ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ମକ୍ ଡ୍ରିଲ୍ ସାଇରନ୍ । ଓଡ଼ିଶାର ୧୨ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍ ପାଇଁ ସାଇରନ୍ ବାଜିବ । ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।
ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମପାତ୍ରଙ୍କ ସହ ଅନ୍ୟ ନିଯୋଗ ମୁଖ୍ୟମାନଙ୍କୁ କାଲି ସୁଦ୍ଧା ଏ ସଂପର୍କିତ ଦ୍ବନ୍ଦ୍ବାତ୍ମକ ତଥ୍ୟ ଉପରେ ହାଜର ହୋଇ ଉତ୍ତର ରଖିବାକୁ ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ରାମକୃଷ୍ଣଙ୍କ ବିରୋଧରେ ବଡ଼ ଆକ୍ସନ ପାଇଁ ଦାବି ଉଠିଥିବାବେଳେ ଶ୍ରୀମନ୍ଦିର ବାହାରକୁ କେମିତି ଦାରୁ ଗଲା ତାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବେ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ଏବଂ ବିଭାଗମାନଙ୍କୁ ବାର୍ଷିକ ରିପୋର୍ଟ ତିଆରି କରିବାକୁ ନିର୍ଦ୍ଦେଶ। ସରକାରଙ୍କ ସଫଳତାର ଦସ୍ତାବିଜ ପ୍ରସ୍ତୁତ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ କମିଟି। ଗ୍ରାଉଣ୍ଡ ଜିରୋକୁ ଯାଇ ରଖାଯିବ ରିପୋର୍ଟ କାର୍ଡ। କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସରକାର?
କିଟ୍ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କଲା କିଏ ? ପୋଲିସ ନା କିଟ୍ କର୍ମଚାରୀ ? କାରଣ ଇନଫୋସିଟି ଥାନାର କନେଷ୍ଟବଳ ନିରାକାର ଖଟୁଆଙ୍କ କହିବା କଥା, କିମ୍ସ ମେଡିକାଲ ଏମରଜେନ୍ସିରୁ ମୃତଦେହକୁ ଧରି ଭୁବନେଶ୍ୱର ଏମ୍ସକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲେ ।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ମେଟ୍ରୋ ପ୍ରକଳ୍ପ ଲାଗି ନୂଆ ଡିପିଆର୍ ପ୍ରସ୍ତୁତ ହେଉଛି । ପୂର୍ବ ସରକାର ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଚଲାଇବାକୁ ଯୋଜନା କରିଥିଲେ । ଏହାଦ୍ବାରା ଲୋକଙ୍କ କୌଣସି ଫାଇଦା ହେବନି । ତେଣୁ ମେଟ୍ରୋ ପ୍ରକଳ୍ପକୁ କଟକ ସହର ସହ ଯୋଡ଼ିବାକୁ ଯୋଜନା ହୋଇଛି ।
ଛିଡୁନି ବିଜେଡି ଅଙ୍କ । ସ୍ଥିତି ଅଧିକ ଗୋଳମାଳିଆ । ବରିଷ୍ଠ ନେତାଙ୍କୁ ନେଇ ନବୀନଙ୍କ ବୈଠକ । ଦଳ ଭିତରେ ଛକାପଞ୍ଝା । ନବମ ଥର ଲାଗି ନବୀନ ସଭାପତି ଭାବେ ନିର୍ବାଚିତ ହେବା ପରେ ବି ବିଚ୍ଛୁରିତ ଅବସ୍ଥାରେ ସଂଗଠନ ।
ଆରଏସପି ପକ୍ଷରୁ ରେଲୱେ ଲାଇନ ନିର୍ମାଣ ବେଳେ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ । ନୂଆ ରେଳ ଲାଇନ୍ ନିର୍ମାଣକୁ ବରକାନି ଅଞ୍ଚଳର ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ । ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାଁ ଏତୁଆ ଏକା ।
ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ ।
ରାଜ୍ୟରେ ବଣ୍ଟନ ହେବ ନୂଆ ରାସନ କାର୍ଡ । ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବା ନେଇ ଘୋଷଣା କଲେ ରାଜ୍ୟ ସରକାର ।
ଚଇତି ଘୋଡାନାଚରେ ପ୍ରକମ୍ପିତ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ସ୍ଥିତ ମା ଶାରଳାଙ୍କ ପୀଠ।
ସାର୍ଟିଫିକେଟ୍ ହଜାଇଦେଲା ଡିଆଇ ଅଫିସ୍ । ଅଧାରେ ରହିଗଲା ଚାକିରି ସ୍ୱପ୍ନ । ବେକାରୀ ହୋଇଗଲା ଶିକ୍ଷିତ ଝିଅ । ଭରସା ଭାଙ୍ଗିଗଲା, ବିଶ୍ୱାସ ତୁଟିଗଲା । ଅପେକ୍ଷାରେ ବିତିଗଲା ୩୫ ବର୍ଷ ।
