ସୋଶାଲ ମିଡିଆରେ "Travel with JO" ନାଁରେ ପରିଚିତ ଜ୍ୟୋତି ମଲହୋତ୍ରା ଗିରଫ ହେବା ପରେ ଖୋଲୁଛି ନୂଆ ନୂଆ ଗୁମର। ୩୩ ବର୍ଷୀୟ ଜ୍ୟୋତି ପ୍ରାୟ ୧୪ ବର୍ଷ ତଳେ ଗୁରୁଗ୍ରାମର ଏକ ଘରୋଇ କମ୍ପାନୀରେ ରିସେପ୍ସନିଷ୍ଟ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ। ପରେ ହିସାରରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ହୋଇଥିଲେ। କିଛି ଦିନ ଏଠି କାମ କରିବା ପରେ ପୁଣି ଏକ ଘରୋଇ ଅଫିସ୍ରେ ରିସେପ୍ସନିଷ୍ଟ ଚାକିରି କରିଥିଲେ।
ପୁରୀ ଶ୍ରୀମନ୍ଦିର ଆସି ବୁଲାବୁଲି କରିଥିବା ଜ୍ୟୋତିଙ୍କ ପାକିସ୍ତାନୀ ଲିଙ୍କକକୁ ନେଇ ତଦନ୍ତ ହେଉ, କିନ୍ତୁ ଏଥିରୁ କିଛି ଲାଭ ନାହିଁ ବୋଲି କହିଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର ।
ଭାରତର ଅପରେସନ୍ ସିନ୍ଦୂର ବାଉଳା ହୋଇଯାଇଥିଲା ପାକିସ୍ତାନ। କ’ଣ କରିବ କିଛି ବୁଝି ପାରୁନଥିଲା। ମେ’ ୮ ତାରିଖ। ବିଳମ୍ବିତ ରାତି। ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରି ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲା ପାକ୍। ହେଲେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା କବଚ ପାଲଟି ଦେଇଥିଲା ଏହାକୁ ସୁରକ୍ଷା ।
ଢେଙ୍କାନାଳରୁ ବିଦେଶକୁ ରପ୍ତାନୀ ହେଲା ଆମ୍ବ। ଏକ ଟନ ୭କୁଇଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ଢେଙ୍କାନାଳରୁ ଦୁବାଇକୁ ରପ୍ତାନୀ କରାଯାଇଛି। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଢେଙ୍କାନାଳର ଆମ୍ବ ଚାଷୀ। ଦେଖନ୍ତୁ ଆମ ରିପୋେର୍ଟ...
ଅପରେସନ ସିନ୍ଦୂରର ୨ ଘଣ୍ଟା ପୂର୍ବରୁ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ଦେଇଥିଲେ ଅଜିତ ଡୋଭାଲ । ଅପରେସନ ନେଇ ସମସ୍ତ ତଥ୍ୟକୁ ଟପ୍ ସିକ୍ରେଟ ରଖିଥିଲେ NSA ।
ଅମୃତସର ଗୋଲଡେନ୍ ଟେମ୍ପଲକୁ ଟାର୍ଗେଟ କରିଥିଲା ପାକିସ୍ତାନ। ମେ ୬-୭ ତାରିଖରେ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରି ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରିଥିଲା। କିନ୍ତୁ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଥିଲା ଭାରତୀୟ ସେନା।
ଭାରତୀୟ ସେନା, CRPF ଓ ପୋଲିସର ମିଳିତ ଅପରେସନ୍ ରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ପହଲଗାମ୍ ହମଲା ବେଳେ ସାରା ଦେଶ ସ୍ତବ୍ଧ ଥିଲା। ଲୁହ ଝରାଉଥିଲା ପୂରା ଦେଶ। ୨୬ ନୀରିହଙ୍କ ନୃଶଂସ ଭାବେ ଜୀବନ ନେଇଥିଲେ ଆତଙ୍କବାଦୀ। ନର ରୂପି ଏହି ରାକ୍ଷାସଙ୍କୁ ଉଚିତ୍ ଜବାବ ଦେବାକୁ ଚାରିଆଡ଼ୁ ଦାବି ହେଉଥିଲା
ପୁଅ ଆଖି ଆଗରେ ନିଶବ୍ଦ ହୋଇ ପଡ଼ିଛି ମାଆର ଶରୀର। ନିଜ ଜନ୍ମଦାତ୍ରୀର ଏପରି ଅବସ୍ଥା ଦେଖି ମାନସିକ ଭାରସାମ୍ୟ ହରାଇ ବସିଛି ପୁଅ। ଅଣ୍ଟା ସଳଖି ଛିଡ଼ା ହେବାକୁ ବି ତାପାଖରେ ଆଜି ଶକ୍ତି ନାହିଁ ।
‘ଅପରେସନ୍ ସିନ୍ଦୂର’ର ସେହି ୨୫ ମିନିଟ୍ । ମଧ୍ୟରାତ୍ରିର ସେ ଘଡ଼ିସନ୍ଧି ମୁହୂର୍ତ୍ତ । ସେନାର ପ୍ରି-ପ୍ଲାନ୍, ଯବାନଙ୍କ ଆଟାକ୍ । କେମିତିଥିଲା ମେ’ ୭ ତାରିଖର ସେହି ରାତିକୁ ଗୋଟି ଗୋଟି କହିଛନ୍ତି ଯବାନ । ଅପରେସନ୍ ସିନ୍ଦୂରରେ କେମିତି ପାକିସ୍ତାନକୁ ପାନେ ଚଖାଇଥିଲା ଭାରତୀୟ ସେନା ।
ଭଲକରି ଦେଖନ୍ତୁ ଏ ସିସିଟିଭି ଭିଜୁଆଲକୁ, ଇଏ ହେଉଛି ଟିଟିଲାଗଡ କୋର୍ଟ ଭିତରର ଦୃଶ୍ୟ । ହାତରେ ଖଣ୍ଡା ଧରି କୋର୍ଟ ଭିତରେ ପଇଁନ୍ତରା ମାରୁଛି ଜଣେ ଯୁବକ । କାହାକୁ ଆକ୍ରମଣ ନକଲେ ବି, ପୂରା କୋର୍ଟ ପରିସରରେ ବୁଲୁଛି । ସତେ ଯେମିତି କାହାକୁ ଖୋଜୁଛି ଆକ୍ରମଣ କରିବାକୁ ।
ପାକିସ୍ତାନ ପରେ ଏବେ ବାଂଲାଦେଶ ପାଳି । ବେଇମାନ ବାଂଲାଦେଶକୁ ପାନେ ଦେବ ଭାରତ । ବନ୍ଦ କରିବ ସବୁ ରାସ୍ତା, ବ୍ୟବସାୟ ହେବ ଠପ୍ । ଭାରତ ସହ ମିଛି ମିଛିକା ମିତ୍ରତା କରୁଥିବା ବାଂଲାଦେଶର ସବୁ ସତ ପଦାରେ ପଡ଼ିବା ପରେ ଏବେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ।
ମିଥୁନଙ୍କ ଉପରେ ହେବ ବୁଲଡୋଜର୍ ଆକ୍ସନ୍। ବେଆଇନ ନିର୍ମାଣ ଉପରେ ଚାଲିବ ବୁଲଡୋଜର୍। BMC ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି ।
ପୁରୀ ଝିଅଙ୍କ ପାକିସ୍ତାନ ଲିଙ୍କ୍। ପାକିସ୍ତାନ ଯାଇଥିଲେ ୟ୍ୟୁଟ୍ୟୁବ ଭିଡିଓ କରିଥିଲେ। ପାକିସ୍ତାନୀ ଗୁପ୍ତଚର ଜ୍ୟୋତିକୁ ବୁଲାଇଥିଲେ ପୁରୀ। ବଢୁଛି ଟେନସନ୍ ଘନ ଘନ ଜେରା କରୁଛି IB ।
ପାର୍ କରିଥିଲା । ହେଲେ ଏଇ କିଛି ଦିନ ହେବ ଏଥିରେ ବ୍ରେକ୍ ଲାଗିବା ସହ ଧୀରେ ଧୀରେ ଦର ହ୍ରାସ ପାଇବାରେ ଲାଗିଲାଣି ।
#ଜ୍ୟୋତି_ଲିଙ୍କ୍ #ସ୍କାନରରେ_ପ୍ରିୟଙ୍କା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାକୁ ଗୁପ୍ତ ତଥ୍ୟ ଦେଇଛନ୍ତି କି ପୁରୀ ଝିଅ ପ୍ରିୟଙ୍କା ସେନାପତି? ଜ୍ୟୋତିଙ୍କ ସହ ପୁଳା ପୁଳା ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ରହସ୍ୟ ଭେଦିବାକୁ ବି ଚାଲିଛି ଘଣ୍ଟାଚକଟା। ପ୍ରିୟଙ୍କାଙ୍କ ସବୁ ସୋସିଆଲ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ପରେ ଏବେ ଚାଲିଛି ଘନ ଘନ ଜେରା। ପୁରୀ ଛାଡ଼ି ନଯିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ଏସପି।
#ହାଇକୋର୍ଟଙ୍କ_ମାର୍ଗଦର୍ଶିକା_ତାଗିଦ୍ ଶ୍ରୀଜଗନ୍ନାଥଙ୍କ ସଂପତ୍ତି ସୁରକ୍ଷା ନେଇ କଡ଼ାକଡ଼ି ପାଳନ ହେବ ହାଇକୋର୍ଟଙ୍କ ରାୟ। କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବନି। ସ୍ବଚ୍ଛତାର ସହ ସମାନ ନୀତିରେ ଶ୍ରୀମନ୍ଦିରର ଜମି ସୁରକ୍ଷା କରାଯିବ। ଶ୍ରୀଜିଉ ଓ ଶ୍ରୀମନ୍ଦିର ସଂପତ୍ତିର ସୁରକ୍ଷା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।
#ବଜ୍ର_ମୃତ୍ୟୁ_ମହାବିପତ୍ତି ଚିନ୍ତା ବଢାଉଛି ବଜ୍ରପାତଜନିତ ମୃତ୍ୟୁ। ପ୍ରତିବର୍ଷ ରାଜ୍ୟରେ ବଜ୍ରାଘାତରେ ଯାଉଛି ପାଖାପଖି ୩ ଶହ ଜୀବନ। ବିଜୁଳି, ଘଡଘଡ଼ିର ପ୍ରକୋପ ହ୍ରାସ କରିବା ପାଇଁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାପକ ତାଳ ଗଛ ଲଗାଇବା ପାଇଁ ପାଇଁ ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ମଧ୍ୟ ପ୍ରାୟ ୨୫ ଲକ୍ଷ ତାଳ ଗଛ ଲଗାଇବାକୁ ଯୋଜନା କରିଛି ଜଙ୍ଗଲ ବିଭାଗ।
ପୁନଃନିଯୁକ୍ତି_ନୀତିରେ_ୟୁଟର୍ଣ୍ଣ! ବଦଳିଲା ରାଜ୍ୟ ସରକାରଙ୍କ ନୀତି। ଅବସର ପରେ ବି OAS ଅଧିକାରୀଙ୍କୁ ଦିଆଯିବ ଚୁକ୍ତିଭିତ୍ତିକ ପୁନଃନିଯୁକ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀଙ୍କଠାରୁ ଆବେଦନ ଆହ୍ବାନ କରିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
#କପିକ୍ୟାଟ୍_ପାକିସ୍ତାନ ଭାରତକୁ କପି କରୁଛି ପାକିସ୍ତାନ। ଅପରେସନ୍ ସିନ୍ଦୂର ପରେ ଭାରତ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ଯାହା କିଛି କରୁଛନ୍ତି, ପାକିସ୍ତାନ ବି ତାର ନକଲ କରୁଛି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର୍ ଏୟାରବେସ ଗସ୍ତ ହେଉ, କି ଅପରେସନ୍ ସିନ୍ଦୂରକୁ ନେଇ ସେନାର ଦୈନିକ ପ୍ରେସ୍ ବ୍ରିଫିଂ। ଖାଲି ଏତିକି ନୁହେଁ, ଏବେ ଭାରତ ଭଳି କପିକ୍ୟାଟ୍ ପାକିସ୍ତାନ ମଧ୍ୟ ବିଭିନ୍ନ ଦେଶକୁ ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତ୍ତି ନେଇଛି।
ପୁରୀ_ଝିଅଙ୍କ_ପାକିସ୍ତାନ_ଲିଙ୍କ୍ #ଏସପି_କହିଲେ... ପୁରୀର ପ୍ରିୟଙ୍କା ସେନାପତି ପାକିସ୍ତାନର କରତାରପୁର ଯିବା ନେଇ ଉଠୁଛି ପଡୁଛି ଗାଁଠୁ ସହର। ଏନେଇ ପୁରୀ ଏସପି କଣ କହୁଛନ୍ତି, ଶୁଣନ୍ତୁ...
ପ୍ରିୟଙ୍କା_କାହିଁକି_ଯାଇଥିଲେ_ପାକିସ୍ତାନ? ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଲିଙ୍କର ଖୋଳତାଡ। ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ ପରେ ପୁରୀ ପୋଲିସର ପଚରାଉଚରା। ପ୍ରିୟଙ୍କାଙ୍କ ଘରେ ଅତିରିକ୍ତ ଏସ୍ ପି ଓ ସିଟି ଡିଏସପି ପହଞ୍ଚି ତାଙ୍କୁ ପଚରାଉଚରା କରୁଛନ୍ତି।
କେନ୍ଦୁଝର ପାଟନା ରେଞ୍ଜ ଲକ୍ଷ୍ମୀ ବସଷ୍ଟାଣ୍ଡକୁ ଆଡ଼କୁ ମାଡିଆସିଲେ ପଲେ ହାତୀ। ହାତୀ ପଲକୁ ଦେଖି ବସଷ୍ଟାଣ୍ଡ ରେ ଥିବା ଲୋକେ ଜୀବନ ବିକଳରେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ବନ ବିଭାଗ ପକ୍ଷରୁ ହାତୀପଲ ଙ୍କୁ ଘଉଡାଇବା ଉଦ୍ୟମ କରାଯାଉଥିବା ବେଳେ ଶହ ଶହ ସ୍ଥାନୀୟ ଲୋକେ ମଧ୍ୟ ଲାଇଟ ଓ ମଶାଲ ଧରି ହାତୀଙ୍କୁ ତଡିବାକୁ ଚେଷ୍ଟା କରିଛନ୍ତି ।
#ଅନୁଗୁଳ_ଲଜ୍ଜା, #ସିନ୍_ରିକ୍ରିଏସନ୍ ବହୁଚର୍ଚ୍ଚିତ ଅନୁଗୁଳ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତ ବିଶୁ ଗୋଛାୟତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ। କିଭଳି ଯୁବତୀଙ୍କୁ ହତ୍ୟା କରିଥିଲା ପୋଲିସ ଆଗରେ ଡେମୋ ଦେଖାଇଲା ଅଭିଯୁକ୍ତ ବିଶୁ। ଲୋକଙ୍କ ଆକ୍ରୋଶକୁ ଦେଖି କଡ଼ା ସୁରକ୍ଷାରେ ସିନ୍ ରିକ୍ରିଏସନ୍ କରାଯାଇଛି।
#ଅପରେସନ୍_ସିନ୍ଦୂର_ଭିଡିଓ_ଦେଲା_ସେନା କେମିତି ଥିଲା ସେନାର ଅପରେସନ୍ ସିନ୍ଦୂର। ଅଫିସିଆଲ୍ X ହ୍ୟାଣ୍ଡେଲରେ ଅପରେସନ୍ ଭିଡିଓ ସେୟାର କରିଛି ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ। ଯେଉଁଥିରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ବିରୋଧରେ ହୋଇଥିବା ଆକ୍ସନକୁ ଦର୍ଶାଯାଇଛି।
ପ୍ରିୟଙ୍କା ସେନାପତିର କରତାରପୁର ରିଲ୍ସ ଦେଖି ଆମେ ଖୁସି ହୋଇଥିଲୁ, ହେଲେ ସେ କେମିତି ପାକିସ୍ତାନ ଗଲା ଜାଣିବାକୁ ଉତ୍କଣ୍ଠା ଥିଲା କହିଛନ୍ତି ଗ୍ରାମବାସୀ।