ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ, ଝୁଲି ଝୁଲି ଆସୁଛନ୍ତି ମହାପ୍ରଭୁ ...
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦାରୁ ଦିଅଁଙ୍କ ଦିବ୍ୟସ୍ନାନ
ଆମିଷ ଗନ୍ଧରୁ ମୁକ୍ତ ହେବ ପବିତ୍ର ବଡ଼ଦାଣ୍ଡ । କେବଳ ଘୋଷଯାତ୍ରା ବେଳେ ନୁହେଁ, ସବୁ ସମୟରେ । ଆଧ୍ୟାତ୍ମିକତାରେ ଆହୁରି ମହ ମହ ବାସିବ ଶ୍ରୀଜଗନ୍ନାଥ ଧାମ ।
ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ ଗରମ ଡାଲି ନେଇ ଯାଉଥିଲେ। ତେବେ ଅସାବଧାନତା କାରଣରୁ ଡାଲି ଭକ୍ତଙ୍କ ଉପରେ ପଡି ଯାଇଥିଲା।
ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ଥିବା କୋଠାବାଡ଼ିଗୁଡିକର ଉଚ୍ଚତା ଧାର୍ଯ୍ୟ ହେଉ । କଳିଙ୍ଗ ସ୍ଥାପତ୍ୟ ଢାଞ୍ଚାରେ ହେବା ନେଇ ନୀତି ପ୍ରସ୍ତୁତ ହେଉ । ଏହିଭଳି କିଛି ପ୍ରମୁଖ ପ୍ରସ୍ତାବ ନେଇ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଠକେଇର ଶିକାର ଭକ୍ତଙ୍କ କହିବା କଥା- ଜଗା ଦର୍ଶନ ସାରି ଘର ଓ ବନ୍ଧୁ ବାନ୍ଧବଙ୍କ ପାଇଁ ଖଜା ନେବାକୁ ସେମାନେ ବଡ଼ଦାଣ୍ଡରେ ବୁଲୁଥିଲେ। ଏହି ସମୟରେ ଶ୍ରୀମନ୍ଦିର ଅଫିସ୍ ଗଳିରେ ଥିବା ଏକ ଦୋକାନରୁ ୨୦ କିଲୋ ଖଜା କିଣିଥିଲେ। କିନ୍ତୁ ଓଜନରେ ସନ୍ଦେହ ହେବାରୁ ଅନ୍ୟ ଏକ ପାଖ ଦୋକାନର ୱେଟ୍ ମେସିନରେ ଏହାକୁ ଚେକ୍ କରିବାରୁ ତାହା ୧୨ କିଲୋ ହୋଇଗଲା।
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ି ଭିଡିଓ ସୁଟ୍ ହୋଇଥିବାର ଏକ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି । ଷ୍ଟୋରୀ ବାଏ ନରୁ ଗୋପାଳ ନାମକ ଏକ ଇନଷ୍ଟା ଆଇଡିରେ ଗତ ମେ ୩୦ ତାରିଖରେ ଏହାକୁ ପୋଷ୍ଟ କରାଯାଇଛି ।
ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କର । ଏ ନେଇ ପ୍ରକ୍ରିୟା ବ୍ୟବସ୍ଥିତ କର, ଫଳପ୍ରଦ ଓ ପ୍ରଭାବୀ ପଦକ୍ଷେପ ନିଅ । ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା । ପୁରୀ ବେଳାଭୂମିରେ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ରହିଛି । ଏହାସହ ପ୍ରିୟଙ୍କା କର୍ତ୍ତାରପୁର ମଧ୍ୟ ଯାଇଥିବାରୁ ସନ୍ଦେହ ବଢିଛି । ପହଲଗାମ ସମେତ ରାଜ୍ୟ ବାହାରେ ଉଭୟଙ୍କର ଏକାଧିକ ଫଟୋ ରହିଛି । ଯାହାକୁ ନେଇ ସନ୍ଦେହ ବଢୁଛି ।
ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ହସ୍ତାନ୍ତର ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏନେଇ ମାର୍ଗଦର୍ଶିକା ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚନ୍ୟାୟାଳୟଙ୍କ ରାୟକୁ ସ୍ୱାଗତ ଜଣାଇଛି ଶ୍ରୀମନ୍ଦିର ପ୍ରଶାସନ ।
ହାତ ଝାଡ଼ିଦେଲା ଇସ୍କନ । ଧରାଇଦେଲା ଦିଦିଙ୍କ ମିଛ । କହିଲା- ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ପଛରେ ଆମ ଭୂମିକା ଶୂନ୍ । ସବୁ ପଶ୍ଚିମବଙ୍ଗ ସରକାରଙ୍କ ଡିସିସନ୍ ।
ଦୀଘା ଦାରୁ ଦିଅଁ ବିବାଦ ଘଟଣାରେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୩୦ ଦିନ ପାଇଁ ମହାପ୍ରଭୁଙ୍କ ସେବା ତଥା ଶ୍ରୀମନ୍ଦିରରେ ପ୍ରବେଶ ମନା ।
ବିରୋଧକୁ ଭୃକ୍ଷେପ ନାହିଁ, କି ସମାଲୋଚନାକୁ ଡର ନାହିଁ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାଁ ଦେବାର ଅପଚେଷ୍ଟାରୁ ହଟୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମିତିକି ମହାନ ଜଗନ୍ନାଥ ସଂସ୍କୃତିକୁ ଉପହାସ, ଓଡ଼ିଆଙ୍କୁ ତାଚ୍ଛଲ୍ୟ କରିବା ଭଳି ବୟାନ ରଖି ପୁଣି ବିବାଦକୁ ଆସିଛନ୍ତି ମମତା । ଏପଟେ ବିବାଦ ବଢୁଥିବା ବେଳେ ମାମଲାରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୁଦର୍ଶନ ପଟ୍ଟାନାୟକ ।
ବିରୋଧକୁ ଭୃକ୍ଷେପ ନାହିଁ, କି ସମାଲୋଚନାକୁ ଡର ନାହିଁ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାଁ ଦେବାର ଅପଚେଷ୍ଟାରୁ ହଟୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମିତିକି ମହାନ ଜଗନ୍ନାଥ ସଂସ୍କୃତିକୁ ଉପହାସ, ଓଡ଼ିଆଙ୍କୁ ତାଚ୍ଛଲ୍ୟ କରିବା ଭଳି ବୟାନ ରଖି ପୁଣି ବିବାଦକୁ ଆସିଛନ୍ତି ମମତା । ଏପଟେ ବିବାଦ ବଢୁଥିବା ବେଳେ ମାମଲାରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୁଦର୍ଶନ ପଟ୍ଟାନାୟକ ।
ସେହିପରି ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରହିବାକୁ କହିଛନ୍ତି ମୋହନ ମାଝୀ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ ।
ଆମ ବେଙ୍ଗଲି ପର୍ଯ୍ୟଟକ ଓଡ଼ିଶା କୁ ସବୁଠୁ ଅଧିକ ଯାଆନ୍ତି । ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ହେଉ କି ବାହୁଡା଼ ଯାତ୍ରା କୁହନ୍ତୁ, ବର୍ଷ ସାରା ଯାଆନ୍ତି ? ଆମେ ଯଦି ଗୋଟିଏ ଜଗନ୍ନାଥ ଧାମ କଲୁ କାହିଁକି ଆପତ୍ତି ଉଠାଉଛନ୍ତି ବୋଲି ମମତା ପାଲଟା ଯୁକ୍ତି ବାଢିଛନ୍ତି।
ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ହେଲା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ପାଇଁ ଧାମ ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି କହିଲେ ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ।
'ଆମେ ବଙ୍ଗଳାରେ ଯଦି ଜଗନ୍ନାଥ ଧାମ ଲେଖିଦେଲୁ କଣ ହୋଇଗଲା? ତମର ଏତେ ଆପତ୍ତି କଣ ପାଇଁ?' -ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ଆଗରେ ପୁଣି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ଦୀଘା ମନ୍ଦିର ସାମ୍ନାରେ ପୁଣି ଲାଗିଛି ଜଗନ୍ନାଥ ଧାମ ଲେଖାଥିବା ବଡ଼ ହୋର୍ଡିଂ।
ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଉ ଏକ ତ୍ରୁଟି। ମନ୍ଦିର ରୋଷଶାଳାରେ ଗ୍ୟାସ୍ ଚୁଲ୍ଲା ରଖି ରୋଷେଇ କରୁଛନ୍ତି।
ଆଇନ ମନ୍ତ୍ରୀ ମଧ୍ୟ ପଶ୍ଚିମବଙ୍ଗ ସରକାର ନଶୁଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ଚେତାବନୀ ଦେଇଛନ୍ତି । ଏସବୁ ଭିତରେ କିନ୍ତୁ ଆଜି ତୋଡ ଦେଖାଇ ଜଗନ୍ନାଥ ଧାମକୁ ପୁରୀ ମନ୍ଦିର ସମ୍ବୋଧନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ବଳକା ଦାରୁରେ ଦୀଘା ମୂର୍ତ୍ତି ନିର୍ମାଣ ମିଛ । ଭୁବନେଶ୍ବରର ଜଣେ ଶିଳ୍ପୀ ନିମ୍ବ କାଠରେ ତିଆରି କରି ଦେଇଛନ୍ତି ଦୀଘା ବିଗ୍ରହ । ଏଭଳି ସ୍ପଷ୍ଟୋକ୍ତି ରଖି ଦୀଘା ଦିଅଁ ବିବାଦକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବରେ ଆଇନମନ୍ତ୍ରୀ ଲଗାଇଛନ୍ତି ବ୍ରେକ୍, ମନ୍ତ୍ରୀ କହିଛନ୍ତି- ମହାରଣା ସେବକଙ୍କ ସହ ଆଲୋଚନା ପରେ ଏକଥା ସ୍ପଷ୍ଟ ହୋଇଛି ।
ଆଇନ ମନ୍ତ୍ରୀ ମଧ୍ୟ ପଶ୍ଚିମବଙ୍ଗ ସରକାର ନଶୁଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ଚେତାବନୀ ଦେଇଛନ୍ତି । ଏସବୁ ଭିତରେ କିନ୍ତୁ ଆଜି ତୋଡ ଦେଖାଇ ଜଗନ୍ନାଥ ଧାମକୁ ପୁରୀ ମନ୍ଦିର ସମ୍ବୋଧନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମମତା ବାନାର୍ଜୀ ହେଉଛନ୍ତି ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ । କେବଳ ଭୋଟ ପାଇଁ ଦୀଘାରେ ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରିଛନ୍ତି ବୋଲି କହିଲେ ।
ଦୀଘାରେ ଏବେ ବି ହଟିନି ବିବାଦୀୟ 'ଜଗନ୍ନାଥ ଧାମ' ନାମ । ପ୍ରବଳ ବିରୋଧାଭାସ ପରେ କେବଳ ଗୋଟିଏ ନାମଫଳକରୁ 'ଧାମ' ଲେଖା ହଟାଯାଇଛି, ମାତ୍ର ୱେବସାଇଟ୍ରେ ଏବେ ବି ଜଗନ୍ନାଥ ଧାମ ବୋଲି ଲେଖାରହିଛି ।