Advertisment

High-Profile Fraud: ଅନୀଲ-ହଂସିତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ; ବଡ଼ବଡ଼ିଆଙ୍କୁ କରୁଥିଲେ ଯୁବତୀ ଚାଲାଣ !

ଅନୀଲ-ହଂସିତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ କଲା ପୋଲିସ । ଜବତ ଫୋନ୍‌ ଯାଞ୍ଚ ପରେ ମିଳିଥିବା ତଥ୍ୟ ଆଧାରରେ ମାମଲା ରୁଜୁ କଲା ପୋଲିସ ।

author-image
Sujit kumar Swain
ଅଦ୍ୟତନ ହୋଇଛି
 Another Case Filed Against Hansita Abhilipsa

Another Case Filed Against Hansita Abhilipsa

ଅନୀଲ-ହଂସିତାଙ୍କୁ ନେଇ ପୁଣି ବଡ଼ ଖବର। ଅନୀଲ-ହଂସିତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ କଲା ପୋଲିସ । ଜବତ ଫୋନ୍‌ ଯାଞ୍ଚ ପରେ ମିଳିଥିବା ତଥ୍ୟ ଆଧାରରେ ମାମଲା ରୁଜୁ କଲା ପୋଲିସ । ITPA ଆକ୍ଟ ସହ ୧୨୦ ବି ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି। ହଂସିତାଙ୍କ ମୋବାଇଲରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା । ଉଭୟ ବଡ଼ବଡ଼ିଆଙ୍କୁ ଯୁବତୀ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଠକ ଯୋଡ଼ିଙ୍କ କାରନାମାକୁ ନେଇ କ୍ରାଇମ ୟୁନିଟର ଖୋଳତାଡ଼ ଜାରି ରଖିଛି। 

Advertisment

ଅନ୍ୟପଟେ ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ସେପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଥିଲେ। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଥିଲେ।

ଅଧିକ ପଢ଼ନ୍ତୁ: ଅନୀଲ-ହଂସିତାଙ୍କ ବିଜେଡି ଲିଙ୍କ୍ ! କାମ ଦେଉଥିଲେ ମନ୍ତ୍ରୀ, ଡିଲ୍ କରୁଥିଲେ ବିଧାୟକ...

Advertisment

ଖାଲି ଏତିକି ନୁହେଁ, ନିଜର ଫେକ୍ ପରିଚୟ ପତ୍ର ସହ ଫେକ୍ ପୋଲିସ ଭେରିଫିକେସନରେ ପାସପୋର୍ଟ ହାତେଇଛନ୍ତି ହଂସିତା ଅଭିଲିପ୍ସା। ତାଙ୍କ ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ହୋଇଥିବା ସେ ଲୁଚାଇଛନ୍ତି। ଏପରିକି ୨୦୧୭ ମସିହାରେ ତାଙ୍କ ନାମରେ ବଡଗଡ ଥାନାରେ ବିଷ୍ଣୁପ୍ରିୟା ଚାନ୍ଦଙ୍କ ନାମରେ ଏକ ମାମଲା ଥିବାରୁ ନାମ ପରିବର୍ତ୍ତନ କରି ପାସପୋର୍ଟ ହାତେଇଥିଲେ। ଯେଉଁଥିପାଇଁ ଆଉ ଏକ ମାମଲା ରୁଜୁ କରିବା ସହ BNS ୪୧୭, ୪୧୯, ୪୨୦, ୪୬୮, ୪୭୧ ଓ ୧୨ ପାସପୋର୍ଟ ଦଫା ଲଗାଇଛି ଇନଫୋସିଟି ଥାନା ପୋଲିସ। 

ନିଜକୁ ପିକେ ମିଶ୍ରଙ୍କ ଝିଅ ଜ୍ବାଇଁ କହି ଗତ ୨୦୨୩ ମସିହା ଜାନୁଆରୀ ୧୨ ତାରିଖରେ ଇଏସଏଲ ବୋକାରୋ କମ୍ପାନୀ ସହ ୨୮୩ କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯାହାର ପ୍ରାମାଣ ପୋଲିସ ପାଇବା ସହ କୋର୍ଟଙ୍କ ନିକଟରେ ଦାଖଲ କରିଛି।

ଅଧିକ ପଢ଼ନ୍ତୁ: ପ୍ରଦୀପ ପୁରୋହିତଙ୍କ ଚାଞ୍ଚଲ୍ୟକର ବୟାନ; ବିଜେଡି ସରକାରର ଅନେକ ନେତା ହଂସିତାଙ୍କୁ କରୁଥିଲେ ସହାୟତା !

Fraud
Advertisment
Advertisment