ବାଲେଶ୍ବର ଚାନ୍ଦିପୁର ବଳରାମଡି ନାଉପାଳଗଡିରେ ଏକ ଗ୍ୟାସ ଦୋକାନର ଅଗ୍ନିକାଣ୍ଡ। ବେଇଆଇନ୍ ଭାବରେ ଦୋକାନ ଗୃହରେ ରଖାଯାଇଥିଲା ଗ୍ୟାସ ସିଲିଣ୍ଡର । ଅଗ୍ନିକାଣ୍ଡ ଯୋଗୁଁ ୩ରୁ ଉର୍ଦ୍ଧ୍ୱ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ସୂଚନା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରୁଛି ।
ମଇଁଷି ଚରାଉଥିବା ବେଳେ ବଜ୍ରପାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳରେ ଆଜି ଅପରାହ୍ନରେ ଏହି ବଡ଼ ଅଘଟଣ ଘଟିଛି ।
ଭୟଙ୍କର ବିସ୍ଫୋରଣ। ଏକ ଥରକେ ଫାଟିଲା ୫ ଗ୍ୟାସ ସିଲିଣ୍ଡର। ହୁତୁହୁତୁ ହୋଇ ଜଳିଗଲା ଦୋକାନ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବଳରାମଡି ନାଉପାଳଗଡିରେ ବଡ଼ ଅଘଟଣ ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।
ଛତିଶଗଡ଼ର ରାୟପୁରରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମିନି ଟ୍ରକ୍କୁ ଟ୍ରେଲର ଧକ୍କା ଦେବାରୁ ୯ ମହିଳାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି।
ଭଦ୍ରକରେ ବାଣ ଗୋଦାମରେ ବିସ୍ଫୋରଣ ଘଟଣାରେ ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏବେ ବି ଏକାଧିକ ଗୁରୁତର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ବାଲେଶ୍ବରରେ ବସ୍ ଦୁର୍ଘଟଣା। ଟ୍ରାକ୍ଟରକୁ ଧକ୍କା ଦେବା ପରେ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ବସରେ ଥିବା ବହୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
କଟକ ଖାନନଗର ବ୍ରିଜ୍ ଅଘଟଣରେ ତିନି ତିନି ଜଣଙ୍କ ଜୀବନ ଯିବାପରେ ଏବେ ଚାଲିଛି ଦୁର୍ଘଟଣାର କାରଣ ଖୋଜା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ଗ୍ରାଉଣ୍ଡ ଜିରୋରେ ଖୋଳତାଡ଼ କରିଛି ୩ ଜଣିଆ କମିଟି। ଏହାପରେ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ ଟିମ୍ ଅଘଟଣର କାରଣ ଖୋଜୁଛି। ତେବେ କେଉଁଠି ରହିଲା ତ୍ରୁଟି, ୨୪ ଘଣ୍ଟା ପରେ ବି ସ୍ପଷ୍ଟ ହୋଇନାହିଁ। ପୂର୍ତ୍ତମନ୍ତ୍ରୀ କହିଛନ୍ତି, ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କୁ ଦିଆଯିବ ତଦନ୍ତ ରିପୋର୍ଟ।
କଟକ ଖାନନଗର କାଠଯୋଡ଼ି କୂଳରେ ବ୍ରିଜ୍ ନିର୍ମାଣ ବେଳେ କାହିଁକି ଘଟିଲା ଅଘଟଣ ? ଜଣେ ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ, ୨ ଶ୍ରମିକଙ୍କ ଆହତ ହେବା ପଛରେ ମନୁଷ୍ୟକୃତ ତ୍ରୁଟି ନା ହାଇଡ୍ରଲିକ୍ କ୍ରେନ୍ ଫେଲ୍ ?
୫୦ ଫୁଟ ତଳକୁ ଖସିଲା ଟ୍ୟାଙ୍କର, ଭାରସାମ୍ୟ ହରାଇ ରାୟଗଡ଼ା ସହର ଓଭର ବ୍ରିଜରୁ ଖସି ପଡ଼ିଲା, ସୌଭାଗ୍ୟ ବଶତଃ କାହାର କ୍ଷତି ହୋଇନି, ଘଟଣା ସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ।
ବକ୍ସାଇଟ୍ ବୋଝେଇ ଟ୍ୟାଙ୍କରଟି କୋରାପୁଟରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଏକ ସ୍କୁଟର ଆସୁଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ IPT ଡମ୍ପର ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଗତକାଲି ବ୍ରିଜର ସ୍ଲାବ୍ ଖସି ପଡ଼ିବାରୁ ପ୍ରାୟ ୫ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅଘଟଣରେ ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି ।
କଟକର ଖାନନଗରରେ ନିର୍ମାଣଧୀନ ଏକ ବ୍ରିଜର ସ୍ଲାବ ଖସି ପଡିବା କାରଣରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଖାନନଗରରେ ବ୍ରିଜ ନିର୍ମାଣ ବେଳେ ଏହି ଅଘଟଣ ଘଟିଥିଲା। ପ୍ରାଥମିକ ଭାବେ ୫ ଜଣ ଆହତ ହୋଇଥିଲେ। ଏହା ମଧ୍ୟରୁ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ଥିବା ସୂଚନା ମିଳିଛି।
ଉଦଳା ଶରତ ଥାନା ରୁଗୁଡ଼ି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଝିଅକୁ ହଷ୍ଟେଲରୁ ନେଇ ଘରକୁ ଫେରୁଥିବା ବେଳେ ଗଛରେ ପିଟି ହୋଇ ବାପ-ଝିଅଙ୍କ ମୃତ୍ୟୁ । ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ।
ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ ରାସ୍ତା ଉପରେ ଲହଡି ମାରୁଛି ପାଣି। ଏଥିସହ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ସେଣ୍ଟ୍ରାଲ କୋଲକାତାର ଥିବା ରିତୁରାଜ ନାମକ ଏକ ହୋଟେଲରେ ନିଆଁ ଲାଗିଯାଇଥିଲା। ହଠାତ୍ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। କିଛି ଲୋକେ ହୋଟେଲରେ ନିଆଁ ଲାଗିବା ଜଣାପଡ଼ିବା ପରେ ବାହାରୁ ପଳାଇ ଆସିଥିଲେ।
ଗତକାଲି ବିଳମ୍ବିତ ରାତିରେ ବସଟି ଶ୍ରମିକମାନଙ୍କୁ ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ନେଇ ଯାଉଥିଲା। ଏହି ସମୟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୬ ଜଣଙ୍କର ମୃତ୍ୟୁ ହୋଇଛି । କଟକରେ କୋଠଯୋଡିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବାବେଳେ ଆନନ୍ଦପୁରରେ ୨ ଜଣ ଓ ଦଶପଲ୍ଲାରେ ୩ ଜଣ ନାବାଳକ ପ୍ରାଣ ହରାଇଛନ୍ତି ।
ବାପାମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଘସିଆନ - ଲରମ୍ଭା ରାସ୍ତାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା ଭୀମ ବରିହା, ମା’ ଚନ୍ଦ୍ରିକା ବରିହା ଓ ମାମୁ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଶିଶୁ ଜଣଙ୍କ ହେଲେ ଜିତ ବରିହା।
ଆଜି ୩ଜଣ ନାବାଳକ ଗୋଡ଼ିବିଡା ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣେ ନାବାଳକଙ୍କ ଗୋଡ଼ ଖସି ଯାଇଥଲା। ନାବାଳକ ଜଣଙ୍କ ବୁଡ଼ି ଯାଇଥିଲେ। ଏହି ସମୟରେ ଅନ୍ୟ୨ ଜଣ ନାବାଳକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ବୁଡ଼ି ଯାଇଥିଲେ।
ରାମଳୀଲା ଦେଖୁଥିବା ବେଳେ ନଡ଼ିଆ ଗଛ ପଡ଼ି ଚାଲିଗଲା ଜଣଙ୍କ ଜୀବନ । ୪ ଜଣ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗାଁରେ ଘଟିଛି ଏହି ଅଘଟଣ ।
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଲିଫ୍ଟରେ ଚାପି ହୋଇ ଚାଲିଗଲା ମହିଳା ରୋଗୀଙ୍କ ଜୀବନ ।
ମୀନତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫିମେଲ ମେଡିସିନ ୱାର୍ଡକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
PCR ଭ୍ୟାନକୁ ଚାପିଦେଲା ବାଲି ବୋଝେଇ ହାଇୱା। ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର SCBରେ ଭର୍ତ୍ତି।
ଦିଲ୍ଲୀରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି କୋଠାର ଭଗ୍ନାବଶେଷ ତଳେ ୧୦ରୁ ଅଧିକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।