ମୋ ଶଙ୍ଖାଳି ତୁ କୁଆଡେ ଗଲୁ, ମୋ ପାଖକୁ ଫେରିଆରେ...। ଏପରି କହି ତଳେ ଲୋଟି ଯାଉଥିଲା ମା’। ବାପା ମଧ୍ୟ ପୁଅର ନିରବି ଯାଇଥିବା ଓଠକୁ ଚାହିଁ ରହିଥିଲେ, ଆଗ ଭଳି କାହିଁ ପୁଅ ବାପା ବାପା କହି ଅଝଟ କରୁନି ବୋଲି ମନେ ମନେ ଭାବି ହେଉଥିଲେ।
E-KYC ସରିବା ପରେ ନୂଆ ପୋର୍ଟାଲ ଖୋଲିଦେବୁ। ଯେଉଁମାନେ ରାସନ କାର୍ଡ ଆବେଦନ କରିବା କଥା କରିବେ। ୬ ଲକ୍ଷ ଲୋକ ରାସନ କାର୍ଡ ଆବେଦନ କରିଛନ୍ତି, ସେମାନଙ୍କର ମଧ୍ୟ ସର୍ଭେ କରାଯିବ, ତାହା ପରେ ରାସନ କାର୍ଡ ଦିଆଯିବ।
ଢେମସା ନାଚୁଥିବା ମ୍ୟାଡମ ଜଣକ ହେଉଛନ୍ତି ଭବାନୀପାଟଣାର ଉପ-ଜିଲ୍ଲାପାଳ ମମତା ଦାସ । ଜଣେ ଦକ୍ଷ ପ୍ରଶାସିକା ହେବା ସହ ମ୍ୟାଡମ ଲୋକନୃତ୍ୟ ଢେମସାରେ ମଧ୍ୟ ଖୁବ ମାହିର ।
ବଦଳିଯିବ କି ଟେଷ୍ଟ କ୍ରିକେଟ୍ର ରୂପରେଖ? ୨୦୨୭ରୁ ପାରମ୍ପରିକ ଫର୍ମାଟ୍ରେ ଲାଗୁ ହେବ କି ‘ଦ୍ୱି-ସ୍ତରୀୟ ବ୍ୟବସ୍ଥା’? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଆରମ୍ଭ ହୋଇଯାଇଛି ବିତର୍କ।
କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମହିଳାଙ୍କ ଆଖି ଆଗରେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ ଓ ଅଢ଼େଇ ବର୍ଷ ଝିଅର ଜୀବନ।
ନବ ଦାସଙ୍କ ଗାଡ଼ି ଉପରେ ୩ଟି ଓ ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ମଧ୍ୟ ୫ଟି ଗୁଳି ମାଡ଼ ହୋଇଥିଲା । ଗୋପାଳ ବ୍ୟତୀତ ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ତାକୁ ନେଇ ଉଠିଲା ପ୍ରଶ୍ନ ।
ଏହି ଶୀତକାଳୀନ ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍, ହୀରାକୁଦରେ ୩୨ଟି ଟିମ୍ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
କୋଇଲା ହପର ଭୁଶୁଡ଼ିବା ପରେ କମ୍ପାନୀର ଶ୍ରମିକ ସୁଶାନ୍ତ ରାଉତ, ଦଶରଥ ପାତ୍ର ଓ ରଞ୍ଜିତ ଭୋଳ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ ଟିମ୍ ଓ ୫ଟି ଅଗ୍ନିଶମ ବାହିନୀ ଲାଗିଥିଲେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାଜ୍ୟର ବିଭିନ୍ନ ସହରେ ବଡ଼ବଡ଼ ଲୁଟ୍, ଡକାୟତି, ଦୁର୍ଘଟଣା ଘଟୁଥିବା ବେଳେ ଭଦ୍ରକରେ ମଧ୍ୟ ବିଭିନ୍ନ ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ କିନ୍ତୁ ଏଠାରେ ଅଚଳ ହୋଇପଡିଛି ସର୍ଭିନାଲ୍ସ ସିଷ୍ଟମ୍ ।
ରାଣୀ ଓ ତାଙ୍କ ଝିଅ ଛିଟିକି ହୋଇ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍ ସେତିକି ବେଳେ ପଛ ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ଦେଖି ନିଜର ଦୁଇ ବର୍ଷର କୁନି ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ ରାଣୀ।
ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ ।
ନବ ଦାସଙ୍କ ଭାଇ ହେଉଛନ୍ତି ବ୍ରଜ ଦାସ। ତାଙ୍କ ଘର ପାର୍କିଂରେ ଥୁଆ ହୋଇଛି ଏକାଧିକ ଲଗ୍ଜୁରିୟସ୍ କାର। ତାଙ୍କ ପାର୍କିଂରେ ମର୍ସିଡିଜ୍ ବେଞ୍ଜ, ରେଞ୍ଜ ରୋଭର, ଅଡି, BMW, କିଆ ଭଲି ଦାମୀ କାର ରହିଛି।
ସିଙ୍ଗାପୁର ସହ ଓଡ଼ିଶା କଲା ଆଠ ଆଠଟି ଏମ୍ଓୟୁ । ଆସନ୍ତା ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ହେବାକୁ ଥିବା ବେଳେ, ଏହାର ୧୦ ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର।
ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ କହିଛନ୍ତି, ରକ୍ତ ଭିଜା ସାର୍ଟ ମିସିଂ ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଏ ସଂପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରା ଯିବ।
ଆଉ ୧୦ରୁ ୧୨ ଦିନ ଭିତରେ ମିଳିଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। କିନ୍ତୁ ଏଥିରେ ଅଛି ତ ଆପଣଙ୍କ ନାଁ ? ନା କେୱାଇସି ଅପଡେଟ୍ ନଥିବାରୁ ପେଣ୍ଡିଂରେ ପଡିଛି ଆପଣଙ୍କ ଆବେଦନ ?
ବିଡିଏର ବୁଲଡୋଜର ମାଡ଼ରେ ଧରାଶାୟୀ ତଥାକଥିତ ବୈକୁଣ୍ଠ ଧାମ ଆଶ୍ରମ । ଭୁଶୁଡ଼ିଲା ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମି ଉପରେ ବେଆଇନ ଭାବେ ମୁଣ୍ଡ ଟେକିଥିବା ସାମ୍ରାଜ୍ୟ । ଭାଙ୍ଗିଲା ତୋରଣ, ଭୁଶୁଡ଼ିଲା ସଂଲଗ୍ନ କାନ୍ଥବାଡ଼।
କଲେଜର କିଛି ଅଧ୍ୟାପକଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । କଲେଜରେ ଫି ' ଆଦାୟ ନାଁରେ ଅଧିକ ଅର୍ଥ ଆଦାୟ ଓ ପିଲାମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।
ପାରିଶ୍ରମିକ ବାବଦକୁ କେବଳ ୨ରୁ ୩ ହଜାର ଟଙ୍କା ମିଳୁଥିଲା। ଖାଇବାକୁ ଦେଉନଥିଲେ। ଅନୈତିକ କାର୍ଯ୍ୟରେ ଲିପ୍ତ କରିବା ପାଇଁ ବାଧ୍ୟ କରାଉଥିଲେ। ବାରଣ କଲେ ମାଡ଼ ମାରୁଥିଲେ। ଘର ଓ ପରିବାର ଲୋକଙ୍କ ସହିତ ଫୋନ କଥା ହେବାକୁ ଦେଉନଥିଲେ।
ହୁଣ୍ଡି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ କିଛି ଅନୁମତି ଆବଶ୍ୟକ ଅଛି । ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ କରାଯିବ ।
ଅଣ ଆଦିବାସୀ ହୋଇ ଆଦିବାସୀ ସାର୍ଟିଫିକେଟ ହାତେଇ ଏମାନେ ଚାକିରି କରିଥିବା ସ୍ଫଷ୍ଟ ହୋଇଥିଲା। ଆଜି ସମ୍ପୃକ୍ତ ୮ ଜଣଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।
ପ୍ରାୟ ଦୁଇ ବର୍ଷ ପରେ ପୁଣି ଓଡ଼ିଶା ରାଜନୀତିରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି ।
ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ମଧ୍ୟ ବିିଶାଳ ଦାସ ଓ ଦୀପାଳୀ ଦାସଙ୍କୁ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ଆଦେଶ ଦେବା ପାଇଁ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ପରାମର୍ଶ ମଧ୍ୟ ବେଶ୍ ପ୍ରଣିଧାନଯୋଗ୍ୟ । କାରଣ ଏକ ଲିଖିତ ଆବେଦନ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସିବିଆଇ ତଦନ୍ତ ଆଦେଶ ଦେବା ଲାଗି ପଥ ପରିଷ୍କାର କରିବ ।