ଏହି ଲେଖାରେ ଯୁରୋପ ଓ ଆମେରିକାରେ ବୋନସ ମଦରର ଧାରାକୁ ବ୍ୟାଖ୍ୟା କରାଯାଇଛି । କିଏ ଏହାର ଉପଯୋଗ କରୁଛନ୍ତି, ବୋନସ ମଦର ଓ ଷ୍ଟେପ ମଦର ମଧ୍ୟରେ ପାର୍ଥକ୍ୟ କ’ଣ, କେବେ ଏହି ପ୍ରବୃତ୍ତି ଆରମ୍ଭ ହେଲା, କେଉଁଠି ଏଭଳି ପରିବାର ଦେଖାଯାଉଛି– ଏ ସମସ୍ତ ପ୍ରଶ୍ନର ଉତ୍ତର ଏହି ଲେଖାରେ ରହିଛି।
ବିଶ୍ୱର ସବୁଠାରୁ ବିକଶିତ ଦେଶ ଫିନଲାଣ୍ଡରେ ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ସୁରକ୍ଷା ମିଳିଥାଏ । ଏଠାରେ ନାଗରିକମାନଙ୍କୁ ଭତ୍ତା ସହିତ ଅନେକ ପ୍ରକାର ଅଧିକାର ଏବଂ ସୁବିଧା ସୁଯୋଗ ଦିଆ ଯାଇଥାଏ । ଏଠାରେ ଲୋକଙ୍କୁ ନିଜ ସୁରକ୍ଷା ନେଇ ବିଶେଷ କିଛି ଚିନ୍ତା କରିବାକୁ ପଡେନି । ଚାକିରି ହରାଇଲେ କ'ଣ ହେବ, ବାର୍ଦ୍ଧକ୍ୟରେ କେମିତି ଚଳିବେ, ଦୁର୍ଘଟଣା ଘଟିଲେ କିମ୍ବା ଅସୁସ୍ଥ ହେଲେ କେମିତି ଚିକିତ୍ସା ଖର୍ଚ୍ଚ ତୁଲାଇବେ ଏସବୁ ବିଷୟରେ ଚିନ୍ତା କରିବାକୁ ପଡ଼େ ନାହିଁ।
ବଲୁଚ ଲିବରେସନ୍ ଆର୍ମି ହେଉଛି ପାକିସ୍ତାନ ଏବଂ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ଥିବା ଏକ ସକ୍ରିୟ ବିଦ୍ରୋହୀ ଗୋଷ୍ଠୀ। ଏହି ସଂଗଠନ ବଲୁଚ୍ ଜାତୀୟତାବାଦକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନ ଠାରୁ ବେଲୁଚିସ୍ତାନର ସ୍ୱାଧୀନତା ଦାବି କରେ । ବିଏଲଏର ଲକ୍ଷ୍ୟ ହେଉଛି ବଲୁଚ୍ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ସେମାନଙ୍କର ସ୍ୱାଧୀନତା ଆଣିବା। ଏହି ସଂଗଠନ ପାକିସ୍ତାନ ସରକାର ଏବଂ ସେନା ବିରୋଧରେ ସଶସ୍ତ୍ର ସଂଘର୍ଷ ଜାରି ରଖିଛି ।
ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ କେଉଁଠି ଅଛି? ଯେହେତୁ ଏଠାରେ ମାଧ୍ୟାକର୍ଷଣ ଶକ୍ତି ନାହିଁ, ତେଣୁ ସବୁବେଳେ ଭାସମାନ ଅବସ୍ଥାରେ ରହିବାକୁ ପଡ଼େ। ମନରେ ପ୍ରଶ୍ନ ଉଠେ ଏହାର ଆକାର କେତେ ବଡ଼? ଏଥିରେ ମହାକାଶଚାରୀମାନେ କେମିତି ରୁହନ୍ତି? ରୋଷେଇ କେମିତି ହୁଏ? ଗାଧୁଆ ପାଧୁଆ କେମିତି କରନ୍ତି? ଟଏଲେଟ୍ କେମିତି ଯାଆନ୍ତି? କଫି ପିଇଲା ବେଳେ ଏହା ପାଣି ପରି ହାୱାରେ ଉଡ଼େ କି?
ସୁନୀତା ୱିଲିୟମ୍ସ ଓ ଅନ୍ୟ ୩ ମହାକାଶଚାରୀଙ୍କୁ ଧରି ଉଲ୍କା ଭଳି ଖସିଥିଲା କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ । ଆକାଶର ଛାତି ଚିରି କ୍ଷୀପ୍ର ଗତିରେ ଅଗ୍ନିପିଣ୍ଡ ଭଳି ଖସିଥିଲା ପ୍ରାୟ ୧ ଟନ୍ ଓଜନର ମହାକାଶଯାନ ।
ସୁନୀତା ୱିଲିୟମ୍ସଙ୍କ ପାଇଁ ହନୁମାନ ଚାଳିଶା ପାଠ। ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ କିପରି ସୁରକ୍ଷିତ ପୃଥିବୀ ପୃଷ୍ଠକୁ ଫେରିବେ ସେଥିପାଇଁ ସମୂହ ହନୁମାନ ଚାଳିଶା ପାଠ କରାଯାଇଥିଲା।
ସୁନା ଝିଅ ସୁନୀତା ଫୃଥିବୀକୁ ଫେରିବା ପରେ ସାରା ଦେଶରେ ଖେଳିଯାଇଛି ଖୁସିର ଲହରୀ। ଅପେକ୍ଷାର ଘଟିଛି ଅନ୍ତ। ଭାରତର ବିଭିନ୍ନ ସ୍ଥାନରେ ହୋଇଛି ସେଲିବ୍ରେସନ୍। ନାଚଗୀତରେ ଝୁମିଛନ୍ତି ସୁନୀଙ୍କ ଶୁଭେଚ୍ଛୁ।
ଆମେରିକାର ଫ୍ଲୋରିଡ଼ା ତଟରେ ନିର୍ଦ୍ଧାରିତ ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍ । ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ସଫଳତାର ସହ ମହାକାଶ ଛାଡ଼ି ପୃଥିବୀରେ ପହଞ୍ଚିଛନ୍ତି ୪ ମହାକାଶଚାରୀ ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଦୀର୍ଘ ୯ ମାସ କଳ୍ପନାଜଳ୍ପନାର ଅନ୍ତଘଟାଇ ପୃଥିବୀ ପୃଷ୍ଠକୁ ଛୁଇଁବେ ସୁନୀତା ୱିଲିୟମ୍ସ। ଆଜି ଦିନ ୧୦ଟା ୩୫ରେ କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ସୁନୀତାଙ୍କ ସମେତ ୪ ମହାକାଶଚାରୀଙ୍କୁ ଧରି ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ, ଭାରତୀୟ ସମୟ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ହେବ ଅବତରଣ।
ଏହି ଜିଦ୍ ଯୋଗୁଁ ସମସ୍ତ ୨୧୪ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଛି ବୋଲି ବିଏଲ୍ଏ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନ ସେନା ଓ ସରକାରଙ୍କ ଘୋଷଣାର ବିପରୀତ ବଲୋଚ୍ ବିଦ୍ରୋହୀ ସଂଗଠନ ବଲୋଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ଦାବି କରିଛି ଯେ, ସେମାନେ ବନ୍ଧକ ଥିବା ୨୧୪ ପାକ୍ ସୈନିକଙ୍କୁ ହତ୍ୟା କରିଛନ୍ତି । ଏହାକୁ ସାରା ବିଶ୍ବ ନିନ୍ଦା କରୁଛି। ଏହା ପାକିସ୍ତାନର ପୁରୁଣା ଖୋଇ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।
