ଲମ୍ବୁଛି କ୍ରାଇମବ୍ରାଞ୍ଚର ଜେରା ତାଲିକା । ୨ ବର୍ଷର କ୍ରାଇମ୍ ଫାଇଲ୍ ର ଫର୍ଦ୍ଦ ଲେଉଟାଉଛି କ୍ରାଇମବ୍ରାଞ୍ଚ । କେମିତି ତଦନ୍ତ କରୁଥିଲେ ଏଡିଜି ଅରୁଣ ବୋଥ୍ରା ? କାହିଁକି ତଦନ୍ତ ପରିସରକୁ ଆସିନଥିଲେ ପ୍ରତ୍ୟକ୍ଷଦର୍ଶୀ ସରୋଜ ସା’ ? ଘଟଣା ଦିନ କ’ଣ ସବୁ ଘଟିଥିଲା ? ଫାୟାରିଂ ପଛରେ ଗୋପାଳ ସହ ଆଉ କିଏ ଥିଲେ କି ?
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୁରୁଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଖୁବଶୀଘ୍ର ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାର ହୋଇପାରେ ସିବିଆଇ ତଦନ୍ତ । ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ । ପଢନ୍ତୁ ପୁରା ଖବର ।
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁନଃ ତଦନ୍ତ ଆରମ୍ଭ କଲା ଝାରସୁଗୁଡା ପୋଲିସ । ସୁରକ୍ଷା କର୍ମଚାରୀଙ୍କୁ ୬ ଘଣ୍ଟା ଜେରା ।
ନବଦାସ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଉପରେ ପ୍ରଶ୍ନ। ସନ୍ଦେହ ଘେରରେ ରମେଶଚନ୍ଦ୍ର ଦୋରା। ବିବାଦରେ ଥିବା ସତ୍ତ୍ୱେ ତାଙ୍କୁ କାହିଁକି ଦିଆଯାଇଥିଲା ତଦନ୍ତ ଭାର ? ନବ ହତ୍ୟା ତଦନ୍ତକୁ ବାଟବଣା କରି ନାହାନ୍ତି ତ ସେ ?
ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ?
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ହଟଚମଟ । ରହସ୍ୟ, ଷଡ଼ଯନ୍ତ୍ର, ସନ୍ଦେହ ମୂଳରୁ ଥିଲା । ତାକୁ ପୁଣି ବହୁଗୁଣ ବଢ଼ାଇଲା । ଫୋରେନସିକ୍ ରିପୋର୍ଟର ଚାଞ୍ଚଲ୍ୟକର ତଥ୍ୟଏକାଧିକ ବନ୍ଧୁକରୁ ଗୁଳି ଥିଓରୀ । ତେଜିଲା ପଲିଟିକାଲ୍ ବୟାନବାଜି ।
ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ?
ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ?
ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ ।
ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ତାଙ୍କ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ଦୀପାଳି କହିଛନ୍ତି, ‘ମୁଁ ଜାଣିଛି, ତଦନ୍ତକୁ ଅଧିକ ସମୟ ହେଲାଣି। ତେବେ କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନ ନେବା ଯାଏ ଆମେ କିଛି କହିବୁନୁ।’
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଛି।
ମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ଥମିବାର ନାଁ ଧରୁନାହିଁ। ଏନେଇ ଆଜି ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି । ଏହି ଅବସରରେ ଯୁବ ମୋର୍ଚ୍ଚା ପକ୍ଷରୁ ହା ହୋଲ୍ଲା କରାଯାଉଥିବା ବେଳେ ପୋଲିସ କର୍ମୀମାନେ ବିଜେପି କର୍ମୀମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଆସନ୍ତୁ କିଛି ଫଟୋ ଉପରେ ନଜର ପକେଇବା…
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ FBI ସହାୟତା ଲୋଡ଼ିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ କହିଛନ୍ତି, ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆମେରିକାର ତଦନ୍ତକାରୀ ସଂସ୍ଥା FBI ର ସହାୟତା ଲୋଡ଼ା ଯାଇଛି।
ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେନି ପୋଲିସ ଡିଜି। ହତ୍ୟାକାଣ୍ଡର ୨୩ ଦିନ ପରେ ବି ଏଯାଏ ନବଙ୍କୁ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିନି।
ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।
ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ କଂଗ୍ରେସ ପ୍ରଭାରୀ ଚେଲା କୁମାର ସତର୍କବାଣୀ ଶୁଣାଇଛନ୍ତି। ନବ ଦାସଙ୍କ ଭଳି ଏହି ନେତାମାନଙ୍କର ଅବସ୍ଥା ମଧ୍ୟ ଏମିତି ହୋଇପାରେ ବୋଲି ସେ କହିଛନ୍ତି।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତରିତ ହୋଇପାରେ। ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି।
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ? କ’ଣ ଏହା ପଛର କାରଣ, ଏସବୁ କିଛି କହିଛି ଅଭିଯୁକ୍ତ ଗୋପାଳ ଦାସ। କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର ପରେ ଜେଲ୍ ପଠାଯାଇଛି। ଗୋପାଳ ଦାସର ଆଜି ରିମାଣ୍ଡ ସରିବା ପରେ JMFC କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିଥିଲା।
ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।
ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ାବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି।
କାର୍ ବିକିଥିବା ମାଲିକ ଅରୁଣ ମୁନ୍ଦ୍ରା ଏନେଇ ସୂଚନା ଦେଲେ, ‘ଗତ ନଭେମ୍ବର ୨୫ରେ ଗୋପାଳ ୫୦ ହଜାର ଟଙ୍କା ଦେଇଥିଲା’