ଆମ୍ବ କେବଳ ଏକ ସ୍ୱାଦିଷ୍ଟ ଫଳ ନୁହେଁ ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ପତ୍ର ଅନେକ ରୋଗ ପାଇଁ ଉପକାରୀ ହୋଇଥାଏ।
ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡନୀ, ଯାହା ରକ୍ତକୁ ସଫା କରିବାରେ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ କାର୍ଯ୍ୟ କରେ । ମାତ୍ର ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ କିଡନୀ ସମସ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି ।
ଦୈନିକ ଆବଶ୍ୟକ ପରିମାଣରୁ ଅଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ୍ ପ୍ରେସର୍ ଉପରେ ମଧ୍ୟ ପ୍ରଭାବ ପଡ଼େ। ଆପଣ ଯଦି କିଡନୀ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ୱା ଏହି ସମସ୍ୟାରୁ ଦୂରେଇ ରହିବାକୁ ଚାହାନ୍ତି ତେବେ ଫ୍ରୋଜେନ୍ ଫୁଡ୍ସ ଯେପରି ବଜାରରେ ମିଳୁଥିବା ଫ୍ରୋଜେନ୍ ଥିବା ପ୍ୟାକେଜ୍ଡ ଖାଦ୍ୟ, ଅଧିକ ମସଲାଯୁକ୍ତ ଖାଦ୍ୟ, ଚିପ୍ସ, ଆଦି ଖାଇବା ବନ୍ଦ କରିବା ଆବଶ୍ୟକ।
ମୋର ଜଣେ ପରିଚିତ, ବୟସ ୨୫-୨୮ ଭିତରେ, ନିକଟରେ ହରାଇଛନ୍ତି ତାଙ୍କ ଶ୍ରବଣଶକ୍ତି। ଏହା ଛଡା ମୁଣ୍ଡ ବୁଲାଇବା, ବାନ୍ତି ହେବା ସମସ୍ୟା, ଅବସ୍ଥା ଏମିତି ହେଉଛି ଯେ, ବିଛଣାରେ ପଡି ଯାଉଛନ୍ତି ୨-୩ ଦିନ। ଆଉ ଏହା ପଛର କାରଣ ହେଉଛି, ଲଗାତାର ପ୍ରତିଦିନ ଘଣ୍ଟାଘଣ୍ଟା ଧରି ଇଅର୍ ଫୋନର ବ୍ୟବହାର। ସତରେ କ’ଣ ଏହା ଏତେ ମାରାତ୍ମକ? ଆସନ୍ତୁ ଜାଣିବା ଅନେକ ସମୟ ପର୍ଯ୍ୟନ୍ତ ଇଅର୍ ଫୋନ୍ ବ୍ୟବହାର କଲେ ସ୍ବାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡ଼ିବ?
