/odishatv-khabar/media/post_attachments/uploadimage/library/16_9/16_9_0/Kendrapara_1737213103.jpg)
Kendrapara
ଯେଉଁ ଆଡେ ଅନାଇଲେ ଜରାଜୀର୍ଣ୍ଣ ଅବସ୍ଥା। କେଉଁଠି ପକ୍କା କାନ୍ଥ ଫାଟି ଆଁ କରିଛି, ତ ଆଉ କେଉଁଠି ଝରକା ମେଲା। ବିଲ୍ଡିଂ ଦେଖିଲେ ଲାଗୁଛି ଏକପ୍ରକାର ଭୂତକୋଠୀ। ପ୍ରତ୍ୟକେ କୋଠରୀ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟ ସମେତ ଅନ୍ୟ ସରକାରୀ କୋଠାର ଅବସ୍ଥା ଏମିତିକା ଦେଖିବାକୁ ମିଳିଛି।
ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସଦର ମହକୁମାରେ ୨ଟି ପାନ୍ଥ ନିବାସ ଓ ଏକ ଅତିଥି ଭବନ ନିର୍ମାଣ କରାଯାଇଥିଲା। ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକ ଅତିଥି ଭବନ ପୌରାଚଂଳ ଅନ୍ତର୍ଗତ ଚାଟରାପାଟଣାଠାରେ ରହିଛି। ନିର୍ମାଣ ପରଠାରୁ ଏହି କୋଠରେ ତାଲା ପଡିଛି। ଜିଲ୍ଲା ପର୍ଯ୍ୟଟନ ବିଭାଗର ଦୂରାବସ୍ଥା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ:ସାବଧାନ! ବାଇକରେ ବୀମା ନଥିଲେ ଫସିବେ
କେନ୍ଦ୍ରାପଡା ଜିଲ୍ଲାରେ ପର୍ଯ୍ୟଟନର ରହିଛି ଭରପୁର ସୁଯୋଗ। କିନ୍ତୁ ସ୍ଥାଣୁ ପାଲଟିଛି ଜିଲ୍ଲା ପର୍ଯ୍ୟଟନ ବିଭାଗ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଉଭୟ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା କଥା ବୁଝୁଛନ୍ତି। ତେଣୁ କେନ୍ଦ୍ରାପଡାରେ ତାଙ୍କ ଉପସ୍ଥିତି ନଗଣ୍ୟ। ଏଭଳି ସ୍ଥିତିରେ ସହରର ଗୋପଠାରେ ଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କଥା ବୁଝିଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ବିଭିନ୍ନ ସମୟରେ ଅଫିସ ଫାଙ୍କା ପଡ଼ୁଛି। ପୂର୍ବରୁ କୋଟିଏ ଟଙ୍କା ବ୍ୟୟରେ ସହର ଉପକଣ୍ଠ ଶ୍ୟାମସୁନ୍ଦର ପୁରଠାରେ ଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଜଣେ ବତୁର୍ଥ ଶ୍ରେଣୀ କର୍ମଚାରୀ ଜଗି ରହୁଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଭୂତକୋଠି ପାଲଟିଛି।
କେନ୍ଦ୍ରାପଡ଼ା ଜିଲ୍ଲାରେ ବଳଦେବଜୀଓଙ୍କ ମନ୍ଦିର, ଭିତକନିକା ଜାତୀୟ ଉଦ୍ୟାନ, ପେଣ୍ଠ ବେଳାଭୂମି, ବତୀ ଘର, ହୁକି ଟୋଲା, ସଖୀବଟ ପରୀ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ରହିଛି। ଏହି ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳର ବିକାଶ ହୋଇପାରିଲେ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରନ୍ତା। ହେଲେ ଦୁର୍ଭାଗ୍ୟର ବିଷୟ ପର୍ଯ୍ୟଟନ ବିଭାଗର ନିଷ୍କ୍ରିୟତା ଯୋଗୁ ଏହା ଲୋକ ଲୋକଲୋଚନକୁ ଆସିପାରୁନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ସରକାର ନଜର ଦେବାକୁ ସାଧାରଣରେ ଦାବି ହେଉଛି।
ଅଧିକ ପଢ଼ନ୍ତୁ:ଓଡ଼ିଶା ପୋଲିସ୍ରେ ଚାକିରି; ପୂରଣ ହେବ ୯୦୦ରୁ ଅଧିକ ପଦବୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)