଓଟିଭି_ଉପରୁ_ହଟିଲା_କଟକଣା କିଟ୍ ଓ କିସ୍ ନାଁରେ ଖବର ପ୍ରସାରଣକୁ ନେଇ ଲୋକପ୍ରିୟ ଅଗ୍ରଣୀ ଚ୍ୟାନେଲ ଓଟିଭି ବିରୋଧରେ କଟକ ସିଭିଲ ଜଜଙ୍କ ପାଖରେ ହୋଇଥିବା ପିଟିସନ୍ ଖାରଜ ହୋଇଯାଇଛି। ଆବେଦନକାରୀଙ୍କ ଅଭିଯୋଗର କୌଣସି ଠୋସ୍ ପ୍ରମାଣ ନଥିବା ଦର୍ଶାଇ କୋର୍ଟ ଏସଂପର୍କିତ ଖବର ପ୍ରସାରଣ ଉପରେ ଲାଗିଥିବା ଅନ୍ତରୀଣ ଅଙ୍କୁଶକୁ ମଧ୍ୟ ହଟାଇ ଦେଇଛନ୍ତି।
ଜଷ୍ଟିସ ଟଣ୍ଡନ ପୂର୍ବରୁ କଲିକତା ହାଇକୋର୍ଟର ବିଚାରପତି ଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପାରିସ୍ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।
୨୦୨୩ ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଏତଲା ଆଧାରରେ ପୋଲିସ ଯୌତୁକ ସାମଗ୍ରୀ ଜବତ କରିଥିଲା। ବୋହୂ ଜଣଙ୍କ ଯିବା ସମୟରେ ସାଙ୍ଗରେ ଘରର ପୋଷା କୁକୁର ନେଇଯାଇଥିଲେ।
ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ ୧୦ ତାରିଖରେ ଏସ୍ସିବିରେ ଭର୍ତ୍ତି ହୋଇଥିଲେ ପ୍ରସୂତି । ପରଦିନ ୧୧ ତାରିଖରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ପରିବାର ଲୋକ ନବଜାତର ଫଟୋ ବି ଉଠାଇଥିଲେ ।
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କର ଅବସର ପରେ ଏହି ସ୍ଥାୟୀ ମୁଖ୍ୟ ବିଚାରପତି ପଦ ଖାଲି ରହିଥିଲା । ପଢନ୍ତୁ ପୁରା ଖବର
ଅକ୍ୟୁପାନ୍ସି ସାର୍ଟିଫିକେଟ୍ ବା ଓସି ନ ଥିବା କାରଣରୁ ରାଜ୍ୟର ପ୍ରାୟ ୯୫ ଭାଗ ପୁରୁଣା କ୍ରେତା ସେମାନଙ୍କ ଆପାର୍ଟମେଣ୍ଟ କିଣାବିକା କରିପାରୁନାହାନ୍ତି। ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଲୋକେ କିଭଳି ସୁବିଧାରେ ଆପାର୍ଟମେଣ୍ଟ ପଞ୍ଜୀକରଣ କରିପାରିବେ ସେ ଦିଗରେ ସରକାର ବିଚାର କରୁଛନ୍ତି ।
ବିଷ୍ଣୁପଦଙ୍କ ଆବେଦନ ଆଧାରରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହୋଇଛି। ତେବେ ଏହି ଜବାବର ପ୍ରତିଜବାବ ଦାଖଲ କରିବାକୁ ବିଷ୍ଣୁପଦଙ୍କ ପକ୍ଷରୁ ସମୟ ମଗାଯାଇଛି। ହାଇକୋର୍ଟ ଆସନ୍ତା ୧୮ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।
ତେବେ ପ୍ରମିଳା କେଉଁ କାରଣ ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ନିଜ ଆଇନକୁ ନିଜେ ଅମାନ୍ୟ କରିଥିଲା ନଗର ଉନ୍ନୟନ ବିଭାଗ। ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନକୁ ଉଲ୍ଲଂଘନ କରି ରେରା ଆସିବା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ବିଭାଗୀୟ ସଚିବ। କିନ୍ତୁ ଏହା ବିରୋଧରେ ଜନସ୍ବାର୍ଥ ମାମଲା ଦାୟର ହେବା ପରେ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ।
ନିଜ ଆଇନକୁ ନିଜେ ଭାଙ୍ଗିଥିଲେ ସରକାର । ବାଜିଲା ହାଇକୋର୍ଟଙ୍କ ଛାଟ । ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ ଲାଗିଲା ରହିତାଦେଶ ।
ଆଜି କୋର୍ଟ ମାନସଙ୍କ ମାମଲାକୁ ବିଚାର କରି ନିଆରା ଦଣ୍ଡବିଧାନ କରିଛନ୍ତି। ଜାମିନ ପାଇଁ ୨ଶହ ଗଛ ଲଗାଇବାକୁ ହାଇକୋର୍ଟଙ୍କ ସର୍ତ୍ତ ରଖିଛନ୍ତି। ନିଜ ଗାଁରେ ଥିବା ସରକାରୀ କିମ୍ବା ନିଜସ୍ୱ ଜମିରେ ଆମ୍ବ ଓ ନିମ୍ବ ଭଳି ଗଛ ଲଗାଇବାକୁ କହିଛନ୍ତି କୋର୍ଟ।
