• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Sambalpur

sambalpur
University Discipline Action: ବିଶୃଙ୍ଖଳିତ ଆଚରଣ: ଭିସୁଟର ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଫାଇନ ଟଙ୍କା ମେ’ ମାସ ୯ ତାରିଖ ସୁଦ୍ଧା ନ ଦେଲେ ଦିନକୁ ୧୦୦ ଟଙ୍କା ହିସାବ ରେ ଅତିରିକ୍ତ ଟଙ୍କା ଦେବାକୁ ପଡିବବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

CMO
Sambalpur CM Public Meeting: ସମ୍ବଲପୁରରେ ଅଭିଯୋଗ ଶୁଣିଲେ ମଖ୍ୟମନ୍ତ୍ରୀ ;ସମାଧାନ ପାଇଁ ଲୋକଙ୍କୁ ଦେଲେ ପ୍ରତିଶ୍ରୁତି

ଗତକାଲିଠୁ ସମ୍ବଲପୁରରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ଗାପାଲି ସ୍ଥିତ ସମ୍ବଲପୁର ମହାନଗର ନିଗମ ଅଫିସରେ ସକାଳ ୮ଟାରୁ ଆରମ୍ଭ ହେବ ଜନ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୋର୍ଟାଲରେ ଆଜି ପାଇଁ ହଜାରେ ଲୋକେ ନିଜ ଅଭିଯୋଗ ଦାଏର କରିଛନ୍ତି।

ଇଛା ଶକ୍ତି ଆଗରେ ହାର ମାନିଛି ବୟସ ।
MBA Degree At The Age Of 84: ୮୪ ବର୍ଷ ବୟସରେ ଏମବିଏ ଡ଼ିଗ୍ରୀ..., ପାଠପଢ଼ା ନିଶା ଆଗରେ ହାର ମାନିଲା ବୟସ

ଦିଲ୍ଲୀର ଅବସରପ୍ରାପ୍ତ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଗିରୀଶ ମୋହନ ଗୁପ୍ତା ସମ୍ୱଲପୁର IIM ସମାବର୍ତ୍ତନ ଉତ୍ସବରେ ବିଜନେସ୍ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଆଗକୁ ମଧ୍ୟ ପିଏଚଡି କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ହୀରାକୁଦରେ ସବୁଠୁ ବଡ଼ ସେତୁ
Hirakud Bridge Project: ହୀରାକୁଦ ଡ୍ୟାମ ଉପରେ ହେବ ରାଜ୍ୟର ସବୁଠୁ ବଡ଼ ସେତୁ, ଯୋଡ଼ିବ ସଂପର୍କ...କମିବ ଦୂରତା

ଯୋଡିବ ସମ୍ପର୍କ, କମିବ ଦୂରତା, ହେବ ଆର୍ଥିକ ବିକାଶ । ସୁପ୍ତ ପ୍ରାୟ ସାମାଜିକ ସମ୍ପର୍କକୁ ପୁଣି ସୁଦୃଢ଼ କରିବ ସମ୍ପର୍କର ସେତୁ । ଦୀର୍ଘ ୬ ଦଶନ୍ଧି ପରେ ପଶ୍ଚିମ ଓଡ଼ିଶାର ଲାଇଫ୍ ଲାଇନ ପାଲଟିବାକୁ ଯାଉଛି ହୀରାକୁଦ ଡ୍ୟାମ ଉପରେ ନିର୍ମାଣ ହେବାକୁ ଯାଉଥିବା ଓଡ଼ିଶାର ସବୁଠୁ ଦୀର୍ଘତମ ସେତୁ ।

ସମ୍ବଲପୁରରେ ଏନକାଉଣ୍ଟର
Sambalpur Police Encounter: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

ଗୋବିନ୍ଦପୁର ଥାନାର ଏକ ମାମଲାରେ ପୋଲିସ୍ ସୀତାରାମକୁ ରଙ୍ଗିଆଟିକ୍ରାରେ ଗିରଫ କରିବାକୁ ଯାଉଥିବା ବେଳେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବ ଦେଇଥିଲା ପୋଲିସ୍ ।

VSSUT Student
VSSUT Student Drowns to death: ହୀରାକୁଦ ଡ୍ୟାମରେ ବୁଡ଼ିଗଲେ ଭିସୁଟ୍‌ ଛାତ୍ରୀ

ହୀରାକୁଦ ଡ୍ୟାମରେ ବୁଡି ଚାଲିଗଲା ଆଉ ଜଣେ ଭିସୁଟ୍‌ ଛାତ୍ରୀଙ୍କ ଜୀବନ । ସାଙ୍ଗମାନଙ୍କ ସହ ମିଶି ଭୋଜି କରିବାକୁ ଯାଇଥିବାବେଳେ ବୁଡିଗଲେ । ପଢନ୍ତୁ ପୁରା ଖବର

ଗ୍ରାହକ ସେବା କେନ୍ଦ୍ର ଖୋଲି, ସାରା ଗାଁ ଲୁଟିଦେଲା
Special Story: ଗ୍ରାହକ ସେବା କେନ୍ଦ୍ରରେ ଜମାକାରୀଙ୍କ ଟଙ୍କା ହଡ଼ପ

ହିତାଧିକାରୀଙ୍କ ଅଜାଣତରେ ଗାୟବ ହୋଇଯାଇଛି ହଜାର ହଜାର ଟଙ୍କା। ଏନେଇ ସେମାନେ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀଙ୍କୁ ପଚାରିଥିବା ବେଳେ, ନିଜେ ଟଙ୍କା ଉଠାଇ ନେଇଥିବା କଥା ସେ ସ୍ୱୀକାର କରିଥିଲେ।

BJP MLA Jayanarayan Mishra
BJP MLA Jayanarayan Mishra: କ୍ଷୋଭ ଝାଡ଼ିଲେ ଜୟନାରାୟଣ; କହିଲେ 'ମୋର ଯୋଗ୍ୟତା ନାହିଁ'

ବୈଠକରେ କ'ଣ ଆଲୋଚନା କରାଗଲା ସେ ନେଇ ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । ତେବେ ଏହାର ଉତ୍ତରରେ ଜୟନାରାୟଣ କହିଥିଲେ, 'ଏହି ପ୍ରଶ୍ନ ବଡ଼ ବଡ଼ ନେତାମାନଙ୍କୁ ପଚାରନ୍ତୁ, ଛୋଟକାଟିଆଙ୍କୁ ଏଥିରେ କାହିଁକି ପଶାଉଛନ୍ତି ।' ଜୟନାରାୟଣଙ୍କ ଭଳି ବରିଷ୍ଠ ନେତା କାହିଁକି ମଞ୍ଚରେ ବସିଲେ ନାହିଁ, ସେ ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

Murder
Shocking News: ରକ୍ତରେ ଭିଜିଲା ହୋଲି, ଛୁରୀ ଭୁସି ୨ ଯୁବକଙ୍କୁ ହତ୍ୟା

ରଙ୍ଗର ପର୍ବରେ ରକ୍ତର ହୋଲି । ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇ ଜଣ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା । ହୋଲି ଖେଳ ଭିତରେ ଗଡିଲା ପୁଣି ଦୁଇଟି ମୁଣ୍ଡ ।

cattle smugglers racket
Cattle Smuggling: ଗୋରୁ ବୋଝେଇ ଟ୍ରକ ନେଇ ଖସିଯାଉଥିଲେ ପଶ୍ଚିମବଙ୍ଗ, ସିନେମା ଷ୍ଟାଇଲରେ ହେଲା ଏନକାଉଣ୍ଟର

ସମ୍ବଲପୁରରେ ପୋଲିସ ଏବଂ ଗୋଚାଲାଣକାରୀଙ୍କ ମଧ୍ୟରେ ଏନକାଉଣ୍ଟର । ଓଡ଼ିଶାରୁ ଗୋରୁ ବୋଝେଇ ଟ୍ରକ ନେଇ ପଶ୍ଚିମବଙ୍ଗକୁ ଯାଉଥିଲେ । ସମ୍ବଲପୁରଠାରେ ସିନେମା ଷ୍ଟାଇଲରେ ଏନକାଉଣ୍ଟର କଲା ପୋଲିସ । ଦୁଇ ଗୋରୁ ମାଫିଆ ଆହତ ।

Heat Wave In Odisha
Heat Wave In Odisha: କଲବଲ କରିବ, ନିଆଁବର୍ଷା ହେବ; ପ୍ରଚଣ୍ଡ ରୌଦ୍ରତାପ ନେଇ ସତର୍କ କରାଇଲା SRCଙ୍କ ଅଫିସ୍...

ଆଜି ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ। ଆସନ୍ତାକାଲି ପ୍ରାୟ ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି।

Encounter
Police Encounter: ଗୋ ଚାଲାଣକାରୀଙ୍କୁ ଏନ୍‌କାଉଣ୍ଟର; ଗୋଡ଼ରେ ବାଜିଛି ଗୁଳି

ଆଜି ଭୋର ସମୟରେ ଏକ ଟ୍ରକ୍‌ରେ ୩୦ଟି ଗୋରୁଙ୍କୁ ଏକ ଟ୍ରକ୍‌ରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା। ଏହି ସମୟରେ ଗୋରୁ ଚାଲାଣକାରୀ ମାନେ କାର୍‌ ଯୋଗେ ଟ୍ରକ୍‌ଟିକୁ ଏସ୍କଟ ଦେଇ ଯାଉଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସିଟି ଷ୍ଟେସନ ନିକଟରେ ଛକି ରହିଥିଲା।

BJP Says, Remark Personal
Jaynarayan Remark Row: ବିଜେପି କହିଲା ଜୟନାରାୟଣଙ୍କ ମନ୍ତବ୍ୟ ବ୍ୟକ୍ତିଗତ, କଟାକ୍ଷ କଲେ ବିଜେଡି ଓ କଂଗ୍ରେସ

ଏହା ବିଜେପିର ମତ ନୁହେଁ, ଜୟନାରାୟଣଙ୍କ ବ୍ୟକ୍ତିଗତ ମତ । ଦଳର କୌଣସି ଫୋରମରେ ଏ ସଂପର୍କରେ ଆଲୋଚନା ହୋଇନାହିଁ । ଆମେ ସମଗ୍ର ଓଡ଼ିଶାକୁ ଏକ କରୁଛୁ । ଉତ୍କଳ ଓ କୋଶଳ ଦୁଇଟିଯାକ ଆମପାଇଁ ସମାନ ଗୁରୁତ୍ୱ ବହନ କରୁଛି । ଉତ୍କଳ ଭିତରେ କୋଶଳ ଅଛି ।

Sambalpur Road Accident
Road Accident: ଅଧାବାଟରେ ଓଲଟିଲା ବରଯାତ୍ରୀ ଭ୍ୟାନ, ୨୫ ଆହତ

ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଭ୍ୟାନ । ଦୁଇ ଶିଶୁଙ୍କ ସମେତ ୨୫ ଜଣ ଆହତ । ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଧଳପୁର ବୁଲାଣି ନିକଟରେ ଏହି ଦୁର୍ଘଟଣା ହୋଇଛି ।

police
Police Encounter: ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି

ମହେଶ ପୁଲିସକୁ ଦେଖି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଓ ଏଥିସହ ପୁଲିସ ଉପରକୁ ଗୁଳି କରିଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ମହେଶର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

Sambalpur Sister-in-law
Liver Donated: ମୃତ୍ୟୁ ଆଗରେ ହାର ମାନିଲା ବଡ଼ଯାଆଙ୍କ ଲିଭରଦାନ, ହସ୍ପିଟାଲ ବେଡ୍‌ରେ ଆଖିବୁଜିଲେ ସାନଯାଆ

ସାନ ଯାଆଙ୍କ ଜୀବନ ବଞ୍ଚାଇବାକୁ ନିଜର ଲିଭର ଦାନ କରି ଚର୍ଚ୍ଚାକୁ ଆସିଥିଲେ ବଡ ଯାଆ । ହେଲେ ଏତେ ବଡ ତ୍ୟାଗ ସତ୍ତ୍ୱେ ବଞ୍ଚି ପାରିଲାନି ସାନ ଯାଆଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲେ ବେଡ୍‌ରେ ଆଖି ବୁଜିଲେ ସମ୍ବଲପୁରର ବହୁଚର୍ଚ୍ଚିତ ସାନ ଯାଆ ଉମାକାନ୍ତି ପ୍ରଧାନ ।

Student
Sambalpur: ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଛାତ୍ରୀ; ତା’ପରେ...

ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ ପିଜି ଶେଷ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ଣରେ ଛାତ୍ରୀ ଜଣଙ୍କ ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ  ପଡ଼ିଥିବା ଦେଖିବାକୁ ମିଳିଥିଲା।

Money Loot In Sambalpur
Major Scam: ରାତାରାତି କୋଟିପତି ହେବା ନିଶାରେ ସର୍ବସ୍ୱାନ୍ତ ହେଲେ ଜମାକାରୀ; ଠକିନେଲେ କୋଟି କୋଟି ଟଙ୍କା

ଲୋଭ ହେଲା କାଳ । ରାତାରାତି କୋଟିପତି ହେବାର ନିଶା ଲୋକଙ୍କୁ ସର୍ବସ୍ୱାନ୍ତ କରିଦେଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ସୁଧ ଲୋଭରେ ଠକେଇର ଶିକାର ହୋଇଛନ୍ତି ଶତାଧିକ ଲୋକେ ।

Amazon Order
Amazon Online Order: ଅନଲାଇନ୍‌ରେ ମଗାଇଥିଲେ ଲାପଟପ୍ ଆସିଲା ମାର୍ବଲ ପଥର ଖଣ୍ଡ

ଅନଲାଇନ୍‌ରେ ଲାପଟପ୍ ଅର୍ଡର କରିଥିବା ସମ୍ବଲପୁରର ଜଣେ ଗ୍ରାହକଙ୍କ ପାଖରେ ପହଁଚିଛି ମାର୍ବଲ ପଥର ଖଣ୍ଡ । ଅନଲାଇନ୍ ସଂସ୍ଥାଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି ।

ଅନଲାଇନରେ ଠକେଇ
Online Shopping: ଅନଲାଇନରେ ମଗାଇ ଫସିଗଲେ ଡାକ୍ତର, ଲାପଟପ୍ ବଦଳରେ ଆସିଲା ଖଣ୍ଡେ ମାର୍ବଲ

ଆପଣ ଅନଲାଇନରେ ଜିନିଷ ମଗାଉଛନ୍ତି କି ? ଯଦି ମଗାଉଛନ୍ତି, ହୋଇଯାଆନ୍ତୁ ସାବଧାନ । କାରଣ ବେଳେ ବେଳେ ମଗାଇଥିବା ଜିନିଷ ଆସୁନାହିଁ, ତା ବଦଳରେ ଆସୁଛି ଆଉ କିଛି । ପଢ଼ନ୍ତୁ ଏହି ଖବର ।

VIMSAR Hospital
Burla Vimsar Hospital: କଟିଗଲା ଲାଇଟ୍; ମୋବାଇଲ ଲାଇଟରେ ଦିଆଗଲା କେମୋ

ବିଦ୍ୟୁତ କାଟ ହେଲେ ବିକଳ୍ପ ବ୍ୟବସ୍ଥା ଭାବେ ଜେନେରେଟର ଥିଲେ ମଧ୍ୟ ତାହା ବ୍ୟବହାର କରାଯାଇ ନ ଥିଲା। ହସ୍ପିଟାଲର ବିଦ୍ୟୁତ ବ୍ୟବସ୍ଥା ପରିଚାଳନା ଓ ରକ୍ଷଣା ବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ମଧ୍ୟ ଦାୟିତ୍ୱହୀନତାରୁ ଏଭଳି ଅଘଟଣ ଘଟିଛି ବୋଲି ଅଭିଯୋଗ ହୋଇଛି।

Oxygen
Oxygen Cylinder: ସ୍ବାସ୍ଥ୍ୟ ବିଭାଗର ବେପରୁଆ ବ୍ୟବସ୍ଥା, ପରିତ୍ୟକ୍ତ ଅବସ୍ଥାରେ ପଡିଛି ୩୦୦ ଅକ୍ସିଜେନ ସିଲିଣ୍ଡର

କୋଭିହ ମହାମାରୀ ସମୟରେ ଏହି ସବୁ ସିଲିଣ୍ଡର ଗୁଡିକ ଆସିଥିଲା। ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଓ ଅନ୍ୟ ସଂସ୍ଥା ପକ୍ଷରୁ ଯୋଗା ଯାଇଥିଲା ଏହି ସିଲିଣ୍ଡର ଗୁଡିକ। ହେଲେ ତାପରେ ଅଦରକାରୀ ହୋଇ ପଡିରହିଛି। ନା ଉପଯୋଗ ହୋଇପାରିଲା, ନା ଫେରାଇ ଦିଆଗଲା।

Burla Ragging
VIMSAR Ragging: ବୁର୍ଲା ଭୀମସାର ଡାକ୍ତରୀ ଛାତ୍ରଙ୍କୁ ରାଗିଂ, ଅଭିଯୋଗ ପରେ ତନାଘନା

ସୂଚନା ଅନୁଯାୟୀ, ଗତ ୭ ତାରିଖରେ ରାଗିଂ ନେଇ ଅଭିଯୋଗ ହୋଇଥିଲା। ଦ୍ଵିତୀୟ ବର୍ଷର ଜଣେ ଛାତ୍ରଙ୍କ ରୁମ୍‌କୁ କିଛି ସିନିୟର୍ ପଶି ଆସିଥିଲେ। ଏହାପରେ ଜୁନିୟର ଛାତ୍ରଙ୍କୁ ଧକା ମାରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିଲେ। ଏନେଇ ଛାତ୍ର ଜଣଙ୍କ ତାଙ୍କ ମା'ଙ୍କୁ ଜଣାଇଥିଲେ ।

History of Joranda Gadi & Mela of Dhenkanal
Joranda Mela: ଶୂନ୍ୟ ମନ୍ଦିରେ ବିହାର, ରୂପ ରେଖ ନାହିଁ ଯା’ର..

ଯୋରନ୍ଦାର ପ୍ରଧାନ ଆକର୍ଷଣ ହେଉଛି ଗାଦି ମନ୍ଦିର। ଗାଦି ମନ୍ଦିର ୬ ଏକର ଜାଗାରେ ଅବସ୍ଥିତ। ଏହାର ଉଚ୍ଚତା ୨୯ ମିଟର। ମହିମା ଧର୍ମର ପ୍ରବର୍ତ୍ତକ ‘ମହିମା ଗୋସାଇଁ’ଙ୍କ ତିରୋଧାନ ପରେ ଏହାର ନିର୍ମାଣ କରାଯାଇଥିଲା। ଆସନ୍ତୁ ଜାଣିବା ଜୋରନ୍ଦା ଗାଦି ଓ ମେଳା ସଂପର୍କରେ ସବିଶେଷ ତଥ୍ୟ।

Sambalpur
Liver Donation in Sambalpur: ହସି ହସି ନିଜ ଯକୃତ ଦାନ କରିଦେଲେ ବଡ଼ ଜାଆ

ଦିଅରର ସଂସାର ବଞ୍ଚାଇବାକୁ ଯକୃତ ଦାନ କଲେ ଭାଉଜ। ଜାଆକୁ ହସି ହସି ଦେଇ ଦେଲେ 'ଜିଗର୍ କା ଟୁକଡ଼ା'। ଲିଭର ଦାନ କରିଥିବା ପ୍ରତିମା ପ୍ରଧାନ କହିଛନ୍ତି, ସିଏ ମୋ ସାନଜାଆ ନୁହେଁ... ମୋ ସାନଭଉଣୀ। ମୋ ଝିଅ...। ଶାଶୁ ମଲା ପରେ ମୁଁ ପରା ଘରର ବଡ଼ ବୋହୂ ବୋଲି ପ୍ରତିମା ପ୍ରଧାନ କହିଛନ୍ତି।