• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

THIEF
Bhubaneswar: ଚୋର ଦେଉଥିଲା ପ୍ରବଚନ, କହୁଥିଲା ଚେଞ୍ଜ୍ ୟୋର୍ ଲାଇଫ୍...ଭୁବନେଶ୍ବର ଭରତପୁର ଅଞ୍ଚଳରେ ଲୁଟ୍ ଅଭିଯୋଗରେ ଗିରଫ

ଚୋର ଦେଉଥିଲା ପ୍ରବଚନ। ବୁଝାଉଥିଲା ଜୀବନର ମନ୍ତ୍ର। ୟୁଟ୍ୟୁବ୍ ଚ୍ୟାନେଲରେ ନୀତି ନୈତିକତାର କଥା କହି, ଲୋକଙ୍କୁ ଚୋରି ବୃତ୍ତି ଛାଡ଼ିବାକୁ ବୁଝାଉଥିବା ପ୍ରବଚକ, ନିଜେ କିନ୍ତୁ ଛାଡ଼ିପାରୁନଥିଲା ନିଜର ପୁରୁଣା ପ୍ରବୃତ୍ତି। ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ବରରେ। ଗୋଟିଏ ଘରୁ ୫ ଲକ୍ଷ ଟଙ୍କା ଓ ୩ଶହ ଗ୍ରାମ୍ ସୁନା ଲୁଟ୍ ଅଭିଯୋଗରେ ଗିରଫ ହୋଇଛି ଜଣେ ପେଶାଦାର ଲୁଟେରା।

education
CMS Report:ଟ୍ୟୁସନ ବିନା ପଢୁ ନାହାନ୍ତି ରାଜ୍ୟର ୫୦%ରୁ ଅଧିକ ପିଲା, ଘରୋଇ ସ୍କୁଲରେ ଶିକ୍ଷା ଖର୍ଚ୍ଚ ବାର୍ଷିକ ୯ ଗୁଣା ଅଧିକ

ଘରୋଇ ଟ୍ୟୁସନ ବିନା ସ୍କୁଲ୍ ପାଠ ପଢ଼ି ହଉନି। ଏ ଚିତ୍ର ସାମ୍ନାକୁ ଆଣିଛି ଶିକ୍ଷା ସମ୍ପର୍କିତ କମ୍ପ୍ରେହେନ୍ସିଭ ମଡ୍ୟୁଲାର ସର୍ଭେ ବା CMS ରିପୋର୍ଟ। ତଥ୍ୟ କହୁଛି- ଓଡ଼ିଶାରେ ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଘରୋଇ କୋଚିଂ ଉପରେ ନିର୍ଭରଶୀଳ। ଗ୍ରାମାଞ୍ଚଳରେ ୫୪ ପ୍ରତିଶତ ଓ ସହରାଞ୍ଚଳରେ ୬୬ ପ୍ରତିଶତରୁ ଅଧିକ ପିଲା ହେଉଛନ୍ତି ଟ୍ୟୁସନ। ଯାହାକୁ ନେଇ ଅଭିଭାବକ ମହାସଂଘ ଓ ଶିକ୍ଷାବିତ୍ ଉଦବେଗ ପ୍ରକାଶ କରିଥିବାବେଳେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଲାଗୁ ହେବା ପରେ ଆମ ସରକାର ଗୁଣାତ୍ମକ ଶିକ୍ଷାକୁ ଦେଉଛନ୍ତି ଅଧିକ ଗୁରୁତ୍ବ।

ashok panda
BJD Crisis:ବିଜେଡିରେ ବରିଷ୍ଠଙ୍କ ସିରିଜ୍ ବିସ୍ଫୋରଣ, ଏବେ ମୁହଁ ଖୋଲି ବର୍ଷିଲେ ଅଶୋକ

ଗଣେଶ ପୂଜାରେ ବଦ୍ରି, ନୂଆଁଖାଇରେ ଅଶୋକ। ଟାର୍ଗେଟରେ ଭୈରବ। ବରିଷ୍ଠଙ୍କ ନିଇତି ନୂଆ ନୂଆ ବିସ୍ଫୋରଣରେ ଘାଇଲା ବିଜେଡି। ଯେତେ ତାଳି ପକେଇଲେ କି ତୁଣ୍ଡି ବାନ୍ଧିବାର ପ୍ରୟାସ କଲେ ବି କେହି ଯେମିତି ମାନିବା ମୁଡରେ ନାହାଁନ୍ତି। ଗତକାଲି ବଦ୍ରିଙ୍କ ପରେ ଆଜି ପରୋକ୍ଷରେ ପାଣ୍ଡିଆନଙ୍କ ପ୍ରତି କଡ଼ା ବାର୍ତ୍ତା ରଖି ଲକ୍ଷ୍ମଣରେଖା ନଡେଇଁବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ନେତା ଅଶୋକ ପଣ୍ଡା। ଯାହାକୁ ନେଇ ଦଳ ଭିତରେ ପୁଣି କଂପନ।

nikki
Dowry Death: ନିକ୍କି ହତ୍ୟା ମାମଲାରେ ନୂଆ ମୋଡ଼, ଡାକ୍ତର କହିଲେ ଏଭଳି କଥା

ଫୋର୍ଟିସ ହସ୍ପିଟାଲର ସିସିଟିଭିରୁ ଜଣାପଡ଼ିଛି ଯେ ନିକ୍କିଙ୍କୁ ପଡ଼ୋଶୀ ଦେବେନ୍ଦ୍ର କାରରେ ହସ୍ପିଟାଲ ଆଣିଥିଲେ। ଦେବେନ୍ଦ୍ର ଗାଡ଼ି ଚଳାଉଥିବା ବେଳେ ନିକ୍କ, ତାଙ୍କ ଶାଶୁ ଓ ଶ୍ୱଶୁର ପଛ ସିଟରେ ବସିଥିଲେ। ସିସିଟିଭିରେ ରୋହିତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

BJP
BJP Strengthens Grip:ତୃଣମୂଳ ସ୍ତରରୁ ବିଜେଡିକୁ ସଫା କରିଦେବ କି ବିଜେପି ? ୧୪ ମାସରେ ବିଜେପିର ୩୦ ବ୍ଲକ୍ ଦଖଲ

ପଞ୍ଚାୟତ ଏବଂ ବ୍ଲକରେ ସଫା ହୋଇଯିବ କି ବିଜେଡି ? କାହିଁକି ନା ଗୋଟିକ ପରେ ଗୋଟିଏ ବ୍ଲକ ଅଧ୍ୟକ୍ଷ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଏବେ ଦଳ ଛାଡି ବିଜେପିରେ ମିଶୁଛନ୍ତି। ଆଉ କେଉଁଠି ଅନାସ୍ଥା ଆଣି ବ୍ଲକ୍ ଦଖଲ କରୁଛି ବିଜେପି। ସରକାରକୁ ଆସିବାର ୧୪ ମାସରେ ଏମିତି ପ୍ରାୟ ୩୦ ବ୍ଲକ୍ ଦଖଲ କଲାଣି ଶାସକ ଦଳ। ଏମିତି ସ୍ଥିତିରେ କାହିଁକି ବିଜେଡିର ପଞ୍ଚାୟତ ପ୍ରତିନିଧି ଦଳଠାରୁ ମୁହଁ ଫେରାଉଛନ୍ତି ତାକୁ ନେଇ ବଢିଛି ଚର୍ଚ୍ଚା।...

Gangster
Gangster Convicted: ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲା ଗ୍ୟାଙ୍ଗଷ୍ଟର, ଭୋଗିବ ଆଜୀବନ କାରାଦଣ୍ଡ

ଏକ ଅଦାଲତ ଗ୍ୟାଙ୍ଗଷ୍ଟର ଅନୁପମ ଦୁବେ ଏବଂ ତା ସାଙ୍ଗ ବାଲକିଶନକୁ ୧୯୯୫ ମସିହାରେ ହୋଇଥିବା ଶମୀମ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନୁପମ ଦୁବେ ପୂର୍ବରୁ ଅନ୍ୟ ଏକ ହତ୍ୟା ମାମଲାରେ ଜେଲରେ ଅଛି। ତା ବିରୁଦ୍ଧରେ ହତ୍ୟା, ଡକାୟତି ଏବଂ ଜୋରଜବରଦସ୍ତ ଚାନ୍ଦା ଆଦାୟ ଭଳି ଅନେକ ମାମଲା ରୁଜୁ ହୋଇଛି।

firing
Faridabad:ମୋ ସ୍ତ୍ରୀକୁ ନେଲୁ ଏବେ ଗୁଳି ଖାଆ...ରାଗରେ ସାଙ୍ଗକୁ ଗୁଳି କଲା ସାଙ୍ଗ

ସାଙ୍ଗର ସ୍ତ୍ରୀକୁ ଧରି ବୁଲୁଥିଲେ ମନାଲି, ଖାଇଲେ ଗୁଳି । ରାଗରେ ସାଙ୍ଗକୁ ଗୁଳି କଲା ସାଙ୍ଗ । ବନ୍ଧୁକ ଧରି ଆସିଲା, ସମସ୍ତଙ୍କ ଆଖି ସାମ୍ନାରେ ଗୁଳି ମାରିଲା । ଛାତିରେ ଫୁଟାଇଲା ତିନି ରାଉଣ୍ଡ ଗୁଳି । ସାଙ୍ଗ ସ୍ତ୍ରୀକୁ ମନାଲି ବୁଲାଇନେବାର ଭୟଙ୍କର ଫଳ ଭୋଗିଲେ ମଦ ବ୍ୟବସାୟୀ

sammi
Mohammed Shami:ବିସ୍ଫୋରକ ବୟାନ ଦେଲେ ମହମ୍ମଦ ଶାମି, କହିଲେ ଅବସର ନେଇ ବଡ଼ କଥା

ଆମ ଅନ୍ତରଆତ୍ମା କହୁଥିଲା ଆମେ ଜିତିବୁ। କିନ୍ତୁ ଆମେ ଲଗାତର ଜିତୁଥିବାରୁ ଗୋଟିଏ ଭୟ ମଧ୍ୟ ରହିଥିଲା। ତାହା ନକଆଉଟ ଷ୍ଟେଜ ମଧ୍ୟ ଥିଲା। ନିଶ୍ଚିତ ଭାବେ କିଛି ଭୟ ରହିଥିଲା। କିନ୍ତୁ ଫ୍ୟାନ୍ସଙ୍କ ଉତ୍ସାହ ଓ ବିଶ୍ୱାସ ଆମକୁ ପ୍ରେରଣା ଦେଇଥିଲା। ସେହି ସ୍ୱପ୍ନ ପୂରଣ ହୋଇପାରିଥାଆନ୍ତା, କିନ୍ତୁ ସମ୍ଭବତଃ ମୋ ଭାଗ୍ୟରେ ନଥିଲା।”

Cancer
Miracle: ୫ ମାସର ଗର୍ଭାବସ୍ଥାରେ ଜଣାପଡ଼ିଲା କର୍କଟ ରୋଗ, ଡାକ୍ତର କଲେ ଚମତ୍କାର

ଜଣେ ୩୫ ବର୍ଷୀୟା ମହିଳାଙ୍କୁ ୫ ମାସର ଗର୍ଭାବସ୍ଥାରେ କର୍କଟ ରୋଗ ହେବାର ଜଣା ପଡିଥିଲା। ରୋଗ ଜଣାପଡ଼ିବା ମାତ୍ରେ ମହିଳାଙ୍କ ସହ ତାଙ୍କ ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

rajanikanta
Rajinikanth:ରେକର୍ଡ ପରେ ରେକର୍ଡ କରୁଛନ୍ତି ସାଉଥର ଏହି ସୁପରଷ୍ଟାର...ଟଙ୍କା ଛାପିବାର ମେସିନ

‘କୁଲି’ ଓପନିଂ ସପ୍ତାହ ମଧ୍ୟରେ ୩୭୫ କୋଟି ଟଙ୍କା ଆୟ କରି ତା’ର ବଜେଟ୍ ଉଠାଇ ଦେଇଥିଲା । ଏହା ରଜନୀକାନ୍ତଙ୍କ କ୍ୟାରିୟରର ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି। ‘କୁଲି’ ଏବେ ତାମିଲ ସିନେମା ଇତିହାସର ଶୀର୍ଷ ୫ ଫିଲ୍ମ ମଧ୍ୟରୁ ଗୋଟିଏ । ଯେଉଁଗୁଡ଼ିକ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ବିପୁଳ ଆୟ କରିଛି।