ରାଜଧାନୀରୁ ଗିରଫ ହୋଇଥିବା ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କ ପାଇଁ ବଢୁଛି ଅଡୁଆ।
ମ୍ୟାଚ ପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମ୍ରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି।
ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍ କରିଥିଲେ।
ବର୍ଷ ବର୍ଷ ଧରି ଜନବସତି ଅଞ୍ଚଳରେ ଚାଲିଥିବା ଅଳିଆଗଦା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସତୀଚଉରା ଓ ରଘୁନାଥଜୀଉ ମନ୍ଦିର ନିକଟରେ ଥିବା ଦୁଇଟି ଡମ୍ପିଂୟାର୍ଡ ଏବଂ ଏମସିସିକୁ ବନ୍ଦ କରିବା ସହ ସହର ଭିତରେ ଥିବା ଆଉ ୧୪ଟି ଅଳିଆଗଦା ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିଲେ ସହରବାସୀ।
ହାଇକୋର୍ଟ କହିଛନ୍ତି, ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୯୫ର ଧାରା ୧୩(B) ଅନୁଯାୟୀ ପତିପତ୍ନୀଙ୍କ ସହମତିରେ ବିବାହ ବିଚ୍ଛେଦ ପାଇଁ ବ୍ୟବସ୍ଥା ରହିଛି। ତେବେ କୋର୍ଟ ଚୂଡାନ୍ତ ରାୟ ପ୍ରଦାନ କରିବା ପୂର୍ବରୁ ଏକପାଖିଆ ଭାବେ ସହମତି ପ୍ରତ୍ୟାହାର କରାଯାଇପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ଶୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନର୍ଦ୍ଦେଶ ରହିଛି। ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ରାଜ୍ୟ ସରକାର ଜାରି କରିଥିବା SOPକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି।
ଜାମିନ୍ ପାଇଁ ହାଇକୋର୍ଟ ଜଜଙ୍କୁ ଲାଞ୍ଚ ଦିଆଯିବ ବୋଲି ମହକିଲଙ୍କୁ କହି ଅଡୁଆରେ ପଡିଛନ୍ତି ଜଣେ ଓକିଲ । ଏହି ଓକିଲଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲା ଖାରଜ ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ତାଙ୍କ ବିରୋଧରେ କେସ୍ ଚାଲିବ ।
କଟକର ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ବଢ଼ିଲା ଦ୍ଵନ୍ଦ୍ବ । କେଉଁଠି ହେବ ବାଲିଯାତ୍ରା ? ତଳ ପଡ଼ିଆରେ ହେବ ନା ଉପର ପଡ଼ିଆରେ। ଦ୍ବନ୍ଦ୍ବ ଦୂର ପାଇଁ ଆଜି ବସୁଛି ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ।
ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି। ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି। ମାମଲାକୁ ଗୁରୁତ୍ବର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ସେନା ଅଧିକାରୀ ।
କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାର ଶୁଣାଣି କରି ମେରିଟ୍ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ ।
କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଯେପରି ଏଭଳି ତ୍ରୁଟି ନକରନ୍ତି ସେଥିପାଇଁ ହାଇକୋର୍ଟ ତାଗିଦ୍ ମଧ୍ୟ କରିଛନ୍ତି । କ୍ଷତିପୂରଣ ଅର୍ଥ ରାଶି କୋର୍ଟ ଆଦେଶ ପାଇବାର ତିନି ମାସ ମଧ୍ୟରେ ପ୍ରଦାନ କରାଯିବ ।
୨ ଶହ କୋଟିରୁ ଅଧିକ ଟଙ୍କାର କୋକେନ ଜବତ ହୋଇଥିବା ଭିଏତନାମ ଜାହାଜ MV ଦେବୀ ପାଇଁ ନୂଆ ଅଡୁଆ। ପାରାଦୀପ ବନ୍ଦରରେ ଅଟକ ଥିବା ଏହି ଜାହାଜ ଏବେ ସହଜରେ ମୁକୁଳିବାର ସମ୍ଭାବନା କମ୍।