ଫୋଷ୍ଟରଙ୍କ ମତ ଅନୁସାରେ ବିଶ୍ୱର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ଖାଦ୍ୟ ସୁରକ୍ଷା, ସହରୀକରଣ, ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କାରଣଗୁଡ଼ିକ ମିଳିତ ଭାବରେ ୨୦୨୬ରେ ମାନବଜାତି ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।
ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ଟ୍ରେନ୍ ହାଇଜାକ୍ ପରେ ଉଡ଼ାଇ ଦେଲେ ବସ୍ । ବଲୁଚ ବିଦ୍ରୋହୀଙ୍କ ଟାର୍ଗେଟରେ ସେନା କନ୍ଭେ।
ଭାରତର ସ୍ୱାଧୀନତା ପ୍ରକ୍ରିୟା ଏକ ଲମ୍ବା ଅଭିଯାନ ଥିଲା । ଅହିଂସାକୁ ମାଧ୍ୟମ କରି ଭାରତ ଆନ୍ଦୋଳନ କରିଥିଲା ସତ ହେଲେ ମିଳିଥିଲା ଏକ ରକ୍ତାକ୍ତ ସ୍ୱାଧୀନତା । ଦ୍ୱିଖଣ୍ଡିତ ଭାରତମାତାର ଲହୁଲୁହରେ ଭିଜି ଯାଇଥିଲା ମାଟି । ଭାରତ ସ୍ୱାଧୀନତା ପାଇଥିଲା କିନ୍ତୁ ବିଭାଜିତ ହୋଇଥିଲା ।
ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନିଶ୍ଚିତ କଲା NASA । ଆସନ୍ତା ବୁଧବାର ଭୋର ୩ଟା ୨୭ ମିନିଟ୍ରେ ମହାକାଶରୁ ଫେରି ପୃଥିବୀରେ ପହଞ୍ଚିବେ ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋର୍ ।
ପୃଥିବୀରୁ ଯାଇଥିବା ନୂଆ ୪ ମହାକାଶଚାରୀଙ୍କୁ ସ୍ବାଗତ କରିଥିଲେ ସୁନୀତା ଓ ତାଙ୍କ ସାଥି ଆଷ୍ଟ୍ରନଟ୍ ବୁଚ୍ ୱିଲମୋର । ଆଜି ଦିନ ପ୍ରାୟ ୧୦ଟା ବେଳେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି ସ୍ପେଶ୍ ଏକ୍ସ କ୍ରୁ-ଟେନ୍ ମିଶନର ଡ୍ରାଗନ୍ ସ୍ପେଶକ୍ରାଫ୍ଟ ।
୨୧୪ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ଦାବି କରିଛି । ବନ୍ଦୀ ଅଦଳବଦଳ ପାଇଁ ପାକିସ୍ତାନ ରାଜି ନ ହେବାରୁ ହତ୍ୟା କରିଥିବା କହିଛି BLA। ପାକିସ୍ତାନ ସୁରକ୍ଷାକର୍ମୀଙ୍କୁ ସମୂହ ହତ୍ୟା କରାଯାଇଥିବା ଦାବି କରିଛି ଆତଙ୍କୀ ସଙ୍ଗଠନ।
ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ୯ ମାସ ଧରି ମହାକାଶରେ ସାଥୀ ମହାକାଶଚାରୀ ୱିଲମୋର ବୁଚଙ୍କ ସହ ଅଟକି ରହିଛନ୍ତି ସୁନୀତା ୱିଲିୟମ୍ସ। ଆମେରିକା ସରକାର ଓ ନାସାର ଏକାଧିକ ପ୍ରୟାସ ବିଫଳ ହେବା କାରଣରୁ ସୁନୀତା ୱିଲିୟମ୍ସ ଓ ୱିଲମୋର ବୁଚ ମହାକାଶରେ ଅଟକି ରହିଛନ୍ତି।
ଗତ ୯ ମାସ ଧରି ମହାକାଶରେ ଫସିରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ।
ଆମେରିକା ୟେମେନ ଉପରେ ଏୟାର ଷ୍ଟ୍ରାଇକ କରିଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୦୧ରୁ ଅଧିକ ଆହତ ହୋଇଛନ୍ତି। ୟେମେନର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ନାଗରିକ ରହିଥିବା ଜଣାପଡିଛି। ସାଦାର ଉତ୍ତର ପ୍ରଦେଶରେ ଆକ୍ରମଣ ସମୟରେ ୪ ଜଣ ମହିଳା ଓ ଜଣେ ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି।
ରଞ୍ଜାନୀ ଶ୍ରୀନିବାସନ କିଏ ଏବଂ କାହିଁକି ଏହି ଭାରତୀୟ ଛାତ୍ରୀଙ୍କ ଭିସା ରବ୍ଦ କଲା ଟ୍ରମ୍ପ ପ୍ରଶାସନ ? ଯାହାଫଳରେ ତାଙ୍କୁ ଅଧାରୁ ଅଧ୍ୟୟନ ଛାଡି ସ୍ୱଦେଶକୁ ଫେରିବାକୁ ପଡିଲା ।
ଆମେରିକାରେ ଏଣ୍ଟ୍ରି କରିପାରିବେନି ୪୧ ଦେଶ । ପାକିସ୍ତାନ ସମେତ ୪୧ ଦେଶ ଉପରେ ଆମେରିକା ଯାତ୍ରା ପ୍ରତିବନ୍ଧକ ଲଗାଇବାକୁ ବଡ଼ ଯୋଜନା କରୁଛନ୍ତି ଟ୍ରମ୍ପ ପ୍ରଶାସନ । ଲିଷ୍ଟରେ ଅଛନ୍ତି ଏମିତି ଦେଶ, ଜାଣିକି ହୋଇଯିବେ ଆଶ୍ଚର୍ଯ୍ୟ
ଯୁଦ୍ଧ ବିରାମ ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତରେ । ଋଷ ରାଷ୍ଟ୍ରପତି ଏଭଳି ବୟାନ ଦେବା ପରେ ଘନେଇଛି ବିଶ୍ବ ରାଜନୀତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଥିବା ବେଳେ ଆମେରିକା ମଧ୍ୟ ଦ୍ବନ୍ଦ୍ବରେ ପଡିଛି।
ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ ୱିଲମୋର ବୁଚଙ୍କର ଫେରିବା ଆହୁରି ବିଳମ୍ବ ହେବ । ତେବେ ଚଳିତ ମାସ ୧୯ ସୁଦ୍ଧା ନାସାର ଦୁଇ ମହାକାଶଚାରୀ ସୁନିତା ୱିଲିୟମସ ଓ ୱିଲମୋର ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି।
ଟ୍ରେନ ହାଇଜାକ ଘଟଣା ପ୍ଲେନ ହାଇଜାକଠାରୁ ଯଥେଷ୍ଟ କମ । କାରଣ ଟ୍ରେନର ଅପରେଶନ ଏକ ଜଟିଳ ପ୍ରକ୍ରିୟା ଅଟେ । ଏକ ଟ୍ରେନକୁ କବ୍ଜାକୁ ନେବା ଏତେ ସହଜ ଘଟଣା ନୁହେଁ । ତେଣୁ ବିଦ୍ରୋହୀ ତଥା ଆତଙ୍କୀ ଗୋଷ୍ଠୀ ଟ୍ରେନକୁ ହାଇଜାକ କରିବା ପରିବର୍ତ୍ତେ ବୋମା ବିସ୍ଫୋରଣ କରାଇ ଟ୍ରେନ ଦୁର୍ଘଟଣା ଘଟାଇବା ପରି ଅପରାଧିକ କାଣ୍ଡ କରିଥାନ୍ତି ।
ଜାଫର୍ ଟ୍ରେନ ହାଇଜାକ ଘଟଣା । ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ପାକିସ୍ତାନ ସେନା କହୁଥିବାବେଳେ ଏବେ ୧୫୦ରୁ ଅଧିକ ସୈନିକ ପଣବନ୍ଦୀ ଥିବା ଦାବି କଲା ବିଏଲ୍ଏ । ପାକିସ୍ତାନ ନିଜ ପରାଜୟ ଲୁଚାଇବାକୁ ଏମିତି ମିଛ କହୁଥିବା ବିଏଲ୍ଏ ଦାବି କରିଛି ।