ଆସନ୍ତା ମେ ୨୩ରୁ ୨୮ ତାରିଖ ମଧ୍ୟରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଓଡିଶା ଉପକୂଳ ଓ ବାଂଲାଦେଶରେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରବଳ ପ୍ରଭାବ ପଡିବ ।
ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଜି ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନରେ ଆଗକୁ ବଢ଼ିବ । ମେ' ୨୭ରେ କେରଳ ଛୁଇଁବା ନେଇ ଅନୁମାନ ।
ଆଜି ଦିନ ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ତାପମାତ୍ରାଠାରୁ ଆର୍ଦ୍ରତା ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।
କାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ନେଇ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବ ମୌସୁମୀ।
#ଆହୁରି_ବଢିବ_ତାତି କଲବଲ କରିବ ଉତ୍ତାପ। ଗରମ ସାଙ୍ଗକୁ ଗୁଳୁଗୁଳି ହେବ। ୧୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଆଗାମୀ ୩ ଦିନ ଯାଏ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ଆଗାମୀ ୩ ଦିନ ଯାଏ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଆଜି ପାଇଁ ୧୩ ଜିଲ୍ଲାକୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
କଲବଲ କରୁଛି ଗରମ, ଗୁଳୁଗୁଳି। ତାତୁଛି ଉପକୂଳରୁ ଉପାନ୍ତ। ଆସନ୍ତା ୧୫ ତାରିଖ ଯାଏ ଗରମରୁ ତ୍ରାହି ମିଳିବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ।
ଓଡିଶାରେ ଆଗାମୀ ୪ ଦିନ ଯାଏଁ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି । ସକାଳ ୮.୩୦ ସୁଦ୍ଧା ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଲା । ପଶ୍ଚିମ ଓଡିଶାରେ ପ୍ରବଳ ଖରା ଓ ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ।
ପ୍ରବଳ ବର୍ଷା ପବନ ନେଇ ଆଜି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ଆସନ୍ତା ୪ ଦିନ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ।
ଆସନ୍ତା ୭ ତାରିଖ ଯାଏଁ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଆଜି ପାଇଁ ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । କୁଆପଥର ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ।
ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଆଜି ୫ ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଆଜି ରାଜ୍ୟରେ ଝଡ଼ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ହେବ। ଏଥିପାଇଁ ପାଣିପାଗକେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼। ବାକିଥିବା ସମସ୍ତ ୨୧ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ତୋଫାନ ହେବ। କିଛି କିଛି ସ୍ଥାନରେ ୩୦ରୁ ୫୦ କିମି ବେଗରେ ପବନ ବହିବାରସମ୍ଭାବନା ରହିଛି । ଏଥିପାଇଁ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି।
ଆଜିଠାରୁ ଆସନ୍ତା ୧ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ଆଜି ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଉପକୂଳ ଓଡ଼ିଶାରେ ପଶ୍ଚିମ ଓଡ଼ିଶା ଅପେକ୍ଷା ତାତି ସାମାନ୍ୟ କମ୍ ରହିବ। ଖରା କମିଲେ ବି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହେବ ଅସହ୍ୟ ତାତି। ୪୦ ଡିଗ୍ରୀ ଉପରେ ରହିବ ଅଧାରୁ ଅଧିକ ଜିଲ୍ଲାର ତାପମାତ୍ରା ।
ଗତକାଲି ରାଜ୍ୟରେ ୪୩ ଡିଗ୍ରୀ ପାର କରିଥିଲା ପାରଦ। ୪୦ ଡିଗ୍ରୀ ଉପରେ ରହିଥିଲା ୧୧ ସହରର ତାପମାତ୍ରା। ୪୩ ଦଶମିକ ୫ ଡ଼ିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।
ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, କୁଆପଥର ବର୍ଷା ନେଇ ଆଲର୍ଟ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆହୁରି ବର୍ଷିବ ୬ ଦିନ। ଆଜିଠୁ ପୁଣି ୨୫ ତାରିଖ ଯାଏଁ ରାଜ୍ୟକୁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି, କୁଆପଥର ବର୍ଷା ନେଇ ଆଲର୍ଟ କରିଛି ଭୁବନେଶ୍ବର ଆଂଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ବର୍ଷା । ପ୍ରବଳ ପବନ ଓ ଘଡ଼ଘଡ଼ି ବର୍ଷାରେ ଭିଜିଲା ଟ୍ୱିନସିଟି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ବିଭିନ୍ନ ସ୍ଥାନରେ ପାଣି ଜମିଥିବାର ସୂଚନା ।
ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ଆଜି ୧୫ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
୩ ଦିନ ପରେ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । କାଳବୈଶାଖୀର ପ୍ରଭାବ କମିବା ପରେ ପୁଣି ବଢ଼ିବ ତାତି ।
ଆଜି ରାଜ୍ୟରେ କାଳବୈଶାଖୀ ହେବ। ବର୍ଷା ସହ ପବନ ହେବ। ଆଜି ପାଇଁ ୭ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ବାଲେଶ୍ୱର ।
କାଳବୈଶାଖୀ ଜନିତ ବର୍ଷା କାରଣରୁ ରାଜଧାନୀ ବାସୀଙ୍କୁ ଗରମରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ମଙ୍ଗଳବାର ଅପରାହ୍ନରେ ପ୍ରାୟ ୪୫ ମିନିଟରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା। ଏହା ସହିତ ପବନର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା। ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ୪ ଦିନ ପାଇଁ ବର୍ଷା ଓ ପବନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା।