ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ପାରିବାରିକ ଅଦାଲତରେ ସାକ୍ଷ୍ୟ ଦେଇଛନ୍ତି ଅନୁଭବ । ଏହି ସମୟରେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ ।
ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ଲଗାଇଥିଲେ ରୋକ୍ । SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ କଟକ ଜିଲ୍ଲା ଜଜ୍ ।
ସରକାର ନ ଶୁଣିବାରୁ ନାଳ ଭିତରେ ପଶି ପ୍ରତିବାଦ କରିଛନ୍ତି ବିଧାୟକ ମହମ୍ମଦ ମୋକିମ।
ଗ୍ରାଉଣ୍ଡକୁ ଯାଇ ଅନୁଧ୍ୟାନ କରିଛନ୍ତି ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଳର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍ପି ମିଳିତ ଭାବେ ତଦନ୍ତ କରିଛନ୍ତି ।
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଠକ । ଏବଂ ତାଙ୍କ ନାଁରେ ଲୋକଙ୍କୁ ମେସେଜ୍ ପଠାଇ ଆମାଜନ ଗିଫ୍ଟ କାର୍ଡ ମାଗୁଛନ୍ତି ।
କଟକ ଜଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁର ଜଣେ ବ୍ୟକ୍ତିଙ୍କ ଘରର ମାଟି ତଳୁ ମିଳିଛି ୧୪ଟି ପିତଳ ମୂର୍ତ୍ତି ।
ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି। ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ି ରହିଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଦାୟର ସମସ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି।
SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍ ।
ଆଜି ବି ମନେ ପଡ଼େ ସେଇ ନଅଙ୍କ ଦୁର୍ଭିକ୍ଷର କଥା। ପ୍ରଶାସନିକ ଅବହେଳା ପାଇଁ ଚାହୁଁଚାହୁଁ ୧୦ ଲକ୍ଷ ଲୋକଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଆଉ ପଡ଼ି ରହିଥିଲା ଶହଶହ କଙ୍କାଳସାର ମଣିଷଙ୍କ ଶବ..ପରିବେଶବିତ୍ କହୁଛନ୍ତି କିଛି କହିହେବନି..କେତେବେଳେ ଆମେ ବି ସାମ୍ନା କରିପାରିବା ନଅଙ୍କ ଦୁର୍ଭିକ୍ଷର ଦଶା..
୯୭ ବର୍ଷ ବୟସରେ ବି ଫିଟ୍ କଟକର ନିରଞ୍ଜନ ପଟ୍ଟନାୟକ। ୨୨ ବର୍ଷ ହେଲା କରୁଛନ୍ତି ଯୋଗାଭ୍ୟାସ୍..
ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ।
ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇ ସହଯୋଗୀ ବାପି ବିଶ୍ୱାଳ ଓ ପୂର୍ବତନ ବ୍ଲକ୍ ଅଧକ୍ଷ ଶରତ ନାୟକଙ୍କ ବୟାନ ମଧ୍ୟ ପୂର୍ବରୁ ରେକର୍ଡ କରି ଏହି କେଶ ଡାଏରିରେ ଦାଖଲ କରାଯାଇଛି ।
ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ SCB ମେଡିକାଲ୍ରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ଅଣାଯାଇଛି। ଜଗାର ସିଟି ସ୍କାନ ଓ MRI କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ।
‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ବାରବାଟୀ ମ୍ୟାଚ୍ରେ ଟିକେଟ୍ ନପାଇ ହଜାର ହଜାର ଦର୍ଶକ ନିରାଶ ହୋଇଥିବାବେଳେ ନକଲି ପାସ୍ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି ।
ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ଼ ଓ ଜେନାପାଳ ଗାଁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା।
ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି ।
୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା ।
ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କିଛି ଦିନ ପରେ ଘଟଣା ସହ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିଲା ।
ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ପ୍ରେସ୍ମିଟ୍ରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ।
୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।