crime
UP:ପୋଲିସ ବାବୁଙ୍କ ପ୍ଲଟ୍‌ ଲୋଭ, ସ୍ତ୍ରୀକୁ ଜୀଅନ୍ତା ଜାଳି ଦେଲେ

ପୁଣି ଅମାନୁଷିକ, ପୁଣି ବର୍ବରତା। ପୁଣି ଯୌତୁକ ନିଆଁରେ ଜଳିଲା ଆଉ ଜଣେ ବଧୂ। ପ୍ଲଟ ଲୋଭରେ ଅନ୍ଧ ହୋଇଗଲା ସ୍ୱାମୀ। ଯେଉଁ ନିଆଁକୁ ସାଖୀ ରଖି ସ୍ତ୍ରୀର ହାତ ଧରି ଘରକୁ ଆଣିଥିଳା, ସେହି ନିଆଁରେ ପୋଡିଦେଲା। ପାଲଟିଗଲା ପିଶାଚ। ଯୌତୁକ ପାଇଁ ସବୁ ସୀମା ଟପିଗଲେ ଶାଶୁ ଘର ଲୋକେ। ଶୋଇଥିବା ବେଳେ ପେଟ୍ରୋଲ ଢ଼ାଳି ବୋହୂକୁ ଜୀବନ୍ତ ଜାଳି ଦେଲେ।

Congress
Congress Leader Apologizes: ରାହୁଲଙ୍କ ଯାତ୍ରାରେ ମଞ୍ଚରୁ ପିଏମ ମୋଦିଙ୍କୁ ଗାଳି ଦେଲେ, ପରେ କ୍ଷମା ମାଗିଲେ କଂଗ୍ରେସ ନେତା

କଂଗ୍ରେସ ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଅପଶବ୍ଦ ବ୍ୟବହାର କରାଯିବା ଘଟଣାରେ କାର୍ଯ୍ୟକ୍ରମର ଆୟୋଜକ ମହମ୍ମଦ ନୌଶାଦଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରାଯାଇଛି। ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ନୌଶାଦ ଏହି ଘଟଣା ସାମ୍ନାକୁ ଆସିବା ପରେ ନିଜର ପକ୍ଷ ରଖି କ୍ଷମା ମାଗିଛନ୍ତି।

monalisha
Monalisa: ବଲିଉଡ ପରେ ମୋନାଲିସାଙ୍କୁ ମିଳିଲା ବଡ଼ ଅଫର...ଅନେକଙ୍କ ପାଇଁ ଏହା ସ୍ବପ୍ନ

ମୋନାଲିସା ଏବେ ମାଲାୟଲମ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଖୁସି ଖବର ମୋନାଲିସା ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି। ମୋନାଲିସା ତାଙ୍କ ଏହି ସାଉଥ ଫିଲ୍ମର ନାମ ଏବଂ ଅନେକ ବିବରଣୀ ମଧ୍ୟ ପ୍ରକାଶ କରିଛନ୍ତି। ସେ ଫିଲ୍ମର ମହୁରତ ସମୟର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

Constable
Constable Beaten: ଆରଆଇଙ୍କ କୁକୁର ହଜିଗଲା, କନଷ୍ଟେବଳଙ୍କୁ ରାତିରେ ଘରକୁ ଡାକି ବେଲ୍ଟରେ ପିଟିଲେ

କନଷ୍ଟେବଳ ରାହୁଲ ଚୌହାନଙ୍କ ପତ୍ନୀଙ୍କ କହିବା ଅନୁସାରେ, ଆରଆଇ ସୌରଭ କୁଶୱାହା କହିଛନ୍ତି ଯେ କନଷ୍ଟେବଳ ତାଙ୍କ କୁକୁରକୁ ମାରି କୁଆଡ଼େ ପୋତି ଦେଇଛନ୍ତି। ଏହାପରେ ସେ ବେଲ୍ଟରେ ମାଡ଼ ମାରିଥିଲେ ଏବଂ ଜାତିଗତ ଅପମାନଜନକ ଶବ୍ଦ ମଧ୍ୟ କହିଥିଲେ। କିଛି ଘଣ୍ଟା ପରେ କୁକୁର ମିଳିଥିଲା।

google map
Google Map: ଧୋକା ଦେଲା ଗୁଗଲ ମ୍ୟାପ ! ରାତିରେ ଭଙ୍ଗା ପୋଲକୁ ନେଇଗଲା...୩ଜଣଙ୍କ ମୃତ୍ୟୁ

ଚିତ୍ତୋଡ଼ଗଡ଼ର ଏସପି ମନୀଷ ତ୍ରିପାଠୀ ଏହି ଘଟଣା ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି“ଭ୍ୟାନରେ ଥିବା ଲୋକମାନେ ଝରକା ଭାଙ୍ଗି ତା’ର ଛାତ ଉପରେ ଚଢ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରିଥିଲେ, ଯିଏ ପୁଲିସକୁ ଖବର ଦେଇଥିଲେ। ଥାନା ପ୍ରଭାରୀ ଦେବେନ୍ଦ୍ର ସିଂହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନୌକାର ବ୍ୟବସ୍ଥା କରିଥିଲେ।

bill
Corruption Shocker: ଦୁଇ ପୃଷ୍ଠାର ଫଟୋକପି ପାଇଁ ଖର୍ଚ୍ଚ ହୋଇଛି ୪ହଜାର ଟଙ୍କା, ଗ୍ରାମ ପଞ୍ଚାୟତର ଏହି ବିଲ ଦେଖି ଆପଣଙ୍କ ହୋସ୍ ଉଡ଼ିଯିବ

ବର୍ତ୍ତମାନ ଏହା ମାମଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଶାହାଡୋଲ ଜିଲ୍ଲାର କୁଦ୍ରୀ ଗ୍ରାମ ପଞ୍ଚାୟତର। ରାଜ ଫଟୋକପି ସେଣ୍ଟର ଏବଂ ଡିଜିଟାଲ ଷ୍ଟୁଡିଓ ନାମରେ ତିଆରି ଏହି ବିଲ୍‌ରେ ଦୁଇ ପୃଷ୍ଠା ଫଟୋକପିର ମୂଲ୍ୟ ପ୍ରତି କପି ୨ ହଜାର ଟଙ୍କା ଦର୍ଶାଯାଇଛି। ଦୁଇ ପୃଷ୍ଠା ପାଇଁ ମୋଟ ୪ ହଜାର ଟଙ୍କାର ପେମେଣ୍ଟ କରାଯାଇଛି।

nilabanti grantha
Cursed Book:ନୀଲାବନ୍ତି ଗ୍ରନ୍ଥ ଯାହାକୁ କେହି ସଂପୂର୍ଣ୍ଣ ପଢ଼ିପାରି ନାହାନ୍ତି, କାରଣ...

ନୀଲାବନ୍ତି ଗ୍ରନ୍ଥରେ ପଶୁ ଓ ପକ୍ଷୀଙ୍କ ଭାଷାକୁ ବୁଝିବା ଶକ୍ତି ହାସଲ କରିବା ଉପାୟ ବର୍ଣ୍ଣନା କରାଯାଇଥିବା ଦାବି କରାଯାଏ । ଅନେକ ଲୋକ କହନ୍ତି ଏହି ଗ୍ରନ୍ଥ ଅଭିଶପ୍ତ ଅଟେ । ଯେ କେହି ବି ଏହି ଗ୍ରନ୍ଥକୁ ପଢିବ ତାର ମୃତ୍ୟୁ ଘଟିବ ନଚେତ ସେ ପାଗଳ ହୋଇଯିବ ।

Student
Student Delivers Baby: ଶିଶୁ ପୁତ୍ର ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ

ସ୍କୁଲ ଶୌଚାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ କର୍ଣ୍ଣାଟକ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ଶଶିଧର କୋସାମ୍ବେ ନିର୍ଦ୍ଦେଶ ଦେଇଛନ୍ତି।

param sundari
Param Sundari: ଜାଣନ୍ତୁ ପ୍ରଥମ ଦିନରେ କେତେ କଲେକ୍ସନ କରିବ ପରମ ସୁନ୍ଦରୀ, ୫ ଦିନରେ ଉଠାଇବ ବଜେଟ ?

ମାଡକ ଫିଲ୍ମସ୍‌ର ବ୍ୟାନର ତଳେ ନିର୍ମିତ ପରମ ସୁନ୍ଦରୀ ସୋନୁ ନିଗମଙ୍କ ଗୀତ "ପରଦେଶିୟା" ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରମୋସନାଲ ଆକ୍ଟିଭିଟିକୁ ମଧ୍ୟ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ଯଦିଓ ମୁଖ୍ୟ ଯୋଡ଼ି ମିଡ଼ିଆ ଇଣ୍ଟରଭ୍ୟୁ ଏବଂ ଜନସାଧାରଣରେ ଫିଲ୍ମର ଅଧିକ ପ୍ରଚାର କରି ନାହାନ୍ତି।

Tariff
Tariff War: ଟ୍ରମ୍ପଙ୍କ ସହଯୋଗୀ କହିଲେ, ଚୀନ୍ ଭାରତର ମିତ୍ର ନୁହେଁ, ତା ସହ ନ ମିଶୁ

ହ୍ୱାଇଟ ହାଉସ୍‌ର ପରାମର୍ଶଦାତା ପିଟର ନାଭାରୋ କହିଛନ୍ତି ଯେ ୟୁକ୍ରେନରେ ଶାନ୍ତିର ପଥ ଭାରତ ଦେଇ ଯାଇଛି। ସେ ଏକ ଯୁକ୍ତି ଦେଇ କହିଛନ୍ତି ଯେ ଭାରତ ଆମେରିକାରେ ଜିନିଷ ବିକ୍ରି କରି ଟଙ୍କା ରୋଜଗାର କରୁଛି। ସେହି ଟଙ୍କାରେ ସେ ରୁଷିଆରୁ ତୈଳ କିଣୁଛି ଏବଂ ସେହି ଟଙ୍କା ଦେଇ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଛି।

Rape Gang
Pakistani Rape Gangs: ବ୍ରିଟେନରେ ପାକିସ୍ତାନୀ କରୁଛନ୍ତି ଏହି ସବୁ ହୀନ କାମ

ଚାଞ୍ଚଲ୍ୟକର ପର୍ଦ୍ଦାଫାଶ ହୋଇଛି। ୧୯୬୦ରୁ ପାକିସ୍ତାନର ଏହି ରେପ୍ ଗ୍ୟାଙ୍ଗ ଗରୀବ ନାବାଳିକା ପ୍ରଲୋଭନ ଦେଖାଇ, ମଦ ଓ ଡ୍ରଗ୍ସ ଦେଇ ଫସାଯାଉଥିଲା। ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା।

student passed away
Period Delaying Pills:ଔଷଧ ନେଲା ଜୀବନ, ପୂଜା ପାଇଁ ଖାଇଥିଲେ ପିଲ୍

ଅନେକ ସମୟରେ ଛୋଟ ଛୋଟ ଭୁଲ ବଡ଼ ସମସ୍ୟାର କାରଣ ହୁଏ। ଜଣେ ୧୮ ବର୍ଷର ଝିଅ ଏମିତି ଏକ ଭୁଲ କରି ମୃତ୍ୟୁର ଶିକାର ହୋଇଛନ୍ତି। ସେ ତାଙ୍କର ମାସିକ ଋତୁସ୍ରାବ ବନ୍ଦ କରିବା ପାଇଁ ହରମୋନ ବଟିକା ଖାଇଥିଲେ, ଆଉ ତା’ପରେ ଏକ ଗମ୍ଭୀର ରୋଗର ଶିକାର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି।

Sambalpuri Kosali
Sambalpuri-Kosli News Services: ଲଞ୍ଚ୍ ହେଲା ‘ଓଟିଭି ଫିଦିନ୍’ ଚ୍ୟାନେଲ

୨୪ ଘଣ୍ଟିଆ ‘ଓଟିଭି ଫିଦିନ୍’ ଚ୍ୟାନେଲ ଲଞ୍ଚ ହୋଇଛି। ଏଥିରେ ପଶ୍ଚିମ ଓଡିଶାର କଳା ସଂସ୍କୃତି ସହ ରାଜନୀତି ଏବଂ ନାଚ ଗୀତ ସହ ସମସ୍ତ ଖବର ଦେଖି ପାରିବେ।

Tragedy at Sea
ମଝି ସମୁଦ୍ରରେ ଢୋ ଢା। Tragedy at Sea

ସମୁଦ୍ର ଭିତରେ ବଡ଼ ଦୁର୍ଘଟଣା ।