ଦଳକୁ ସଜାଡି ଯିବାକୁ ମୋର ଯେଉଁ ମତ ଥିଲା ତାକୁ ଠିକ୍ ଭାବେ ଦଳ ଗ୍ରହଣ କଲାନି । ମୁଁ ଯେହେତୁ ବିଜେଡିରେ ନାହିଁ ସେଥିଲାଗି ବିଜେଡି ସମ୍ପର୍କରେ ମତ ଦେବାକୁ ଠିକ୍ ମନେ କରୁନି ।
ଆଜି ଦୁହେଁ କହିଛନ୍ତି ଜିଲ୍ଲା ସଭାପତିଙ୍କୁ ସୋ-କଜ୍ ନୋଟିସର ଉତ୍ତର ଦିଆଯାଇଛି । ହେଲେ ଯାହାଙ୍କ କଥାରେ ନୋଟିସ୍ ହୋଇଛି, ଯିଏ ଆମ ନାଁରେ ନୋଟିସ୍ କରାଇଛନ୍ତି ସେମାନଙ୍କୁ ବି ସୋ କଜ୍ ନୋଟିସ୍ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
କୋର୍ଟ ସାମ୍ନାରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା। ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ ସ୍ୱାମୀ। ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ। ଆଉ ଆରମ୍ଭ ହୋଇଗଲା ମହାଭାରତ।
ପ୍ରସନ୍ନ ପାଟ୍ଟଶାଣୀ ଆହୁରି କହିଛନ୍ତି ଯେ, ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି, କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା ।
ଦଶହରା ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଭସାଣ ଉତ୍ସବ କରାଯାଇଛି। ଭସାଣି ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନବରଙ୍ଗପୁରରେ ଭସାଣି ବେଳେ ଛୁରାମାଡରେ ନାବାଳରର ମୃତ୍ୟୁ ହୋଇଥିବା ବେଳେ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରାଉରକେଲା ବନ୍ଧୋମୁଣ୍ଡାରେ ଅଭାବନୀୟ ଘଟଣା। ଗତକାଲି ରାତିରେ ଲୋକେ ହାତୀ ପଲଙ୍କୁ ଘଉଡ଼ାଇବା ବେଳେ ହାତୀଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଗୋଟିଏ ଛୁଆହାତୀର ଜୀବନ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପାଟଣାଗଡ଼ରେ ସାମ୍ନାକୁ ଆସିଲା 'କାଂପା' କେଳେଙ୍କାରୀ ! 'କାଂପା' ସ୍କାମ୍ ଅଭିଯୋଗରେ ଫରେଷ୍ଟର୍ ସସପେଣ୍ଡ୍ ।
ଜଙ୍ଗଲ ଭିତରେ ମେସିନର ଗର୍ଜନ । ଏମିତି ସେମିତି ମେସିନ ନୁହେଁ, ସୁନା ଖୋଜା ମେସିନ୍ । ଶତାଧିକ ଫୁଟ୍ ଗଭୀର ଗାତ ଖୋଳି ଚାଲିଛି ସୁନାର ସନ୍ଧାନ ।
ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତାବିତ ୬ ଲେନ୍ ବ୍ୟାରିକେଡ୍ ବ୍ୟବସ୍ଥା କିଭଳି ରହିବ ?
ରେରା ଆଇନ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ଜମି ମାଲିକ। ସମ୍ବଲପୁର ଡିଏସ୍ଆର୍ ଅଫିସକୁ ଅଚାନକ ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀଙ୍କ ଏ ମନ୍ତବ୍ୟକୁ ନେଇ ଚର୍ଚ୍ଚା।
ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର ।
ବିଜେଡିରେ ମେଲୁଛି ଫାଟ, ମୁହାଁମୁହିଁ ନେତା । ଅମରଙ୍କ ଅମୋଘ ଅସ୍ତ୍ରରେ ଘାଇଲା ବିଜେଡି । ପରାମର୍ଶକୁ ଭିନ୍ନ ଦୃଷ୍ଟିରେ ଦେଖି ଦେଖେଇଲା ବିଦା ହେବାର ରାସ୍ତା ।
ରେରା ଆଇନରେ ସଂଶୋଧନ ହେବ । ଆଜି ସମ୍ବଲପୁର ଗସ୍ତରେ ଯାଇ କିଛି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଲୋକାୟୁକ୍ତ, ସୂଚନା ଆୟୋଗ, ନିର୍ବାଚନ ଆୟୋଗ, ଓଇଆସିର କାର୍ଯ୍ୟ ଠପ୍ ହୋଇପଡିଛି । ପାଣି, ପରିମଳ କଥା ତେଣିକି ଥାଉ, ସ୍ଥିତି ଏଭଳି ହେଲାଣି ଯେ ରାସ୍ତାଘାଟ ମରାମତି ପାଇଁ ମାମଲା ହାଇକୋର୍ଟରେ ପହଂଚିଲାଣି !
ଏମିତି ବି ଆସେ ମୃତ୍ୟୁ । କବାଡ଼ି ଖେଳୁ ଖେଳୁ ଖେଳାଳିଙ୍କ ମୃତ୍ୟୁ । ଆଉ ମାତ୍ର ଅଢେଇ ମିନିଟ ପରେ ଖେଳ ସରିଥାନ୍ତା ।
ବଢ଼ିଲା ବିଜେଡି କନ୍ଦଳ। ଅମରଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଲେ ଲେନିନ୍ ମହାନ୍ତି। ବରିଷ୍ଠ ନେତା ଅମର ଶତପଥିଙ୍କ ବିସ୍ଫୋରକ ବୟାନ ପରେ ଲେନିନ୍ ଅମରଙ୍କୁ ଏପରି କହିଛନ୍ତି।
ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ମହିଳାଙ୍କ... ଦେହରେ ଆସନ୍ତି ଠାକୁରାଣୀ । ଚାଲନ୍ତୁ ଜାଣିବା ଏହି ଲାଠିଯାତ୍ରାକୁ ବିଷୟରେ, କଣ ରହିଛି ଏହାର ମାହତ୍ମ୍ୟ...
ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା ହେଲେ ଗ୍ରାଉଣ୍ଡରେ ତାହା କେତେ କାମରେ ଲାଗେ? ରାଜ୍ୟର ସବୁଠୁ ଉଚ୍ଚ ପାହାଡ଼ ଶୃଙ୍ଖ ଦେଓମାଳିଠୁ ଆରମ୍ଭ କରି ବାଲେଶ୍ବରର ସମୁଦ୍ରକୂଳ ସମେତ ଯେମତି ପାଲଟି ଯାଇଛି ଅଣଦେଖା ଅଞ୍ଚଳ। ପ୍ରକୃତିର କୋଳରେ ଥିବା ଏହି ସବୁ ଅଞ୍ଚଳ ଏବେ ଅବହେଳାର ଶୀକାର ହେଉଛି।
ଆଜି ମେଲାଣି ନେବେ ଜଗତ ଜନନୀ ମା' ଦୁର୍ଗା । ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଭୁବନେଶ୍ବର ଓ କଟକରେ ଭସାଣୀ ପାଇଁ କଟକଣା ଜାରି ହୋଇଛି।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୧ଶୀ ପ୍ରାତଃ ୦୬.୪୧ ଗତେ ୧୨ଶୀ । ରାତ୍ରି ୦୩.୪୨ ଗତେ ୧୩ଶୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦୀର୍ଘ ସାତବର୍ଷ ପୂର୍ବରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନେଇ ନୋଟିଫିକେସନ ହୋଇଛି। ହେଲେ ଆଜି ଯାଏ ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି।