Advertisment

NIT Rourkela: ଭାରତୀୟ ନୌସେନାକୁ ସଶକ୍ତ କରିବା ପାଇଁ ଓଡ଼ିଶାରେ ଚାଲିଛି ଗବେଷଣା, ଶତ୍ରୁ ଆଖିରେ ଧୂଳି ଦେବ ଭାରତୀୟ ନୌସେନାର ବୁଡ଼ାଜାହାଜ

ରାଉରକେଲା ନିଟ୍‌ରେ ଚାଲିଥିବା ଅଭିନବ ଜ୍ଞାନକୌଶଳର ବଡ଼ ଗବେଷଣା, ନୌସେନାର ଶକ୍ତିବୃଦ୍ଧି କରି ଆତ୍ମନିର୍ଭର ଭାରତକୁ ବଳ ଦେବା ସହ ସମୁଦ୍ର ଭିତରେ ତୈଳ ସନ୍ଧାନ ଭଳି ଗବେଷଣାକୁ ବି ସହଜ କରିବ ।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

Indian Navy

ରାଉରକେଲା NITରେ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଚାଲିଛି ଅଭିନବ ପ୍ରତିରକ୍ଷା ଗବେଷଣା । ସମୁଦ୍ର ଗର୍ଭରେ ଭାରତୀୟ ନୌସେନାର ବୁଡ଼ାଜାହାଜକୁ ଶତ୍ରୁର ନଜରରୁ ରକ୍ଷା କରିପାଇଁ ଜାରି ରହିଛି ପ୍ରଶିକ୍ଷଣ । ଏକ ସ୍ବତନ୍ତ୍ର ଟାଇଲ୍ସ ତିଆରି କରିବାକୁ ଅଣ୍ଡରୱାଟର୍ ଏକୋଷ୍ଟିକ୍ ଟେଷ୍ଟ୍ ଫ୍ୟାସିଲିଟିରେ ଚାଲିଛି ପରୀକ୍ଷା ନିରୀକ୍ଷା । ଶତ୍ରୁ ଆଖିରେ ଧୂଳି ଦେବ ଭାରତୀୟ ନୌସେନାର ବୁଡ଼ାଜାହାଜ ।

Advertisment

ଓଡ଼ିଶା ମାଟିରେ ଚାଲିଛି ଅଭିନବ ଜ୍ଞାନକୌଶଳର ବଡ଼ ଗବେଷଣା । ଦେଶର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ରାଉରକେଲା NIT ପାଇଛି ସଫଳତା । ଏଠାରେ ରହିଛି ଡିଫେନ୍ସ ଗ୍ରେଡ୍‌ର ଅଣ୍ଡରୱାଟର୍ ଏକୋଷ୍ଟିକ୍ ଟେଷ୍ଟ୍ ଫ୍ୟାସିଲିଟି । ରାଉରକେଲା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି- NITରେ ନିର୍ମିତ ଏହି ପରୀକ୍ଷାଗାରରେ ଗୁରୁତ୍ବପୂର୍ଣ୍ଣ ଗବେଷଣା ଜାରି ରହିଛି ।

ଏହା ନୌସେନାର ଶକ୍ତିବୃଦ୍ଧି କରି ଆତ୍ମନିର୍ଭର ଭାରତକୁ ବଳ ଦେବା ସହ ସମୁଦ୍ର ଭିତରେ ତୈଳ ସନ୍ଧାନ ଭଳି ଗବେଷଣାକୁ ବି ସହଜ କରିବ । ତେବେ DRDO ସହଯୋଗରେ ଚାଲିଥିବା ଏହି ପରୀକ୍ଷା ନୀରିକ୍ଷାର ପ୍ରଥମ ଉଦ୍ଦେଶ୍ୟ ହେଉଛି- ବୁଡ଼ାଜାହାଜର ଲୁଚି ରହିବା କ୍ଷମତା ବୃଦ୍ଧି କରିବା । ସେଥିପାଇଁ ଅଣ୍ଡରୱାଟର୍ ଟାଇଲ୍ସ ବା ସବମରିନ୍ ଟାଇଲ୍ସ ଡିଜାଇନ୍ ଓ ଏକ୍ସପେରିମେଣ୍ଟ କରୁଛି ରାଉରକେଲା NIT।

Advertisment

ଏହି ଟାଇଲ୍ସରେ ସବମରିନ୍ ତିଆରି ହେବାପରେ , ଶତ୍ରୁର ସୋନାର୍ ରାଡାର୍ ଏହାକୁ ଚିହ୍ନଟ କରିପାରିବ ନାହିଁ । ଏହି ନୂଆ ଟେକନୋଲୋଜି କେବଳ ଭାରତ ନୁହେଁ, ଫ୍ରାନ୍ସ ନୌସେନା ପାଇଁ ମଧ୍ୟ ଉପଯୋଗ ହେବ । ପରୀକ୍ଷାମୂଳକ ଭାବେ ଏକ ଛୋଟ ଆକାରର ଟାଇଲ୍ସକୁ, ପାଣି ଭର୍ତ୍ତି ସିଲିଣ୍ଡର୍ ଆକୃତିର ଷ୍ଟେନଲେସ୍ ଷ୍ଟିଲ୍ ନିର୍ମିତ ଯନ୍ତ୍ର ଭିତରେ ରଖାଯାଇ, ଏହାର ବିଭିନ୍ନ ବୈଶିଷ୍ଟ୍ୟ ଯାଞ୍ଚ କରାଯାଉଛି ।

ଏଥିପାଇଁ ଖର୍ଚ୍ଚ ହେଉଛି ୧.୪ କୋଟି ଟଙ୍କା । ଶତ୍ରୁ ନଜରରୁ ଲୁଚି ରହିବା ସହିତ ସମୁଦ୍ରର ଅକାତ କାତ ପାଣି ଭିତରେ ଶତ୍ରୁ ଗତିବିଧିର ସନ୍ଧାନ କରିବା ପାଇଁ ବି ଏଠାରେ ପରୀକ୍ଷା ନିରୀକ୍ଷା ଚାଲିଥିବା ସୂଚନା ଦେଇଛନ୍ତି ରାଉରକେଲା NIT ନିର୍ଦ୍ଦେଶକ । ଅନ୍ୟପଟେ ଏଠାରେ ଛୋଟରୁ ଛୋଟ ଶବ୍ଦ ତରଙ୍ଗକୁ ବି ଚିହ୍ନଟ କରିବା ପାଇଁ ଚେଷ୍ଟା ଜାରି ରହିଛି ।

ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?

Odisha Rourkela NIT Rourkela Indian Navy Unique Experiment
Advertisment
Advertisment