ମନ ଜିଣିବାକୁ ଧାନ ଖଳାରେ କାମ କଲେ ପ୍ରାର୍ଥୀ। ଚାଷୀଙ୍କ କାନ୍ଧରେ କାନ୍ଧ ମିଶାଇ ବେଙ୍ଗଳା ପକାଇବା ସହ ଖଳାରେ କାମ କଲେ। ଟଙ୍କା ନୁହେଁ ଶ୍ରମ ଦାନ କରି ଭୋଟରଙ୍କ ମନ ଜିଣିବେ ବୋଲି ସେ କହିଛନ୍ତି।
ପିପିଲି ବିଧାୟକ ଭାବେ ନବ ନିର୍ବାଚିତ ରୁଦ୍ର ପ୍ରତାପ ମହାରଥୀ, ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ସୂଚନା ମିଳିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି।
ପିପିଲିରେ କିଏ ମାରିବ ବାଜି ? କାହାର ହେବ ପିପିଲି ? ଆଉ କିଛି ସମୟ ପରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ।
ଇଭିଏମରେ ସିଲ୍ ପିପିଲି ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ପିପିଲି ବାସୀ। ଇଭିଏମ ଗୁଡିକ ବର୍ତ୍ତମାନ ପେଣ୍ଠକଟା ୱେର ହାଉସ୍ ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି
ଦୁଇ ଦୁଇ ଥର ସ୍ଥଗିତ ପରେ ଶେଷରେ ଆଜି ଶାନ୍ତିଶୃଙ୍ଖଳାର ସହ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନ୍ଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ସୁଦ୍ଧା ୬୮.୪ ପ୍ରତିଶତ ମତଦାନ ହୋଇଛି ।
ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ ସୁଦ୍ଧା ୨୪.୭୬% ମତଦାନ ହୋଇଛି। ଧୀରେ ଧୀରେ ଭୋଟିଂ ପ୍ରତିଶତ ବଢ଼ୁଥିବା ଦେଖିବାକୁ ମିଳିଛି।
ଆସନ୍ତାକାଲି ପିପିଲି ଉପନିର୍ବାଚନ ଲାଗି ଭୋଟଗ୍ରହଣ । ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍ରେ ପହଞ୍ଚିଛନ୍ତି । ୩୦ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।
ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା । ଛିନଛତ୍ର ଛାତ ଓ କାନ୍ଥ, ଇତଃସ୍ତତ ଆସବାବପତ୍ର । କେତେ ଭୟଙ୍କର ଥିଲା ବ୍ଲାଷ୍ଟ, ସ୍ପଷ୍ଟ ବୟାନ କରୁଛି ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତି ।
ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ହୋଇଛନ୍ତି ପୋର୍ଲିଂ ପାର୍ଟି । ପୁରୀ ପେଣ୍ଠକଣ୍ଟାରେ ଲାଗି ରହିଛି ପୁଲିଂ ପାର୍ଟିଙ୍କ ଭିଡ ।
ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ସରିବ ପ୍ରଚାର । ଏଥିପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର ଚଳାଇଛନ୍ତି ।
ପିପିଲିରେ ଚାଲିଛି ଘମାଘୋଟ ପ୍ରଚାର। ୩୦ ତାରିଖରେ ଭୋଟ୍ ଥିବା ବେଳେ ପ୍ରଚାର ପାଇଁ ହାତଗଣତି କିଛି ଦିନ ଥିବାରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାରରେ ଲାଗିପଡିଛନ୍ତି
କାଲି ତାରିଖ ଘୋଷଣା ପରେ ଆଜିଠୁ ଗରମ ହେଲାଣି ପିପିଲିର ନିର୍ବାଚନୀ ପାଣିପାଗ। ଚା ଖଟିରେ ପୁଣି ଜମିଲାଣି ଭୋଟ୍ ଚର୍ଚ୍ଚା। ଭୋଟରଙ୍କୁ ଭଳେଇବାକୁ କାଳ ବିଳମ୍ବ ନକରି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। କିନ୍ତୁ ଗତଥର ଭଳି ଏଥର ବି ବ୍ୟାକ ଫୁଟ୍ରେ କଂଗ୍ରେସ। ହେଲେ ୪ ମାସ ତଳେ ନିର୍ବାଚନୀ ପ୍ରଚାର ବେଳର ସମାନ ପ୍ରସଙ୍ଗକୁ ନେଇ ପିପିଲିବାସୀଙ୍କ ମନରେ ଏଥର ବି ସେଇ ସମାନ ଅସନ୍ତୋଷ।
ପିପିଲି ଉପନିର୍ବାଚନ ପାଇଁ ବାଜିଲା ସାନି ବିଗୁଲ୍। ସେପ୍ଟେମ୍ବର ୩୦ରେ ଭୋଟ୍, ଅକ୍ଟୋବର ୩ରେ ହେବ ଭୋଟ୍ ଗଣତି। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ହେବାକୁ ଯାଉଛି ଭୋଟ୍। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ପାଇଁ ଘୁଞ୍ଚିଥିଲା ତେବେ ପୁଣି ଦ୍ୱିତୀୟ ଥର କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା।
ନାମ ସଂକୀର୍ତନ ଚାଲିଛି । ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ କେବଳ ସୁବୁଛି ହରିନାମ। ନାମ ସଂକୀର୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ନିକଟ ବାଲିଗାଁରେ ଥିବା ଭକ୍ତ ଶିରୋମଣୀ ଦାସିଆ ବାଉରୀଙ୍କ ପୀଠରେ । ଭକ୍ତ ଦାସିଆଙ୍କ ଛୋଟ କୁଡ଼ିଆଟି ପରିଣତ ହୋଇଛି ଏକ ଆଶ୍ରମରେ । ଯେଉଁଠି ରହିଛି ଦାସିଆଙ୍କ ସମାଧି ପୀଠ । ପୀଠର ମୂଖ୍ୟ ସ୍ଥଳକୁ ଛାଡ଼ିଦେଲେ ରହିଛି ଏକ ତୁଳସୀ ଉଦ୍ୟାନ
ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ୨ ଗିରଫ ହୋଇଛନ୍ତି। ପିଲାର ବାପା ବିଲାଲ ଖାଁ ଓ ସାବତ ମାଆକୁ ବାଲିପାଟଣା ପୋଲିସ ଥାନା ଗିରଫ କରିଛି। ଦୁହିଁଙ୍କ ବିରୋଧରେ ୩୦୭ ଭଳି ସଂଗୀନ ଦଫା ଲଗା ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି