Advertisment

Rajgangpur Dalmia Cement Factory Accident Update: କୋଇଲା ପାହାଡ ତଳୁ ଉଦ୍ଧାର ହେଲା ୩ ଶ୍ରମିକଙ୍କ ମୃତଦେହ

ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା  l

author-image
Deviprasad Jena
ଅଦ୍ୟତନ ହୋଇଛି
Three Workers Found Dead In Rajgangpur Dalmia Cement Factory Accident

Rajgangpur Dalmia Cement Factory Accident Update

ମଉଳିଗଲା ପରିବାରର ଆଶା ନିଜ ପରିବାରର ରୋଜଗାରିଆ ପୁଅର ମୃତ ଦେହକୁ ଦେଖି ପରିବାର ଆଖିରୁ ଶୁଖୁନି ଲୁହ । ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର୍ ଭୁଶୁଡିବା ଘଟଣାକୁ ନେଇ ଗତ ତିନି ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲା ସୁନ୍ଦରଗଡ଼ ଜିଲ୍ଲା ।

Advertisment

ଅଧିକ ପଢ଼ନ୍ତୁ :କିଏ ହେବ ରାଜ୍ୟ ବିଜେପି ସଭାପତି ?

ଡାଲମିଆ ସିମେଣ୍ଟ ଲିମିଟେଡ଼୍ ରେ ଘଟିଥିବା ଅଘଟଣ ସମସ୍ତ ରାଜ୍ୟ ବାସୀଙ୍କୁ ମର୍ମାହତ କରିଥିଲା । ଡାଲମିଆ ସିମେଣ୍ଟ କମ୍ପାନୀର ଅବହେଳା କାରଣରୁ ଚାଲିଗଲା ତିନି ଜଣଙ୍କର ବହୁମୂଲ୍ୟ ଜୀବନ। ଅନ୍ୟପଟେ ଏହି ଘଟଣାରେ ରାଉରକେଲା ଫ୍ୟାକ୍ଟ୍ରି ଆଣ୍ଡ ବୋଏଲର ବିଭାଗ କମ୍ପାନୀ ଉପରେ ଆକ୍ସନ ନେଇଛି  l କମ୍ପାନୀ କର୍ତ୍ତୃପକ୍ଷ ସୁରକ୍ଷା ସମ୍ବନ୍ଧିତ ସମସ୍ତ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ କେଭ୍ ଟିଭ୍ ପାୱାର ପ୍ଲାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଅନ୍ୟପଟେ ଦୀର୍ଘ ୪୦ ଘଣ୍ଟା ଅପେକ୍ଷା ପରେ କୋଇଲା ପାହାଡ ତଳୁ ଉଦ୍ଧାର ହୋଇଛି ୩ ଶ୍ରମିକଙ୍କ ମୃତଦେହ । ଘରର ରୋଜଗାରିଆ ପୁଅ ଜୀବିତ ନା ମୃତ ଜାଣିବା ପାଇଁ  ଚାହିଁ ବସିଥିଲେ ପରିବାର ।

 ଶେଷରେ ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା  l  କମ୍ପାନୀ ମୁଖ୍ୟ ଗେଟ୍ ସମ୍ମୁଖରେ ପରିବାର ଲୋକେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୁରା ପରିବେଶ l

Advertisment

ଶେଷରେ ମୃତ ଶରୀରକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ନିଆ ଯାଇଥିଲା l ତେବେ କିଛି ସମୟ ପାଇଁ ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା l କ୍ଷତିପୂରଣ ଦାବିରେ ଅଡି ବସିଥିଲେ ପରିବାର ଲୋକେ l ଏ ଘଟଣା ପୁରା ସହରରେ ଶୋକର ଛାୟା ଖେଳାଇଦେଇଛି l 

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛି କମ୍ପାନୀ । ପରିବାରରୁ ଜଣଙ୍କୁ ଡାଲମିଆ ସିମେଣ୍ଟରେ ଚାକିରି ପାଇଁ ମଧ୍ୟ ପ୍ରତିଶ୍ରୁତି ମିଳିଛି । ଅନ୍ୟପଟେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ ବିଭାଗ ପକ୍ଷରୁ ଡାଲମିଆ ସିମେଣ୍ଟର କେପି ପାୱାର୍ ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଆଗକୁ ଯେଭଳି ଏପରିସ୍ଥିତି ନ ଉପୁଜେ ସେଥିପାଇଁ ଜିଲ୍ଲା ପ୍ରଶାସନ କମ୍ପାନୀ ଉପରେ କଡ଼ା ନଜର ରଖିଥିବା କୁହାଯାଇଛି  l ତେବେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା କମ୍ପାନୀର ଷ୍ଟ୍ରକଚର ଯାଞ୍ଚକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ପାଇଁ ତଦନ୍ତ ହେବ ବୋଲି ପ୍ରକାଶ କରିଛନ୍ତି l 

ଅଧିକ ପଢ଼ନ୍ତୁ : ସ୍ମାର୍ଟ ମିଟର ଲାଗିଲା ପରେ ଘୁ ଘୁ ହୋଇ ବଢ଼ୁଛି ବିଜୁଳି ବିଲ୍!

Odisha Accident Rajgangpur Dalmia Cement
Advertisment
Advertisment