ପେଟର ଚର୍ବି ବୃଦ୍ଧି ଏକ ସାଧାରଣ ସମସ୍ୟା । ଖରାପ ଖାଦ୍ୟାଭାସ ଏବଂ ଜଙ୍କ ଫୁଡ୍ ପାଇଁ ଏହି ସମସ୍ୟା ବିଶେଷ ପରିଲକ୍ଷିତ ହୋଇଥାଏ । ବର୍ତ୍ତମାନ ସମସ୍ତେ ଚାହାଁନ୍ତି ଫିଟ୍ ରହିବା ପାଇଁ । ତେଣୁ ଏଥିପାଇଁ ବହୁତ ନିୟମ ଆପଣାଇଥାନ୍ତି।
ରାଉରକେଲା ସରକାରୀ ହସ୍ପିଟାଲ। ଏଠାକୁ ଦୈନିକ ଆସୁଛନ୍ତି ଶତାଧିକ ରୋଗୀ। ସୁନ୍ଦରଗଡ ସମେତ ପଡୋଶୀ ଝାଡଖଣ୍ଡ ରାଜ୍ୟର ବହୁ ରୋଗୀ ଏହା ଉପରେ ନିର୍ଭର କରିଥାନ୍ତି। ରୋଗୀଙ୍କ ଚିକିତ୍ସା କରିବ କଣ ଖୋଦ୍ ହସ୍ପିଟାଲର ଟ୍ରିଟମେଣ୍ଟ କରିବା ଜରୁରୀ ହୋଇପଡିଛି।
ଖାଦ୍ୟ ହିଁ ମଣିଷର ଉର୍ଜା ବା ଶକ୍ତିର ସ୍ରୋତ। ଆମେ ଯାହା ଖାଉ ତାହା ଶରୀରରେ ଉର୍ଜାରେ ପରିଣତ ହୁଏ ଏବଂ ପ୍ରତ୍ୟେକ ଖାଦ୍ୟସାର ଶରୀରରେ ଥିବା ଭିନ୍ନ ଭିନ୍ନ ଜୀବକୋଷକୁ ଭିନ୍ନ ଭିନ୍ନ ଉପାୟରେ ସୁସ୍ଥ ରଖେ। ଖାଦ୍ୟର ମଣିଷ ଶରୀର ଉପରେ ପ୍ରଭାବ ଏବଂ ସଠିକ୍ ଖାଦ୍ୟର ତାଲିକା ଓ ମାତ୍ରାକୁ ନେଇ ଲଗାତାର ଗବେଷଣା ଚାଲିଥାଏ। ସେମିତି ବର୍ଷବର୍ଷର ଗବେଷଣା ଦ୍ବାରା ମଣିଷର ସୁସ୍ଥ ହୃତପିଣ୍ଡ ପାଇଁ ବର୍ତ୍ତମାନ ମେଡିଟେରେନିଆନ୍ ଡାଏଟ୍ ପ୍ଲାନ୍ କୁ ଗୁରୁତ୍ୱ ଦିଆ ଯାଉଛି। ଏହାର ଆଉ ଏକ ଉପକାରିତା ହେଲା ଆପଣ ଖାଦ୍ୟ ଖାଇବା ବନ୍ଦ ନକରି ମଧ୍ୟ ଓଜନହ୍ରାସ କରି ପାରିବେ।
ଲମ୍ବା ଲାଇନରେ ରୋଗୀ, ହେଲେ ଦେଖିବା ପାଇଁ ନାହାନ୍ତି ଡାକ୍ତର। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର।
ସାଧାରଣତଃ ବ୍ୟାୟାମ କରିବା ପରେ ଶରୀର କ୍ଳାନ୍ତ ହୋଇଯାଏ। ଏଭଳି ପରିସ୍ଥିତିରେ ଅନେକ ଲୋକ ଘରକୁ ଆସି ବେଡରେ ପଡିଯାଆନ୍ତି ଏବଂ ବେଳେବେଳେ ଗଭୀର ନିଦରେ ଶୋଇପଡନ୍ତି। କିନ୍ତୁ ବ୍ୟାୟାମ ପରେ ଶୋଇବା ଠିକ୍ କି ନୁହେଁ ଆସନ୍ତୁ ଜାଣିବା।
ଅନେକ ଲୋକ ଗ୍ୟାସ୍, ହାକୁଡି ଏବଂ ବଦହଜମୀ ଭଳି ସମସ୍ୟାରେ ପୀଡିତ। ଯଦି ଆପଣ ପେଟରେ ଭାରୀପଣ, ଗ୍ୟାସ୍ ଏବଂ ଦିନସାରା ହାକୁଡି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ କେବଳ ଯୋଗ ହିଁ ଆପଣଙ୍କୁ ସାହାଯ୍ୟ କରିପାରିବ।
ଧୂମପାନ କରିବା କିମ୍ବା ସିଗାରେଟ୍ ପିଇବା ଆମ ସମସ୍ତଙ୍କ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ସିଗାରେଟ୍ ଧୂଆଁ ଧୀରେ ଧୀରେ ସମଗ୍ର ଶରୀରକୁ ବିଷ ପରି କ୍ଷତି ପହଞ୍ଚାଏ ।
ମୋବାଇଲ୍ ଫୋନ୍ ଆମ ଜୀବନକୁ ଅଧିକ ସହଜ କରିଛି ସତ, କିନ୍ତୁ ଏହା ମଧ୍ୟ ଅନେକ ବିପଦକୁ ଟାଣି ଆଣିଛି। ଏହା ଦ୍ୱାରା ସୃଷ୍ଟି ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ବିଶେଷଜ୍ଞମାନେ ମଧ୍ୟ ସଚେତନ କରୁଛନ୍ତି।
ଗତ କିଛି ବର୍ଷ ହେବ ଆପଣ ଅନେକଙ୍କ ଠାରୁ ପରାମର୍ଶ ପାଇଥିବେ ଯେ ପାରାବେନ୍-ଫ୍ରି ସ୍ୟାମ୍ପୁ, ବଡି-ଓ୍ବାସ୍ କିମ୍ବା ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ପାଇଁ। ହେଲେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଏ ‘ପାରାବେନ୍’ କ’ଣ ଓ କାହିଁକି ବ୍ୟବହାର ହୁଏ ବିଭିନ୍ନ ନିତ୍ୟ ବ୍ୟବହୃତ ସାମଗ୍ରୀରେ ଏବଂ ପାରାବେନ୍-ଫ୍ରି ସାମଗ୍ରୀ ବ୍ୟବହାର ପାଇଁ କାହିଁକି ପରାମର୍ଶ ଦିଆଯାଏ?
ବଜାରରେ ତିନି ପ୍ରକାରର ମାଠିଆ ଦେଖାଯାଏ। କଳା, ନାଲି ଓ ଧଳା ରଙ୍ଗର ମାଠିଆ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳେ। ତେବେ କେଉଁ ମାଠିଆ କିଣିବା ଉଚିତ? ଅନେକ ଲୋକ ଏହି ପ୍ରଶ୍ନର ଉତ୍ତର ଜାଣନ୍ତି ନାହିଁ। ଆସନ୍ତୁ ଏହାକୁ ନେଇ ଡାଏଟିସିଆନ୍ କ’ଣ କୁହନ୍ତି ଜାଣିବା।
ଖୁସି ଓ ଦୁଃଖ ହେବା ପଛରେ ଆମ ଶରୀରରେ ଅନେକ ହରମୋନ୍ ଦାୟୀ। ଖୁସି ହେବା ପାଇଁ, ଆମ ଶରୀରରେ ଖୁସି ହରମୋନର ସ୍ତର ସଠିକ୍ ରହିବା ଜରୁରୀ। ତେବେ ଆସନ୍ତୁ କିପରି ଖୁସି ହରମୋନ୍କୁ ବୃଦ୍ଧି କରାଯାଇପାରିବ ସେ ବିଷୟରେ ଜାଣିବା।
ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଏଥୁରୁ କେତେକାଂଶରେ ଉପଶମ ପାଇବାକୁ ହେଲେ ତାହାର ଉପାୟ ହାତ ପାହାନ୍ତାରେ ରହିଛି ।
ଭାରତର ଚତୁର୍ଥ ବଡ଼ କମ୍ପାନୀ ମ୍ୟାନକାଇଣ୍ଡ ଫାର୍ମା ଏହି ଔଷଧକୁ ଦଶ ଭାଗରୁ ଭାଗେ ମୂଲ୍ୟରେ ବିକ୍ରି କରିବା ପାଇଁ ଯୋଜନା ଆରମ୍ଭ କରିଛି । ମ୍ୟାନକାଇଣ୍ଡ ଫାର୍ମାର ଉପାଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ରାଜୀବ ଜୁନୈଜା କହିଛନ୍ତି, ୧୦ଏମଜିର ଟାବଲେଟ ବର୍ତ୍ତମାନ ୫.୪୯ ଓ ୨୫ଏମଜିର ଟାବଲେଟ ୯.୯୦ରେ ଉପଲବ୍ଧ ହେବ । ଏବେ ରୋଗୀଙ୍କ ପାଖରେ ପେଯରି ଔଷଧ ପହଞ୍ଚିବାରେ କୌଣସି ବାଧା ସୃଷ୍ଟିହେବ ନାହିଁ,ସେଥିପ୍ରତି ଅଧିକ ଧ୍ୟାନ ଦିଆଯିବ ।
ଗଜା ମୁଗ ଏକ ସମ୍ପୂର୍ଣ୍ଣ ପୁଷ୍ଟିକର ତତ୍ତ୍ଵରେ ଭରପୁର ସୁପରଫୁଡ୍ । ଯାହା ଆପଣଙ୍କ ଶରୀରକୁ ପ୍ରଚୁର ଶକ୍ତି, ପୁଷ୍ଟିସାର ପ୍ରଦାନ କରିଥାଏ । ଗଜା ମୁଗରେ ରହିଥିବା ଫାଇବର ଆପଣଙ୍କ ପାଚନ ତନ୍ତ୍ରକୁ ଶକ୍ତିଶାଳୀ କରିଥାଏ । ଏହା ଅନ୍ତନଳୀକୁ ସୁସ୍ଥ ରଖେ, କୋଷ୍ଠକାଠିନ୍ୟ ଦୂର କରେ, ପେଟକୁ ହାଲୁକା ଏବଂ ଆରାମଦାୟକ ରଖିଥାଏ ।
୪୫ ବର୍ଷୀୟ ଶ୍ରୁତି ଏମିତି ଘଣ୍ଟାଘଣ୍ଟା ଧରି ଲାପଟପ ଏବଂ ମୋବାଇଲରେ କାମ କରନ୍ତି । ହେଲେ ତାଙ୍କୁ ଜଣା ନ ଥିଲା ଯେ ନିର୍ଦ୍ଧିଷ୍ଟ ସମୟାନ୍ତରରେ ଉଷୁମ ପାଣିରେ ଆଖି ଧୋଇବା, ଅତିକମରେ୨୦ ସେକେଣ୍ଡ ଆଖ୍ ପତା ବ୍ଲିଙ୍କ କରିବା ଆଖି ପାଇଁ କେତେ ଜରୁରୀ । ଏସବୁ ନ କରିବା କାରଣରୁ ଆଇ ଡ୍ରପ ପକାଇବା ସତ୍ତ୍ୱେ ତାଙ୍କର ଆଖିର ଯନ୍ତ୍ରଣା ବଢିବାକୁ ଲାଗିଲା । ପରୀକ୍ଷା କରିବା ପରେ ଜଣାପଡ଼ିଲା ତାଙ୍କର ଆଖି ‘ଡ୍ରାଏ ଆଇ ଡିଜିଜ’ ବା DED ରୋଗରେ ଆକ୍ରାନ୍ତ ।
ଆଖୁ ହେଉଛି ପ୍ରାକୃତିକ ଶର୍କରାର ଉତ୍ସ। ଏହା ଯକୃତ କାର୍ଯ୍ୟକାରିତା ବଢ଼ାଇବା ସହ ପାଟିର ଗନ୍ଧ କମ୍ କରି ଦାନ୍ତ କ୍ଷୟ ହେବା କମାଏ। ଖରାଦିନେ ଆଖୁରସରୁ ଏକ ଗ୍ଲାସ୍ ପିଇବା ଦ୍ୱାରା ତ୍ୱରିତ ଶକ୍ତି ବା ଇନଷ୍ଟାଣ୍ଟ ଏନର୍ଜି ମିଳେ। ଏଥିରେ ଥିବା ପଲିଫେନଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଆଦି ପୋଷକ ଏହାକୁ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ପାଇଁ ଅନୁକୂଳ କରିଥାଏ। ଏହା ପ୍ରାକୃତିକ ଶର୍କରା ହୋଇଥିବାରୁ ଡାଇବେଟିସ୍ ଥିବା ବ୍ୟକ୍ତି ମଧ୍ୟ ଅଳ୍ପ ପରିମାଣରେ ଏହାକୁ ପିଇ ପାରିବେ।
ବେଳେବେଳେ ବସିବା ସ୍ଥାନରୁ ହଠାତ୍ ଉଠିପଡିବା ମାତ୍ରେ ମୁଣ୍ଡ ବୁଲାଇଦିଏ । ଆପଣ ବି କେବେ ଏପରି ଅନୁଭବ କରିଛନ୍ତି ? ଅଧିକାଂଶ ଲୋକେ ଏହାକୁ ସାଧାରଣ ଭାବି ଅଣଦେଖା କରନ୍ତି । ମାତ୍ର ଏପରି ମୁଣ୍ଡ ବୁଲାଇବା କିଛି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ବି ହୋଇପାରେ । ଜାଣନ୍ତୁ କାହିଁକି ବେଳେବେଳେ ଛିଡା ହେବା ପରେ ମୁଣ୍ଡ ବୁଲାଏ ।
ଆପଣ ଖାଉଥିବା ମେଡିସିନ୍ ଅସଲି ତ ? ନହେଲେ ରୋଗ ଭଲ ହେବା ବଦଳରେ ବଢ଼ି ଯାଇପାରେ। କାହିଁକି ନା ଓଡ଼ିଶାରେ ବି କାୟା ବିସ୍ତାର କରିଛି ନକଲି ମେଡିସିନର ସାମ୍ରାଜ୍ୟ। ଆଗରୁ ଅଭିଯୋଗ ଆସିଥିବା ବେଳେ ଆଜି ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଆଖି ତରାଟି ଦେଲା ଭଳି ତଥ୍ୟ ହେଲା, ୩ ବର୍ଷରେ ୧୦୩ଟି ନିମ୍ନମାନର ମେଡିସିନ୍ ଚିହ୍ନଟ ହୋଇଛି।
ସମସ୍ତଙ୍କ ପାଇଁ ଚିଆ ସିଡ୍ସ ଉପକାରୀ ନୁହେଁ। ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ। ତେଣୁ କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ...
ଖରାଦିନ ଆସିଲା ମାନେ ସବୁ ସ୍କୁଲ ଛୁଆଙ୍କ ମନ ଖୁସି ହୋଇଯାଏ। ସକାଳୁଆ ଅଧା ଦିନ ସ୍କୁଲ ସାଙ୍ଗକୁ ଲମ୍ବା ଦିନ, ଖେଳିବା ପାଇଁ ଅଧିକ ସମୟ ମିଳିଯାଏ। କିନ୍ତୁ ଖରା, ତାତି ସାଙ୍ଗକୁ ଅଧିକ ସମୟ ଖେଳାଖେଳି କରିବା ଅନେକ ସମୟରେ କିଶୋର ମାନଙ୍କ ଠାରେ ଡିହାଇଡ୍ରେସନ୍ ର କାରଣ ହୋଇଥାଏ। ଯଦିଓ ସାଧାରଣ ଡିହାଇଡ୍ରେସନ୍ ଘରେ ମ୍ୟାନେଜ୍ ହୋଇଯାଏ କିନ୍ତୁ ଅତ୍ୟଧିକ ଡିହାଇଡ୍ରେସନ୍ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିପାରେ।
ଅମୃତଭଣ୍ଡା ବେଶ୍ ସ୍ୱାସ୍ଥ୍ୟକର ପରିବା ଭାବେ ପରିଚିତ । କିନ୍ତୁ, ଏହା କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆସନ୍ତୁ ଜାଣିବା ଏହା କେଉଁ ମାନଙ୍କ ପାଇଁ କ୍ଷତିକାରକ।