ଦୂର ହେବ ଶବ ପରିବହନ ସମୟରେ ଉପୁଜୁଥିବା ସମସ୍ୟା । ଏଣିକି ରାଜ୍ୟରେ ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର । ୧୦୮ ଆମ୍ବୁଲାନ୍ସ ଭଳି ରହିବ ସ୍ବତନ୍ତ୍ର ଟୋଲ୍ ଫ୍ରି ନମ୍ବର୍ । ଏଥିପାଇଁ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଛି ପ୍ରାରମ୍ଭିକ ଆଲୋଚନା ।
ଏକକାଳୀନ ୯ଟି ସ୍ଥାନରେ ଅଧିକାରୀମାନେ ଚଢ଼ାଉ କରୁଥିବାବେଳେ ଏବେ ସୁଦ୍ଧା ବାହାରିଛି ବଣ୍ଡଲ ବଣ୍ଡଲ ୫ଶହ ଟଙ୍କିଆ ନୋଟ୍ ଏବଂ ପୁଳାପୁଳା ସୁନା ।
ପୂର୍ବ ବିଜେଡି ସରକାର ସମୟରେ ରାଜ୍ୟରେ ଆରମ୍ଭ ହୋଇଥିବା ମାଗଣା UPSC କୋଚିଂ ଲଗାତର ବିଫଳ ହେବାପରେ, ପୁଣିଥରେ ରିସ୍କ୍ ନେବାକୁ ଯାଉଛନ୍ତି ନୂଆ ସରକାର।
ରେଲୱେ ଜମିକୁ ରାସ୍ତା କରି ଆପାର୍ଟମେଣ୍ଟ ପ୍ରୋଜେକ୍ଟ ! ବିଲଡର ସଂସ୍ଥା ଉପରେ ପଡ଼ିଲା ରେରା ଛାଟ। ଗୋଟିଏ ପ୍ରକଳ୍ପର ପଞ୍ଜୀକରଣ ପ୍ରତ୍ୟାହୃତ। ଆଉ ଗୋଟିଏର ବିକ୍ରିବଟା ଉପରେ ଅଙ୍କୁଶ।
ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ । ଆମେ ହୁଇସିଲ ଅପେକ୍ଷାରେ ଅଛୁ । ଯେଉଁଦିନ ଫୁଙ୍କା ହେବ ସେଦିନ ବିଜେଡି ଗୋଲ ହୋଇଯିବ । ତାସ୍ର ପତା ପରି ବିଜେଡି ଭାଙ୍ଗିଯିବ ।
ଗାଁରେ ପୁନବସତି ପାଇଁ ଚାଲିଛି ପ୍ରସ୍ତୁତି। ଦୀର୍ଘ ୨୫ ବର୍ଷ ପରେ ଭିଟାମାଟିକୁ ଫେରିବେ ଲୋକେ। ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ଗାଁର ସେହି ୫୦ ପରିବାରର ଲୋକ ଯେଉଁମାନଙ୍କ ଫେରିବା ପାଇଁ ପଥ ପରିଷ୍କାର କରିଛି ପ୍ରଶାସନ।
ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ଶରତ ଋତୁରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ରାତି ତମାମ ବିଧାନସଭାରେ ରହି ଦୁଇ ପ୍ରମୁଖ ବିଲ ଆଲୋଚନାରେ ଭାଗ ନେଇ ନିଜର ଅନୁଭୁତି ବଖାଣି ଥିଲେ।
କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଦେଢ଼ ମାସ ପୂରି ନଥିବାବେଳେ ସେହି ଅନୁଷ୍ଠାନର ପୁଣି ଜଣେ ଛାତ୍ରଙ୍କର ଘଟିଛି ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ମିଳିଥିବା ମୃତ ଛାତ୍ର ଜଣକ ବି-ଟେକ୍ ପଢୁଥିଲେ ।
ରାତାରାତି କୋଟିପତି ବନିବାର ନିଶା ଘାରିଛି ଯୁବପିଢ଼ିଙ୍କୁ । ଚବିଶି ଘଣ୍ଟା ମାତିଛନ୍ତି ଅନଲାଇନ୍ ଜୁଆରେ। କିଛିଦିନ ତଳେ ଆପରେ IPL ମ୍ୟାଚ୍ ପାଇଁ ଟିମ୍ ଗଠନ କରି କେନ୍ଦୁଝରର ଜଣେ ଯୁବକ କୋଟିପତି ବନି ଥିବାବେଳେ ସମସ୍ତଙ୍କ ଭାଗ୍ୟ କିନ୍ତୁ ସମାନ ନୁହେଁ ।
ଆଇଆଇସି ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚୋରି ବାଇକ୍ ସିଜ୍ କରିବାକୁ ଆସିଥିବାବେଳେ କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଘଟିଛି ଏହି ଘଟଣା ।
ଆସନ୍ତାକାଲି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ । ତେବେ ଭାରତ ତଥା ଓଡ଼ିଶାରେ ପରାଗ ଦେଖାଯିବ ନାହିଁ । ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଉତ୍ତରପଶ୍ଚିମ ରୁଷିଆରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ ।
ପୋଲିସ୍ ଗାଡ଼ି ପୋଡ଼ିବାକୁ କିଏ ଉଦ୍ୟମ କରିଥିଲେ ସେନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି । ଏହାସହ ଆନ୍ଦୋଳନସ୍ଥଳର ସିସିଟିଭି ଯାଞ୍ଚ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଡିସିପି ଜଗମୋହନ ମୀନା ।
ପୋଲିସ ଆନ୍ଦୋଳନର ନେତୃତ୍ବ ନେଉଥିବା ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଛି ।