୨୦୧୭ ବଦଲା ୨୦୨୫ରେ ନେଲା ଟିମ୍ ଇଣ୍ତିଆ । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେଲା ଟିମ୍ ଇଣ୍ତିଆ । ଧୂଳି ଚଟିଲା ପାକିସ୍ତାନ । ୬ ୱିକେଟ୍ରେ ଜିତିଲା ଭାରତ । ଭାରତର ବଡ଼ ବିଜୟ ସହ ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ ! ଟିମ୍ ଇଣ୍ତିଆଠାରୁ ହାରିବା ସହ ଚାମ୍ପିଅନ୍ସ ଟ୍ରଫିର ଆଶା ଏକ ପ୍ରକାର ଶେଷ ହୋଇ ଯାଇଛି କହିଲେ ଚଲେ । ଏପଟେ ଟିମ୍ ଇଣ୍ତିଆ ବିଜୟ ସହ ସେମିଫାଇନାଲ୍କୁ ଯିବା ପାଇଁ ପକ୍କା କରିଛି । ରନ୍ ମେସିନ୍ଙ୍କ ବଡ଼ ଇନିଂସ୍ ଯୋଗୁଁ ଟିମ୍ ଇଣ୍ତିଆ ବଡ଼ ବିଜୟ ହାସଲ କରିଛି । ବିରାଟ କୋହଲି ୧୧୧ ବଲ୍ରେ ୧୦୦ ରନ୍ କରିଛନ୍ତି । ଏହି ବିଜୟ ସହ ଭାରତ ଚମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ନିଜ ସ୍ଥାନ ଏକ ପ୍ରକାର ପକ୍କା କରିନେଇଛି ।
ଏପଟେ ସୁପର ସଣ୍ଡେର ସୁପର ଫାଇଟ୍ରେ ଆରମ୍ଭରୁ ଫେଲ୍ ମାରିଥିଲେ ପାକିସ୍ତାନର ବ୍ୟାଟ୍ର । ଟିମ୍ ଇଣ୍ତିଆ ବୋଲ୍ରଙ୍କ ଆଗରେ ଧୂଳି ଚାଟିଥିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍ ଇଣ୍ତିଆକୁ ୨୪୨ ରନ୍ର ଟାଗେର୍ଟ ଦେଇଥିଲେ ପାକିସ୍ତାନ। ତେବେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଓପନର୍ ଯୋଡ଼ି ଆରମ୍ଭରୁ ଫେଲ୍ ହୋଇଥିଲେ । ପ୍ରଥମେ ହାର୍ଦ୍ଦିକଙ୍କ ଶିକାର ହୋଇଥିଲେ ବାବର ଆଜମ । ୨୬ ବଲ୍ ଖେଳି ୨୩ ରନ୍ କରିଥିଲେ ବାବର ଆଜମ । ସେହିପରି ଇମାମ-ଉଲ-ହକଙ୍କୁ ରନ୍ ଆଉଟ୍ କରି ପାଭିଲି୍ୟନ ପଠାଇ ଦେଇଥିଲେ ଅକ୍ସର ପଟେଲ୍ । ତେବେ ସାଉଦ ଶକିଲ ସର୍ବାଧିକ ୭୬ ବଲ୍ ଖେଳି ୬୨ ରନ୍ କରିଥିବା ବେଳେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ୭୭ ବଲ୍ ଖେଳି ୪୬ ରନ୍ କରିଛନ୍ତି ।
Also Read
ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍ବଲ୍’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?
ଅନ୍ୟପଟରେ କୁଲଦୀପ ଯାଦବ ୩ଟି ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍ ନେଇଛନ୍ତି । ସେହିପରି ଅକ୍ସର ପଟେଲ୍ , ରବିନ୍ଦ୍ର ଜାଡ଼େଜା ଓ ହର୍ଷିତ ରାଣା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ତେବେ ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ ଉପରେ କେବଳ ଭାରତ ନୁହେଁ ସାରା ବିଶ୍ବର କ୍ରିକେଟପ୍ରେମୀଙ୍କ ନଜର ରହିଛି ।
ସେପଟେ ଆଜିର ମ୍ୟାଚ୍ରେ ଇତିହାସ ରଚିଛନ୍ତି ବିରାଟ କୋହଲି । ଭାଙ୍ଗିଲେ କ୍ରିକେଟର ଭଗବାନ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ । ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନିଜ ନାମରେ ଆଉ ଏକ ଐତିହାସିକ ରେକର୍ଡ କରିଛନ୍ତି । ଦିନିକିଆ କ୍ରିକେଟ୍ରେ କୋହଲି ଦ୍ରୁତତମ ୧୪ ହଜାର ରନ୍ ସ୍କୋର କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି ।
୨୯୯ତମ ଦିନିକିଆ ମ୍ୟାଚ୍ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାମରେ ଥିଲା । ତେନ୍ଦୁଲକର ୩୫୦ତମ ଇନିଂସରେ ଏହି ରେକର୍ଡ କରିଥିଲେ । ସଚିନଙ୍କ ପରେ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଦିନିକିଆରେ ୩୭୮ ଇନିଂସରେ ୧୪ ହଜାର ରନ୍ କ୍ଲବରେ ସାମିଲ ହୋଇଥିଲେ ।