ସ୍ୱାମୀ ପର ଘରେ ମଜୁରୀ ଖଟିଲେଏ ଘରେ ଚୁଲି ଜଳିବ । ସେଇଠି ନୂଆ ଘର କଥା ପଚାରେ ବା କିଏ ? ସେଇଥି ଲାଗି ତ ପଲିଥିନ୍ ତଳେ ବିତୁଛି ଜୀବନ । ପୂରା ଜୀବନଟା ସେହି ଘରେ କଟିଗଲାଣି । ଭାବିଥିଲେ ବୟସର ଅପରାହ୍ନରେ ପହଞ୍ଚିବା ପରେ ଆବାସ ଯୋଜନାରେ ଘର ମିଳିବ, ଟିକିଏ ଶାନ୍ତିରେ ରହିବେ । ହେଲେ ସେ ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା । ମୋଟ୍ ଉପରେ ଆବାସ ତାଙ୍କ ଲାଗି ଉପହାସ ପାଲଟିଗଲା । ଘର ଖଣ୍ଡିଏ ଲାଗି ପ୍ରଶାସନିକ ବଡବାବୁଙ୍କୁ ଗୁହାରି କରି କରି ଥକିପଡିଲେଣି ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ।
ଆସିଲା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଏକ୍ସକ୍ଲୁସିଭ ଫଟୋ। ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି।
ସଂଘର୍ଷ କଲେ ସଫଳତା ନିଶ୍ଚୟ ମିଳିବ । କାହା ବାପା ପାଲାଗାୟକ ତ ଆଉ କାହାର ତେଜରାତୀ ଦୋକାନୀ...କଠିନ ପରିଶ୍ରମର ଫଳ ପାଇଛି ପୁଅ । ଏବେ ହାକିମ ହେବ।
ଦେବୀ, କୁଶଭଦ୍ରା ଓ ଭାର୍ଗବୀ ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ଫାଟିଛି । ଦୁର୍ବଳ ନଦୀ ବନ୍ଧକୁ ନେଇ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।
ଦିନେ ଟଙ୍କା ପାଇଁ ବଡ଼ ହିନସ୍ତା ହେଉଥିଲେ...କେମିତି ରୋଜଗାର କରିବେ ସେହି ଚିନ୍ତାରେ କଟୁଥିଲା ଦିନ । ସମୟ ବଦଳିଲା, ନଡ଼ିଆ କତାରୁ ସାମଗ୍ରୀ ପାଇଁ ନେଲେ ଟ୍ରେନିଂ । ଏବେ ଭଲ ରୋଜଗାର ହେବା ସହିତ ପରିବାର ଭଲରେ ଚଳୁଛି
ଆଷାଢ଼ ସରିଲା, କାଲିଠୁ ଶ୍ରାବଣ। ହେଲେ ଧାନ ଚାଷର ଚିହ୍ନବର୍ଣ୍ଣ ନାହିଁ। ଯେଉଁ ସମୟରେ ରୁଆ, ବେଉଷଣରେ ଚାଷୀ ମାତିବା କଥା ସେଠି କିନ୍ତୁ ଗଜା ଧାନ ବଞ୍ଚାଇବାକୁ ସଂଘର୍ଷ ଚଳାଇଛି।
ବେକରେ ମନ୍ଦାର ମାଳ ପକାଇ କାଳସି ରୂପରେ ଉଭା ହୁଅନ୍ତି ପ୍ରତାପ । ସେପଟେ ବିଭିନ୍ନ ମନୋସ୍କାମନା ନେଇ ବହୁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ବହୁ ଲୋକ। ସେମାନଙ୍କ ବିଶ୍ୱାସ ଯେ, ପ୍ରତାପଙ୍କ ଦେହରେ ମାଆ ମଙ୍ଗଳା ସବାର ହେଉଥିବାରୁ ସେ ସବୁ ସମସ୍ୟାର ସମାଧାନ କରିପାରନ୍ତି ।
କାହିଁକି ଓଡ଼ିଶା ବଜାରରେ ଏବର୍ଷ ଘାଟା ଖାଇଲା ବାଇଗଣ ପଲେଇ ଆମ୍ବ ? ଦର ଅଧିକ ନା ଅଧିକ ଆମଦାନୀ ଅଧିକ ?
