ବିଜେଡି ସରକାରରେ ଫ୍ଲାଗସିପ୍ ସ୍କିମ୍ BSKYରେ ହେଉଥିଲା କି ସ୍କାମ ? ମନ ଇଚ୍ଛା ବିଲ୍ କରୁଥିଲେ କି ଘରୋଇ ହସ୍ପିଟାଲ ? ସଂପୃକ୍ତ ଥିଲେ କି ସରକାରୀ ଅଧିକାରୀ ?
ଦିଲ୍ଲୀରେ ବସିଛି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କୋର୍ କମିଟି ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି ।
ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଭୁବନେଶ୍ବର ଲୋୟର ପିଏମଜିରେ ଏହି ବିକ୍ଷୋଭ କରାଯାଇଛି । ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ ।
ପୂରା କାଜୁଆଲ୍ ଆଉ ଜଲି ମୁଡ୍ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏମିତି ଢଙ୍ଗରେ ବିଧାୟକ, ମନ୍ତ୍ରୀ ଏବଂ ସାଂସଦମାନଙ୍କ ଗତ ସଂଧ୍ୟାରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ ।
କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି । ୨୪ ନିର୍ବାଚନରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ଆଜି ପ୍ରଥମ ଥର ପାଇଁ ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କୁ ନେଇ ଚାଲିଛି ରୁଦ୍ଧଦ୍ବାର ପାଠଶାଳା । ନିର୍ବାଚନ ପ୍ରତିଶ୍ରୁତିର କାର୍ଯ୍ୟକାରିତାଠୁ ରାଜ୍ୟ ବିକାଶର ରୋଡ୍ ମ୍ୟାପ ଯାଏଁ ଚାଲିଛି ଆଲୋଚନା ।...
ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ । ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି ।
ଭୁବନେଶ୍ବର ଉପକଣ୍ଠ ବାଳକାଟୀରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ଲାଗି ଦଳ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା ।
ବିଧାନସଭାରେ ଓ ଲୋକସଭାରେ ସବୁ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟାସ୍କ ।
୬ ମାସ ତଳେ ଗାଁ ଗାଁ ବୁଲି ସଂଗୃହୀତ ହୋଇଥିବା ହଜାର ହଜାର କୁଇଣ୍ଟାଲ ଅର୍ପଣ ଚାଉଳର ସ୍ଥିତି କଣ ? ଜଗନ୍ନାଥଙ୍କୁ ସେଥିରେ ଭୋଗ ଲାଗୁଛି ତ ? ଏବେ ପୁଣି ଥରେ ଏ ପ୍ରଶ୍ନ ଏଥିପାଇଁ ମୁଣ୍ଡ ଟେକିଛି, କାରଣ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଫା ସଫା ଶୁଣାଇଛି -ପୋକ ଖିଆ ଚାଉଳରେ ଠାକୁରଙ୍କୁ ଭୋଗ ଲାଗିବନି ।
ନବୀନଙ୍କୁ ଝଟକା ପାଇଁ ଅନେକ ବିଜେଡି ନେତା ଲାଇନରେ ଥିବା ଚର୍ଚ୍ଚା । ବିଜେଡି ବସା ଖାଲି ହୋଇଯିବ କହି ନିଆଁ ଲଗାଇଲେ ଢାଲି । ସଂଗଠନ ପରିବର୍ତ୍ତନ ଲୋଡ଼ା ଦର୍ଶାଇ ଘିଅ ଢାଳିଲେ ଅମର ।
ଅନାସ୍ଥାରେ ହାରିଲେ ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି । ଅନାସ୍ଥା ସପକ୍ଷରେ ୧୧ଜଣ କାଉନସିଲର ଭୋଟ୍ ଦେଇଛନ୍ତି।
ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ।
ପୁରୀ ବଳିଆପଣ୍ଡାରେ ବୈଠକକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।
ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।
ନେତାଙ୍କ ଛାତି ଧଡ଼ଧଡ଼। ଧିରେ ଧିରେ ଖୋଲୁଛି ଇଭିଏମ୍ ପେଡି। ଫଇସଲା
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ସାମ୍ବାଦିକଙ୍କ ସମୁଖରେ ସ୍ପଷ୍ଟ କଲେ ଯେ ତାଙ୍କ ଦଳ 'ଇଣ୍ଡିଆ' ମେଣ୍ଟରେ ନାହିଁ। କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶା ବିକାଶ ପାଇଁ ଯେଉଁଭଳି ସବୁ ପ୍ରକାର ସହାୟତା ଦେଇ ଆସୁଛନ୍ତି ସେ 'ସମ୍ପର୍କ' ରହିବ ବୋଲି ତାଙ୍କ କଥାରୁ ଜାଣିହେଲା।
ଓଡିଶା ପାଇଁ ବିଜେପିର ମାଷ୍ଟର ପ୍ଲାନ୍ । ନିର୍ବାଚନ ରଣନୀତିଠୁ ନେଇ ପରିଚାଳନା ଯାଏଁ ଦାୟିତ୍ବରେ ରହିବେ କେନ୍ଦ୍ରୀୟ ନେତା। ଫୋକସରେ ୧୦ ହଜାରରୁ କମ୍ ଭୋଟରେ ଦଳ ହାରିଥିବା ୪୦ ବିଧାନସଭା କ୍ଷେତ୍ର ।
ହିନ୍ଦୀ ହାର୍ଟଲ୍ୟାଣ୍ଡ ଷ୍ଟ୍ରାଟେଜିରେ ଓଡିଶାରେ କ୍ଷମତାକୁ ଆସିବ ବିଜେପି । ନିର୍ବାଚନ ରଣକୌଶଳଠୁ ନେଇ ଗ୍ରାଉଣ୍ଡରେ କାର୍ଯ୍ୟକାରିତା ଯାଏଁ ସବୁ ଦାୟିତ୍ୱ ନେବେ କେନ୍ଦ୍ରୀୟ ନେତା ।
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।
ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ କି ବିଜେଡି ?
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ଏହି ତିନି ରାଜ୍ୟର ଫଳାଫଳର ନିଶ୍ଚିତ ପ୍ରଭାବ ପଡ଼ିବ । ଭ୍ରଷ୍ଟ ବିଜେଡି ସରକାରକୁ ହଟାଇବାକୁ ରାଜ୍ୟ ବିଜେପି ଜୋରଦାର ପ୍ରୟାସ କରିବ ।
ଶ୍ରୀମନ୍ଦିର ପରିଚାଳନା କମିଟି ଅଗଷ୍ଟ ୪ରୁ କମିଟି ଗଠନ ପାଇଁ ସୁପାରିସ କରିଛି । ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି ବୋଲି ସାକ୍ଷାତ ପରେ କହିଛନ୍ତି ସମୀର ମହାନ୍ତି ।
ମଧ୍ୟପ୍ରଦେଶ ଫର୍ମୁଲାରେ ଓଡ଼ିଶାରୁ ବିଜେପିର ୮ ସାଂସଦଙ୍କ ମଧ୍ୟରୁ ୬ ଜଣଙ୍କୁ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଯିବାର ସମ୍ଭାବନା ରହିଛି ।
ଫାଇଭ୍ ଟି ସଚିବ ବିରୋଧୀ ସ୍ୱର ଚପିବ ନା ଆଗକୁ ଯିବ ? ଆଗରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ପଛାଉଥିଲା ଦଳ?
ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ସୁଧାଂଶୁ ପରିଡ଼ା ବି ବିଦା । ବହୁଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସି ଘୋଷଣା କଲେ ସୁପ୍ରିମୋ ।