/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737270595.jpg)
Naba Das Murder Mystery:
ଏବେବି ରହସ୍ୟ ଘେରରେ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ ଦାସଙ୍କ ହତ୍ୟାକାଣ୍ଡ । ଝାରସୁଗୁଡା କୋର୍ଟରେ ଏହି ମାମଲାର ବିଚାର ଚାଲିଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିସାରିଛି । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଆସିଷ୍ଟାଣ୍ଟ ପୋଲିସ୍ ସବ୍ଇନିସ୍ପେକ୍ଟର ଗୋପାଳ ଦାସ ଏବେ ଜେଲ୍ରେ। ଗୋପାଳ ଦାସ ନିଜର ସର୍ଭିସ୍ ରିଭଲଭରରୁ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟରେ ଦର୍ଶାଯାଇଛି । ଏପରିକି ଗୋପାଳ ଏକମାତ୍ର ଅଭିଯୁକ୍ତ ଓ ପୁରୁଣା ରାଗ ଶୁଝାଇବା ପାଇଁ ଗୋପାଳ ଏହି ହତ୍ୟାକାଣ୍ଡ ଭିଆଇଥିବାର ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ତେବେ ଫରେନସିକ ରିପୋର୍ଟ ଓ କ୍ରାଇମବ୍ରାଞ୍ଚ ରିପୋର୍ଟରେ ତାଳମେଳ ନାହିଁ ।
ଏହି ଘଟଣାକୁ ନେଇ ବୟାନବାଜି ଚାଲିଥିବା ବେଳେ ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଲେ।
ନବ ଦାସ ହତ୍ୟା ପ୍ରସଙ୍ଗରେ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ । କହିଲେ, ହତ୍ୟା ପଛରେ ଚକ୍ରାନ୍ତକାରୀ ଗୋଷ୍ଠୀର ହାତ ଥିବା ପୂର୍ବରୁ କହିଥିଲି । ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ । କିନ୍ତୁ ଦୁର୍ଭାଗ୍ୟ ସେ ସମୟରେ ତାଙ୍କ ପରିବାର ନିରବ ରହିଲେ। କ୍ଷମତା ଲୋଭ, ସଂପତ୍ତି ସୁରକ୍ଷା ପାଇଁ ତଦନ୍ତ ଠିକ୍ ହେଉଥିବା କହିଲେ ପ୍ରଦୀପ। ତେବେ ନବ ଦାସ ହତ୍ୟାକାଣ୍ଡର ଅଧିକ ତଦନ୍ତ ଆବଶ୍ୟକ । ପରଦା ପଛର ଖଳନାୟକମାନେ ଧରାପଡ଼ିବା ଦରକାର ବୋଲି ସେ କହିଛନ୍ତି।
ସେହିପରି ଜୟନାରାୟଣ ମିଶ୍ର ଏହି ଘଟଣାରେ ମୁହଁ ଖୋଲିଛନ୍ତି। ଲିଖିତ ଜଣାଇବୁ ବୋଲି ଦୀପାଳିଙ୍କ ପ୍ରତିକ୍ରିୟା ଉପରେ ଜୟନାରାୟଣ ନିଜର ମନ୍ତବ୍ୟ ରଖିଛନ୍ତି। ବିଳମ୍ବରେ ହେଲେ ବି ବୁଦ୍ଧି ଉଦୟ ହେଲା କହିଲେ। କେବଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେଲେ ହେବନି, କୋର୍ଟଙ୍କୁ ବି ଲେଖିକି ଦେବାକୁ ପଡ଼ିବ । ଦଳ ହାରିଗଲା ପରେ ଏବେ ମନେ ପଡ଼ିଲା ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)