• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kendrapara

Police
ଅଧା ରହିଗଲା ପୋଲିସ ଚାକିରୀ ସ୍ୱପ୍ନ, ଜୀବନ ନେଇଗଲା ଗାଁ ପୋଖରୀ

ମାଆର ବିକଳ କାନ୍ଦରେ ଥରି ଉଠୁଛି ଘର। ଛାତି ପିଟି ପିଟି ସେ ଭୁଇଁରେ ଗଡ଼ିଯାଉଛି। ପୁଅ ପୋଲିସ ଚାକିରୀ ପାଇଥିଲା, ୨ଦିନରେ ଜଏନିଂ ଥିଲା। ହେଲେ ଜୀବନ ନେଇଗଲା ଗାଁ ପୋଖରୀ ।

Sarathi Baba
Sarathi Baba: ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା

ମାନ୍ୟବର... ମୁଁ ଆସିଗଲି... ଓଃ କି ଖୁସି... ଦୀର୍ଘ ୧୦ ବର୍ଷ ପରେ ଏଥର ବାଜି ପଲଟିଛି... ଦୁଧକା ଦୁଧ୍‌, ପାନିକା ପାନି... ଇଏ ଦେଖୁନ, ମୁଁ ପୁଣି କେନ୍ଦ୍ରାପଡ଼ା ଯାଉଛି... ରାସ୍ତାଘାଟ ସବୁ ବଦଳି ଯାଇଛି । ହଁ ବଦଳନ୍ତାନି କେମିତି ଗୋଟେ ଦଶନ୍ଧି ହେଲାଣି । ସେ ଦିନ ଜେଲକୁ ଯିବାବେଳେ କି ଲୋକ ଲୋ ବୋପା, କି ବାଡ଼ିଆ ପିଟା, କି ପଥର ଫିଙ୍ଗା... ଓଃ ସେ କଥା ମନେପଡ଼ିଲେ ଆଜି ବି ଏ ଦେହଟା ଶୀତେଇ ଯାଉଛି ।

Sarathi Baba Aka Santosh Raul
Sarathi Baba Aka Santosh Raul: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ; ବାରିମୂଳ ଯିବାକୁ ଅନୁମତି ଦେଲେ ହାଇକୋର୍ଟ !

ପୁଣି ଚର୍ଚ୍ଚାକୁ ଆସିଛନ୍ତି ସନ୍ତୋଷ ରାଉଳ ଓରଫ୍‌ ସାରଥି । କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ମିଳିଛି । 

Olive ridley
Olive Ridley Turtles Return: ଗହୀରମଥାରୁ କାହିଁକି ମୁହଁ ମୋଡିଲେ ବିରଳ ଅଲିଭରିଡ୍‌ଲେ କଇଁଛ?

୧୯୯୭ ମସିହା ସେପ୍ଟେମ୍ବର ୨୭ ତାରିଖରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ। ତା’ପରେ ବର୍ଷ ତମାମ ଗହୀରମଥା ସମୁଦ୍ର ଉପକୂଳଠାରୁ ୨୦ କି.ମି. ଯାଏଁ ଟ୍ରଲର ସାହାଯ୍ୟରେ ମାଛ ଧରାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।

Allegations of Misconduct
Girl Student Suicide: ପରୀକ୍ଷା ବେଳେ କପି ଚେକିଂ ଆଳରେ ଅସଦାଚରଣ ! ଜୀବନ ହାରିଲେ ଛାତ୍ରୀ

ପରୀକ୍ଷା ହଲ୍‌କୁ ପ୍ରବେଶ ପୂର୍ବରୁ କପି ଚେକ୍ ବାହାନାରେ ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟ ଥିବା ଜଣେ ପୁରୁଷ ଅଧ୍ୟାପକ ଝିଅକୁ ଏକ ନିରୋଳା ସ୍ଥାନକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ଏକଥା କାହା ଆଗରେ ପ୍ରକାଶ ନକରିବାକୁ ଧମକ ବି ଦେଇଥିଲେ ।

