ଫୁଡ୍ ଷ୍ଟଲ ଖୋଲି ଇଡଲି-ସମ୍ବର ବିକୁଛନ୍ତି ବୃଦ୍ଧା । ଯିଏକି ପୂର୍ବରୁ ଜଣେ ଆର୍ମି ଅଫିସର ଥିଲେ । ସେନାବାହିନୀରେ ଦେଶ ସେବା କରିବା ପରେ ଏବେ ପରିଣତ ବୟସରେ ପ୍ରସ୍ତୁତ କରୁଛନ୍ତି ସ୍ୱାଦିଷ୍ଟ ଖାଇବା । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।
ଲାଇମଲାଇଟରୁ ଦୂରରେ ରହୁଥିବା ଅରିଜିତଙ୍କ ପାଖରେ ୪୧୪ କେ।ଟି ଟଙ୍କାର ସଂପତ୍ତି ରହିଛି । ତାଙ୍କର ନଭି ମୁମ୍ବାଇରେ ୮କେ।ଟି ଟଙ୍କାର ଘର ରହିଛି। ଏହା ଛଡା ୩.୪ କେ।ଟିରୁ ଅଧିକ ଦାମର ଲଗଜୁରୀ କାର ରହିଛି ।
ବୟସ ବଢ଼ିଛି ହେଲେ କମିନି ପ୍ରେମ । ଆଜି ବି ପତ୍ନୀଙ୍କ ପାଇଁ ଜୀବିତ ରହିଛି ତାଙ୍କର ଅନାବିଳ ଭଲ ପାଇବା । ମମତାଙ୍କ ପାଇଁ ଶାହାଜାହାନ ଯେମିତି ତାଜମହଲ ଗଢ଼ିଥିଲେ,୯୩ ବର୍ଷୀୟ ବୃଦ୍ଧ ଜଣକ ନିଜ ପତ୍ନୀଙ୍କ ପାଇଁ ତାଜମହଲ ତ ନୁହେଁ ପୂରଣ କରିଛନ୍ତି ଇଚ୍ଛା । ଆଉ ତାଙ୍କ ପାଇଁ ମଙ୍ଗଳସୂତ୍ର କିଣିବାକୁ ଧାଇଁ ଆସିଛନ୍ତି ।
ବାଜୁଛି ଘଣ୍ଟଘଣ୍ଟା, ଶଙ୍ଖ । ଗିନି ସାଙ୍ଗକୁ ଝାଞ୍ଜ ମୃଦଙ୍ଗ ବି ବାଜୁଛି । ସଂକୀର୍ତ୍ତନରେ କମ୍ପୁଛି ପରିବେଶ । ଢୋଲ ମୃଦଙ୍ଗ ତାଳେ ତାଳେ ସଂକୀର୍ତ୍ତନ ଶୋଭାଯାତ୍ରାରେ ବିବାହ ପାଇଁ ପହଞ୍ଚିଲେ ବର । ଜଣେ ଯୁବ ସମାଜସେବୀଙ୍କ ଏପରି ନିଆରା ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଘର ଅଗଣାରୁ ବାହାରକୁ ଚାହିଁ ରହିଛନ୍ତି ସିଏ। କେତେବେଳେ ହସି ଦେଉଛନ୍ତି ତ କେତେବେଳେ କିଛି କହିବାକୁ ଚେଷ୍ଟା କରୁଛନ୍ତି। ବାହାରକୁ ଆସି ଖୋଲା ଆକାଶ ତଳେ ବୁଲିବାକୁ ସେ ଇଚ୍ଛା କରୁଛନ୍ତି। ହେଲେ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଶିକୁଳିରେ ବନ୍ଧା ହୋଇ ତାଙ୍କ ଜୀବନ କଟୁଛି।
୪ ଏକର ଜମିରେ ପିଜୁଳି ଚାଷ । କ୍ଷେତରେ ଫଳ ଯେମିତି ଫଳିଛି, ବ୍ୟବସାୟ ବି ଠିକ୍ ସେମିତି ହେଉଛି । ବିଭିନ୍ନ କିସମର ପିଜୁଳି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି ଚାଷୀ । ସବୁଠାରୁ ବଡ଼ କଥା ହେଉଛି, ଏ ଚାଷ କୌଣସି ସଫଳ ଚାଷୀ କି କେଉଁ ଯୁବକ କରିନାହାନ୍ତି ।
ଜଗତସିଂହପୁରର ନବଦଂପତି ରାକେଶ ଓ ପ୍ରତିମା ସମାଜରୁ କଳୁଷିତ ପ୍ରଥାକୁ ଦୂର କରିବାକୁ କରିଛନ୍ତି ପ୍ରୟାସ । ଶିଶୁ ଆଶ୍ରମର ଅନ୍ତୋବାସୀ ପ୍ରତିମାଙ୍କ ହାତ ଧରିଛନ୍ତି, ଉଚ୍ଚଶିକ୍ଷିତ ରାକେଶ ପଟ୍ଟନାୟକ ।
ବିବାହ.....ସାତ ଜନମର ସଂପର୍କ....ଦୁଇମନ ଯୋଡିଦିଏ ଏ ପବିତ୍ର ବନ୍ଧନ । ହେଲେ ଯୌତୁକ ପ୍ରଥା ଏ ପବିତ୍ର ବନ୍ଧକୁ ବେଳେ ବେଳେ କରିଥାଏ କଳୁଷିତ । ମାତ୍ର ଜଗତସିଂହପୁରର ନବଦଂପତି ରାକେଶ ଓ ପ୍ରତିମା ସମାଜରୁ ଏ କଳୁଷିତ ପ୍ରଥାକୁ ଦୂର କରିବାକୁ କରିଛନ୍ତି ପ୍ରୟାସ ।
କିଏ କାନ୍ଦୁଛି, ତ କିଏ ଛାତିରେ କୋହ ଧରି ସାରଙ୍କୁ କୁଣ୍ଢାଇ ପକାଉଛି । ଏସବୁକୁ ଦେଖି ବୋଲ ମାନୁନି ସାରଙ୍କ ଆଖିର ଲୁହ । ସାର୍ କାହାକୁ ଆଲିଙ୍ଗନ କରୁଛନ୍ତି ତ ପୁଣି କାହାର ପିଠି ଥାପୁଡ଼ାଇ ଦେଇ ଆଶ୍ୱାସନା ଦେଉଛନ୍ତି ।
ବନ୍ୟା ପାଣିରେ ଭାସି ଯାଉଥାଏ କୁକୁରଟିଏ । ବଞ୍ଚିବାକୁ ଛାଟିପିଟି ହୋଇ ବିକଳ ହେଉଥାଏ । ଏତିକି ବେଳେ ହଠାତ୍ ନିଜ ଜୀବନକୁ ଖାତିର୍ ନକରି କୁକୁରକୁ ବଞ୍ଚାଇବାକୁ ବନ୍ୟାର ପ୍ରଖର ସୁଅରେ ଡେଇଁ ପଡିଲେ ଜଣେ ଯୁବକ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ପ୍ରମାଣିତ କରିଦେଇଛି, ଏବେ ବି ବଞ୍ଚିଛି ମାନବିକତା...
ମୂର୍ତ୍ତି ଯଦି ଭଲ ଚାକିରି କରିବେ ତେବେ ବାପା ବିବାହ ପାଇଁ ରାଜି ହେବେ ବୋଲି କହିଲେ। କିନ୍ତୁ ମୂର୍ତ୍ତି ସିଧା ସିଧା କହିଲେ- କାହା ପାଇଁ ସେ ନିଜ ଆଦର୍ଶ ବଳି ଦେଇପାରିବେ ନାହିଁ। ଆଉ ମୁଁ ମୋ ଜୀବନର ଦୁଇ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ହରାଇବାକୁ ପ୍ରସ୍ତୁତ ନଥିଲି। ତିନିବର୍ଷ ଧରି ମୂର୍ତ୍ତି ଆଉ ମୁଁ ପୁଣେର ବିଭିନ୍ନ ରେସ୍ତୋରାଁ ଏବଂ ଫିଲ୍ମ ହଲରେ ପରସ୍ପରକୁ ସାକ୍ଷାତ କରୁଥିଲୁ। ସେ ସମୟରେ ରେସ୍ତୋରାଁ ବିଲ୍ ଦେବା ପାଇଁ ତାଙ୍କ ପାଖରେ ପଇସା ନଥିଲା।
ମାଓନେତା ତିରୁପତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବାକୁ ନାତୁଣୀ ହୁମାଙ୍କ ପ୍ରୟାସ । ମାଓ ସଙ୍ଗଠନ ଛାଡି ତିରୁପତିଙ୍କୁ ଘରକୁ ଫେରି ଆସିବା ପାଇଁ ଚିଠି ଲେଖିବା ସହ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ହୁମା ।
ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ଜଣା ପଡିଯାଇଥିଲା ସ୍ଵର୍ଣପ୍ରିୟାଙ୍କ ପ୍ରତିଭା । ଈଶ୍ୱର ଦତ୍ତ ପ୍ରତିଭାରେ ଭରପୂର ସେ । ଭଲ ପାଠପଢା ସହ କରିକୁଲାର ଆକ୍ଟିଭିଟିରେ ନିପୁଣା ମଧ୍ୟ ସ୍ଵର୍ଣପ୍ରିୟା। ସଫଳତା ପରେ ସବୁଠି ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ ।
ଯେମିତି ଦୁନିଆଁର ସବୁ ଖୁସି ପିତାମାତାଙ୍କ କୋଳରେ ଢ଼ାଳି ଦେଇଛି ସୁନା ପୁଅଟା । ସେଇଥିପାଇଁ ବୈଜ୍ଞାନିକ ହେବାକୁ ଯିବା ପୂର୍ବରୁ ଉଭୟ ବାପା-ମା’ ତାଙ୍କୁ ଗେଲ କରୁଛନ୍ତି । ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟକୁ ବି ଛୁଇଁଯିବ।
ଗରିବ ବାପାର ସୁଖିଲା ଆଖିର ସ୍ୱପ୍ନ ଯେବେ ସାକାର ହୁଏ ସେତେବେଳେ ଦେଖିବାକୁ ମିଳେ ଏମିତି କିଛି । ଜନ୍ମକଲା ମା’ ବି ନିଜକୁ ଗର୍ବକରି ପୁଅ ଉପରେ ଆଶୀର୍ବାଦ ଢାଳିଦେଉଛି । କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଶଙ୍କରପୁର ପଞ୍ଚାୟତର ଛାତ୍ର ଶୁଭାଶିଷ ବେହେରା । ଏବେ ସେ ବୈଜ୍ଞାନିକ ହେବେ । ଗବେଷଣା ପାଇଁ ଯାଉଛନ୍ତି ଜର୍ମାନ ।
ଓଡ଼ିଆ ଭାଷା ସାହିତ୍ୟରେ ଏମ୍.ଏ ପାଠ ପଢ଼ି ମଧ୍ୟ ଚାକିରୀକୁ ତୁଚ୍ଛ କରି ସେ ଲାଗିପଡ଼ିଲେ ପାଠାଗାର ଆନ୍ଦୋଳନରେ। ସେଥିପାଇଁ ତାଙ୍କୁ ବହୁ ବାଧାବିଘ୍ନ,ଆର୍ଥିକ ସଙ୍କଟ, ପାରିବାରିକ ସମସ୍ୟା ଦେଖାଦେଇଛି ସତ ହେଲେ ସେସବୁକୁ ଖାତିର ନକରି ତାଙ୍କ ଏକାନ୍ତ ଉଦ୍ୟମରେ ଏହି ପାଠାଗାର ଓ ସଂଗ୍ରାହଳୟକୁ ଗୋଟିଏ ବିଶାଳ ଅନୁଷ୍ଠାନରେ ପରିଣତ କଲେ।
କ୍ରୀଡ଼ା ଭଳି କ୍ଷେତ୍ରରେ ଯୁବତୀମାନଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବା ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟରେ ଓଟିଭି କେୟାର୍ସ ଏଭଳି ପଦକ୍ଷେପ ନେଇ ତା’ର ଅଙ୍ଗୀକାରବଦ୍ଧତା ପ୍ରତିପାଦିତ କରୁଛି ।
ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା ବାହିନୀ ପଞ୍ଜାବର ଫିରୋଜପୁରରେ ଥାଇ ସାମରିକ କାର୍ଯ୍ୟାନୁଷ୍ଠାନ କରୁଥିବା ବେଳେ ପ୍ରବଳ ଗରମରେ ବି ସେମାନଙ୍କୁ ପାଣି, କ୍ଷୀର, ଲସି ଓ ବରଫ ଦେଇ ସୈନିକଙ୍କ ସେବା କରୁଥିଲେ ୧୦ ବର୍ଷୀୟ କୁନି ବାଳକ ଶ୍ରବଣ ସିଂହ । ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଉବେର ଆପରେ କ୍ୟାବ୍ ବୁକ କଲେ ମହିଳା । କ୍ୟାବ ଆସି ପହଞ୍ଚିବା ପରେ ଡ୍ରାଇଭରଙ୍କୁ ଦେଖି ମହିଳା ଜଣକଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏ ବିଷୟରେ ମହିଳା ଜଣଙ୍କ ନିଜ ବନ୍ଧୁଙ୍କୁ ହ୍ୱାଟସଆପରେ ଜଣାଇଛନ୍ତି । ଯାହାର ଚାଟ୍ ଜୋରଦାର ଭାଇରାଲ ହେଉଛି । ଏମିତି କ'ଣ ଘଟିଲା ଯେ, ମହିଳାଙ୍କ ହୋସ ଉଡିଗଲା ? ଜାଣନ୍ତୁ ।
