Advertisment

Girl Kidnap in Bhubaneswar: ଯୁକ୍ତିତର୍କରୁ ମାରପିଟ୍, ପରେ ଯୁବତୀଙ୍କୁ ଅପହରଣ…

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପ୍ରଣବ ନାୟକ, ଚନ୍ଦନ ମଲ୍ଲିକ, ରାହୁଲ ନାୟକ। ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍। ଏହି ମାମଲାରେ ଜଣେ ନାବାଳକକୁ ମଧ୍ୟ ପୋଲିସ୍ ବାଳସୁଧାର ଗୃହକୁ ପଠାଇ ଦେଇଛି। ଅଭିଯୁକ୍ତଠାରୁ ଗୋଟିଏ କାର୍, ୫ଟି ମୋବାଇଲ୍ ଓ ଏକ ମାରଣାସ୍ତ୍ର ଜବତ କରିଛି ପୁଲିସ୍। ଏଥିସହ ପୀଡ଼ିତାଙ୍କ ମୋବାଇଲ ମଧ୍ୟ ଉଦ୍ଧାର ହୋଇଛି ବୋଲି ପୋଲିସ୍ କହିଛି।

author-image
Manoranjan Sial
Crime

Crime

ଯୁକ୍ତିତର୍କରୁ ମାରପିଟ୍, ପରେ ଯୁବତୀଙ୍କୁ ଅପହରଣ। ପ୍ରତିଶୋଧ ପରାୟଣା ହୋଇ ରାତିର ଅନ୍ଧକାର ଭିତରେ ଯୁବତୀଙ୍କୁ ଅପହରଣ କରିଥିଲେ। ଆଉ ତାଙ୍କୁ ରାସ୍ତା ମଝିରେ ଛାଡ଼ି ପଳାଇ ଯାଇଥିଲେ। ରାଜଧାନୀ ଭୁବନେଶ୍ବର ସ୍ମାର୍ଟ ପୋଲିସ୍ ଆଖିରେ ଧୂଳି ପକାଇ ଅଭିଯୁକ୍ତମାନେ ଫେରାର ହେବାରେ ସଫଳ ହୋଇଥିଲେ।

Advertisment

ଗତ ୨୩ ତାରିଖ ବିଳମ୍ବିତ ରାତିରେ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ରାଜଧାନୀ ଭୁବନେଶ୍ବର ଲୁମ୍ବିନି ବିହାର ଅଞ୍ଚଳରେ ଯାଉଥିଲେ। ତେବେ ପ୍ରଣବ ନାୟକ, ଚନ୍ଦନ ମଲ୍ଲିକ, ରାହୁଲ ନାୟକ ଓ ଜଣେ ନାବାଳକ ଏକ କାରରେ ଆସି ପ୍ରଥମେ ପୁରୁଷ ବନ୍ଧୁଙ୍କୁ ପ୍ରବଳ ମାଡ଼ ମାରିଥିଲେ। ତା’ପରେ ଜବରଦସ୍ତି ଯୁବତୀଙ୍କୁ ଅପହରଣ କରି ନେଇଥିଲେ। ପରେ ତାଙ୍କୁ ଖଣ୍ଡଗିରିରେ ଛାଡ଼ି ପଳାଇ ଯାଇଥିଲେ।

ମାଡ଼ ଖାଇଥିବା ପୁରୁଷ ବନ୍ଧୁ ଏନେଇ ମୈତ୍ରୀ ବିହର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ତତ୍ପର ହୋଇଥିଲା ଭୁବନେଶ୍ବର କମିସନରେଟ୍ ପୋଲିସ୍। ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା ପୋଲିସ୍। ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ୍ ଆଧାରରେ ପୋଲିସ୍ ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଶୁକ୍ରବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Advertisment

ଅଧିକ ପଢ଼ନ୍ତୁ: କାହା ଗୁଳିରେ ହୋଇଛି ନବ ଦାସଙ୍କ ମୃତ୍ୟୁ ? ରହସ୍ୟ ବଢ଼େଇଲା ଫୋରେନସିକ୍ ରିପୋର୍ଟର ଖୁଲାସା...

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପ୍ରଣବ ନାୟକ, ଚନ୍ଦନ ମଲ୍ଲିକ, ରାହୁଲ ନାୟକ। ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍। ଏହି ମାମଲାରେ ଜଣେ ନାବାଳକକୁ ମଧ୍ୟ ପୋଲିସ୍ ବାଳସୁଧାର ଗୃହକୁ ପଠାଇ ଦେଇଛି। ଅଭିଯୁକ୍ତଠାରୁ ଗୋଟିଏ କାର୍, ୫ଟି ମୋବାଇଲ୍ ଓ ଏକ ମାରଣାସ୍ତ୍ର ଜବତ କରିଛି ପୁଲିସ୍। ଏଥିସହ ପୀଡ଼ିତାଙ୍କ ମୋବାଇଲ ମଧ୍ୟ ଉଦ୍ଧାର ହୋଇଛି ବୋଲି ପୋଲିସ୍ କହିଛି। ମିଳିଥିବା ସୂଚନା ଅନୁସାରେ ପ୍ରଣବଙ୍କ ନାଁରେ ୭ରୁ ଅଧିକ ମାମଲା ରହିଛି। ଠିକ୍ ସେହିପରି ଚନ୍ଦନଙ୍କ ନାଁରେ ୫ଟି ଓ ରାହୁଲଙ୍କ ନାଁର. ୨ଟି ମାମଲା ରହିଛି।

ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ପୂର୍ବରୁ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଅପହରଣକାରୀ ଯୁବକଙ୍କ ସହିତ ଚିହ୍ନା ପରିଚୟ ଥିଲା। କୌଣସି କଥାକୁ ନେଇ ପୂର୍ବରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ସେହି ରାଗରୁ ଅଭିଯୁକ୍ତମାନେ ମାଡ ମାରି ଅପହରଣ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏବେ ମଧ୍ୟ ଏହି ମାମଲାର ତଦନ୍ତ ଚାଲିଛି। ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି।

ଅଧିକ ପଢ଼ନ୍ତୁ: କଥା ରଖିଲାନି ପୁଅ, ବୋଉକୁ ଠକିଦେଇ ଚାଲିଗଲା

Bhubaneswar Cyber Crime In Odisha Kidnapping Case
Advertisment
Advertisment