/odishatv-khabar/media/post_attachments/uploadimage/library/16_9/16_9_0/Konark_1737202748.jpg)
Konark
ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସଂନୁଗରତ୍ନମ। ଆଜି ସେ ଓ ତାଙ୍କ ଡେଲିଗେସନ୍ ଟିମ୍ ପୁରୀର ଶିଳ୍ପୀଗ୍ରାମ ଭାବେ ପରିଚିତ ରଘୁରାଜପୁର ଓ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ଓଡ଼ିଶାର କଳା ଓ ସଂସ୍କୃତିକୁ ଅତି ପାଖରୁ ଦେଖି ବିମୋହିତ ହୋଇଥିଲେ। ଏହି ଅବସରରେ ଶିଳ୍ପୀ ଗ୍ରାମ ରଘୁରାଜପୁରର ଶିଳ୍ପୀମାନେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହିତ ପଟ୍ଟଚିତ୍ର ଉପହାର ଦେଇଥିଲେ।
ତ୍ରୟୋଦଶ ଶତାଦୀର ଆଶ୍ଚର୍ଯ୍ୟ ତଥା ପୂର୍ବ ଭାରତର ଏକ ମାତ୍ର ବିଶ୍ୱ ଐତିହ୍ୟ ଓ ଓଡ଼ିଶାର ଗୌରବମୟ ପ୍ରାଚୀନ ସମୃଦ୍ଧ ଇତିହାସର ମୁକସାକ୍ଷୀ ହେଉଛି କୋଣାର୍କ ସୂର୍ଯ୍ୟମନ୍ଦିର। ଏହାର ପ୍ରସ୍ତର ଉପରେ ଥିବା ବାରସହ ବଢେଇଙ୍କ ନିହାଣ ମୁନର ନିଖୁଣ କୀର୍ତିରାଜିକୁ ଦେଖିବା ସହ ମନ୍ଦିର ଗର୍ତ୍ତରେ ଥିବା ଅସଂଖ୍ୟ ହାତୀମୂର୍ତି ଓ ଆମ ପ୍ରାଚୀନ ନୌବାଣିଜ୍ୟ ବା ବୈଦେଶିକ ସମ୍ପର୍କର ଗାଥା ବଖାଣୁଥିବା ଆଫ୍ରିକୀୟ ଓ ଭାରତୀୟଙ୍କ ମଧ୍ୟରେ ଜିରାଫ ଓ ହାତୀ ଉପହାର ପ୍ରଦାନର ମୂର୍ତ୍ତି ଦେଖି ରାଷ୍ଟ୍ରପତି ଆଶ୍ଚର୍ଯ୍ୟ ହୋଇଥିଲେ।
ରାଷ୍ଟ୍ରପତି ଓ ତାଙ୍କ ସହକର୍ମୀମାନେ ପ୍ରଥମେ ଆଇଓସିଏଲର ବାଖ୍ୟାନ କେନ୍ଦ୍ରରେ ଥିବା ତ୍ରୟୋଦଶ ଶତାଦ୍ଦୀର ଅକ୍ଷୁର୍ଣ୍ଣ ସୂର୍ଯ୍ୟମନ୍ଦିରର ପ୍ରତିକୃତି ବୁଲି ଦେଖିଥିଲେ। ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ସ୍ଥାନୀୟ ଗାଇଡ୍ ତାଙ୍କୁ ସୂର୍ଯ୍ୟମନ୍ଦିରର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଅବଗତ କରାଇଥିଲେ। ସ୍ଥାନୀୟ ଏନଏସିର ମହିଳାମାନେ ସେମାନଙ୍କୁ ପାରମ୍ପରିକ ହୁଳହୁଳି ଓ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ।
ଅଧିକ ପଢନ୍ତୁ: ୪ ଲକ୍ଷ ଆୟକର ଦାତା ନେଉଥିଲେ ରାସନ ! ଯାଞ୍ଚ କରିବେ ସରକାର
ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ରଘୁରାଜପୁର ଓ କୋଣାର୍କରେ ୨୧ ପ୍ଲାଟୁନ ଫୋର୍ସ, ୪ ଜଣ ଆଡିସିନାଲ ଏସ୍ପି, ୮ ଜଣ ଡିଏସ୍ପି ସହ ସ୍ପେସିଆଲ ଟାକଟିକାଲ ୟୁନିଟ ମୁତୟନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହିଥିଲେ। ଡିଆଇଜି ଅଖିଳେଶ୍ୱର ସିଂ, ଆଇଜି ଅନୁପ ସାହୁ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସକାଳ ୮ଠାରୁ ଦିନ ୧ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିସର ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।
ଶିଳ୍ପୀ ଗ୍ରାମ ରଘୁରାଜପୁରରେ ମାତ୍ର ୩୫ ମିନିଟର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ପଟଚିତ୍ର, ତାଳପତ୍ର, ମାସ୍କ ଚିତ୍ର ଆଦି ସମସ୍ତ ଚିତ୍ର କଳା ଦେଖି ଶିଳ୍ପୀମାନଙ୍କୁ ଭୁୟଶୀ ପ୍ରଶଂସା କରିଥିଲେ ସିଙ୍ଗାପୁର ରାଷ୍ଟ୍ରପତି। ରଘୁରାଜପୁର ଗାଁ ପକ୍ଷରୁ ଗୋଟିଏ ନାଗାର୍ଜୁନ ପଟ୍ଟଚିତ୍ର ଉପହାର ପ୍ରଦାନ କରାଯାଇଥିଲା। ଏହାସହ ଶିଳ୍ପୀ ଦୀନବନ୍ଧୁ ମହାପାତ୍ରଙ୍କ ପକ୍ଷରୁ ରାମାୟଣ କଥା ଉପରେ ଆଧାରିତ ତାଳପତ୍ର, ପ୍ରଶାନ୍ତ ସୁବୁଦ୍ଧିଙ୍କ ଦ୍ବାରା ତାଳପତ୍ର ଖୋଦେଇ କରାଯାଇଥିଲା। ଗୋଟିଏ କଳସରେ ୧୦୮ଟି ଗଣେଶଙ୍କ ଭିନ୍ନ ଭିନ୍ନ ଚିତ୍ର କରିଥିଲେ। ଶ୍ରୀକୃଷ୍ଣଙ୍କ ଲୀଳା ଆଧାରିତ ଏକ ପଟ୍ଟଚିତ୍ର ନେଇଛନ୍ତି ଓ ଶିଳ୍ପୀ ରଘୁନାଥ ମହାପାତ୍ର ସବୁଜିମା ପୃଥିବୀ ଉପରେ ଏକ ତାଳପତ୍ର ପ୍ରଦାନ କରାଯାଇଥିଲା। ବ୍ୟାପକ ସୁରକ୍ଷା ବଳୟ ଭିତରେ କ୍ରାଫ୍ଟ ସେଣ୍ଟର, ଗାଁର ସମସ୍ତ ଘର ପାଖ ଦେଇ ଚିତ୍ରକଳା ଦେଖିଥିଲେ।
ଅଧିକ ପଢ଼ନ୍ତୁ: ମଞ୍ଚ ଦୁଲୁକାଇଲେ ପ୍ରଶାସିକା ମ୍ୟାଡମ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ
ଚିତ୍ରଶିଳ୍ପୀ ଆୟୁଶ ମହାପାତ୍ର ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀଙ୍କ ଶ୍ରୀମନ୍ଦିର ବିଶାଳ ମନ୍ଦିର ସହ ଏକ ଚିତ୍ର ଆଙ୍କି ରଘୁରାଜପୁରକୁ ଆସିଥିଲେ। ହେଲେ ଦେବା ପାଇଁ ସୁଯୋଗ ମିଳୁନଥିଲା। ତେଣୁ ସେ ଫଟୋ ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ପ୍ରୋଟକଲ୍ ଭାଙ୍ଗି ରାଷ୍ଟ୍ରପତି କାରରୁ ଓହ୍ଲାଇ ତାଙ୍କଠାରୁ ଫଟୋଚିତ୍ରକୁ ଗ୍ରହଣ କରିଥିଲେ। ଏଥିସହ ଶ୍ରୀ ମହାପାତ୍ରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)