ପୁରାଣର ସେ ସାବିତ୍ରୀ, ଆଉ ଏ ସାବିତ୍ରୀ ଦୁହେଁ ସମାନ । ସେ ମୃତ୍ୟୁ ମୁହଁରୁ ସ୍ୱାମୀଙ୍କୁ ଫେରାଇ ଆଣିଥିଲେ । ଆଉ ଏ ସ୍ତ୍ରୀ ବି ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଆଣିଛନ୍ତି । କେବଳ ଫରକ ଏତିକି ସେହି ଦିନ ଠାରୁ ଏ ସତ୍ୟବାନ ୮ ବର୍ଷ ହେଲା ବେଡ୍ରେ ପଡ଼ି ରହିଛନ୍ତି ।
ସବୁ ମଣିଷମାନଙ୍କ ଚର୍ମରୁ ମଶାମାନେ ରକ୍ତ ଶୋଷୁଥିବା ବେଳେ କାର୍ବୋକ୍ସିଲିକ ଏସିଡ ଥିବା ମଣିଷମାନଙ୍କ ଚର୍ମ ପ୍ରତି ମଶାମାନେ ବେଶି ଆକର୍ଷିତ ହୋଇଥାନ୍ତି । ଏହି ଏସିଡ ଥିବା ଚର୍ମ ପ୍ରତି ମାଈ ଏଡିସ୍ ଏଜିପ୍ଟି ମଶା ଅନ୍ୟ ଶରୀରର ଚର୍ମ ଠାରୁ ୧୦୦ ଗୁଣ ବେଶି ଆକର୍ଷିତ ହୋଇଥାଏ ।
ଅଦମ୍ୟ ସାହସ ଓ ବୀରତାର ପରିଚୟ ଦେଇ ଅମର ହୋଇଗଲେ ସିକ୍କିମ ସ୍କାଉଟ୍ସର ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ । ନିଜ ଜୀବନକୁ ତିଳେ ମାତ୍ର ଭ୍ରୁକ୍ଷେପ ନକରି ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଚିର ଦିନ ପାଇଁ ସେ ଅମର ହୋଇ ଯାଇଛନ୍ତି ।
କଟକ ଏବଂ ଭୁବନେଶ୍ୱର ମଧ୍ୟରେ କାଠଯୋଡି ଓ କୁଆଖାଇ ନଦୀ ତଟରେ ଅବସ୍ଥିତ ତ୍ରିଶୂଳିଆ ଅଞ୍ଚଳରେ ସ୍ୱପ୍ନର ଘର କରି ରହିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଗୃହ ନିର୍ମାଣ କରି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଅନ୍ ଗ୍ରୁପ’ ।
ଆଜିକା ଦୁନିଆରେ ଜାତି, ଜାତକ, ଯାନିଯୌତୁକ ବିନା ବିବାହ ଅସମ୍ପୂର୍ଣ୍ଣ କିନ୍ତୁ ପିତୃମାତୃହୀନ କନ୍ୟାକୁ ବିବାହସମ୍ପନ୍ନ କରାଯାଇ ସମାଜରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ପଲ୍ଲୀଶ୍ରୀ ମହିଳାସମିତି କୋରୁଆ କନ୍ୟା ଆଶ୍ରମ ।
ହାଇଦ୍ରାବାଦରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୧୭ ଜଣଙ୍କ ଜୀବନ ଯାଇଛି । ଚାରମିନାର ନିକଟ ବିଲ୍ଡିଂ ଯେତେବେଳେ ଜଳୁଥିଲା ସେତିକି ବେଳେ କିଛି ଛାତିଥରା ଦୃଶ୍ୟ ସାମନାକୁ ଆସିଥିଲା । ମା'ର ମମତାର କରୁଣ ଚିତ୍ର ସମସ୍ତଙ୍କୁ ସ୍ତବ୍ଧ କରିିଛି ।