ଆଜି ହେରା ପଞ୍ଚମୀ ନୀତି । ଜନ୍ମବେଦୀକୁ ସାଙ୍ଗରେ ନେଇ ନଥିବାରୁ ରାଗ ଜର୍ଜରିତ ମା ମହାଲକ୍ଷ୍ମୀ...ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଯିବେ ଗୁଣ୍ଡିଚା ମନ୍ଦିର ଭାଙ୍ଗିବେ ଜଗତ ଠାକୁରଙ୍କ ଦିବ୍ୟ ନନ୍ଦିଘୋଷ ରଥ....
ବର୍ଷା ଅଭାବରୁ ୯ ଜିଲ୍ଲାରେ ସ୍ଥିତି ସଂଗୀନ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ଖୋର୍ଦ୍ଧା, ଭଦ୍ରକ ଓ ବଲାଙ୍ଗିରରେ ୫୦ ପ୍ରତିଶତରୁ କମ୍ ବର୍ଷା ।
ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ତିନି ଠାକୁର...ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା...
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କିନ୍ତୁ ଚୁଲି ଭଙ୍ଗା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କୌଣସି ଚୁଲି ଭଙ୍ଗାଯାଇ ନାହିଁ । ବ୍ୟକ୍ତିଗତ ବିବାଦରୁ ଏଭଳି ଅଭିଯୋଗ ଆସିଥାଇପାରେ ।
ନୃତ୍ୟ-ସଂକୀର୍ତ୍ତନରେ ବିଭୋର ହୋଇଗଲେ ଶ୍ରଦ୍ଧାଳୁ । ଭକ୍ତଙ୍କ ସେବା କରି ସ୍ୱେଛାସେବୀ ଲଭିଲେ ଆତ୍ମସନ୍ତୋଷ ।
ହାଇଦ୍ରାବାଦରେ ରଥଯାତ୍ରାରେ ସାମିଲ ହେଲେ ବୈଜୟନ୍ତ । ଚିଲିକାରେ ନୌକାରେ ନିର୍ମିତ ରଥରେ ଠାକୁରଙ୍କ ଜଳଯାତ୍ରା ।
ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଗୁଣ୍ଡିଚା ଅଭିମୁଖେ ଟାଣିନେଇଥିଲେ ଭକ୍ତ । ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍ଘର୍ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ।
ଏଠି ହୁଏ ଅଜବ ରଥଯାତ୍ରା। ଡଙ୍ଗାରେ ବିଜେ କରନ୍ତି ଜଗନ୍ନାଥ, ବଳଭଦ୍ର। କରନ୍ତି ଜଳଯାତ୍ରା।
ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି।
ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ଚଳଚଞ୍ଚଳ ପୁରୀ। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ଅଗଣିତ ଭକ୍ତ। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଯାତ୍ରା କରିବେ ତିନି ଠାକୁର।
ରଥଯାତ୍ରାରେ ପୁରୀରେ ହେବ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ । ସୁରକ୍ଷା, ଟ୍ରାଫିକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ୫ ସ୍ତରୀୟ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ପ୍ରବେଶ ପଥରେ କଡ଼ା ଚେକିଂ କରାଯିବ । ମାଳତିପାଟପୁର ଓ ତାଳବଣିଆରେ ଭାରୀ ଯାନ ପାର୍କିଂ ବ୍ୟବସ୍ଥା ରହିଛି ।
ଯେଉଁମାନେ ପୁରୀ ଆସି ପାରୁନାହାନ୍ତି ସେମାନେ ଘରେ ରହି ବି ଟେଲିଭିଜନ୍ରେ ଶ୍ରୀଜିଉଙ୍କୁ ଦେଖିପାରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରଦ୍ଧାଳୁଙ୍କ ପାଇଁ ଏପରି ପରାମର୍ଶ ଦେଇଛନ୍ତି ।
ପୁରୀ ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ୍ କରାଯାଇଛି। ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।
କୁହାଯାଏ ଶ୍ରୀମନ୍ଦିରରେ ଅନ୍ନକୁ ନଷ୍ଟ କରାଯାଏନି। ଲକ୍ଷ୍ମୀ ଅନ୍ନର ଦେବୀ। ତେଣୁ ଏଠି ଅନ୍ନ ବଳିଲେ ତାକୁ ନିର୍ମାଲ୍ୟ ଖଳାକୁ ପଠାଯାଏ।
ବିଭିନ୍ନ ପ୍ରକାର ଭୋଗ ପାଇଁ ଏଥି ରହିଛି ରୋଷଘରର ପ୍ରାଚୀନ ଶୈଳୀ ଯାହା ଆଜିବି ବଜାୟ ରହିଚି। ମେଘନାଦ ପାଚେରୀର ଦକ୍ଷୀଣପୂର୍ବ କୋଣରେ ଥିବା ରୋଷଘରକୁ ପୃଥିବୀର ବୃହତ୍ତମ ରୋଷଘର କୁହାଯାଇଥାଏ।
ଶ୍ରୀମନ୍ଦିରରେ ସବୁଠୁ ଅଧିକ ପ୍ରକାରର ଭୋଗ ମକର ସଂକ୍ରାନ୍ତିରେ ହିଁ ଲାଗି ହୋଇଥାଏ। ସେହିଦିନ ପାଖାପାଖେି ୮୪ ପ୍ରକାର ଭୋଗ ଠାକୁରଙ୍କୁ ଲାଗିହୁଏ।
ଜଗନ୍ନାଥ ପରମବ୍ରହ୍ମ ହେଲେ, ତାଙ୍କ ମହାପ୍ରସାଦ ସେଇ ଅମୃତ ଯାହାକୁ ପାଇବା ପାଇଁ ମଣିଷ କ’ଣ, ଦେବତାମାନେ ବି ଆତୁର। ସଂଜୀବନି ତୁଲ୍ୟ ସେ ମହାପ୍ରସାଦ, ଯାହାକୁ ପାଇବା ପାଇଁ ସମସ୍ତେ ଅଧୀର।
ଦୁଇ ବର୍ଷର ବ୍ୟବଧାନରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତପ୍ରାଣ.....
ଦୁଲୁକୁଛି ବଡ଼ଦାଣ୍ଡ...ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ..ଝୁଲି ଝୁଲି ଆସୁଛି
ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି ।
ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତିରେ ଏହି ଅଭ୍ୟାସ କରାଯାଇଛି ।
ଅଣ୍ଡାରୁ ଫୁଟି ବାହାରିଲେ ୧୯ ତମ୍ପ ଛୁଆ। ଜଣେ ସାପଧରାଳିଙ୍କ ଘରେ ଏହି ସାପ ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି।
କୋଭିଡ୍ ଲକ୍ଷଣ ଥିଲେ ଘରେ ବସି ଟିଭି ଦେଖିବାକୁ ପରାମର୍ଶ । ଘୋଷଯାତ୍ରାରେ ଭକ୍ତଙ୍କୁ ସୁରକ୍ଷା ସହ ସେବା ଯୋଗାଇବ ପୋଲିସ୍ ।
ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।
ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।