Advertisment

Who Shot Minister Naba Das: କାହା ଗୁଳିରେ ହୋଇଛି ନବ ଦାସଙ୍କ ମୃତ୍ୟୁ ? ରହସ୍ୟ ବଢ଼େଇଲା ଫୋରେନସିକ୍ ରିପୋର୍ଟର ଖୁଲାସା...

ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍‌ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ?

author-image
Sujit kumar Swain
undefined

Who Shot Minister Naba Das

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୨ ବର୍ଷ ପୂରିବାକୁ ଯାଉଥିବା ବେଳେ, ମାମଲାରେ ନୂଆ ମୋଡ଼ ଆଣିଛି ଫୋରେନ୍ସିକ୍ ରିପୋର୍ଟ। ଯେଉଁଥିରେ ଦର୍ଶାଯାଇଛି ନବଙ୍କ PSO ଗାଡ଼ିରେ ରହିଛି ପାଞ୍ଚ ପାଞ୍ଚଟି ଗନ୍ ସଟ୍ ହୋଲ୍। ତେଣୁ ସେଦିନ କେବଳ ଅଭିଯୁକ୍ତ ଗୋପାଳ ଦାସ ବନ୍ଧୁକରୁ ଗୁଳି ଫୁଟିଥିଲା, ନା ଆଉ କିଏ ବି ଚଳାଇଥିଲା ଗୁଳି? ପ୍ରକୃତରେ କାହା ଗୁଳିରେ ଯାଇଥିଲା ନବ ଦାସଙ୍କ ଜୀବନ? ଏହାକୁ ନେଇ ବଡ଼ ସସପେନସ ଦେଖାଦେଇଛି।

Advertisment

ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍‌ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ? ୨୦୨୩ ଜାନୁଆରୀ ୨୯ରେ ପାଇଲଟ୍ ଗାଡ଼ି ପରେ ଆଗେ ଆଗେ ନବ ଦାସଙ୍କ ଧଳା ଇନୋଭା କ୍ରିଷ୍ଟା... ଆଉ ତା ପଛକୁ ସେଇ ଏକା ମଡେଲର ଦ୍ବିତୀୟ ଧଳା ଇନୋଭା କ୍ରିଷ୍ଟା- ଯେଉଁଥିରେ ଗୁଳିମାଡ଼ ଚିହ୍ନକୁ ନେଇ ସୃଷ୍ଟି ହୋଇଛି ସସପେନ୍ସ। ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟାରିର ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଅଛି- ଫେବୃଆରୀ ୨ରେ ଅର୍ଥାତ୍ ଗୁଳିକାଣ୍ଡର ୪ ଦିନ ପରେ ବଡ଼ମାଳ ଥାନା ପରିସରରେ ଥିବା ଗାଡ଼ିକୁ ତନ୍ନତନ୍ନ ଯାଞ୍ଚ କରିଥିଲା ସାଇଣ୍ଟିଫିକ୍ ଟିମ୍। ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଗାଡ଼ି ନମ୍ବର OD 15T 0183। ଆଉ ହୁଏତ ସେଇ ଗୁଳି ଚିହ୍ନ, ଯାହା କଥା ଉଲ୍ଲେଖ ଅଛି ଫରେନ୍ସିକ୍ ରିପୋର୍ଟରେ । ତେବେ କିଏ ଏହି ଦ୍ବିତୀୟ ଗାଡ଼ିକୁ ମାରିଥିଲା ଗୁଳି? କାହିଁକି ନବ ଦାସଙ୍କ ପିଏସଓ ଥିବା ଏହି ଗାଡ଼ିକୁ ହୋଇଥିଲା ଫାୟାରିଂ ? ପଛ ଗାଡ଼ିରେ ନବ ଦାସ ଥିବା ଆଶଙ୍କା କରି ହୋଇଥିଲା କି ଗୁଳି? 

ଅଧିକ ପଢ଼ନ୍ତୁ :ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼

Advertisment

ଫରେନ୍ସିକ୍ ରିପୋର୍ଟ କହୁଛି, ଏଥିରେ ୫ଟି ଗନ୍ ସଟ୍ ହୋଲ୍ ବା ଗୁଳିର କଣା ଚିହ୍ନ ରହିଛି। ପ୍ରଥମଟି ପଛ ଡୋର୍ ବାହାରେ ଏବଂ ପଞ୍ଚମଟି ପଛ ସିଟ୍ ପ୍ଲାଷ୍ଟିକ୍ ସରଫେସରେ ରହିଛି। ୫ଟି ଯାକ ଛିଦ୍ର ଗୋଟିଏ ସରଳ ରେଖାରେ ରହିଛି। ପ୍ରଥମ ଓ ପଞ୍ଚମ ଛିଦ୍ର ମଧ୍ୟରେ ଦୂରତା ଅଛି ୨୮.୪ ସେଣ୍ଟିମିଟର। ଗାଡ଼ିରୁ ଏକ ଫୁଟା ଗୁଳି ମିଳିଥିଲେ ବି ଖୋକା ମିଳିନଥିବା ପ୍ରତିପକ୍ଷ ଓକିଲ କହିଛନ୍ତି। ସେପଟେ କ୍ରାଇମବ୍ରାଞ୍ଚ ରିପୋର୍ଟରେ ଉଲ୍ଲେଖ ଅଛି- ଗିରଫ ଅଭିଯୁକ୍ତ ଗୋପାଳ ଦାସ ବନ୍ଧୁକର ୬ଟି ଗୁଳିରୁ ୩ଟି ଗୁଳି ବ୍ୟବହାର ହୋଇନଥିଲା। ଗୋଟିଏ ନବଙ୍କ ଛାତିରେ ବାଜିଥିଲା, ଗୋଟିକୁ ସେ ବ୍ଲାଙ୍କ୍ ଫାୟାରିଂ କରିଥିଲା ଏବଂ ଅନ୍ୟଟି ଫୁଟିନଥିଲା। ତେଣୁ ଦ୍ବିତୀୟ ଗାଡ଼ିର ବାମପଟେ ଗୁଳି କିଏ ମାରିଥିଲା, ତାହା ଏବେ ସନ୍ଦେହ ଘେରରେ। ନିଜେ ଗୋପାଳ ମଧ୍ୟ ପଲିଗ୍ରାଫ୍ ଟେଷ୍ଟ୍ ବେଳେ ସେ ୪ଟି ଗୁଳି ମାରିଥିଲା କି ବୋଲି ପ୍ରଶ୍ନରେ ନା ବୋଲି କହିଥିଲା। ତେଣୁ ତଦନ୍ତକାରୀ ସଂସ୍ଥା ହୁଏତ ୪ଟି ଗୁଳି ବିଷୟରେ ଅବଗତ ଥିଲେ ବି, ସେ ଦିଗରେ କାହିଁକି ଖୋଳତାଡ଼ କରିନଥିଲା ତାକୁ ନେଇ ବି ପ୍ରଶ୍ନ ଉଠିଛି । ସେତେବେଳେ କ୍ରାଇମବ୍ରାଞ୍ଚ ଏପ୍ରସଙ୍ଗ ସାମ୍ନାକୁ ଆଣିନଥିଲା କାହିଁକି ? ଏହା ପଛରେ ରହିଛି କି ଆଉ କେଉଁ ବଡ଼ ଷଡ଼ଯନ୍ତ୍ର ? ନବ ଦାସଙ୍କ ଉପରେ ଗୁଳିମାଡ଼ରେ ଏକାଧିକ ଲୋକଙ୍କ ସଂପୃକ୍ତି କି ? ନବଙ୍କ ଛାତିରେ ଗୋପାଳର ଗୁଳି ବାଜିଥିଲା, ନା ଆଉ କାହାର ? 

ନବ ଦାସ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାରେ ରହିଛି କି ଆହୁରି ଅନେକ ଲୁଫଲ୍ ? କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ଦେଇସାରିଥିବା ବେଳେ, କେତେକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ଓକିଲ। ଘଟଣାଦିନ ନବ ପିନ୍ଧିଥିବା ରକ୍ତ ଜୁଡ଼ୁବୁଡ଼ୁ ଧଳା ସାର୍ଟକୁ କ୍ରାଇମବ୍ରାଞ୍ଚ ଜବତ କରିନଥିବା ସେ କହିଛନ୍ତି। ଖାଲି ସାର୍ଟ ନୁହେଁ, ନବଙ୍କ ଦେହରେ ବାଜିଥିବା ଗୁଳି ଓ ଖୋକା ବି କାଳେ ଜବତ କରିନି ତଦନ୍ତକାରୀ ସଂସ୍ଥା। ଝାରସୁଗୁଡ଼ାରେ ଗୁଳିକାଣ୍ଡ ପରେ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା। ହେଲେ ପରେ କାହିଁକି ତାଙ୍କ ସାର୍ଟ, ଗୁଳି ଓ ଖୋକାକୁ ଜବତ କରାଗଲା ନାହିଁ ? ଏପରିକି ଗୁଳିବିଦ୍ଧ ନବଙ୍କୁ ଉଦ୍ଧାର ଉଦ୍ୟମ କରିଥିବା ଆଉ ଜଣେ ବ୍ୟକ୍ତିଙ୍କ ରକ୍ତଲଗା ସାର୍ଟକୁ ଜବତ କରାଯାଇଥିଲେ ବି, ନବଙ୍କ ସାର୍ଟ ଗଲା କୁଆଡ଼େ ? ତାହା ଏବେ କେଉଁଠି ଅଛି, ନା ନଷ୍ଟ କରିଦିଆଯାଇଛି? 

ଆଉ ୧୧ ଦିନ ପରେ ନବଦାସ ହତ୍ୟାକାଣ୍ଡକୁ ୨ ବର୍ଷ ପୂରିବାକୁ ଯାଉଥିବା ବେଳେ, ମାମଲାରେ ଚାର୍ଜଫ୍ରେମ ହୋଇସାରିଛି ଏବଂ ୧୭୯ ସାକ୍ଷୀଙ୍କ ଭିତରୁ ୨୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ ସରିଛି ।

ଅଧିକ ପଢ଼ନ୍ତୁ :କୁଆଡ଼େ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ?

Naba Das Minister Naba Das
Advertisment
Advertisment