ଜଣେ କାର୍ଯ୍ୟରତ ଡାକ୍ତର ସରକାରୀ ଡାକ୍ତରଖାନା ଭିତରେ ମଦ କେମିତି ପିଉଛନ୍ତି ? ସ୍ଥାନୀୟ ଲୋକେ ଏହାର୍ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।
ବିଜେଡି ଜିଲ୍ଲା ପରିଷଦ ପ୍ରାଥିନୀ ରିତାରାଣୀ ହାତୀଙ୍କ ପ୍ରଚାରରେ ଆସି ହଟହଟା ହୋଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ସରକାର ଆସିବାସୀ କୋଟା କାଟି ନେଇ ତାଙ୍କୁ ବିରୋଧ କରାଯାଇଛି। ଆଦିବାସୀଙ୍କ ଚେତାବନୀ ପରେ ଭୂସ୍କିମାଲ ଗ୍ରାମରୁ ଫେରିଛି ମନ୍ତ୍ରୀ।
ଗତ ଦୁଇ ବର୍ଷ ହେବ ଘରୋଇ ବିବାଦକୁ ନେଇ ସପନା ଅଗ୍ରୱାଲ ବାହାରେ ରହି ଆସୁଛନ୍ତି । ସ୍ୱାମୀଙ୍କ ଘରେ ରହିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜେଶ ତାଙ୍କୁ ଘରେ ପୁରାଉ ନାହାନ୍ତି । ଏଥିପାଇଁ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି । ଏମିତିକି ସପନା କିଛି ଦିନ ପାଇଁ ଜେଲ ମଧ୍ୟ ଯାଇଛନ୍ତି
ଟିଟିଲାଗଡ଼ର ସଇଁତଳାର କୁଆଁର ଗାଁ। ଏହି ଗାଁକୁ ଛୁଟି ଆସନ୍ତି ଶହଶହ ପକ୍ଷୀ। ପକ୍ଷୀ ମାନେ ଠିକ ବର୍ଷା ଋତୁ ଆସିବା ସମୟରେ ଗାଁ ରେ ଥିବା ଗଛ ଗୁଡିକୁ ବସା ବାନ୍ଧି ରହିଥାନ୍ତି ଓ ଏହି ସ୍ଥାନରେ ଅଣ୍ଡା ବି ଦିଅନ୍ତି। ଆଉ ଶାବକ ଜନ୍ମ ହେବା ପରେ ପୁଣି ନିଜ ସ୍ଥାନକୁ ଫେରି ଯାଇଥାନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପକ୍ଷୀମାନଙ୍କୁ ନିଜସ୍ୱ ଉଦ୍ୟମ କରି ସୁରକ୍ଷା ଯୋଗାଇ ଥାଆନ୍ତି ଗାଁ ଲୋକେ।