ବିବାହ ଭୋଜିରେ ଯୋଗଦେବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଏକ ହାଇୱା ସେ ବସିଥିବା ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାଇୱାଟି ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
କୌଣସି ଶତ୍ରୁ ପକ୍ଷପଠାଇ ନ ଥିଲେ ତ ? ଗୋଡ଼ରେ ଲାଗିଥିବା କ୍ୟାମେରା ଓ ଚିପ୍ ରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି କି ? ଏହି କ୍ୟାମେରା ଓ ଚିପ୍ ଜରିଆରେ ବାହାରକୁ କିଛି ତଥ୍ୟ ପଠା ଯାଇଥିଲା କି ? ଏହା କୌଣସି ଗୁପ୍ତ ସୂଚନା ନୁହେଁ ତ ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଚାଲିଛି କସରତ ।
ପବିତ୍ର ମାଘ ସପ୍ତମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।
ପୁରୀ ଗୋପ ଥାନା ବିଜିପୁରରେ ଝିଅକୁ ହତ୍ୟା ଅଭିଯୋଗ ମାମଲାରେ ଅଭିଯୁକ୍ତ ବାପାଙ୍କ ସମେତ ସହ ଗାଁର ୩ ଜଣ ମାଲଭାଇ ଗିରଫ ହୋଇଛନ୍ତି।
ବଡ଼ଝିଅର ଏତଲା ପରେ ମଶାଣିରୁ ହା଼ଡ ପାଉଁଶ ଜବତ । ଅଭିଯୁକ୍ତ ବାପାକୁ ଜେରା, ସାବତ ମାଆ ଫେରାର ।
ଟ୍ରଲି-ଲିଫ୍ଟ ସାହାଯ୍ୟରେ ହେବ ଉତ୍ତୋଳନ ।
ଗ୍ରୀଡ୍କୋ ଓ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଚୁକ୍ତି । ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ।
ଖୋଦ୍ ବିଜେଡିର ସାଂସଦ ଓ ବିଧାୟକଙ୍କ କରୁଛନ୍ତି ବିରୋଧ ।
ଗଭୀର ଚିନ୍ତା ପ୍ରକଟ କଲେ ପରିବେଶବିତ୍ । ପୁରୀ ପ୍ରଶାସନ କହିଲା କରାଯିବ ସ୍ଥାୟୀ ପ୍ରତିକାର ।
ବାଲିବସ୍ତା ଓ ବହ୍ଲା ଦେଇ ରୋକିବାକୁ ପ୍ରୟାସ । ଜଗତସିଂହପୁର ଶିଆଳି ବେଳାଭୂମିରେ ଧୋଇଗଲା ଭ୍ୟୁ ଟାଓ୍ୱାର ଚଟାଣ ।
କାଠ ଗଣ୍ଡିକୁ ବେକରେ ବୋହି ଚାଲିବା ଯେ କେତେ କଷ୍ଟକର ତାହା ଥରେ ଚିନ୍ତା କରନ୍ତୁ ।
ଦିନକୁ ଦିନ ସାମୁଦ୍ରିକ ଜୁଆର ଭୟଙ୍କର ରୂପ ନେବା ସହ କୂଳ ଲଂଘି ସ୍ଥଳଭାଗକୁ ମାଡ଼ି ଆସୁଛି।
ରାଣୀ ଏଲିଜାବେଥଙ୍କ ପରେ ରାଜା ହେବାକୁ ଯାଉଥିବା ପ୍ରିନ୍ସ ଚାର୍ଲସ ୧୯୮୦ରେ କୋଣାର୍କ ବୁଲିବାକୁ ଆସିଥିଲେ । କୋଣାର୍କ ବୁଲିବାବେଳେ ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଶାସନ ଆସିଥିଲେ ।
ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା । ବାଲି ବାହାର କରିବାକୁ ଘରୋଇ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ।
ଘରୋଇ ସଂସ୍ଥାକୁ ବୈଷୟିକ ସହାୟତା ଦାୟିତ୍ୱ । ଭୂମିପୂଜା ସହ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବା ଲକ୍ଷ୍ୟ ।
ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।