ଦୁଇଟି କାର୍ ମଧ୍ୟରେ ହେଲା ଧକ୍କା । ପଛ କାରରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର । ଆଗ କାରରେ ଥିଲେ ବରିଷ୍ଠ ରାଜନେତା । ପଛ କାର୍ ଧକ୍କା ଦେଲା ଆଗ କାରକୁ । ଦୁଇ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
୬ ଦିନ ହେଲା ଅନୁଗୁଳ ଜିଲ୍ଲା ବତିସୁଆଁର ଶ୍ରୀରାମପୁର ଗାଁର ଲୋକଙ୍କୁ ଟିଙ୍କ ସମସ୍ୟା ନୟାନ୍ତ କଲାଣି । ଔଷଧ ସିଞ୍ଚନ ପରେ ଟିଙ୍କ ସଂଖ୍ୟା କମିବ କଣ ବଢି ବଢି ଚାଲିଛି । ଲୋକେ ଶାନ୍ତିରେ ଖାଇପିଇ କି ବସିଉଠି ପାରୁନାହାନ୍ତି ।
ଗ୍ରାମବାସୀଙ୍କୁ ଘାରିଛି ଟିଙ୍କ ଭୟ । ସନ୍ଧ୍ୟା ହେଲେ ଆସି ରକ୍ତ ଶୋଷି ନେଉଛନ୍ତି ଶହ ଶହ ଟିଙ୍କ । ପତରିଆ ଟିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆତଙ୍କିତ ଶ୍ରୀରାମପୁର ଗ୍ରାମବାସୀ ।
ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ଜଣା ପଡିଯାଇଥିଲା ସ୍ଵର୍ଣପ୍ରିୟାଙ୍କ ପ୍ରତିଭା । ଈଶ୍ୱର ଦତ୍ତ ପ୍ରତିଭାରେ ଭରପୂର ସେ । ଭଲ ପାଠପଢା ସହ କରିକୁଲାର ଆକ୍ଟିଭିଟିରେ ନିପୁଣା ମଧ୍ୟ ସ୍ଵର୍ଣପ୍ରିୟା। ସଫଳତା ପରେ ସବୁଠି ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ ।
ଗତକାଲି ରାତି ପ୍ରାୟ ୩ଟା ୪୫ ମିନିଟ ସମୟରେ କାରଟି ଅନୁଗୋଳରୁ କଳମଛୁଇଁ ଅଭିମୁଖେ ଯାଉଥିଲା। ଏହି ସମୟରେ କାର୍ର ବେଗ ସ୍ପିଡ୍ ଥିଲା। କୁଇଓ ନିକଟରେ କାର୍ଟି ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଯାଇଥିଲା।
ଗତକାଲି କ୍ଷୀରୋଦକୁ ଧରିବା ପାଇଁ ଅନୁଗୁଳ ଟାଉନ୍ ଥାନା ଓ ସ୍ପେଶାଲ ସ୍କ୍ୱାଡର ସହାୟତା ଲୋଡିଥିଲା ଛେଣ୍ଡିପଦା ପୋଲିସ । ପୋଲିସକୁ ଦେଖି କ୍ଷୀରୋଦ ଅନୁଗୁଳ ଟାଉନ୍ ଥାନା ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ପଶିଯାଇଥିଲା ।
ତାଳଚେର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଦୌଡି ପଳାଉଥିଲା । ତେବେ ପୋଲିସ ପିଛା କରିବା ବେଳେ ଝାମୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଝାମୁ ଉପରକୁ ପାଲଟା ଗୁଳି ଚଳାଇଥିଲା ପୋଲିସ୍ । ଝାମୁର ବାମ ଗୋଡ଼ରେ ଗୁଳି ବାଜିଥିଲା ।
ଅନୁଗୋଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି। ହେଲେ ଗତ ୧୨ ତାରିଖ ଦିନ ଗୁରଙ୍ଗ ଗାଁରେ ଏକ ହାତୀ ଛୁଆ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଖୁସିହୋଇ ହାତୀ ଛୁଆର ଏକୋଇଶିଆ ପାଳନ କରିଥିଲେ।
ଏହା ବିଜେପିର ମତ ନୁହେଁ, ଜୟନାରାୟଣଙ୍କ ବ୍ୟକ୍ତିଗତ ମତ । ଦଳର କୌଣସି ଫୋରମରେ ଏ ସଂପର୍କରେ ଆଲୋଚନା ହୋଇନାହିଁ । ଆମେ ସମଗ୍ର ଓଡ଼ିଶାକୁ ଏକ କରୁଛୁ । ଉତ୍କଳ ଓ କୋଶଳ ଦୁଇଟିଯାକ ଆମପାଇଁ ସମାନ ଗୁରୁତ୍ୱ ବହନ କରୁଛି । ଉତ୍କଳ ଭିତରେ କୋଶଳ ଅଛି ।
ଭିନ୍ନ ଜାତିରେ ବିବାହ କଲେ ବୋଲି ମରଶରୀରକୁ କାନ୍ଧ ଦେଲେନି ଜାତି ଭାଇ । ଶେଷରେ ସ୍ୱାମୀର ମୃତଦେହକୁ ଝିଅ ସହ ଖଟିଆରେ ବୋହି ଅନ୍ତିମ ସତ୍କାର କଲେ ପତ୍ନୀ ।
ମହିଳାଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଉଦ୍ଧାର ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ପେଟରୁ ଅନ୍ତ ବୁଜୁଳା କାଢି ମୁହଁକୁ ପଥରରେ ଛେଚା ଯାଇଥିଲା । ପଢନ୍ତୁ ପୁରା ଖବର
ଆଗକୁ ଆସୁଛି ମହାଶିବରାତ୍ରୀ। ଉତ୍ସବମୁଖର ହୋଇପଡ଼ିବ ଶୈବପୀଠ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ମହାଶିବରାତ୍ରୀ। ପୁରାଣରେ ଏହାକୁ ନେଇ ଅନେକ କୌତୂହଳୀ କାହାଣୀ ରହିଛି। ମାତା ପାର୍ବତୀ ଜାଣିବାକୁ ଚାହିଁଥିଲେ, ଅଜାଣତରେ ଯଦି ଜଣେ ଶିବରାତ୍ରୀର ନୀତି କରିଥାଏ ତାହେଲେ ସେ ମଧ୍ୟ ପ୍ରଭୁଙ୍କ କୃପା ଲାଭ କରିଥାଏ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ।
ଗତକାଲି ରାତିରେ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ନାବାଳକଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା।
ଯୋରନ୍ଦାର ପ୍ରଧାନ ଆକର୍ଷଣ ହେଉଛି ଗାଦି ମନ୍ଦିର। ଗାଦି ମନ୍ଦିର ୬ ଏକର ଜାଗାରେ ଅବସ୍ଥିତ। ଏହାର ଉଚ୍ଚତା ୨୯ ମିଟର। ମହିମା ଧର୍ମର ପ୍ରବର୍ତ୍ତକ ‘ମହିମା ଗୋସାଇଁ’ଙ୍କ ତିରୋଧାନ ପରେ ଏହାର ନିର୍ମାଣ କରାଯାଇଥିଲା। ଆସନ୍ତୁ ଜାଣିବା ଜୋରନ୍ଦା ଗାଦି ଓ ମେଳା ସଂପର୍କରେ ସବିଶେଷ ତଥ୍ୟ।
ଗାଁକୁ ପକ୍କା ରାସ୍ତାଟି ନଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଦେହ ଖରାପ ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରେ ନି। ରୋଗୀଙ୍କୁ ଭାରରେ ବୋହି ନେବାକୁ ପଡେ। ପାନୀୟ ଜଳ ସମସ୍ୟା ନ କହିବା ଭଲ। ଗାଁର ଗୋଟିଏ ନଳକୂଅ ଉପରେ ନିର୍ଭର କରନ୍ତି ୫୦ରୁ ଅଧିକ ପରିବାର ।
ହଠାତ୍ ରାଜନୀତିକୁ ଆସି ହିଇଚଇ କରିଦେଇଥିବା ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେଲାପରେ ସେ ସନ୍ୟାସିନୀ ବେଶ ଧାରଣ କରିଛନ୍ତି। ମୁଣ୍ଡରୁ ବାଳ କାଟି ସେ ଜୀବନର ଗୁଢ଼ତତ୍ୱ ଖୋଜିବେ ବୋଲି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା କାହାଣୀ...
କ୍ରୋଧୀ ଶନିଦେବ ତାଙ୍କ ଗୁରୁଙ୍କୁ ମଧ୍ୟ ଛାଡ଼ିନଥିଲେ। ଗୁରୁ ହାତ ଯୋଡ଼ି କହିଥିଲେ, ମୋର ଗୁରୁଦକ୍ଷିଣା ଦରକାର ନାହିଁ, ତୁ ଯା। କିନ୍ତୁ କେବେବି ମୋ ଉପରେ କୋପଦୃଷ୍ଟି ପକାଇବୁ ନାହିଁ। ଏହାପରେ ଗୁରୁଦେବଙ୍କୁ ଶନି କି ଉତ୍ତର ଦେଲେ, ଆଉ ଗୁରୁଙ୍କ ଉପରେ କୋପଦୃଷ୍ଟି ପକେଇଲେ ନା ନାହିଁ, ପଢ଼ନ୍ତୁ ପୂରା କାହାଣୀ।
ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଓ ସ୍ମାର୍ଟ ମିଟର ଯୋଗାଣକାରୀ ସଂସ୍ଥା ସ୍ୱାର୍ଥରେ ରାଜ୍ୟ ସରକାର ସ୍ମାର୍ଟ ମିଟର ବସାଇବା ପାଇଁ ନେଇଥିବା ନିଷ୍ପତ୍ତି ଜନବିରୋଧୀ ବୋଲି ଅଭିଯୋଗ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ ।
ଭାଇ ଭଉଣୀଙ୍କୁ ଗୁଳିମାଡ଼ । ବିଳମ୍ୱିତ ରାତିରେ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ଗୁଳିମାଡ଼ କରିଛି।
ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।
ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଘର । ବରଗଡ଼ ସଦର ଥାନା ତୁରୁଙ୍ଗା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଜୀବନ ରେଖା ପାଲଟିଥିବା ରାସ୍ତା କେତେବେଳେ ବି ଜୀବନ ନେଇପାରେ । ଆଉ କେଉଁ ସମୟରେ ବି ଗୋଟିଏ ପରିବାର ନିଃସହାୟ ହୋଇଯାଇପାରେ ।
ଲାଞ୍ଚ ନେବା ଓ ଦେବା ଅପରାଧ। ହେଲେ ଏହାକୁ ଫୁ କରି ଉଡ଼ାଇ ଦେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ। ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି ।
ପରିବେଶ ପାଇଁ ଉପଯୋଗୀ, ହେଲେ ଚାଷୀଙ୍କ ପାଇଁ ବଢାଉଛି ଡର। ଅନୁଗୁଳ ଜିଲ୍ଲାରେ ବନ ବିଭାଗର ତାଳଗଛ ଚାରା ରୋପଣ ଯୋଜନାକୁ ନେଇ ଆଶା-ଆଶଙ୍କାରେ ଚାଷୀ କୂଳ।