ଉଦଳା ଶରତ ଥାନା ରୁଗୁଡ଼ି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଝିଅକୁ ହଷ୍ଟେଲରୁ ନେଇ ଘରକୁ ଫେରୁଥିବା ବେଳେ ଗଛରେ ପିଟି ହୋଇ ବାପ-ଝିଅଙ୍କ ମୃତ୍ୟୁ । ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ।
ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଆଜି ୫ ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ତାପରେ ପୋଲିସ ଟ୍ରାକ୍ଟରକୁ ପିଛା କରିଥିଲା।
ଆଜି ସକାଳେ ସ୍କୁଲ ଭ୍ୟାନଟି ପିଲାମାନଙ୍କୁ ନେଇ ଆସୁଥିଲା। ଏହି ସମୟରେ ଚଢେଇଭୋଳ ରାସ୍ତାର ଭଅଁରା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୯ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରାତି ପାହିଲେ ଓଡ଼ିଆ ଘରେ ଏହା ସବୁଠାରୁ ଲୋକପ୍ରିୟ ଜଳଖିଆ। ବାହାରକୁ ଗଲେ ବାଟରେ ଘାଟରେ ଖାଇବାକୁ ଘରଲୋକେ ପୁଟୁଳିରେ ଏଥିରୁ ଗଣ୍ଡେ ରଖିଦିଅନ୍ତି। ଓଡ଼ିଆ ପର୍ବ ପର୍ବାଣୀରେ ଏଥିରେ ତିଆରି ମୁଆଁ ଦିଅଁଙ୍କ ପାଖରେ ଲାଗି ହୋଇଥାଏ। ଜାଣନ୍ତୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ମୁଢ଼ିର ସଂପୂର୍ଣ୍ଣ ଇତିହାସ।
ମୟୂରଭଞ୍ଜ ଜିଲ୍ଲା ବାରିପଦାର ସରକାରୀ ପଲିଟେକନିକ୍ କଲେଜର ପିଲାମାନଙ୍କ ବର୍ଷାରେ ନାଚିବା ସମୟର ଦୃଶ୍ୟ ସାମ୍ନାକୁ ଆସିଛି । ପିଲାମାନେ ଷ୍ଟଡି ଟୁର୍ରେ କଲେଜରୁ ବାହାରି ଜଙ୍ଗଲରେ ନାଚିଥିଲେ ।
ଆଜି ଓ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । କାଳବୈଶାଖୀ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ବନ୍ଦ ନିଷ୍ପତ୍ତି ହୋଇଛି ।
ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ । ପରିଷ୍କାର ପରିଚ୍ଛନ୍ନତା ପାଇଁ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଜୀବନଶୈଳୀ ଦେଖିବାକୁ ଗାଁକୁ ବୁଲି ଆସିଥାନ୍ତି ଲୋକେ ।
ପ୍ରାକୃତିକ ରଙ୍ଗ ବ୍ୟବହାର କରି ଘର ସବୁକୁ ସୁନ୍ଦର ଭାବରେ ସଜାଇ ଥାଆନ୍ତି ଗ୍ରାମର ମହିଳା । ପ୍ରତ୍ୟେକ ଗ୍ରାମବାସୀ ଶୌଚାଳୟ ବ୍ୟବହାର କରିବା ସହିତ ମଇଳା ଅଦରକାରୀ ବସ୍ତୁକୁ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇ ଥାଆନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।
ବ୍ୟାଙ୍କ ସବୁଦିନ ଭଳି ସ୍ଵାଭାବିକ ଚାଲିଥିଲା। ୫ ଜଣ ଦୃର୍ବୃତ୍ତ ହେଲମେଟ ପିନ୍ଧି ପଶିଥିଲେ । ଭିତରକୁ ପଶିବା ପରେ ବନ୍ଧୁକ ଦେଖାଇ ଭିତର ପଟୁ ତାଲା ପକାଇ ଦେଇଥିଲେ । ବନ୍ଧୁକ ପଛପଟେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ।
ନିଜ ପ୍ରତିଭା ବଳରେ ଗରିବ ଘରର ଝିଅ ଦେବୀ ପାୱାରଲିଫ୍ଟିଂରେ ଜିତିଛନ୍ତି ବହୁ ଗୋଲ୍ଡ ଓ ସିଲଭର୍ ମେଡାଲ୍ । କାନ୍ଥ ଭାଙ୍ଗିଯାଇଥିବା ଚାଳ ଘରେ ଓହଳାଇଛନ୍ତି ଏହି ସବୁ ମେଡାଲ୍ । କିନ୍ତୁ ଆର୍ଥିକ ଦୁରାବସ୍ଥା ତାଙ୍କୁ ବାଧ୍ୟ କରିଛି ଛେଳି ଚରାଇବା ପାଇଁ ।
ପ୍ରକୃତି ହେଉଛି ହିନ୍ଦୁ ଧର୍ମର ଠାକୁର। ପ୍ରକୃତିର ସଦସ୍ୟମାନେ ଏହି ପୂଜା ପାଆନ୍ତି। ଆଜି ହେଉଛି ଅଗ୍ନି ପୂର୍ଣ୍ଣିମା, ପୂଜା ପାଆନ୍ତି ଅଗ୍ନି ଦେବତା। କିନ୍ତୁ କାହିଁକି ସେ ପୂଜା ପାଆନ୍ତି, ଏଥିପାଇଁ କଣ କରିବାକୁ ପଡ଼େ,ଏହା ପଛର ବୈଜ୍ଞାନିକ କାରଣ କଣ, ପଢ଼ନ୍ତୁ ସରୋଜିନୀ ଶଙ୍ଖୁଆଙ୍କର ଏହି ବିସ୍ତୃତ ପ୍ରବନ୍ଧ।
ଗତକାଲି ୩ସାଙ୍ଗ ସିଙ୍ଗଡ଼ା ଗାଁରେ ଚାଲିଥିବା ଭୀମ ମେଳା ଦେଖିବାକୁ ଯାଇଥିଲେ। ମେଳା ଦେଖି ଖୁସିରେ ଗୋଟିଏ ବାଇକ୍ରେ ଘରକୁ ଫେରୁଥିଲେ। ବାଟରେ ସେମାନଙ୍କ ବାଇକ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।
ଉପକୂଳରେ ଉତ୍କଟ ହୋଇଛି ମଣ୍ଡି ସମସ୍ୟା । କେଉଁଠି ଧାନ ପଡ଼ିଛି, ଆସୁନାହାନ୍ତି ମିଲର ତ କେଉଁଠି ଅଧିକ କଟନୀ ଛଟଣୀ ପାଇଁ ଚାଷୀଙ୍କୁ ଧମକ । ଚାଷୀ ବେଶରେ ମଣ୍ଡି ବୁଲି କଟଣୀ ଛଟଣୀର ସ୍ଥିତି ପରଖିଲେ ଜିଲ୍ଲାପାଳ ।
ଏଆଇ ତଥ୍ୟ ଆଧାରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି କପ୍ତିପଦା ଥାନା ନଛିପୁର ଗାଁରେ ଚଢ଼ଉ କରିଥିଲା। ଆଉ ଶିକାର ଅଭିଯୋଗରେ ରାଜକିଶୋର ନାଏକ ଓ କାଳିଚରଣ ଦେହୁରୀଙ୍କୁ ଗିରଫ କରିଥିଲା।
ନିର୍ବାଚନବେଳେ ଟିକେଟ ବଣ୍ଟନରେ ପକ୍ଷପାତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଦଳ ସଂପୂର୍ଣ୍ଣ ହାରିଯାଇଥିଲା ବୋଲି ଅଭିନ୍ନ ଅଭିଯୋଗ କରିଛନ୍ତି ।
ବାରିପଦା ଆରସିସିଏଫଙ୍କ ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ୱାଇଲ୍ଡ ଲାଇଫ୍ ଡିଭିଜିନର ସ୍ପେଶାଲ ଏନଫୋର୍ସମେଣ୍ଟ ୱିଙ୍ଗ୍ ପକ୍ଷରୁ ଗତ ୧୨ ତାରିଖ ରାତିରେ ଏ ଚାରି ଜଣଙ୍କୁ ଗିରଫ ସହ ଏ ବାଘ ଛାଲକୁ ଜବତ କରାଯାଇଛି। ବାଘର ବୟସ ଦେଢ଼ ବର୍ଷ ହେବା ଅନୁମାନ କରାଯାଉଥିଲା ବେଳେ ବାଘଟି ଅଣ୍ଡିରା କି ମାଈ ସ୍ପଷ୍ଟ ହୋଇନାହିଁ।
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଗିଫ୍ଟ ମିଲ୍କ୍କ ଯୋଜନାରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ପ୍ରତିଦିନ ୨୦୦ ଏମ୍ଏଲ୍ ଭିଟାମିନ୍ A ଓ D ଯୁକ୍ତ କ୍ଷୀର ଦିଆଯିବାକୁ ଯୋଜନା ହୋଇଛି।
ଉପାନ୍ତରେ ଥମୁନି ମେଡିକାଲ ଅବ୍ୟବସ୍ଥା। କେଉଁଠି ଅସ୍ବାସ୍ଥ୍ୟକର ପରିବେଶ, ଡାକ୍ତର ଅଭାବ ତ ଆଉ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବିଗୁଡ଼ୁଛି ସ୍ଥିତି। ଆଉ ଏସବୁରେ ହଇରାଣ ହେଉଛି ସାଧାରଣ ଲୋକଟିଏ।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ରହିଛି ଅସୁରଘାଟି ଜଳ ପ୍ରପାତ । ହେଲେ ପ୍ରଶାସନର ଅଣଦେଖା ହେତୁ ଏଠାରେ ସେମିତି କିଛି ବିକାଶ ହୋଇପାରିନାହିଁ
ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଏଡିଜି। ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷି ଠାରେ ୩ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।
ଆଜି ସକାଳୁ ହିଁ ତାଙ୍କ ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଆଉ ଘଣ୍ଟା କେଇଟା ମଧ୍ୟରେ ଯାହା ମିଳିଛି ତାହା ବୋଧେ ଆଗକୁ କେତେ ହେବ ତା’ର ଏକ ଝଲକ ।
ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ । ଜିନ୍ଗତ ବିବିଧତା ପାଇଁ ଯମୁନା ପରେ ଜିନତକୁ ନିଜର କରିଛି ରାଜ୍ୟର ସବୁଠୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟ ।
କବିତା ସନ୍ଧ୍ୟା ସମୟରେ ଖାଦ୍ୟରେ ଆଚାର ଖାଇବାକୁ ମନ ବଳାଇଥିଲେ । ଏଥିପାଇଁ ସେ ଘର ଛାତ ଉପରେ ରହିଥିବା ଆଚାର ଆଣିବା ପାଇଁ ଯାଇଥିଲେ । କିନ୍ତୁ ଅନ୍ଧାରରେ ଏକ ସାପ ତାଙ୍କ ହାତକୁ କାମୁଡି ଦେଇଥିଲା ।