ଗୋବିନ୍ଦପୁର ପଞ୍ଚାୟତ କଇଠପଦା ଗାଁର ବଗି ଶବର। ବୟସ ପାଖାପାଖି ୭୦ ହେଲାଣି। ୧୦ ବର୍ଷ ପୂର୍ବରୁ ସ୍ୱାମୀ ସୁରତନା ଶବରଙ୍କ ସହ ଆର.ଉଦୟଗିରି ବ୍ଲକ୍ ଛେଲାଗଡ ପଞ୍ଚାୟତରେ ରହୁଥିଲେ ବଗି। ସ୍ୱାମୀଙ୍କ ମୃତ୍ୟୁ ପରେ ସେଠାରେ ବିଧବା ଭତ୍ତା ପାଉଥିଲେ।
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ । ପଣା ସଂକ୍ରାନ୍ତିରେ ଶିବ ମନ୍ଦିରକୁ ଯାଇଥିବା ବେଳେ ଗୋଡାଇ ଗୋଡାଇ ମାରିଲେ ମହୁମାଛି ।
ଅଙ୍ଗନବାଡି ଛତୁଆ ଖାଇ ଗଜପତିରେ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣା । ତେବେ ଛତୁଆ ନୁହେଁ, ବରଂ ଦୁଇ ଭଉଣୀ ଅଟା ଓ ବେସନ ମିକ୍ସ ଖାଇଥିଲେ ବୋଲି ସୂଚନା ଦେଲେ ଗଜପତି ଜିଲ୍ଲାପାଳ । ପଢନ୍ତୁ ପୁରା ଖବର
ଛତୁଆ ଖାଇବାପରେ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ବୟସ ୩ ଏବଂ ଅନ୍ୟ ଜଣଙ୍କ ବୟସ ୬ ବର୍ଷ ବୋଲି ସୂଚନା ମିଳିଛି ।
ବେଆଇନ ଜନ୍ତୁ ଶିକାର ବେଳେ ନିଜ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ପଢନ୍ତୁ ପୂରା ଖବର
କୁନିଝିଅର ଏ ବିରଳ ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଆଜିକାଲି ଛୋଟପିଲାଙ୍କ ଭିତରେ ମୋବାଇଲ୍ ଫୋନର ବହୁଳ ବ୍ୟବହାର ଚିନ୍ତାର ବିଷୟ ପାଲଟିଛି। ଏଭଳି ସ୍ଥିତିରେ ଅନୁଶ୍ରୀ ଓ ନିଶିକାନ୍ତଙ୍କ ପ୍ରୟାସକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।
କ୍ରୋଧୀ ଶନିଦେବ ତାଙ୍କ ଗୁରୁଙ୍କୁ ମଧ୍ୟ ଛାଡ଼ିନଥିଲେ। ଗୁରୁ ହାତ ଯୋଡ଼ି କହିଥିଲେ, ମୋର ଗୁରୁଦକ୍ଷିଣା ଦରକାର ନାହିଁ, ତୁ ଯା। କିନ୍ତୁ କେବେବି ମୋ ଉପରେ କୋପଦୃଷ୍ଟି ପକାଇବୁ ନାହିଁ। ଏହାପରେ ଗୁରୁଦେବଙ୍କୁ ଶନି କି ଉତ୍ତର ଦେଲେ, ଆଉ ଗୁରୁଙ୍କ ଉପରେ କୋପଦୃଷ୍ଟି ପକେଇଲେ ନା ନାହିଁ, ପଢ଼ନ୍ତୁ ପୂରା କାହାଣୀ।
ଗଜପତି ଜିଲ୍ଲାର ମୋହନା ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି। ଗାଁକୁ ସଡକ ନ ଥିବା କାରଣରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ଫଳରେ ୨ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ।
ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ ।
ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।
ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ।
ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିବାକୁ ନେଇ ଉଦବେଗ । ବନ୍ଧ୍ୟାକରଣ ସହ ନିୟନ୍ତ୍ରଣ ପାଇଁ ନିଆଯାଉଛି ବହୁ ପଦକ୍ଷେପ: ମନ୍ତ୍ରୀ ।
ସବୁ ଜିଲ୍ଲାପାଳଙ୍କ ପାଖକୁ ପଠାଗଲା ନୂଆ ଗାଇଡଲାଇନ୍ । ଘରେ ଥାଇ ଅନଲାଇନରେ ଜାଣି ହେବ ଆବେଦନପତ୍ର ଷ୍ଟାଟସ୍ ।
୮ ତାରିଖରେ ମିଳିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା । ମିଡିଆ ରିପୋର୍ଟ ପରେ ବଣ୍ଡା ଘାଟି ନେଇ ଚେତିଲା ପ୍ରଶାସନ ।
ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।
ଆଜି ଭୋରରୁ ମାଲକାନଗିରିରୁ ପୁରୀ ଯାଉଥିବା ଜଗନ୍ନାଥ ବସ୍, ମହାକାଳ ନାମକ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଏବଂ ପିକଅପ୍ ମଧ୍ୟରେ ଦୁର୍ଘଟଣା ଘଟିଛି ।
ମୃତ୍ୟୁ ପରେ ବି ଅମର। ବ୍ରେନ୍ ଷ୍ଟ୍ରୋକରେ ମୃତ ପୁଅର ଅଙ୍ଗଦାନ କଲେ ପରିବାର ଲୋକେ। ୩୧ ବର୍ଷୀୟ ପୁଅର ମୃତ୍ୟୁ ପରେ ଚକ୍ଷୁ, ହୃତପିଣ୍ଡ ଓ ଯକୃତ ଦାନ କଲେ।
ପ୍ରବଳ ବର୍ଷା ନେଇ ଆଜି ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।
ସକାଳ ହେଲେ ଦୃଷ୍ଟିହୀନ ବାପାଙ୍କ ହାତ ଧରି ବଜାରରୁ ପାଉଁରୁଟି କିଣି ଗାଁ ଗାଁ ବୁଲି ବିକ୍ରି କରୁଛି । ସେଥିରୁ ଯାହା ରୋଜଗାର ହେଉଛି, ସେତିକିରେ ଚଳି ଯାଉଛି ପରିବାର ।
ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର। ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉପକୂଳରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ବଙ୍ଗୋପସାଗରରେ ୨୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ୩୧ ତାରିଖ ଯାଏଁ ପ୍ରବଳ ବର୍ଷା ।
ଆସନ୍ତା ୪ ଦିନରେ ବର୍ଷାରେ ଭିଜିବ ସାରା ଓଡ଼ିଶା। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଅବପାତ। ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ।