• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Koraput

Farmer
ଋଣ ନେଇନାହାନ୍ତି ଚାଷୀ; ଖାତାରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କାର ୠଣ

କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି ।

Cooperative bank
ଚାଷୀ ଜାଣିନାହାଁନ୍ତି... ତାଙ୍କ ନାଁରେ ଋଣ ନେଲା କିଏ ?

ପ୍ରଫୁଲ କୁମାର ସ୍ୱାଇଁ, ଘର କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁରେ । ବର୍ଷବର୍ଷ ଧରି ପ୍ରଫୁଲଙ୍କ ପରିବାର ଚାଷ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ଜିଲ୍ଲାର କୁନ୍ଦୁରା ଲ୍ୟାମ୍ପସରୁ ଚାଷ ଋଣ ନେଇ ଚାଷ କରିଥାନ୍ତ । ପ୍ରଫୁଲ ଲ୍ୟାମ୍ପସରୁ ୨୦ହଜାର ଟଙ୍କା ଋଣ ନେଇଥିଲେ ସେହି ଟଙ୍କା ବି ସୁଝି ଦେଇଥିବା କହିଛନ୍ତି କିନ୍ତୁ ସେ ତାଙ୍କ ବ୍ୟାଙ୍କ ବା ଲ୍ୟାମ୍ପସ ଖାତା ଦେଖିବାବେଳେ ସେ ୧ଲକ୍ଷ ୨ହଜାର ଟଙ୍କା ଋଣ ନେଇଥିବା ଜମା ଖାତାରେ ରହିଛି ।

 Awas Yojana
ଘର ପାଇଲେ, ଟଙ୍କା ପାଇଲେନି... ପଡ଼ିଯିବ ଅଭିଶାପ

ଝିମାଇ କିର୍ଷାନୀ... ଘର ଖଣ୍ଡେ ଲାଗି ବାରମ୍ବାର ଦଉଡ଼ିବା ପରେ ତାଙ୍କୁ ଘର ଖଣ୍ଡିଏ ମିଳିଲା । ପ୍ରଶାସନ ଦୁଇ କିସ୍ତିରେ ତାଙ୍କୁ ଟଙ୍କା ବି ଦେଲା । ହେଲେ ଟଙ୍କା ପାଇଲେନି କି ଘର କରିପାରିଲେନି ଝିମାଇ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଅର୍ଥାତ୍‌ ଆବାସ ଯୋଜନାରେ ହୋଇଛି ଭୟଙ୍କର କେଳଙ୍କାରୀ । କାରଣ ଟଙ୍କା ତ ଆସିଛି ହେଲେ ୟାଙ୍କ ପାଖରେ ପହଞ୍ଚିନାହିଁ ।

Commission
ବିନା ଲାଞ୍ଚରେ ପତ୍ର ହଲୁନି; ‘ପିସି ପସନ୍ଦ ନହେଲେ ଫାଇଲ ଘୁଞ୍ଚୁନି’

‘ପିସି ନାହିଁ ତ କାମ ନାହିଁ, ହାତଗୁଞ୍ଜା ନଦେଲେ ଫାଇଲ ଚାଲିବା ବନ୍ଦ’ । ରାଜ୍ୟରେ ଆଦୌ ପିସି କାରବାର ହେଉନି ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚାଲିଛି ବୋଲି ବିଧାନସଭାରେ ସରାକାରଙ୍କ ବାହାସ୍ଫୋଟ ପରେ ଏ ହେଉଛି ଗ୍ରାଉଣ୍ଡର ସ୍ଥିତି ।

Ayurvedic Hospital
କୋମାକୁ ଚାଲିଗଲାଣି କୋରାପୁଟର ସବୁ ଆୟୁର୍ବେଦିକ ସଂସ୍ଥା

କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । କେବଳ କୋରାପୁଟ କାହିଁକି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ଆୟୁର୍ବେଦିକ ଚିକିତ୍ସାଳୟ ସବୁ କୋମାକୁ ଚାଲିଗଲାଣି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି..

