ଭକ୍ତର ଭାବରେ ବନ୍ଧା ଜଗନ୍ନାଥ । ଅଧ ରାତିରେ ଦେଲେ ସ୍ୱପ୍ନାଦେଶ...କହିଲେ, ମତେ ନେଇକି ଗାଁରେ ରଖ । ଆଜ୍ଞା ପାଇବା ପରେ ଶ୍ରୀକ୍ଷେତ୍ରରୁ ନୟାଗଡ ପର୍ଯ୍ୟନ୍ତ କିର୍ତ୍ତନ, ହରିବୋଲ, ହୁଳହୁଳିରେ କମ୍ପିଲା ଏରିଆ । ଲୋକେ କହିଲେ....ଗାଁକୁ ଠାକୁର ଆସିଥିବାରୁ ଆମେ ଭାରି ଖୁସି
ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ
ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି?
ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନୋଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?
ସରୁନି ବାଘୁଆ ଡ୍ୟାମ୍ ବିସ୍ଥାପିତଙ୍କ ଦୁଃଖ..ବିସ୍ଥାପିତଙ୍କୁ ଘାରିଛି ଆଉଥରେ ଜମି ହରାଇବାର ଭୟ...
ବାଜା ବାଜୁଛି, ବିରାଟ ପଟୁଆର ଯାଉଛି..ପାଖରେ ପୁଣି ବାଘ ବୁଲୁଛି ଆଉ ନାଚୁଛନ୍ତି ଶିବ-ପାର୍ବତୀ
କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତା ଆଦି ସଭିଁଙ୍କ ପସନ୍ଦ ଏହି ଛେନାପୋଡ଼।
ମାଟିରେ ମିଶି ଇତିହାସ ପାଲଟିଵ ନୟାଗଡ଼ ଚିନିକଳ । ଏହା ଉପରେ ନିର୍ଭର କରିଥିଲା ହଜାର ହଜାର ଚାଷୀ ଏବେ ବେସାହାରା । ଅନେକ ଦାଦନ ଖଟିବାକୁ ଗଲେଣି । ଇତିହାସ ପାଲଟିବ ନୟାଗଡ ଚିନି କଳ
୫ଦିନର ଅପରେସନ୍ । ୧୨୦ ଘଣ୍ଟା ଧରି ବଛା ବଛା ୧୨ ପୋଲିସ କର୍ମଚାରୀଙ୍କ ଦ୍ୱାରା ଛାନ୍ଭିନ୍ । ପ୍ରାୟ ୫ଶହ କିଲୋମିଟର ବ୍ୟାପି ସର୍ଚ୍ଚ ଅପରେସନ୍ । ଖୋଜିଥିଲା ଡଗ୍ ସ୍କ୍ୱାର୍ଡ । ହେଲେ ନା କେହି ପତ୍ତା ପାଇଥିଲେ ନା କାହା ହାତରେ ଲାଗିଥିଲା ସୁରାଗୟ । ଶେଷରେ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି ନୟାଗଡ଼ ଓଡ଼ଗାଁ ସ୍ଥିତ କୁରାଳ ନେଳିଆ ସାହିର ସେହି ୧୨ ବର୍ଷିୟ ପୁଅ ଅମ୍ରିତ ପାତ୍ର ।
ଟାଇଁ ଟାଇଁ ଖରାରେ ବାହାରକୁ ବାହାରିଲେ ମୁଁହ ପୋଡି ଯାଉଛି l ପାରଦ ପୁରା ଉପରେ l ହେଲେ ଏହି ଅସହ୍ୟ ଖରାରେ ରାସ୍ତାର ତତଲା ପିଚୁରେ ହାତକୁ ହାତ ଧରା ଧରି ହୋଇ ଚାଲିଛନ୍ତି ଏକ ଯୁବ ଗୋଷ୍ଠୀ l ଏମାନଙ୍କ ଲକ୍ଷ୍ୟ ହେଉଛି ପରିବେଶ ସେବା l ଏକ ସ୍ୱତନ୍ତ୍ର ଚିନ୍ତାଧାରାରେ ନିମଗ୍ନ ଏହି ଯୁବ ଗୋଷ୍ଠୀଙ୍କ କାମକୁ ଦେଖିଲେ ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ ଛୁଟୁଛି....
ଭାଇଲୋ....ତୁ କାହିଁକି ଏମିତି ହେଉଛୁ? ଏକା ବେଳେ ଏତେ ହେଲମେଟ୍ କୁ ମାସ୍କ କାହିଁକି ପିନ୍ଧିଛୁ? କରୋନା ସାଙ୍ଗକୁ ଯଦି ଦୁର୍ଘଟଣା ହେଲା? ଏଇ ପାଖରେ ବୋଧହୁଏ ବସିଛି ଚିତ୍ରଗୁପ୍ତ
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଉପଜିଲ୍ଲାପାଳ । ଏଭଳି ମଣିଷ ପଣିଆର ଉଦାହରଣ ଦେଇଛନ୍ତି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ।
ନୟାଗଡ଼ ଜିଲ୍ଲା ପିଡବ୍ଲୁଡି ଲେନରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ଏସଟିଏଫ୍ ଟିମ୍ ଚଢଉ କରି ୪ କେଜିରୁ ଅଧିକ ବ୍ରାଉନସୁଗର ସହ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ୩ଟି ମାଗାଜିନ୍ ଏବଂ ୪୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି।
ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି। ଦେଖନ୍ତୁ ପୂରା କାହାଣୀ।
ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି।
୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ହଜିଲା ପୁଅକୁ ମାଆ ଫେରି ପାଇବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ସ୍ୱର୍ଗତଃ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮ ଫେବୃଆରୀ ୧୧ରେ ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିଲେ।
ରାଜ୍ୟରେ ବଢିବାରେ ଲାଗିଛି ନବବଧୂ ମାମଲା, ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଲା ନବବଧୂର ହତ୍ୟା ଘଟଣା
କାଠରେ ନିଖୁଣ କାରିଗରୀର ପ୍ରତିଛବି ଦେଇ ଚର୍ଚ୍ଚାରେ ନୟାଗଡ଼ ଭାପୁରର ଭୀମସେନ ଖୁଣ୍ଟିଆ l ନିଜର କାଉଁରୀ ଛୁଆଁରେ ନିର୍ଜୀବ କାଠରେ ଏମିତି ରୂପ ଆଙ୍କୁଛନ୍ତି, ଯାହାକୁ ଦେଖିଲେ ପୂରାପୂରି ଜୀବନ୍ତ ଲାଗୁଛି। ଦିନେ ନିଜର କାମ ପାଇଁ ରାଜ୍ୟ ସରକାର ପ୍ରଶଂସା ମଧ୍ୟ କରିଥିଲେ।
ପୌରାଣିକ କାହାଣୀର କଥା କହେ ଏହି ପୀଠ। ଯିଏ ଥରେ ଏଠାକୁ ଆସିଛି, ଏହାର ପ୍ରକୃତି ପ୍ରେମରେ ପଡି ଯିବାକୁ ମନ ବଳାଏ ନାହିଁ। ଆମ ଓଡ଼ିଶାରେ ରହିଛି ଏମିତି ଏକ ପର୍ଯ୍ୟଟନସ୍ଥଳୀ..
ଜାତୀୟ ରାଜପଥରେ ୩ ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଗାଡ଼ି ଧରି ଫେରାର ହୋଇ ଯାଇଛନ୍ତି।
ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ, ଆଖି ଯୁଆଡେ ଯାଉଛି ସବୁଜ ବଳୟ ।
ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ, ଆଖି ଯୁଆଡେ ଯାଉଛି ସବୁଜ ବଳୟ ।
ଦିନେ ଶୁଭଶ୍ରୀ ଶହ ଶହ ରୋଗୀଙ୍କ ସେବା କରୁଥିଲେ। ନର୍ସ ଭାବେ କାମ କରି କରୋନା ସମୟରେ କରୋନା ଯୋଦ୍ଧା ହୋଇଥିଲେ। ଏତେ ସୁନ୍ଦର ଝିଅଟି ଏବେ କିଡନୀ ରୋଗରେ ଆକ୍ରାନ୍ତ। ଯିଏ ଦିନେ ଅନ୍ୟର ସେବା କରୁଥିଲା ଆଜି ସେ ଅନ୍ୟର ସାହାଯ୍ୟକୁ ଅପେକ୍ଷା କରିଛି। ନୟାଗଡ଼ରୁ ଦେଖନ୍ତୁ ଏ ଖବର
ମଶାଣି, ଏମିତି ଏକ ସ୍ଥାନ ଯାହା ନାଁ ଶୁଣିଲେ ମନରେ ଭୟ ଆସେ। ଅନ୍ତିମ ସଂସ୍କାର ପାଇଁ ଯିଏ ଶବ ସହ ମଣାଶିକୁ ଥରେ ଯାଆନ୍ତି, ସେମାନେ ଦ୍ୱିତୀୟ ଥର ସେଠାକୁ ନଯିବାକୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ମଶାଣି କଥା କହିବା, ଯେଉଁଠିକୁ ଥରେ ଗଲେ ଆପଣ ବାରମ୍ବାର ଯିବାକୁ ଇଚ୍ଛା ପ୍ରକାଶ କରିବେ।