ଯେତେବେଳେ ଗୋଟେ ବୃକ୍ଷ ଆମ ଗୃହ ଉପରେ ଆଶ୍ରୟ ନେଇଥାଏ ଏହା ଅତ୍ୟନ୍ତ କ୍ଷତିକାରକ । ଅନେକ ଲୋକ ଗୃହର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ପ୍ରକାର ଫୁଲ, ଗଛ, ଲତା ଯେମିତି ପିପଳି, ମନିପ୍ଲାଣ୍ଟ ଆଦି ଗୃହର କାନ୍ଥରେ ମଡ଼େଇ ଥାନ୍ତି ଏହା ମଧ୍ୟ ଶୁଭ ନୁହେଁ। ଏଣୁ ଏହି ସମ୍ବନ୍ଧିୟ ବାସ୍ତୁର ମତ ଉପରେ ବିସ୍ତୃତ ଭାବରେ ଅଧିକ କିଛି ଆସନ୍ତୁ ଜାଣିବା ।
ଗୃହରେ ଭୂମିତଳ ଘରର ଆବଶ୍ୟକ ବେଳେ ବେଳେ ଗୃହସ୍ୱାମୀଙ୍କୁ କିଛି ବିଶେଷ ପରିସ୍ଥିତିରେ ଆବଶ୍ୟକ ପଡ଼ିଥାଏ ଯଥା ନିଜର କିଛି ବିଜ୍ନେସ୍ର ଷ୍ଟକ୍ ରଖିବା ପାଇଁ, ଯାନବାହାନ ରଖିବା ପାଇଁ ଇତ୍ୟାଦି । ନିଜର କିଛି ବି ଉଦ୍ଧେଶ୍ୟ ରଖି ବେସ୍ମେଣ୍ଟ କରିବାକୁ ପଡ଼ିଥାଏ । ମାତ୍ର ବାସ୍ତୁ ମତରେ ସମ୍ପୂର୍ଣ୍ଣ ଭୂମିରେ ବେସ୍ମେଣ୍ଟ ଗୃହ କରିବା ଶୁଭ ନୁହେଁ ।
ଭଗବାନ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ସେଥିପାଇଁ ସମସ୍ତେ ତାଙ୍କୁ ଭୟ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଜଣେ ବିଚାରପତି ଭାବରେ ବିବେଚନା କରାଯାଇଛି। ବିଶ୍ୱାସ କରାଯାଏ ଯେ, ଶନିଦେବ ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ଅନୁସାରେ ଫଳ ଓ ଦଣ୍ଡ ଦିଅନ୍ତି।
ଘରେ ପ୍ରବେଶ ପୂର୍ବରୁ ମା’ ଲକ୍ଷ୍ମୀ ଦେଇଥାନ୍ତି ଶୁଭ ସଙ୍କେତ । ଫଳରେ ଶୋଇ ରହିଥିବା ଆପଣଙ୍କ ଭାଗ୍ୟ ନିମିଷେକ ମଧ୍ୟରେ ଚମକି ଉଠିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବିନା ଜୀବନରେ ଆର୍ଥିକ ପ୍ରଗତି ସମ୍ଭବପର ହୋଇ ପାରେନା।
ବାସ୍ତୁ ଅର୍ଥ ବାସସ୍ଥାନ । ଏ ସମ୍ପର୍କରେ ବର୍ଣ୍ଣିତ ଜ୍ଞାନ ହି ବାସ୍ତୁଶାସ୍ତ୍ର । ଏହି ଶାସ୍ତ୍ରରେ ବାସଗୃହ ନିର୍ମାଣର ନିୟମ, ପଦ୍ଧତି ଆଦିର ଜ୍ଞାନ ରହିଛି । ଏହା ପ୍ରାଚୀନ କାଳରୁ ପ୍ରଚଳିତ । ପୁରାତନ କାଳର ନିର୍ମାଣ ଶୈଳୀଠାରୁ ବର୍ତ୍ତମାନ ସମୟର ନିର୍ମାଣ ଶୈଳୀରେ ଅନେକ ପରିବର୍ତ୍ତନ ଆସିଛି, କିନ୍ତୁ ମୁଖ୍ୟ ନିୟମ ଏବେ ବି ପ୍ରଚଳିତ । ବାସ୍ତୁଶାସ୍ତ୍ରର ବୈଜ୍ଞାନିକ ଭିତ୍ତି ଖୁବ୍ ସୁଦୃଢ଼ । ପାରମ୍ପରିକ ଗୃହ ନିର୍ମାଣ ଶୈଳୀକୁ ଆଧାର କରି ବିଜ୍ଞାନ ସମ୍ମତ ଗୃହ-ନକ୍ସା ତିଆରି କରିବା ଏବଂ ନୂତନ ବୈଷୟିକ ପଦ୍ଧତିମାନ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏମିତି କିଛି ବିଶେଷ ଦିନ ଏବଂ ତାରିଖ ଅଛି ଯେତେବେଳେ ଘର ପୋଛିବା ଅଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ଘର ପୋଛିବା ଦ୍ୱାରା କେବଳ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ନାହିଁ ବରଂ ଦାରିଦ୍ର୍ୟ କେବେ ଆପଣଙ୍କ ପିଛା ଛାଡେ ନାହିଁ।
କେଶକୁ ଶନିଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଯେତେବେଳେ ଜୀବନରେ ବାରମ୍ବାର ବାଧା, ମାନସିକ ଚାପ କିମ୍ବା ବିଫଳତା ଆସେ, କେଶର ଅବସ୍ଥା ମଧ୍ୟ ଖରାପ ହେବାକୁ ଲାଗେ। ଯଦି ଆପଣଙ୍କ ସହିତ ମଧ୍ୟ ଏପରି କିଛି ହେଉଛି, ତେବେ ଏହା ପଛରେ ଆପଣଙ୍କ ଜନ୍ମ କୁଣ୍ଡଳୀରେ ଶନିଙ୍କ ସ୍ଥିତି ହୋଇପାରେ।
ମାସ ଶେଷକୁ ଖାଲି ପକେଟ୍ ମନରେ ଚିନ୍ତା ବଢାଉଛି କି? ଏହା ପଛରେ କିଛି ଶକ୍ତି ସମ୍ବନ୍ଧୀୟ ଜିନିଷ ଅଛି ଯାହାକୁ ଆମେ ପ୍ରାୟତଃ ଅଣଦେଖା କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ ଏହାର ସମାଧାନ କ’ଣ ଆସନ୍ତୁ ଜାଣିବା।
ରୋଷେଇ ଘରେ ପାଣି ଟ୍ୟାପ ଗ୍ୟାସ ଚୁଲ୍ଲା ନିକଟରେ ରଖିବା ଉଚିତ ନୁହେଁ। କାରଣ ନିଆଁ ଓ ପାଣି ଗୋଟିଏ ଦିଗରେ ରହିବା ଉଚିତ୍ ନୁହେଁ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡ଼ା ଲାଗି ରହେ।
ଆପଣ ରୋଜଗାର ପ୍ରବଳ କରୁଛନ୍ତି। ମାତ୍ର ତାହାକୁ ସଞ୍ଚୟ କରି ପାରୁ ନାହାନ୍ତି। ରୋଜଗାରଠୁ ଖର୍ଚ୍ଚ ବଳିଯାଉଛି। ଆପଣ ଜାଣିଛନ୍ତି କି, ଘରେ ବାସ୍ତୁ ଦୋଷ ଥିଲେ କେବେ ବି ଆପଣ ଟଙ୍କା ସଞ୍ଚୟ କରି ପାରିବେନି।
ଆମେ ଯେଉଁ ତୁଳସୀ ଗଛକୁ ପୂଜା କରୁଛେ ତାହାର ବଟାନିକାଲ୍ ନାମ ହେଉଛି “ଓସିମମ୍ ସାଙ୍କଟ୍ମ” ଏହାର ପତ୍ରର ରଙ୍ଗ ସବୁଜ । ଶାସ୍ତ୍ର କହେ ଯେଉଁ ସ୍ଥାନରେ ଗୋଟେ ହେଲେ ଏହି ତୁଳସୀ ଗଛ ଅଛି ସେହି ସ୍ଥାନରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ନିବାସ ଅଛି ।
ଯଦି ବି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛୁଞ୍ଚିର ଅଗ୍ରଭାଗ ସମାନ ବ୍ୟବଧାନ କିମ୍ବା ଦୂରତା ରହିଯାଏ, ତେବେ ଏହା ଉଭୟଙ୍କ ଜୀବନକୁ ଖରାପ ଭାବରେ ପ୍ରଭାବିତ କରେ। ସେମାନେ ଯଦି ଅଲଗା ଅଲଗା କୋଠରୀରେ ରୁହନ୍ତି ଏବଂ ଅଲଗା ଅଲଗା ଶଯ୍ୟାରେ ଶୁଅନ୍ତି ତେବେ ଏହା ଧନ ଏବଂ ସୌଭାଗ୍ୟକୁ ପ୍ରଭାବିତ କରେ।
ଏହି ସୃଷ୍ଟିରେ ଯାହାବି ଦେଖୁଛନ୍ତି ଏହା ସବୁ ଆମ ମାନଙ୍କ ସାହାଯ୍ୟ ପାଇଁ ଭଗବାନଙ୍କ ଦ୍ୱାରା ସୃଷ୍ଟି କରାଯାଇଛି । ଆଜି ଜାଣିବା ଡ଼ାଳିମ୍ବ ଗଛ କେଉଁ ଦିଗରେ ଲଗାଇଲେ କ’ଣ ସବୁ ଶୁଭ ଓ ଅଶୁଭ ଫଳ ମଳିଥାଏ ।
ଘରେ ଠିକ୍ ଜିନିଷକୁ ଠିକ୍ ଜାଗାରେ ନ ରଖିଲେ ସୌଭାଗ୍ୟକୁ ତାହା ଦୁର୍ଭାଗ୍ୟରେ ପରିଣତ କରି ଦେଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଏକ ପ୍ରମୁଖ କୋଣରେ କେବେ ବି କଳା ରଙ୍ଗର ଜିନିଷ ରଖନ୍ତୁ ନାହିଁ। ଏପରି ଏକ ସାଧାରଣ ତ୍ରୁଟି ଆପଣଙ୍କ ଜୀବନକୁ ନର୍କ କରିଦେବ ।
ଏହି ଶାସ୍ତ୍ରକୁ ବର୍ତ୍ତମାନ ଯୁଗରେ ରିସର୍ଚ୍ଚ କରି କି ଆଉ ଭଙ୍ଗାରୁଜା ନକରି ବିଭିନ୍ନ ଉପାୟରେ ବାସ୍ତୁଦୋଷର ନିବାରଣ କରାଯାଇପାରୁଛି । କିନ୍ତୁ ସବୁଠାରୁ ଭଲ ହେବ ଯଦି ଗୃହ ନିର୍ମାଣ ପୂର୍ବରୁ ବାସ୍ତୁ ନିୟମକୁ ଜାଣି ଠିକ ଭାବରେ ପାଳନ କରାଯାଏ ।
ଜାଣତରେ ହେଉ ବା ଅଜାଣତରେ ଶୋଇବା ବେଳେ ଆମେ ଏପରି କିଛି ଭୁଲ କରୁ, ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଭୁଲ ଏବଂ ଏହି ଭୁଲଗୁଡ଼ିକ ସମସ୍ୟା ବୃଦ୍ଧିକରେ ଏବଂ ଘରେ ଦାରିଦ୍ର୍ୟ ଆଣେ। ଆସନ୍ତୁ ଜାଣିବା ଶୋଇବା ବେଳେ କରୁଥିବା ଏହିସବୁ ଭୁଲ କ’ଣ।
ରୋଷେଇ କର୍ଯ୍ୟ ପାଇଁ ସବୁଠାରୁ ଶ୍ରେଷ୍ଠ ସ୍ଥାନ ହେଉଛି ଦକ୍ଷିଣ-ପୂର୍ବ କୋଣ ବା ଅଗ୍ନିକୋଣ ଯେଉଁଠାରେ ଆମର ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ ରନ୍ଧା ହୋଇଥାଏ। ସୁସ୍ଥ ଜୀବନଯାପନ ପାଇଁ ଶୁଦ୍ଧ ଖାଦ୍ୟ ଆମ ଶରୀର ପାଇଁ ନିହାତି ଆବଶ୍ୟକ। ଏଣୁ ଖାଦ୍ୟ ପ୍ରସ୍ତୁତ ପାଇଁ ରୋଷେଇ ଘରର ବାସ୍ତୁ ନିୟମ ମାନିବା ଆବଶ୍ୟକ।
ପଢ଼ାଘର ପାଇଁ ବାସ୍ତୁଶାସ୍ତ୍ର ହିସାବରେ ପ୍ରଥମ ଉପଯୁକ୍ତ ସ୍ଥାନ ହେଉଛି ପଶ୍ଚିମ ଦିଗ ଏବଂ ଦକ୍ଷିଣ-ପଶ୍ଚିମ କୋଣର ମଝିସ୍ଥାନ ହେଉଛି ପାଠ ପଢ଼ାଘର ପାଇଁ ଉପଯୁକ୍ତ ସ୍ଥାନ । ଏହି ସ୍ଥାନରେ ଯଦି ପୂର୍ବାଭିମୁଖୀ ହୋଇ ପାଠପଢ଼ାଯାଏ, ତେବେ ପାଠ ମନେରହିଥାଏ । ସେଥିପାଇଁ ଏହି ସ୍ଥାନ ବାସ୍ତୁଦୋଷ ମୁକ୍ତ ହେବା ଆବଶ୍ୟକ ।
ଘରେ ଅନ୍ନ ରଖୁଥିବା ପାତ୍ରକୁ କେବେ ବି ଖୋଲା ଛାଡ଼ନ୍ତୁ ନାହିଁ। ଏହାକୁ ସବୁବେଳେ ବନ୍ଦ କରି ରଖନ୍ତୁ । ଯେଉଁ ଘରେ ଅନ୍ନ ପାତ୍ର ସବୁବେଳେ ଖୋଲା ପଡ଼ିଥାଏ, ସେ ଘରେ ସବୁବେଳେ ଅଭାବ, ଅନଟନ ଲାଗି ରୁହେ। ଏପରି ମାନସିକତାର ଲୋକଙ୍କ ଉପରେ ମା’ ଅନ୍ନପୂର୍ଣ୍ଣା କେବେ ବି ପ୍ରସନ୍ନ ହୋଇ ନ ଥାନ୍ତି ।
ବାସ୍ତୁ ଅନୁଯାୟୀ, କମଳା ରଙ୍ଗ ସବୁବେଳେ ମନରେ ନୂଆ ଆଶା ସଞ୍ଚାର କରିଥାଏ। ଏଥିସହ ଏହା ସମ୍ପର୍କକୁ ମଜଭୁତ କରିଥାଏ ଓ ସବୁବେଳେ ମନରେ ନୂଆ ଶକ୍ତି ଭରି ଦେଇଥାଏ। ତେଣୁ ଆପଣ କିଚେନର କାଠ କାମ କିମ୍ବା ଟାଇଲ୍ସରେ କମଳା ରଙ୍ଗର ପ୍ରୟୋଗ କରିପାରନ୍ତି।
ଘରେ ଥିବା ବାସ୍ତୁତ୍ରୁଟି ଦୂର କରିବାକୁ ହେଲେ ଘରର ପରିବେଶ ସନ୍ତୁଳନ ତଥା ଏହାର ଆଖପାଖ ଅଞ୍ଚଳ ସନ୍ତୁଳନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଏପରି କିଛି ଗଛ ଅଛି ଯାହାକୁ ଆପଣଙ୍କ ଘରେ କିମ୍ବା ଏହାର ଚାରିପାଖରେ ଲଗାଇଲେ, ତେବେ ଆପେ ଆପେ ବାସ୍ତୁତ୍ରୁଟି ଦୂର ହୋଇଯାଏ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି ବି କିଛି ଜିନିଷ ରହିଛି, ଯାହାକୁ ଉଧାର ସ୍ବରୂପ କାହାଠାରୁ ମାଗି ଆଣି ବ୍ୟବହାର କରିବା ଅଶୁଭ ହୋଇଥାଏ ।
ଯେଉଁ ସ୍ଥାନରେ ଭୂମିରେ ଘାସ କିମ୍ବା ଗଛଲତା ଟିଏ ନଥାଏ ବା ଉଠୁ ନଥାଏ ଏବଂ ଉଈହୁଙ୍କା, ସାପ ହୁଙ୍କା ଆଦି ଥାଏ କେବେବି ସେହି ସ୍ଥାନରେ ଗୃହ ନିର୍ମାଣ କରିବା କଥା ନୁହେଁ । ଯଦି ଗୃହ ନିର୍ମାଣ କରିବାକୁ ପଡ଼େ, ତେବେ ସେହି ସ୍ଥାନର ମାଟିକୁ ୬ ଫୁଟ୍ ଖୋଳି ସେହି ମାଟିକୁ ଅନେକ ଦୂରରେ ଫୋପାଡ଼ି ଦେବେ ଏବଂ ସେହି ସ୍ଥାନରେ ଭଲ ମାଟି କିମ୍ବା ବାଲି ଫିଲିଙ୍ଗ କରିଦେବେ ଏବଂ କିଛି ଦିନ ପରେ ଏହି ସ୍ଥାନକୁ ବାସ୍ତୁଶାସ୍ତ୍ର ମତରେ ଶୋଧନ କରି ଗୃହନିର୍ମାଣ କରିବେ ।
ଜଣେ ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଏପରି କିଛି ଭୁଲ କରିଥାଆନ୍ତି ଯାହା ସେମାନଙ୍କ ପାଇଁ ଆଉ ଘର ପାଇଁ ନକାରାତ୍ମକ ଶକ୍ତି ଆଣିଥାଏ। ଏହା ସେମାନଙ୍କ ଜୀବନରେ ସମସ୍ୟା ହୋଇ ଆସିଥାଏ। ତେଣୁ, ଆଜି ଆମେ ଆପଣଙ୍କୁ ଏମିତି କିଛି କହିବୁ ଯାହା ଆମେ ନିଜେ ଆମ ଜୀବନରେ ଅନେକଗୁଡ଼ିଏ ସମସ୍ୟା ସୃଷ୍ଟି କରୁ।
କଥାରେ ଅଛି ଗୋ, କନ୍ୟା ଭୂମି , ଭାଗ୍ୟରେ ଥିଲେ ମିଳେ । ଏଣୁ ଆମେ ଯେତେବେଳେ ଭୂମିଟିଏ କ୍ରୟ କରି ସେଥିରେ ଗୃହ ନିର୍ମାଣ କରିବା, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଠିକ୍ଭାବରେ ଭୂମିକୁ ଶୁଦ୍ଧ କରିବା ଦରକାର। ଏଥିସହ ଶୁଭ ମୂହୁର୍ତ୍ତକୁ ବାସ୍ତୁବିତଙ୍କ ପରାମର୍ଶ କ୍ରମେ ନିଶ୍ଚିତକରି ଉକ୍ତ ଶୁଭଦିନରେ ଶିଳା ସ୍ଥାପନ ପାଇଁ ପୂଜା ଏବଂ ସୂତ୍ର ପତନ ଅର୍ଥାତ୍ ଲେ-ଆଉଟ୍ କରିବା କଥା ।