Matric Exam
Matric Exam: ପରୀକ୍ଷା କେନ୍ଦ୍ରରେ ଖାଲି ପଡ଼ିଛି ସିଟ୍; ଦାଦନ ଖଟୁଛନ୍ତି ଛାତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୪ଟି ପରୀକ୍ଷା କେନ୍ଦ୍ରରେ ୨ ହଜାର ୭୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲ୍-ଅପ୍ କରିଥିଲେ। ମାତ୍ର ପରୀକ୍ଷା ଦେଉଛନ୍ତି ୨ ହଜାର ୭୧୨ ଜଣ। ବାକି ୬୩ ଜଣ  କିଏ ତାମିଲନାଡୁର ଜୁସ୍ କମ୍ପାନୀରେ କାମ କରୁଛି ତ, ଆଉ କିଏ କେରଳରେ ପ୍ଲାଏ ଉଡ୍ କମ୍ପାନୀରେ ମଜୁରୀ ଖଟୁଛି।

organs donates
Organ Donates: ମରି ବି ଅମର ଅଜୟ; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ

48 ବର୍ଷୀୟ ଅଜୟ ଗୋଆର ମଣିପାଲ ହସ୍ପିଟାଲରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରି ଚାରି ପ୍ରାଣୀ କୁଟୁମ୍ବ ପୋଷୁଥିଲେ। ଯାହା ଦି ପଇସା ରୋଜଗାର କରୁଥିଲେ ପରିବାର ଚଳାଇ ନେଉଥିଲେ।

Fire
Fire Mishap: ଏମିତି ଆସେ ମୃତ୍ୟୁ; ନିଜ ଦୋକାନରେ ଜୀବନ୍ତ ଦଗ୍ଧ

କମଳା ଜୀଅନ୍ତା ଜଳିଯାଇଥିଲେ। ସ୍ଥାନୀୟ ଲୋକେ ବିସ୍ଫୋରଣର ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଗୋଦାମ ଘର ନିର୍ମାଣ ଅଧାପନ୍ତରିଆ
RMC Godown: RMC ର ୩୬ ଟି ଗୋଦାମ ଘର ପାଇଁ ଆସିଲା ୬ କୋଟି...୫ ବର୍ଷ ପରେ ବି କାମ ଅଧା

ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ଯୋଗୁ ଛୋଟ ବଡ଼ ବ୍ୟବସାୟ ଏବଂ ହୋଲସେଲର ମାନଙ୍କ ପାଇଁ RMC ପରିସରରେ ବଡ଼ ବଡ ଘର ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଚାଲିଥିଲା । 2019 ମସିହାରୁ 36 ଟି ଗୋଦାମ ଗୃହ ନିର୍ମାଣ ଆରମ୍ଭ ହୋଇ 2023 ମସିହାରେ ବ୍ୟବସାୟୀଙ୍କୁ ଦୋକାନ ଘର ଆବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିଲା ମଧ୍ୟ ଏ ପର୍ଯ୍ୟନ୍ତ କାମ ଶେଷ ହୋଇ ପରିଲାନାହିଁ। ଫଳରେ 6କୋଟି ଟଙ୍କା ବ୍ୟୟ ଅଟକଳରେ ରେ 36 ଟି ଗୋଦାମ ଘର ଅଧାପନ୍ତରିଆ ହୋଇ ପଡ଼ିଛି।

Kendrapara
Woman Poisoned during Engagement: ମୋତେ ବାହାହେଲୁନି, ତୋ ପ୍ରେମିକାକୁ ବିଷ ପିଆଇଦେଲି...

ପିକେଙ୍କ ମୋଡ୍‌ ବଦଳି ଗଲା। ସେ ବିବିଙ୍କଠାରୁ ଦୂରେଇ ଗଲେ। ଆଗପରି ଆଉ ମିଳାମିଶା କଲେନାହିଁ। ସେ ଡାମରପୁର ଗାଁର ରୀମା(ଛଦ୍ମନାମ)ଙ୍କୁ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଦୁଇ ପରିବାର ନିଷ୍ପତ୍ତି ଅନୁସାରେ ଆଜି ହୋଇଥିଲା ନିର୍ବନ୍ଧ।

Kendrapara
Kendrapara District Tourism Department Office: କୋମାରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟଟନ ବିଭାଗ; ଦୁଇ ଜିଲ୍ଲା ଦାୟିତ୍ବରେ ଜଣେ ଅଧିକାରୀ

ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସଦର ମହକୁମାରେ ୨ଟି ପାନ୍ଥ ନିବାସ ଓ ଏକ ଅତିଥି ଭବନ ନିର୍ମାଣ କରାଯାଇଥିଲା। ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକ ଅତିଥି ଭବନ ପୌରାଚଂଳ ଅନ୍ତର୍ଗତ ଚାଟରାପାଟଣାଠାରେ ରହିଛି। ନିର୍ମାଣ ପରଠାରୁ ଏହି କୋଠରେ ତାଲା ପଡିଛି। ଜିଲ୍ଲା ପର୍ଯ୍ୟଟନ ବିଭାଗର ଦୂରାବସ୍ଥା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Crime
Kendrapara Girl Escape From Human Trafficker: ଦଲାଲଙ୍କ କବଳରୁ ଖସି ଆସିବା ପରେ ବଖାଣିଲେ ଛାତି ତଳର କୋହ...

