କେମିତି ଥିଲା ମାତା ସୀତାଙ୍କର ପିଲାଦିନ? ତାଙ୍କ ସ୍ୱୟମ୍ୱରକୁ କାହାକୁ କାହାକୁ ଡକା ଯାଇଥିଲା? ପିଲାଦିନେ ସେ କରିଥିବା କେଉଁ ଘଟଣାଟି ତାଙ୍କ ପିତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା? ସ୍ୱୟମ୍ୱର ଦିନ କେଉଁ ସବୁ ଘଟଣା ଘଟିଲା?
ହିନ୍ଦୁ ଧର୍ମରେ ଶନି ଅତ୍ୟନ୍ତ ପ୍ରତ୍ୟକ୍ଷ ଦେବତା। ତାଙ୍କ ଦୃଷ୍ଟି ଯାହା ଉପରେ ପଡ଼େ ସେ ତଳିତଳାନ୍ତ ହୋଇଯାଏ। ମନରେ ପ୍ରଶ୍ନ ଉଠେ, କାହିଁକି ଶନିଙ୍କ ଦେହର ରଙ୍ଗ କଳା? ସେ କାହିଁକି ନିଜ ବାପାଙ୍କର ମଧ୍ୟ ଶତ୍ରୁ ହୋଇଯାଇଥିଲେ? କେଉଁ କାରଣରୁ ତାଙ୍କ କୋପ ଦୃଷ୍ଟିରୁ ତାଙ୍କ ଗୁରୁ ମଧ୍ୟ ବର୍ତ୍ତି ପାରିନଥିଲେ?
1982 ମସିହାରୁ International Theatre Institute ଓ UNESCO ପକ୍ଷରୁ ପାଳନ ଆରମ୍ଭ ହୋଇଥିଲା ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ। ଫ୍ରାନ୍ସର ବିଶ୍ୱପ୍ରସିଦ୍ଧ କ୍ରାନ୍ତିକାରୀ ନୃତ୍ୟଶିଳ୍ପୀ (Jean-Georges Noverreଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହି ଦିବସଟି ପାଳନ କରାଯାଏ।
ଆଜି ପବିତ୍ର ଅକ୍ଷୟ ତୃତୀୟା। କିଏ ଅକ୍ଷି ମୁଠି ଅନୁକୂଳ କରି କ୍ଷେତରେ ବିହନ ବୁଣିଛନ୍ତି ତ ଆଉ କିଏ ବିଶ୍ବାସ ଓ ପରମ୍ପରା ଆଧାରରେ ସୁନା କିଣିଛନ୍ତି ସମୃଦ୍ଧି ଆଶାରେ। ତାହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭୁବନେଶ୍ବର OUAT ଫାର୍ମରେ ଅଖିମୁଠି ଅନୁକୂଳ ସହ ସିଏମ୍ କିଷାନ ଟଙ୍କା ପଠାଇଛନ୍ତି ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ।
ଅକ୍ଷୟ ତୃତୀୟାରେ ବିହନ ଅନୁକୂଳ କଲା ଚଷା ପୁଅ, ୫୦ଲକ୍ଷ ଅନ୍ନଦାତାଙ୍କ ଖାତକୁ ମୁଖ୍ୟମନ୍ତ୍ରୀ ପଠାଇଲେ ସିଏମ୍ କିଷାନ ଟଙ୍କା...ଆଜ୍ଞାମାଳ ପରେ ପୁରୀରେ ରଥ ନିର୍ମାଣର ଶୁଭାରମ୍ଭ, ଏଣେ ସୁନା କିଣିବାକୁ ଗ୍ରାହକଙ୍କ ଭିଡ଼...
ସାଧାରଣ ମଣିଷ ଯେତେବେଳେ ସାମାଜିକ ଜୀବନରେ ହାଇଯାଏ, ସେତେବେଳେ ସହାୟତା କରନ୍ତି ଈଶ୍ୱର। ଗରିବ ମାଧବ ମିଶ୍ରଙ୍କର ଏହି ଦରଦଭରା କାହାଣୀଟି ପଢ଼ନ୍ତୁ। କେମିତି ଖାଇବାକୁ ନପାଇ ରୋଗରେ ଛଟପଟ ହେଉଥିବା ଏହି ଗରିବ ବ୍ରାହ୍ମଣଟି ପଞ୍ଚାନନ ମେଳା କରି ଏକ ସୁସ୍ଥ ଜୀବନକୁ ଫେରି ଆସିଲେ ଇଏ ହେଉଛି ତାଆରି କାହାଣୀ।
ଓଡ଼ିଆ ଜାତିର ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଉତ୍ସବ ପ୍ରିୟ। ତାଙ୍କ ଦୈନନ୍ଦିନ ଚଳଣୀ ଭିତରେ ଅନେକ ଛୋଟ ବଡ଼ ଉତ୍ସବ ଓ ପର୍ବ ଲୁଚି ରହିଥାଏ। ତେବେ ଆସନ୍ତୁ ଜାଣିବା ଚନ୍ଦନ ଯାତ୍ରୀ ବିଷୟରେ ଅଧିକ କିଛି।
ଅକ୍ଷୟ ତୃତୀୟା ଓଡିଶାରେ ଏକ ଶୁଭ ଦିନ ଭାବରେ ପାଳିତ ହୁଏ। ଆଜିଠାରୁ ଅନେକ ବଡ଼ ବଡ଼ କାମ ଆରମ୍ଭ ହୋଇଥାଏ। ଏହିଦିନ ପଛରେ ଅନେକ ସୁନ୍ଦର ପୌରାଣିକ ଆଖ୍ୟାନ ରହିଛି। ଆସନ୍ତୁ ପଢ଼ିବା କିଛି ଭଲ କାହାଣୀ
ଆଜି ପବିତ୍ର ଅକ୍ଷୟ ତୃତୀୟା । ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହିଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଆଜିର ଦିନରେ ସୂର୍ଯ୍ୟ ଏବଂ ଚନ୍ଦ୍ରମା ନିଜର ଉଚ୍ଚ ରାଶିରେ ରହିଥାନ୍ତି।
ବିଶ୍ୱାସ ରହିଛି, ଏହିଦିନ ଯିଏ ଅଖିମୁଠି ଅନୁକୂଳ କରି ଧାନକ୍ଷେତରେ ଚାଷ କରିଥାନ୍ତି ବର୍ଷସାରା ତାଙ୍କର ଧନସମ୍ପଦର ଅଭାବ ରହେନାହିଁ ଏବଂ ଧାନ ପ୍ରଚୁର ପରିମାଣରେ ଫଳିଥାଏ । ପୁରାଣର ଏକ ଉପାଖ୍ୟାନରୁ ଜଣାଯାଏ, ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ଭୂମିପୂଜା କରି ନିଜେ ବୀଜ ବପନ କରୁଥିଲେ ।
ଭାରତରେ ଶନିଦେବଙ୍କ ସମ୍ଯା ମଧ୍ୟ ସଦା ଭକ୍ତମାନଙ୍କ ଭୟ ରହିଥାଏ। ଏହି ଆର୍ଟିକଲ ମାଧ୍ୟମରେ ତାଙ୍କୁ ଖୁସି କରିବାର ବିବିଧ ପାଇଁ ଅଂଶୀଦାରୀ ଖେତ୍ରଶିଳ୍ପିକୁ ନେଇ ଆଲୋଚନା କରିଥାଏ। ଏହି ସହିତ ମନ୍ତ୍ର ଉଚ୍ଚାରଣ, କର୍ମଯୋଗ, ଯଶସ୍ୱୀ ଦାନ, ରାଶିତେଲ ଦୀପ, ଭକ୍ତଙ୍କର ଆମିଷ ଖାଦ୍ୟ ଓ ନିଶାକୁ ବର୍ଜନ କରିବା ଏହି କାରଣରୁ ତାହିଁଦ୍ବାରା ଶନିର ପ୍ରସାଦ ପାଇବାର ଦାବି କରିଛନ୍ତି।
ସବୁଥର ଭଳି ଏଥର ମଧ୍ୟ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରାରେ ଆକର୍ଷଣ ସାଜିଛି ନିଆରା ରଥ ପରମ୍ପରା । ସ୍ବତନ୍ତ୍ର ରଥରେ ଶତାଧିକ ବର୍ଷ ପୁରୁଣା ଦେବଦେବୀଙ୍କ ପ୍ରତିମା ପ୍ରତିଷ୍ଠିତ ହୋଇ ପରିକ୍ରମା କରୁଛନ୍ତି।
ଆମେ କାହିଁକି କରିବା ଉଚିତ ମାଆ ଅନ୍ନପୂର୍ଣ୍ଣାଙ୍କ ପୂଜା? କେମିତି ପୂଜା କଲେ ସେ ସନ୍ତୁଷ୍ଟ ହୁଅନ୍ତି? ମାଆ କଣ ଚାହାଁନ୍ତି? ଗରିବ ଭକ୍ତ ଧନଞ୍ଜୟ କେମିତି ମାଆଙ୍କ ପୂଜା କରି ଧନସଂପତ୍ତି ଓ କୋଠାବାଡ଼ିର ମାଲିକ ହୋଇପାରିଲା, ପଢ଼ନ୍ତୁ ପୁରାଣର ଏହି ସୁନ୍ଦର ଗପଟି।
ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥାର ବିକାଶ ଏବଂ ଆରମ୍ଭ ପ୍ରାଚୀନ କାଳରୁ ଆରମ୍ଭ ହୋଇଥିଲା, ଯେତେବେଳେ ଗ୍ରାମ ସଭା କିମ୍ବା "ସଭା" ସ୍ଥାନୀୟ ପ୍ରଶାସନ ପାଇଁ ଦାୟୀ ଥିଲା। ତଥାପି, ଏକ ସଂରଚିତ ଏବଂ ସାମ୍ବିଧାନିକ ସଂସ୍ଥା ଭାବରେ ପଞ୍ଚାୟତିରାଜର ଆନୁଷ୍ଠାନିକ ପରିଚୟ ବହୁତ ପରେ ହୋଇଥିଲା।
ପ୍ରକୃତିର ମହତ୍ତ୍ୱ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୨୨ ଏପ୍ରିଲରେ ‘ବିଶ୍ୱ ପୃଥିବୀ ଦିବସ’ ବା ‘ଅନ୍ତର୍ଜାତୀୟ ମାତୃ ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ କେବଳ ପରିବେଶ ବିଷୟରେ ସଚେତନତା ବୃଦ୍ଧି କରିବା ନୁହେଁ ବରଂ ଗ୍ଲୋବାଲ୍ ୱାର୍ମିଂ ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରିବା।
ମାଆ ଲକ୍ଷ୍ମୀ ହେଉଛନ୍ତି ପ୍ରାଚୁର୍ଯ୍ୟ, ଶକ୍ତି, ସୌନ୍ଦର୍ଯ୍ୟ ଓ ପ୍ରଗତିର ଦେବୀ। ନବରାତ୍ରୀ ଓ ଶୁକ୍ରବାର ପୂଜା ସେମାନଙ୍କ ଆରାଧନା ପାଇଁ ସର୍ବୋତ୍ତମ। ଏ ୮ଟି ଉପାୟ ମାଧ୍ୟମରେ ଲକ୍ଷ୍ମୀଙ୍କର ପୂଜା କଲେ ସେ ସନ୍ତୁଷ୍ଟ ହେବା ସହିତ ଆଶୀର୍ବାଦ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ।
ଲିଭର୍ ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ୧୯ ଏପ୍ରିଲରେ ‘ବିଶ୍ୱ ଯକୃତ ଦିବସ’ ପାଳନ କରାଯାଏ। ଆମର କିଛି ଭୁଲ୍ ଅଭ୍ୟାସ ଧୀରେ ଧୀରେ ଆମ ଲିଭର୍କୁ କ୍ଷତି ପହଞ୍ଚାଉଛି। ଏହି ଅଭ୍ୟାସଗୁଡିକୁ ଛାଡିଦେଲେ ଆମେ ଆମର ଏହି ମୂଲ୍ୟବାନ ଅଙ୍ଗକୁ ସୁସ୍ଥ ରଖିପାରିବା।
ଇନ୍ଦ୍ରଙ୍କର ହାତକୁ ଅକାମି କରିଦେଲେ ଚ୍ୟବନ ଋଷି। ଯଜ୍ଞ କୁଣ୍ଡରୁ ସୃଷ୍ଟି କଲେ ମଦ ନାମକ ଏକ ବିଶାଳ ରାକ୍ଷସ। ହେଲେ କାହିଁକି ରାଗିଲେ ଋଷି? ରାଜା କେମିତି ହେଲେ ଗର୍ଭବାନ? ରାଜା ଯୁବନାଶ୍ୱଙ୍କ ଗର୍ଭରୁ ପୁଣି କେମିତି ଜନ୍ମ ହେଲା ପୁଅଟିଏ? ପୁଅର ନାମ ମାନ୍ଧାତା କାହିଁକି ରଖାଗଲା? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ।
ଗର୍ଭବତୀ ବୋହୂଟିଏ ଲୋଭରେ ପାଣିକଖାରୁଟିଏ ଚୋରି କଲା ବୋଲି ଷଠି ମାଆ ତାକୁ ଦେଲେ ଏମିତି ଦଣ୍ଡ। ଗୋଟିଏ ନୁହେଁ, ତା କୋଳରୁ ଉଠାଇ ନେଇଥିଲେ ପାଞ୍ଚ ପାଞ୍ଚଟି କଅଁଳା ଶିଶୁ। କିନ୍ତୁ ଶେଷରେ...
ଆଜି ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ। ଘରେ ଘରେ ପବିତ୍ର ପରିବେଶ। ସବୁଠି ପଣାର ମହକ। ସେହିପରି ଆଜି ଝାମୁଯାତ୍ରା ଓ ଦଣ୍ଡଯାତ୍ରା ବି ସଂପନ୍ନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆମାନେ ଭକ୍ତି ଓ ନିଷ୍ଠାର ପ୍ରଦର୍ଶନ ସ୍ବରୂପ ରଡ ନିଆଁରେ ଚାଲିଛନ୍ତି।
ମହା ବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୁଏ ଓଡ଼ିଆ ନୂଆବର୍ଷ। ଓଡ଼ିଆଙ୍କର ପ୍ରକୃତ ନୂଆବର୍ଷ ଜାନୁଆରୀ ୧ ନୁହେଁ, ଏପ୍ରିଲ ୧୪। ଏହିଦିନ ଓଡ଼ିଆଙ୍କର ଅନେକ ନୂଆକଥା ଆରମ୍ଭ ହୋଇଥାଏ। ତା ସହିତ ଏକାଧିକ ପର୍ବ ମଧ୍ୟ ଏହିଦିନ ପଡ଼ିଥାଏ।
ଭାରତର ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଗଠନରେ ଆମ୍ବେଦକରଙ୍କର ଏକ ଅଦ୍ୱିତୀୟ ଅବଦାନ ରହିଛି। ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଏବଂ ସାମାଜିକ ସମତାର ନିର୍ମାଣକାରୀ ଥିଲେ।
ପ୍ରଭୁ ହନୁମାନଙ୍କର ଜନ୍ମ ଓ ପିଲାଦିନକୁ ନେଇ ଭାରତୀୟ ପୁରାଣରେ ଅନେକ ରୋଚକ କାହାଣୀ ରହିଛି। ବାଲ୍ମିକୀ ରାମାୟଣ ଅନୁସାରେ, ପୃଥିବୀର ଉତ୍ତର ଦିଗରେ ସୁମେରୁ ବୋଲି ଏକ ବଡ ପର୍ବତ ଥିଲା, ଯାହା ମାଟି କିମ୍ବା ପଥରରେ ନୁହେଁ। ସେ ପର୍ବତ ସୁନାର ପର୍ବତ। ଏହା କେମିତି ହନୁମାନଙ୍କ ଜୀବନ ସହିତ ଜଡ଼ିତ ପଢ଼ନ୍ତୁ।
ହନୁମାନ ଜୟନ୍ତୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ହନୁମାନ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ସବୁଠି ପ୍ରସ୍ତୁତି। ସମ୍ବଲପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ହନୁମାନ ଜୟନ୍ତୀ ପାଳିବାକୁ ପ୍ରସ୍ତୁତି ଶେଷ ହୋଇଛି।
ଓଡ଼ିଆ ପରମ୍ପରା ଅନୁଯାୟୀ ପଣା ସଂକ୍ରାନ୍ତି ଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ପିଆଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ କାରଣ।