Ekyc କରିନଥିଲେ କଟିଯିବ ରାସନ କାର୍ଡ ! ସରକାର କରିବେ ସର୍ଭେ । ୩୧ ମାର୍ଚ୍ଚ ପରେ ସାମ୍ନାକୁ ଆସିବ ପୂରା ତଥ୍ୟ । କେଉଁମାନଙ୍କର ରାସନ କାର୍ଡ କଟିବ ଓ କେଉଁ ମାନଙ୍କର ରହିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।
ପଞ୍ଚାୟତଠାରୁ ବହୁ ଦୂରରେ ଅବସ୍ଥିତ ଏଇ ଗାଁ । ଏମାନେ ପାହାଡ ପର୍ବତର ପାଦଚଲା ରାସ୍ତାରେ ଚାଲିଚାଲି ଚାଉଳ ମିଳିବା ଦିନ ଭୋର ସକାଳୁ ବାହାରି ଆସି ପଞ୍ଚାୟତରେ ଦିନ ୧୧ ଟାରେ ପହଞ୍ଚନ୍ତି। ପଞ୍ଚାୟତରୁ ପୁଣି ଚାଉଳ ମୁଣ୍ଡରେ ଧରି ଚାଲି ଚାଲି ଗାଁରେ ପହଞ୍ଚିଲା ବେଳକୁ ଦିନ ସରି ରାତି ହୋଇଯାଉଛି।
ରାସନ କାର୍ଡ ଚାଲୁ ରଖିବାକୁ ଇ-କେୱାଇସି ଅପଡେଟ୍ ଟେନସନ୍ ଦେଉଛି । ଗୋଟିଏ ପଟେ ଦୁର୍ବଳ ମୋବାଇଲ୍ ନେଟୱର୍କ ଧୋକା ଦେଉଛି । ଅନ୍ୟପଟେ ଅଣଦେଖା କରୁଛି ପ୍ରଶାସନ ।
ପୂର୍ବ ସରକାରଙ୍କ ସମୟରେ ପ୍ରାୟ ୮ଲକ୍ଷ ଆୟକର ଦେଉଥିବା ଲୋକ ମଧ୍ୟ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିବା ନେଇ ରିପୋର୍ଟ ଆସିଛି । ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି । ଏ ନେଇ ଅଧିକାରୀ ମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି କାର୍ଡ ଗୁଡ଼ିକ ମଧ୍ୟ କଟାଯିବ ।
ଅଯୋଗ୍ୟ ହୋଇଥିଲେ ମଧ୍ୟ ରାଜନୀତିକ କ୍ଷମତା ମାଧ୍ୟମରେ କିମ୍ବା ମିଛ ତଥ୍ୟଦେଇ ରାସନ୍ କାର୍ଡ ହାତେଇଥିଲେ ଏଥର ହେଵ ଆକ୍ସନ୍ ।
ରାସନ କାର୍ଡ ତାଲିକାରେ ବଡ଼ ଘୋଟାଲା। ବଢିଚାଲିଛି ଅଯୋଗ୍ୟ ହିତାଧିକାରୀ ତାଲିକା। କଣ୍ଟ ସରି ସରି ଆସୁଛି, ହେଲେ ଏଯାଏ E-KYC ଅପଡେଟ୍ କରିନାହାନ୍ତି ଆହୁରି ୪୨ ଲକ୍ଷ।
ନୂଆ ରାସନ୍ କାର୍ଡ ପାଇଁ ଆବେଦନ କରିଥିବା ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ।
ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ । ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ କରିଛି ଚିଠି ।
ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ରାଜଧାନୀରେ ଖୋଲିଥିବା ଦେଶର ପ୍ରଥମ ଚାଉଳ ଏଟିଏମ୍ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ।
ଧାରଣ ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ରାସନ କାର୍ଡ ଜରିଆରେ ସରକାର ନିଜ ରାଜ୍ୟରେ ରହୁଥିବା ଗରିବ ପରିବାରକୁ ରାସନ ଯୋଗାଉଛନ୍ତି । କିନ୍ତୁ ଅନେକ ସ୍ଥାନରେ ଡିଲରମାନେ ରାସନକାର୍ଡ ଧାରକଙ୍କୁ ରାସନ ଦେବାକୁ ମନା କରନ୍ତି କିମ୍ବା କମ୍ ରାସନ୍ ଦିଅନ୍ତି ।