Advertisment

Ineligible Ration Card Holders: BJD ସରକାରରେ ରାସନ କାର୍ଡରେ ହୋଇଛି ବଡ଼ ଘୋଟାଲା; ପ୍ରାୟ ୪ ଲକ୍ଷ ଆୟକର ଦାତା ନେଉଥିଲେ ସୁବିଧା

ରାସନ କାର୍ଡ ତାଲିକାରେ ବଡ଼ ଘୋଟାଲା। ବଢିଚାଲିଛି ଅଯୋଗ୍ୟ ହିତାଧିକାରୀ ତାଲିକା। କଣ୍ଟ ସରି ସରି ଆସୁଛି, ହେଲେ ଏଯାଏ E-KYC ଅପଡେଟ୍ କରିନାହାନ୍ତି ଆହୁରି ୪୨ ଲକ୍ଷ।

author-image
Sujit kumar Swain
undefined

Ineligible Ration Card Holders

ରାସନ କାର୍ଡକୁ ନେଇ ଆସିଲା ଆଖି ଖୋସିଲା ଭଳି ତଥ୍ୟ। ଆୟକର ଦାତା ବି ହାତେଇଛନ୍ତି ରାସନ କାର୍ଡ। ପୂର୍ବ ସରକାରର ଫନ୍ଦିକୁ ଟାର୍ଗେଟ୍ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ। କାଉଣ୍ଟରରେ ବିଜେଡି କହିଲା, ମନ୍ତ୍ରୀ ବିଭ୍ରାନ୍ତି କରୁଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ରିଅଲିଟି ହେଲା, ଅନେକ ଯୋଗ୍ୟ ହିତାଧିକାରୀ ଏବେବି ରାସନ କାର୍ଡକୁ ଚାହିଁ ବସିଛନ୍ତି।

Advertisment

ରାସନ କାର୍ଡ ତାଲିକାରେ ବଡ଼ ଘୋଟାଲା। ବଢିଚାଲିଛି ଅଯୋଗ୍ୟ ହିତାଧିକାରୀ ତାଲିକା। କଣ୍ଟ ସରି ସରି ଆସୁଛି, ହେଲେ ଏଯାଏ E-KYC ଅପଡେଟ୍ କରିନାହାନ୍ତି ଆହୁରି ୪୨ ଲକ୍ଷ। ଖାଲି ସେତିକି ନୁହେଁ ହିତାଧିକାରୀଙ୍କ ଭିତରୁ ପ୍ରାୟ ୪ ଲକ୍ଷ ଆୟକର ବି ଭରୁଛନ୍ତି। ଆଜି ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବଡ଼ପ୍ରଶ୍ନ, କେମିତି ଆୟକର ଦାତାଙ୍କର ନାଁ ରାସନ କାର୍ଡ ତାଲିକାରେ ଚଢିଲା ? କାହିଁକି ୪୨ ଲକ୍ଷ ହିତାଧିକାରୀ ଏଯାଏ E-KYC ଅପଡେଟ୍ କରିନାହାନ୍ତି ? ରାଜ୍ୟରେ କେତେ ଭୂତ ହିତାଧିକାରୀ ଓ କେତେ ଅଯୋଗ୍ୟ ହିତାକାରୀ ଅଛନ୍ତି ? ଧୀରେ ଧୀରେ ଖୋଲୁଛି ରାସନ କାର୍ଡ ଦୁର୍ନୀତି ଗୁମର। ବିଭାଗ ପାଖରେ ଏଭଳି ତଥ୍ୟ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଯେଉଁମାନେ ଦୁର୍ନୀତି କରି କାର୍ଡ ହାତେଇଥିବେ ସେମାନଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଅଧିକ ପଢ଼ନ୍ତୁ : ସାବଧାନ! ବାଇକରେ ବୀମା ନଥିଲେ ଫସିବେ

ଅନ୍ୟପଟେ ରାସନକାର୍ଡ ଦୁର୍ନୀତି ବିଜେଡି ସରକାରରେ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। କେଉଁଠି ଦଳୀୟ ଭିତ୍ତିରେ ତ ଆଉ କେଉଁଠି ଜାଲ୍ କାଗଜପତ୍ର ଆଧାରରେ ରାସନ କାର୍ଡ ବଣ୍ଟାଯାଉଥିଲା। ଏବେ ସରକାର ବଦଳିବା ପରେ ଧରପଗଡ଼ ଆରମ୍ଭ ହୋଇଛି। ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ ପଡିବେନି। ସେପଟେ ବିଜେଡିର ଯୁକ୍ତି, ଯେହେତୁ ଆଧାର ନମ୍ବର ଲିଙ୍କରେ ରାସନ କାର୍ଡ କରାଯାଇଥିଲା, ତେଣୁ ଯଦି ଆଧାର କାର୍ଡ ସତ, ତାହାଲେ ରାସନ କାର୍ଡ ବି ସତ। ସରକାର ବିଭ୍ରାନ୍ତି କରୁଛନ୍ତି।

Advertisment

ରାସନ କାର୍ଡକୁ ନେଇ ରାଜନୀତି ସରଗରମ। କିନ୍ତୁ ଏହାରି ଭିତରେ ଯୋଗ୍ୟ ହିତାଧିକାରୀ ବଳି ପଡୁଛି। ସେମିତି ଗଞ୍ଜାମ ଭଞ୍ଜନଗର ବ୍ଲକ୍ ବେଣାକୁନ୍ଦା ଗାଁର ରଜନୀ ନାୟକ ଓ ବାସନ୍ତୀ ନାୟକ। ଉଭୟଙ୍କ ସ୍ବାମୀ ପ୍ରବାସୀ ଶ୍ରମିକ ଭାବେ କାମ କରୁଛନ୍ତି। ସ୍ବାମୀଙ୍କ ଟଙ୍କାରେ ପୁରା ପରିବାର ନିର୍ଭର କରେ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ବି ଏଯାଏ ରାସନ କାର୍ଡ ପାଇନାହାନ୍ତି। ୨୦୨୧ରୁ ଆବେଦନ କରି ପଞ୍ଚାୟତ କାର୍ଯ୍ୟାଳୟ ଦୌଡୁଛନ୍ତି। ମାତ୍ର ଶୁଣିବାକୁ ଯେମିତି କେହି ନାହିଁ।

ଏବେ ଦେଖିବାର କଥା, ଅଯୋଗ୍ୟ ଓ ଭୂତ ହିତାଧିକାରୀ ବାଦ ପଡିବା ପରେ ରଜନୀ ଓ ନମିତାଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କୁ ସରକାର କେତେ ଶୀଘ୍ର ରାସନ କାର୍ଡ ଯୋଗାଇ ଦେଉଛନ୍ତି।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼

Ration Card Odisha Minister Ration Card Holders
Advertisment
Advertisment