Hailstorm Rain Likely In Some Districts Of Odisha On March 18
୧୮ରେ କୁଆପଥର ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆସନ୍ତା ୧୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Class 10 boy student dies shortly after falling unconscious at exam centre
ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା କ୍ଷଣି ବେହୋସ ହୋଇପଡ଼ିଲେ ମାଟ୍ରିକ ଛାତ୍ର, ଚାଲିଗଲା ଜୀବନ...

ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ। ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଶ୍ରେଣୀ ଗୃହକୁ ପ୍ରବେଶ କରିବା ପରେ ହଠାତ୍‌ ଅଚେତ ହୋଇପଡ଼ିଥିଲେ।

Western disturbance
ଭିଜିବ ଉପାନ୍ତରୁ ଉପକୂଳ : ୧୭ ତାରିଖ ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ

ଝଡ଼ ପବନ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା

Rainfall Alert In Odisha
ପୁଣି ଭିଜିବ ଓଡ଼ିଶା ! ୧୫ରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୧୫ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

electrical shop
ପରିଣତ ବୟସରେ ଥକି ନାହାନ୍ତି...୮୦ ବର୍ଷରେ ବି ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି..

ବାହାଘରର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ସିନା ଚାଲିଗଲେ ହେଲେ ସେ ଦୁଃଖକୁ ଛାତିରେ ଜାବୁଡ଼ି ଧରି ଦୋକାନ ଚଲେଇବାକୁ ଲାଗିଲେ । ଆଜିକୁ ପ୍ରାୟ ୫ ଦଶନ୍ଧି ଧରି ସଫଳତାର ସହ ସେ ବ୍ୟବସାୟକୁ ବଞ୍ଚାଇ ବଢାଇ ନିଜେ ସ୍ବାବଲମ୍ବୀ ହେବା ସହ ଦୁଇ ପିଲାଙ୍କୁ ମଣିଷ କରିପାରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏ ବ୍ୟବସାୟ ପାଇଁ ଇନ୍ଦୁମତି କେବେ ବି କାହାର ସାହାଯ୍ୟ କି ସହଯୋଗ ନେଇ ନାହାନ୍ତି। ଆଜି ବି ଏକା ଏକା ଦୋକାନ ସମ୍ଭାଳିବା ସହ ନିଜର ଯାବତୀୟ କାର୍ଯ୍ୟ ନିଜେ ତୁଲାଇଥାନ୍ତି ଇନ୍ଦୁମତି ।

Lamtaput ranger caught by vigilance with huge amount of money
ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ...

ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଲମତାପୁଟ ଏସିଏଫ୍ ସୁରଜିତ୍‌ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

Earthquake Hits In Koraput
ସକାଳୁ ସକାଳୁ ଥରିଲା କୋରାପୁଟ

ଆଜି ସକାଳୁ ସକାଳୁ କୋରାପୁଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି।

Koraput
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି...ଚିକିତ୍ସା ଗବେଷଣା ପାଇଁ ଯିବେ ଆମେରିକା

ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିଲେ ବି ଆୟୁର୍ବେଦିକ ଚିକିତ୍ସା ଉପରେ ୪୩ ବର୍ଷୀୟ ହରିଙ୍କର ରହିଛି ଗଭୀର ଜ୍ଞାନ । ଜଙ୍ଗଲରୁ ଜଡ଼ିବୁଟି ସଂଗ୍ରହ କରି ଏଯାବତ ସେ ପ୍ରାୟ ୪୫୦ ପ୍ରକାରର ଚେରିମୂଳି ଔଷଧ ତିଆରି କରିଛନ୍ତି । ଏହି ଔଷଧ ଦ୍ଵାରା ହାର୍ଟ ଆଟାକ୍, ବ୍ଲଡ଼ ପ୍ରେସର୍, ସିକଲସେଲ୍ ସ୍ନାୟୁ ରୋଗ, ଋତୁସ୍ରାବ ସମସ୍ୟା, ଥାଇରଡ, କିଡନୀ ସମସ୍ୟା ଭଳି ୧୦୫ଟି ରୋଗ ଠିକ୍ ହେଉଥିବା ସେ କହିଛନ୍ତି । କେବଳ ସେତିକି ନୁହେଁ ଚେରମୂଳି ଔଷଧ ଏବଂ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସେ ଗବେଷଣା କରୁଛନ୍ତି। ।

Pramila mallick
କୋଟିଆରେ ଅନୁପ୍ରବେଶ କରୁଛି ଆନ୍ଧ୍ର, ହେଲେ ସରକାରଙ୍କ ପାଖରେ ନାହିଁ ଖବର

ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ରାସ୍ତା ନିର୍ମାଣ ଭଳି କିଛି ଘଟଣା ଦୃଷ୍ଟି ଗୋଚର ହୋଇନି । ଏଭଳି କିଛି ଘଟିଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।

Koraput
ବାପା-ମାଆ ଯିବା ପରେ ପିଉସୀ କାନ୍ଧରେ ପିଲାଙ୍କ ଭବିଷ୍ୟତ

ବାପା-ମାଆ ବୃଦ୍ଧ ହେଲେଣି, ରୋଜଗାର କରିବାକୁ ଅଂଟାରେ ବି ଆଉ ବଳ ନାହିଁ । ୮ ପ୍ରାଣୀ କୁଟୁମ୍ବଙ୍କୁ ଚଳେଇବା ଲକ୍ଷ୍ମୀଙ୍କ ପାଖରେ ବି ବଡ଼କଷ୍ଟ। ସେଥିପାଇଁ ତ ନିଜ ଦୁଃଖ ବଖାଣିବାକୁ କୋଟପାଡରୁ କୋରାପୁଟ ଆସିଥିଲେ, ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇବାକୁ । ହେଲେ ଓଟିଭି ଟିମ୍‌ ଏମାନଙ୍କୁ ଯେତେବେଳେ ଦେଖିଥିଲା ସେମାନେ କାନ୍ଦିବାକୁ ଲାଗିଥିଲେ। କାହିଁକି କାନ୍ଧୁଛନ୍ତି ପଚାରିବାରୁ ଗୋଟି ଗୋଟି କରି ସବୁ ଦୁଃଖ ବଖାଣିଥିଲେ

Panchayat member accuses govt officials
ବାବୁଙ୍କୁ କଲେ ହଲାପଟା, ଶାସନ ବ୍ୟବସ୍ଥାର ଗୁମର ଖୋଲି ଦେଲେ ଜିଲ୍ଲା ପରିଷଦ ସଭ୍ୟା

କୋରାପୁଟର ବରିଷ୍ଠ ନାରୀନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟ କନକଲତା ପେଣ୍ଠିଆ। କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ବେଳେ ନିଜ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟରେ ସରକାରୀ ବାବୁ ତଥା ପଞ୍ଚାୟତ ଅଧିକାରୀ ପଞ୍ଚାୟତ ପ୍ରତିନିଧିଙ୍କ କଥା ମାନୁନଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

Koraput King
ଦାନ ପାଲଟିଲା ଅଭିଶାପ : ମୌଳିକ ସୁବିଧା ପାଇବାକୁ ହେଲେ ଚାଲ ୪୦ କିଲୋମିଟର ବାଟ

ଦାଦନଠାରୁ ବଳିଗଲାଣି ମୌଳିକ ସୁବିଧା ପାଇବାର ଦୁଃଖ। ଏମିତି ଦୁର୍ଦ୍ଦଶାର ସାମ୍ନା କରୁଛନ୍ତି ଲୋକ ଯାହାକୁ ନଦେଖିଲେ ବିଶ୍ୱାସ ହେବନି। ଜୟପୁରର ମହାରାଜା ମାମୁଁ ହୋଇ ସେହି ସମୟରେ କାଶୀପୁର ରାଜାଙ୍କୁ ଦାନ ଆକାରରେ ଗମ୍ଭାରୀଗୁଡା ଗାଁକୁ ଦାନ କରିଥିଲେ। ମହାରାଜ ଯେବେ କାଶୀପୁର ଯାଉଥିଲେ ସେବେ ଦାନ ଗାଁରେ ବିଶ୍ରାମ ପାଇଁ ରହୁଥିଲେ। ହେଲେ ଦିନ ବଦଳିଛି କିନ୍ତୁ ଏଇ ଗାଁ ଲୋକଙ୍କ ଦୁର୍ଦ୍ଦଶା କମିବାର ନା ନେଉନି।

3 Death One Family
ବିଧାତାର ବିଚିତ୍ର ବିଧାନ: ଗୋଟିଏ ଜୁଇରେ ଜଳିଲେ ବାପା-ମାଆ-ଝିଅ

ପ୍ରଥମେ ସ୍ତ୍ରୀ, ପରେ ୨ ବର୍ଷର ନିଷ୍ପାପ କୁନି ଝିଅ ଆଉ ଶେଷରେ ନିଜେ ଆତ୍ମହତ୍ୟା କରିଦେଲେ ସ୍ୱାମୀ। କେହି କିଛି ବୁଝିବା ପୂର୍ବରୁ ସବୁ କିଛି ସରିଯାଇଥିଲା। ଚାହୁଁଚାହୁଁ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ। କୋରାପୁଟ ଲକ୍ଷ୍ମୀପୁର ତୋୟାପୁଟ ଗାଁରେ ଯେଉଁ ଭୟଙ୍କର ଘଟଣା ଘଟିଲା ତାହାକୁ ନେଇ ସବୁଆଡେ ଚର୍ଚ୍ଚା। କାହିଁକି ଏମିତି ନିଷ୍ପତ୍ତି ନେଲେ ଗାଁର ଲିଙ୍ଗରାଜ ସେନେଇ କାହା ପାଖରେ କିଛି ଉତ୍ତର ବି ନାହିଁ।

Deadbody
ଗୋଟିଏ ଘରୁ ସ୍ୱାମୀ-ସ୍ତ୍ରୀ-ପୁଅଙ୍କ ମୃତଦେହ ଉଦ୍ଧାର !

କେମିତି ଏଭଳି ଘଟଣା ଘଟିଲା ସେନେଇ ଲକ୍ଷ୍ମୀପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Man Carries Dead Wife's Body For 33 km
ଅଭାବନୀୟ ଦୃଶ୍ୟ: ପାଖରେ ଟଙ୍କା ନଥିବାରୁ ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ

ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି।

Congress MLA Tara Bahinipati
ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ତାରା ବାହିନୀପତି

ସେ କହିଛନ୍ତି ଯେ ଆମର ସୌଭାଗ୍ୟ ଏଠାକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି।

Jayaram pangi
BRS ମୁହାଁ କୋରାପୁଟିଆ ନେତା, ଗିରିଧରଙ୍କ ପରେ KCRଙ୍କୁ ଭେଟିଲେ ଜୟରାମ ପାଙ୍ଗି

୭ ଦିନ ଭିତରେ ୨ ଜଣ କୋରାପୁଟିଆ ନେତାଙ୍କ କେସିଆର ପ୍ରୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Sunabedha Police Station
ପୌରାଧ୍ୟକ୍ଷଙ୍କ ବିରୋଧରେ ସଂଗୀନ ଅଭିଯୋଗ: ମହିଳାଙ୍କୁ ଅସଦାଚରଣ ସହ ହତ୍ୟା ଧମକ

ଏ ସଂପର୍କରେ ସୁନାବେଡା ପୁଲିସ୍ ସୁନାବେଡା ପୌରାଧ୍ୟକ୍ଷଙ୍କ ସମେତ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

Traders in Berhampur complaint over non acceptance of 10 Rupee
କଏନ୍‌ ନେବାକୁ ଅମଙ୍ଗ ଦୋକାନୀ, କହୁଛନ୍ତି- ଖୁଚୁରା ଆଉ ଚଳୁନି

କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ।

Satellite survey disappoints real farmers while trying to catch fake cultivators
ଚାଷୀଙ୍କୁ ହତାଶ କଲା ସାଟେଲାଇଟ୍ ସର୍ଭେ !

ଚାଷୀଙ୍କ ଧାନ ସଂଗ୍ରହ ପରିମାଣ କମିବାରୁ ତେଜୁଛି ଅସନ୍ତୋଷ।