ପାରିଶ୍ରମିକ ବାବଦକୁ କେବଳ ୨ରୁ ୩ ହଜାର ଟଙ୍କା ମିଳୁଥିଲା। ଖାଇବାକୁ ଦେଉନଥିଲେ। ଅନୈତିକ କାର୍ଯ୍ୟରେ ଲିପ୍ତ କରିବା ପାଇଁ ବାଧ୍ୟ କରାଉଥିଲେ। ବାରଣ କଲେ ମାଡ଼ ମାରୁଥିଲେ। ଘର ଓ ପରିବାର ଲୋକଙ୍କ ସହିତ ଫୋନ କଥା ହେବାକୁ ଦେଉନଥିଲେ।

Love for Animals
Love for Animals: ପଶୁପକ୍ଷୀଙ୍କ ମନ କଥା ବୁଝୁଛନ୍ତି ରଶ୍ମି; ଘରକୁ କରିଛନ୍ତି ମିନି ଚିଡିଆଖାନା

ଘର ଭିତରେ ଚିଡ଼ିଆଖାନା। ଭଳିକି ଭଳି ଚଢ଼େଇଙ୍କ କିଚିରିମିଚିରି ଶବ୍ଦରେ କମ୍ପି ଉଠୁଛି ପୂରା ପରିବେଶ। ଏହାର ଉଦ୍ୟୋକ୍ତା ହେଉଛନ୍ତି କେନ୍ଦ୍ରାପଡ଼ା ଗୋପ ଗାଁର ରଶ୍ମୀ ରଞ୍ଜନ ସେନାପତି। ନିଜର ଅଜବ ସଉକ ପାଇଁ ରଶ୍ମି ଏବେ ଚର୍ଚ୍ଚାରେ।

Coastal Security
Video: ଉପକୂଳରେ ଭୟ ବଢ଼ାଉଛି VHF

ଓଡ଼ିଶା ଉପକୂଳରେ ଭୟ ବଢ଼ାଉଛି ଭିଏଚ୍ଏଫ୍ । ବ୍ୟକ୍ତିଗତ ଭାବେ ଘରେ ଘରେ ଲଗାଯାଇଥିବା ଭିଏଚଏଫ୍‌କୁ ନେଇ ବଢ଼ିଛି ଶଙ୍କା ।

Homes in Ruins as Heavy Rain
ସବୁ ଉଜାଡ଼ି ଦେଲା ଲଘୁଚାପ ବର୍ଷା, ପରଘରେ ପରିବାର

ଘରର ଅବସ୍ଥା ଏମିତି ହୋଇଛି ଯେ କେଉଁଠି କାନ୍ଥ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ତ ଆଉ କେଉଁଠି ବର୍ଷା ହେଲେ ଚାଳରୁ ପାଣି ଗଳୁଛି। କାନ୍ଥରୁ ଚେକା ଚେକା ହୋଇ ମାଟି ବି ଖସୁଛି। ବୋଧହୁଏ ଏ ହେଉଛି ପ୍ରକ଼ୃତିର ଥାର୍ଡ ଡିଗ୍ରୀ।

Water Problem
ରାଜପଥ ସମ୍ପ୍ରସାରଣ କାମରେ ଫାଟିଲା ପାଇପଲାଇନ୍, ୪ଦିନ ହେଲା ସହରକୁ ଆସୁନି ପାଣି

୪ ଦିନ ହେଲା ଜଳକଷ୍ଟ ଭୋଗୁଛନ୍ତି କେନ୍ଦ୍ରାପଡା ସହର ବାସିନ୍ଦା। ରାଜପଥ ସମ୍ପ୍ରସାରଣ କାମରେ ଫାଟିଲା ପାଇପ ।

Bird flu
କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ, ଫାର୍ମରେ ପଡ଼ି ରହିଛନ୍ତି ଶହ ଶହ ମଲା କୁକୁଡ଼ା

ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମରିଲେ । ଅନେକ କୁକୁଡା ଫାର୍ମରେ ପଡ଼ି ରହିଛି ଶହ ଶହ ମଲା କୁକୁଡ଼ା ।

Smart Pond
ଆବର୍ଜନା କୁଣ୍ଡରେ ପରିଣତ ହେଲାଣି ସ୍ମାର୍ଟ ପୋଖରୀ, ପାଣିରେ ପଡ଼ିଲା କୋଟିଏରୁ ଅଧିକ ଟଙ୍କା

ସହରର ଉପକଣ୍ଠରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଆଦର୍ଶ ପୋଖରୀ । କିନ୍ତୁ ତିନି ବର୍ଷ ପୁରିନି ପୋଖରୀର ରୂପ ବଦଳିଗଲା ।

Post Office Scam
ଡାକଘରେ ସଂଚୟ ବଦଳରେ ଘୋଟାଲା

ଟଙ୍କା ସଞ୍ଚୟ ଲାଗି ଡାକଘର ସବୁଠୁ ସୁରକ୍ଷିତ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି ଡାକଘରେ ଟଙ୍କା ରଖି ଲୋକେ ଠକେଇର ଶିକାର ହୁଅନ୍ତି, ତେବେ କହିବା କାହାକୁ ? ସେମିତି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ।

Teacher
ଗୁରୁଜୀଙ୍କୁ ନିଆରା ବିଦାୟ

ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ ।

Elderly man
କମାର ଶାଳରେ ଶତାୟୁ

କର୍ମ ପାଖରେ ହାର ମାନିଛି ବୟସ l ବୟସ ଶହେ ଟପିଥିଲେ ବି ଏବେ ବି ଯୁବ ସୁଲଭ ପରି ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମନଗର ର ଅନିଲ କର୍ମକର l କମାର ଶାଳ ତାଙ୍କ ପାଇଁ କର୍ମଭୂମି ।

tearful farewell to teacher
ଅନିରୁଦ୍ଧ ସାରଙ୍କୁ ଝୁରିବ ମଙ୍ଗରାଜପୁର ନୋଡାଲ ଉ:ପ୍ରା ସ୍କୁଲ

ତାଙ୍କ ହାତର ଛାଟ ଖାଇ ମଣିଷ ହେବାର ବାଟ ଦେଖୁଥିବା ପିଲାମାନେ ତାଙ୍କ ଉପଦେଶ ସବୁକୁ ମିସ୍ କରିବେ। ଖାସ୍ ସେଇଥିପାଇଁ ସ୍କୁଲରେ ଆଜି ସାରଙ୍କ ଶେଷଦିନ ବୋଲି, ଲାଗିଛି ଏମିତି ଗହଳ ଚହଳି।

Temple attracts locals for its natural beauty
ମନ୍ଦିରର ଶୋଭା ବଢ଼ାଉଛି ଗାର୍ଡେନ

ଏହି ଉଦ୍ୟାନରେ ରହିଛି ବିଭିନ୍ନ ପ୍ରଜାତିର ଭଳିକି ଭଳି ଗୋଲାପ, ଜିନିଆ, ଡାଲିଆ, ଗେଣ୍ଡୁ ଫୁଲ ଗଛ ସହିତ ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ସୋ ଗଛ। 

 liquor shops closed on January 17 & 22
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ୧୭ ଓ ୨୨ ତାରିଖରେ ବନ୍ଦ ରହିବ ମଦ ବିକ୍ରି

ଆସନ୍ତାକାଲି ଓ ଆଗାମୀ ୨୨ ତାରିଖରେ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

Father Death
ଏମିତି ବି ଆସେ ମୃତ୍ୟୁ, ପୁତୁରାର ଶବ ସତ୍କାରକୁ ଯାଇ ବଡ଼ବାପାଙ୍କ ମୃତ୍ୟୁ

ପୁତୁରାର ଅନ୍ତିମ ସଂସ୍କାର ପରେ ହଠାତ୍ ତୈଲୋକ ମହାନ୍ତି ସେଠି ଟଳି ପଡ଼ିଥିଲେ। ନିଜେ ଅସୁସ୍ଥ ଥିଲେ କିନ୍ତୁ ପୁତୁରାର ମୃତ୍ୟୁ ଖବର ଶୁଣି ସେ ଗାଁରୁ ପୁରୀ ଦୌଡ଼ି ଯାଇଥିଲେ। ପୁତୁରା ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଥିଲା।