ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ହେବା ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଏହି ଘଟଣାରେ ପୋଲିସ୍ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।
ସରକାରୀ ଦଳ ବଜେଟ ଉପସ୍ଥାପନ କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଅଛି, ତାହାହେଲେ ଗଠନ ମୂଳକ ପରାମର୍ଶ ଦେଲେ, ତାହା ନିଶ୍ଚିତ ଭାବେ ଉପାଦେୟ ହେବ। ଯଦି ବିରୋଧୀମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତି, ତାହାହେଲେ ଚଳିତ ବିଧାନସଭାରେ ତାକୁ ବରଦାସ୍ତ କରାଯିବ ନାହିଁ।
ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ପ୍ରତି ବ୍ଲକ୍ରେ ୨୦୦ରୁ ୩୦୦ ଅଯୋଗ୍ୟ ରାସନ କାର୍ଡ ହାତିଧିକାରୀ ଅଛନ୍ତି। ତେଣୁ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ସରେଣ୍ଡର ପାଇଁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ।
ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ କିଏ ଓ କାହିଁକି ନବ ଦାସଙ୍କୁ ହତ୍ୟା କଲା? ଷଡ଼ଯନ୍ତ୍ରରେ କିଏ ଭାଗିଦାରୀ ? ଏସବୁ କଥା ନିଶ୍ଚିତ ଭାବେ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ପ୍ରଶ୍ନ ଉଠୁଛି ଇଚ୍ଛାପୁର ଷ୍ଟେସନରୁ ସୌରଭ କୁଆଡେ ଗଲେ? ସୌରଭ ଗାଏବ ହୋଇଯିବା ପଛରେ କ’ଣ ରହିଛି କାରଣ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ବି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଯାଇଛି ସୌରଭଙ୍କ ନିଖୋଜ କାହାଣୀ। ଆନ୍ଧ୍ର ଓ ଓଡ଼ିଶା ପୋଲିସ ଘଟଣାର ତଦନ୍ତ କରୁଛି।
ନିଜ ଜୀବନ କାଳ ମଧ୍ୟରେ ସମୁଦାୟ ୩୭ ବର୍ଷ ବନ୍ଦୀ ଜୀବନ କାଟିଥିବା ସେହି ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଫେବ୍ରୁଆରୀ ୨୮, ୧୮୮୪ରେ ସମସ୍ତଙ୍କ ଅଗୋଚରରେ ଗିରିଦୁର୍ଗ ମଧ୍ୟରେ ଶେଷ ନିଃଶ୍ଵାସ ତ୍ୟାଗ କଲେ। ହେଲେ ଅସୀମ ତ୍ୟାଗ ଓ ବୀରତ୍ଵର ପ୍ରତୀକ ବୀର ସୁରେନ୍ଦ୍ର ସାଏ ଆଜି ବି ଜଣେ ମହାନ୍ ଯୋଦ୍ଧା ରୂପେ ପ୍ରତିଟି ଭାରତୀୟଙ୍କ ମନରେ ଜୀବିତ ଅଛନ୍ତି।
ଆସନ୍ତା ଜାନୁଆରୀ ୨୮ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ଶୁଭାରମ୍ଭ ହେବ। ୨ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ।
ରାଜ୍ୟରେ କମିଛି ଶୀତ କିନ୍ତୁ ଏବେବି କଲବଲ କରୁଛି କୁହୁଡ଼ି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରେ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।
ଗୃହରେ ବସବାସ କଲେ କିଏ ନ ଚାହେଁ ଯେ, ପରିବାର ମଧ୍ୟରେ ସମସ୍ତଙ୍କର ବୁଝାମଣା ଠିକ୍ ରହୁ ବୋଲି, କିନ୍ତୁ ବହୁ ସ୍ଥାନରେ ଦେଖା ଯାଉଛି ଯେ, ଗୃହ ମଧ୍ୟରେ ସବୁବେଳେ କଳି ଝଗଡା ଲାଗି ରହୁଛି । ଏହି ପ୍ରକାର ଅସ୍ୱାଭାବିକ କଳି ଝଗଡା ବାସ୍ତଦୋଷ କାରଣରୁ ହୋଇଥାଏ । ଆସନ୍ତୁ ସେହି ବାସ୍ତୁଦୋଷ ବିଷୟରେ ଜାଣିବା-
ଦୋକାନରେ ନିଆଁ କିପରି ଲାଗିଲା, ତାହାର କାରଣ ଜଣାପଡ଼ିନାହିଁ। କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ନା, ସର୍ଟ ସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଗଲା, ତାହା ଜଣାପଡ଼ି ନାହିଁ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ନେତାଜୀଙ୍କ ଜନ୍ମ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 23କୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ଅନନ୍ତପୁର ଗାଁର ବୁଧୁରାମ ହାଁସଦା, ମୁନିରାମ ହେମ୍ବ୍ରମ ଓ ମାଧବ ସିଂ ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ।
ସେ ଜଣେ ନନ୍-ସିରିଏସ୍ ନେତା ! କଳା ଲୋକଙ୍କୁ ଘୃଣା କରୁଥିବା ଏବଂ ସଦାବେଳେ କାଜୁଆଲ ମୁଡର ନେତା ! ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ନା ତାଙ୍କର ଜ୍ଞାନ ଥିଲା ନା ଗୁରୁତ୍ୱ ଥିଲା !
ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍ କରିଥିଲେ।
ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର 5T ସ୍କୁଲ ନାଁରେ ଗାଁ ଗାଁରେ କରିଥିବା ରୂପାନ୍ତରୀକରଣକୁ ଧୋକା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନା କୌଣସି ଯୋଜନା ଥିଲା ନା ଡିପିଆର ନା ଏଷ୍ଟିମେଟ୍ ।
ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ପୁରୁଷ । ଆଧାର କାର୍ଡ, ବ୍ୟାଙ୍କ ଲିଙ୍କ୍ ବେଳେ ଧରାପଡିଲା ଜାଲିଆତି । ୧୫୭ ଜଣ ପୁରୁଷ ଫେକ୍ ଡକ୍ୟୁମେଣ୍ଟ ଦେଇ ସୁଭଦ୍ରା ଟଙ୍କା ପାଇବାକୁ ଫନ୍ଦି କରିଥିଲେ ।
ଦିନକ ତଳେ ନୂଆପଡ଼ା ସୀମାନ୍ତ ଗରିଆବନ୍ଧ ଜଙ୍ଗଲରେ ୧୩ ସହଯୋଗୀଙ୍କ ସହ ନିପାତ ହୋଇଛି ସେଣ୍ଟ୍ରାଲ୍ କମିଟି ମେମ୍ବର ଚଲପତି ଓରଫ୍ ଜୟୀରାମ। ଏବେବି ସେଠାରେ ଅପରେସନ୍ ଜାରି ଥିବା ବେଳେ, ଏପଟେ ଖୋଲିବାରେ ଲାଗିଛି ଜୟୀରାମର ଜନ୍ମକୁଣ୍ଡଳୀ।
ଝାଡ଼ାବାନ୍ତିରେ ଚାରି ଚାରି ଜଣଙ୍କ ମୁଣ୍ଡ ଗଡ଼ିବା ପରେ ଦୟା ଜଳ ଛୁଇଁବାକୁ ଏବେ ଛାତି ଥରୁଛି। କିନ୍ତୁ ଉପାୟ ଶୂନ୍ୟ। ବାସନମଜାଠୁ ଲୁଗାଧୁଆ, ଗାଧୁଆ ପାଧୁଆଠୁ ରୋଷେଇ କାମ। ରାତି ପାହିଲେ ନିତ୍ୟ ବ୍ୟବହାର୍ଯ୍ୟ କାମ ପାଇଁ ଏକମାତ୍ର ସାହା ଭରସା ଦୟା ।
ହାତୀ ଦାନ୍ତ ଦୁଇଟିକୁ ଗାମୁଛାରେ ଗୋଡ଼ାଇ ବ୍ୟାଗରେ ପୂରାଇ ବାଇକରେ ପଳାଉଥିଲେ ମାଫିଆ। ବନ ବିଭାଗ ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି।
ଦାରିଙ୍ଗବାଡି ଥାନା ଗୋବିନ୍ଦ ପ୍ରଧାନ ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ସେ ରାଜ୍ୟ ପୋଲିସ୍ ବିଭାଗରେ କନ୍ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ।
‘ତରଙ୍ଗ ପ୍ଲସ୍’ର ପ୍ଲାଟ୍ଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଉଛି ଶାଶୁ-ବୋହୂଙ୍କ ନିଆରା କାହାଣୀ। ଏକ ମଧ୍ୟବିତ୍ତ ପରିବାରର ସଂଘର୍ଷର କାହାଣୀ। ଜାଣନ୍ତୁ କେବେ ହେବ ଷ୍ଟ୍ରିମିଂ?
(ପୂର୍ବ ପ୍ରକାଶିତ ଉତ୍ତାରୁ).. ତେତିକିବେଳେ କ’ଣ ହେଲା କି, ଆମମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ। କୁହା ନାହିଁ ବୋଲା ନାହିଁ କ’ଣ ମନକୁ ଆସିଲା, ହୁଡ଼ହୁଡ଼ କରି ପାଣିରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇ ଦେଲେ। ସାଇବ ତ ମହା ଖୁସି।.. ପଚାରିଲେ- ତୁମ୍ କୋନ୍ ହେ?