• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Balangir

Jawan death
Bolangir Killer Lover: ଇଏ କେମିତିକା ପ୍ରେମିକା, ମାରିବାକୁ ଧମକ ଦେଇଥିଲା, ତା' ପରେ...

ଯବାନ ପ୍ରେମିକକୁ ମାରିଦେଲା ପ୍ରେମିକା ! ପ୍ରଥମେ ଧମକ ଦେଲା, ତା’ ପରେ ମାରି ଟାଙ୍ଗିଦେଲା ! କଳଙ୍କିତ ପ୍ରେମର ଏ ହେଉଛି ସେହି କଳଙ୍କିତ ନାୟିକା । ଯିଏ ପ୍ରେମ ପାଇଁ ଗଡ଼ାଇଛି ମୁଣ୍ଡ ଆଉ ଲିଭାଇଛି ଜଣେ ସ୍ତ୍ରୀର ସିନ୍ଦୂର ।

Parcel Bomb Case
Parcel Bomb Case: କୃତକର୍ମ ପାଇଁ ଅନୁତପ୍ତ କି ପୁଞ୍ଜିଲାଲ ? ଜେରା ବେଳେ କହିଲା ଏମିତି

ନିଜ କୃତ କର୍ମ ପାଇଁ ମନ ଭିତରେ ଗଭୀର ଅନୁଶୋଚନା । ଉଚ୍ଚଶିକ୍ଷିତ ହୋଇ କାହିଁକି ଏ ଭୁଲ, ତାକୁ ନେଇ ପଶ୍ଚାତାପ କରୁଛି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ତଦନ୍ତକାରୀ ଟିମ ଆଗରେ ନିଜ ସ୍ବୀକାରୋକ୍ତି ବେଳେ ରଖିଥିଲା କିଛି ଏମିତି ବୟାନ ।

ଫାଶିକୁ ଛାନିଆ ପୁଞ୍ଜିଲାଲ
Patnagarh Blast Case Video: ପାଟଣାଗଡ଼ ବ୍ଲାଷ୍ଟ: ପୁଞ୍ଜିଲାଲଙ୍କ ସ୍ବୀକାରୋକ୍ତି ଭିଡିଓ, ଅରୁଣ ବୋଥ୍ରାଙ୍କ ସହ କଥା ହେବା ବେଳେ ଫାଶୀକୁ ନେଇ ଛାନିଆ

କୋର୍ଟ ରୁମରେ ବାପା ଦେଖୁଛି ପୁଅ ହତ୍ୟାର ଜଘନ୍ୟ ଷଡ଼ଯନ୍ତ୍ର । ଅଭିଯୁକ୍ତ ବଖାଣୁଛି ହାଇଟେକ୍ ହତ୍ୟା ତରିକାର ବ୍ଲୁ ପ୍ରିଣ୍ଟ୍ । ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ସ୍ବୀକୋରାକ୍ତି ଭିଡିଓକୁ କୋର୍ଟ ରୁମରେ ଦେଖିଥିଲେ ମୃତ ସୌମ୍ୟଶେଖରଙ୍କ ବାପା ।

ପୁଞ୍ଜିଲାଲଙ୍କ ପାର୍ସଲ ବୋମା
Parcel bomb explosion in Odisha: କେମିତି ପାର୍ସଲ ବୋମା ବନାଇଥିଲା ପୁଞ୍ଜିଲାଲ ମେହେର ? ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଦେଖାଇଥିଲା ଡେମୋ

ପେଶାରେ ଇଂରାଜୀ ଅଧ୍ୟାପକ । ହେଲେ ସୈତାନର ମୁଣ୍ଡ । ଆଖି ପିଛୁଳାକେ ଅତି ସହଜରେ ତିଆରି କରିଦେଉଛି ବୋମା । ଇଏ ଏମିତି ସେମିତି ବୋମା ନୁହେଁ, ପାର୍ସଲ ବୋମା । ଯାହାର ନାଁ ଶୁଣିଦେଲେ ଥରିଉଠୁଛି ଦେହ ।

କଳାକାରଙ୍କ କରୁଣ କାହାଣୀ
Struggle of Traditional Dancer in Odisha: ଓଡ଼ିଶୀ ନୃତ୍ୟଗୁରୁ ସର୍ବେଶ୍ବର ସାହୁଙ୍କ କରୁଣ କାହାଣୀ...ଗୋଡ଼ ଚାଲୁଛି, ପେଟ ପୁରୁନି

ଗୁରୁ ସବେଶ୍ବର ପୁରୀ ଜିଲ୍ଳାର ମୂଳବାସିନ୍ଦା । ପାଖାପାଖି ୩୦ ବର୍ଷ ଆଗରୁ ଓଡ଼ିଶୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବଲାଙ୍ଗିର ଚାଲି ଆସିଥିଲେ । ବାସ୍ , ସେହି ଦିନଠୁ  ଅହରହ ଚାଲିଛି  କଳା ସଂସ୍କୃତିର ପ୍ରଚାର ପ୍ରସାର । କେତେ ସୁନାମ ଧନ୍ୟ କଳାକାର, ସୃଷ୍ଟି କରିଛନ୍ତି ଗୁରୁ ସବେଶ୍ବର । କିନ୍ତୁ ଆଜିଯାଏ ମୁଣ୍ଡ ଉପରେ ଛାତଟିଏ କରିପାରିନାହାନ୍ତି ।

'ଡାକ୍ତରଙ୍କ ମନରେ ସେବା ଭାବ ରହୁ ।'
Yash Jain tops NEET Super Speciality: ଚମକିଲେ ଓଡ଼ିଆ ପୁଅ ୟଶ୍ ଜୈନ୍, NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ହେଲେ ଟପ୍ପର

ୟଶ୍ ଜୈନ୍ କହିଛନ୍ତି, ୧ ରୁ ୨ ମାସ ହେଲା ମୋ ସମୟ ଲାଇବ୍ରେରୀରେ ବିତୁଥିଲା । ମୁଁ ପାଠ ପଢ଼ା ସରିବା ପରେ ଓଡିଶା ଆସିବି ।

Statue
Biju Statue Arson in Odisha: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ

ପାଟଣାଗଡର ପୂର୍ବତନ ବିଜେଡି ବିଧାୟକ ଗତ ସରକାର ସମୟରେ ଏହି ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଏହି ଛକକୁ ସେ ବିଜୁ ଛକ ନାମରେ ନାମିତ କରିଥିଲେ । ଏହାକୁ ସେତେବେଳେ ବିରୋଧ କରିଥିଲା ବ୍ରାହ୍ମଣ ସମାଜ । ପୂର୍ବରୁ ଏହି ଛକର ନାଁ ପର୍ଶୁରାମ ଛକ ରହିଛି । ତେଣୁ ବିଜୁ ଛକ ବଦଳରେ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଏହାର ନାମ ପର୍ଶୁରାମ ଛକ ରଖିବାକୁ ଦାବି କରିଥିଲା ବ୍ରାହ୍ମଣ ସମାଜ । ଛକର ନାମ ପରିବର୍ତ୍ତନ ନେଇ ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସେହି ବିବାଦ ଏବେ ବି ଥମିନାହିଁ ।

ଶିଶୁ ଉଦ୍ଧାର
Child Trafficking Racket Uncovered: ଶିଶୁ ଉଦ୍ଧାର...ବିକ୍ରି ପଛରେ ବଡ଼ ରାକେଟ ..!

ବଲାଙ୍ଗିରରେ ଏକ ଅଭାବୀ ମାଁ ନିଜ ଶିଶୁକୁ ଅନ୍ୟମାନଙ୍କ ହାତରେ ଦେଇ ତା'ପାଇଁ ଅଗ୍ରୀମ ପାଂଚ ହଜାର ଉଠାଇଥିବା ଘଟଣା ପ୍ରକାଶ ପାଇଛି। ଏହି ଘଟଣା ଓଟିଭିରେ ଆବିଷ୍କୃତ ହେବା ପରେ, ରାଜ୍ୟର ଆଧିକାରୀ ସହ ଶିଶୁ ମଂଗଳ କମିଟୀ ଏହାର ଖୋଲାଛୁଟି ଶୁରୁ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହା ସମ୍ଭାବନା ମୂଳକ ଏକ ବଡ ରେକେଟ‍। ଏହାକୁ ଲକ୍ଷ୍ୟ କରି ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକତା ରହିଛି।

murder
Husband Killed Wife: ଫୋନ୍‌ରେ ଗପୁଥିଲା ସ୍ତ୍ରୀ; ବେକକୁ ହାଣିଦେଲା ସ୍ୱାମୀ

ସକାଳୁ ସକାଳୁ ଅମୂଲ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପଡୋଶୀ। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଦେଓଗାଁ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା।

ଶିକ୍ଷକ ନାଁରେ କଳଙ୍କ
Teacher Scandal: ଶିକ୍ଷକ ନାଁରେ କଳଙ୍କ...କଲେ ଏମିତି କାରନାମା, ସାରା ଶିକ୍ଷକ ସମାଜ ଲଜ୍ଜିତ

ଦାଦନ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଚାରିଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଅଭିଯୁକ୍ତ ନମ୍ବର ୧ ରେ ରହିଛି ବେଳପଡା ଥାନା ମଣ୍ଡଳ ଗାଁର ପ୍ରତାପ ବା ମୁନା ଅଗସ୍ତି। ସେ ଜଲିଆ ନୋଡାଲ ସ୍କୁଲର ଖେଳ ଶିକ୍ଷକ। ତାଙ୍କ ମୁଖ୍ୟ କାମ ହେଉଛି ବେଆଇନ ଭାବେ ଶହ ଶହ ଦାଦନ ଚାଲାଣ କରିବା ଆଉ ଗାଁକୁ ଫେରଆସୁଥିବା ଶ୍ରମିକଙ୍କୁ ଧମକ ଚମକ ଦେବା। ଯାହା ଫଳରେ ବେଳପଡା ଥାନାର ଦ୍ବାରସ୍ଥ ହୋଇଥିଲେ ନିର୍ଯ୍ୟାତିତ ଶ୍ରମିକ।

Footballer Death
Football Player: ଫୁଟବଲ୍ ଖେଳୁଥିଲା ବେଳେ ଚାଲିଗଲା ଜୀବନ, ପରିବାର ଲୋକ ଆଖି ଦାନ କରି ଦେଲେ ମହାନତାର ପରିଚୟ

ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅଚେତ୍ ହୋଇ ପଡ଼ିଥିଲେ l ଉପସ୍ଥିତ ଲୋକମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ତାଙ୍କର ଚେତା ଫେରିଥିଲା । ଚେତା ଆସିବା ପରେ ସେ ଅଳ୍ପ ପାଣି ପିଇ ପୁଣି ଖେଳିବାକୁ ବାହାରିଥିଲେ । ସାଥୀ ଖେଳାଳିମାନେ ତାଙ୍କୁ ଖେଳିବାକୁ ବାରଣ କରିଥିଲେ ମଧ୍ୟ କିଛି ହୋଇନି କହି ସେ ପୁଣି ପଡିଆକୁ ଯାଇଥିଲେ। ଫୁଟବଲ୍ ବି ଖେଳିଥିଲେ। କିନ୍ତୁ କିଛି ସମୟ ପରେ ଆଉ ଥରେ ଅସୁସ୍ଥ ହୋଇପଡିଥିଲେ।

ଗଂଜେଇ ଚାଲାଣ
Ganja Smuggling: ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ, ଗଂଜେଇ ଚାଲାଣ କରି ଧରା ହେଲେ

ସୁରକ୍ଷା ପାଇଁ ବର୍ଦ୍ଦି ପିନ୍ଧିଥିବା ତିନିଜଣ ଜବାନ ମୁହଁ ଢାଙ୍କି ଛିଡା ହୋଇଥିଲେ । କାରଣ ଏମାନେ ଅପରାଧ ରୋକିବା ପରିବର୍ତ୍ତେ ଅପରାଧି ହୋଇଯାଇଛନ୍ତି । ତାହା ପୁଣି ଗଂଜେଇ ଚାଲାଣରେ ଗିରଫ । ଏବେ ଆସନ୍ତୁ ଜାଣିବା ଏମାନଙ୍କ ପରିଚୟ । ଜଣେ ହେଉଛନ୍ତି କୁନାର ସିଂ, ଆଉ ଜଣେ ତ୍ରିଲୋଚନ ରଣା । ତୃତୀୟ ଜବାନ ଜଣକ ନୀଲମ ବାର୍ଲା । ଏହି ତିନିଜଣଙ୍କ ପାଖରୁ ଜବତ ଗଂଜେଇର ପରିମାଣ ୧୫ କେ.ଜି ୯୦୦ ।

ସରକାରୀ ବାବୁ ଏମିତି ଖାଆନ୍ତି ଲକ୍ଷ ଲକ୍ଷ
Special Story: ପୂର୍ତ୍ତ ବିଭାଗର ଧୂର୍ତ୍ତ କାମ, ଭଲ ରାସ୍ତାରେ ପ୍ୟାଚ୍‌ ପକାଇ ଲୁଟିନେଲେ

ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ରାସ୍ତା ଭଲ ଅଛି । କିନ୍ତୁ ସ୍ଥାନ ସ୍ଥାନରେ ପୂର୍ତ୍ତ ବିଭାଗର ହରିଲୁଟ୍‌ ଯୋଜନାରେ ବିଗିଡିଯାଇଛି ରାସ୍ତାର ହାଲ । ଗତ ଚାରିମାସ ତଳେ ପକାଯାଇଥିବା ପିଚୁ ଉଠି ଖାଲ ଖମାରେ ଭର୍ତ୍ତି ହେଲାଣି ।

 Ration card
Ration Card: କୋଠା, ଗାଡ଼ି ଥାଇ ବି 'ଗରିବ' ବ୍ଲକ ଅଧ୍ୟକ୍ଷା; ୪ ବର୍ଷ ହେଲା ନେଉଛନ୍ତି ରାସନ ଚାଉଳ

ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ରାସନ୍ କାର୍ଡ । ମାସକୁ ମାସ ଉଠାଉଛନ୍ତି ରାସନ ଚାଉଳ । ୪ ବର୍ଷ ହେଲା ଗରିବଙ୍କ ପାଇଁ ଆସୁଥିବା ପିଡିଏସ୍‌ ଚାଉଳ ନେଉଥିବାର ଅଭିଯୋଗ । ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ବିରୋଧରେ ଆସିଛି ଏହି ସାଂଘାତିକ ଅଭିଯୋଗ ।

Murder
Murder in Balangir: ସାଙ୍ଗ ସାଜିଲା ସଇତାନ, ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ମାରିଦେଲା

ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ସାଙ୍ଗକୁ ହତ୍ୟା । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁଟୁଳାମହୁଲ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ।

ହୋଲିରେ ବାଡ଼ି ଖେଳ
Holi Celebration: ଯାଦବ ହୋଲିରେ ବାଡ଼ି ଖେଳ....ଏକ ନିଆରା ପରମ୍ପରା...

ଯାଦବମାନଙ୍କ ଏକ ନିଆରା ପରମ୍ପରା ହେଉଛି ବାଡି ଖେଳ । ସ୍ବତନ୍ତ୍ର କେନ୍ଦୁ ବାଡିକୁ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ଯାଦବ ସମାଜର ଯୁବକ ମାନେ ବାଡିକୁ ଧରି ଦୁଲଦୁଲିର ତାଳେ ତାଳେ ନାଚ କରିଥାନ୍ତି । ବିଭିନ୍ନ କୌଶଳ ଦେଖାଇବା ସହିତ, ବାଡିକୁ ବାଡି ବାଡେଇ ରଂଗ ଖେଳନ୍ତି ଯାଦବ ଟୋକା । ଦ୍ବାପର ଯୁଗରୁ ଚାଲି ଆସୁଛି ଏହି ବାଡ଼ି ପରମ୍ପରା ।

ଦିବ୍ୟାଙ୍ଗଙ୍କ କଥା ଶୁଣୁନି ଶିକ୍ଷା ବିଭାଗ
Differently Abled Person: ଦିବ୍ୟାଙ୍ଗଙ୍କ ପାଇଁ ନିର୍ଦ୍ଦୟ ଶିକ୍ଷା ବିଭାଗ...ଦେଢ଼ ବର୍ଷ ପରେ ବି ଘୁଞ୍ଚୁନି ବଦଳି ଫାଇଲ୍

ଏନେଇ ସବୁ ପ୍ରକାର ଦଲିଲ ଦସ୍ତାବିଜ ସହିତ, ଦେଢ ବର୍ଷ ତଳୁ ଆବେଦନ କରିଛନ୍ତି ଅରୁଣ । କିନ୍ତୁ ମାସକ ଆଗରୁ ଥିବା ଜିଲ୍ଳା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅହଙ୍କାର ଯୋଗୁଁ ପଡିରହିଛି ଫାଇଲ । ଅରୁଣଙ୍କ ବଦଳି ନେଇ ଭିନ୍ନକ୍ଷମ କମିଶନରଙ୍କ ପାଖରୁ ରାଜ୍ୟ ଶିକ୍ଷା ବିଭାଗକୁ ନୋଟିସ ବି ହୋଇଛି । ରାଜ୍ୟ ଶିକ୍ଷା ବିଭାଗ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଅରୁଣଙ୍କ ବଦଳିର ଷ୍ଟାଟସ ରିପୋର୍ଟ ବି ମାଗିଛନ୍ତି । କିନ୍ତୁ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜିଯାଏ ପଡିରହିଛି ଫାଇଲ ।

ଛୁଟି ମିଳିଲାନି
School Teacher with Saline: ଅଭାବନୀୟ...ଛୁଟି ମିଳିଲାନି, ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ...!

ଏଠି ପ୍ରଶ୍ନ ଉଠୁଛି....ଛୁଟିକୁ ନେଇ କାହିଁକି ହୋଇଥିଲା ବିବାଦ । କ’ଣ ପାଇଁ ଅସୁସ୍ଥ ଶିକ୍ଷକଙ୍କୁ ଛୁଟି ଦେଲେ ନାହିଁ ଦାୟିତ୍ବରେ ଥିବା ପ୍ରିନସିପାଲ । କୁହାଯାଉଛି, ଗତକାଲି ମ୍ୟାଡମ ପ୍ରନସିପାଲଙ୍କୁ ସ୍କୁଲ ହ୍ୱାଟସଆପ ଗ୍ରୁପରେ ଛୁଟି ଆବେଦନ କରିଥିଲେ ସଂପୃକ୍ତ ଶିକ୍ଷକ । ସ୍ପଷ୍ଟ ଭାବରେ ପ୍ରକାଶ ଲେଖିଥିଲେ, ମୋର ଅଜାଙ୍କର ମୃତ୍ୟୁ ହୋଇଥିବାରୁ ମୁଁ, ଅଫିସ କାମ କରିପାରିବି ନାହିଁ । ତେଣୁ ମୋର ଗୋଟିଏ ଦିନର ସି.ଏଲ ମଂଜୁର କରାଯାଉ ।

ହାତୀ-ମଣିଷ ଲଢ଼େଇର ଅନ୍ତ କେବେ ?
Elephant Menace: ହାତୀ-ମଣିଷ ମୁହାଁମୁହିଁ...ବନବିଭାଗ ଚୁପ୍, ବଳି ପଡୁଛନ୍ତି ଗଜସାଥୀ

କିଛିଦିନ ପୂର୍ବରୁ ହାତୀ ଘଉଡାଇବା ପାଇଁ ଯାଇଥିବା ଗଜସାଥୀ ଓମକାରୀ ବାଗଙ୍କୁ ଦଳିଦେଲା ହାତୀ । କ୍ଷତିପୂରଣ ଦାବୀରେ ରାସ୍ତାରୋକ କଲେ ଗାଁ ଲୋକେ । ଗାଁ ଲୋକଙ୍କ ଅଭିଯୋଗ, ଚାରିମାସ ଧରି ହାତୀପଲ ମୁରିବାହାଲ ଜଂଗଲ ତିଖାରୀ ଜଂଗଲରେ ଡେରା ପକାଇ, ଆଖପାଖ ଗାଁର ଘରଦ୍ବାର ସବୁ ଭାଙ୍ଗିଦେଉଥିବା ବେଳେ ଚୁପ୍ ବସିଛି ବନବିଭାଗ । କେବଳ ନିରସ୍ତ୍ର ଗଜସାଥୀଙ୍କୁ ଦନ୍ତା ମୁହଁକୁ ଠେଲିଦେଇ, ଚୁପଚାପ ବସିରହୁଛନ୍ତି ରେଂଜର ଓ ଅନ୍ୟାନ୍ୟ ଅଧିକାରୀ ।

Elephant Attack
Elephant Attack: ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା

ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା । ବଲାଙ୍ଗିର ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ।

ନଈକୁ ଡେଇଁ ପ୍ରେମିକର ଆତ୍ମହତ୍ୟା
Suicide After Video Call: ଟିନ୍ ଏଜ୍ ଲଭ୍‌ର ଭୟଙ୍କର କାହାଣୀ...ପ୍ରେମିକାକୁ ଭିଡିଓ କଲ୍ କରି ନଦୀକୁ ଡେଇଁ ପଡ଼ିଲେ ପ୍ରେମିକ

ତୁଷୁରା ପତିତପାବନ ପଡ଼ାର ୧୯ ବର୍ଷୀୟ ଆସମାନ ଛତ୍ରୀଆ । ଦେଢ ବର୍ଷ ହେଲା ଅନ୍ୟ ଗାଁର ଜଣେ ୧୬ ବର୍ଷୀୟ ନାବାଳିକାକୁ ଭଲ ପାଉଥିଲେ । କିଛି ମାସ ହେବ ପ୍ରେମିକା ଜଣକ ପରିବାର ସହିତ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଛି । ଏ ଭିତରେ ଆଉ ଜଣେ ଝିଅ ଆସମାନକୁ ଭଲ ପାଇ ବସିଥିଲେ । ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରଥମ ପ୍ରେମିକା ସହିତ ଆସମାନର ବଚସା ହୋଇଥିଲା ।

ବରକୁ ହତ୍ୟା ପାଇଁ ସୁପାରୀ !
Supari Killer Hired To Kill Groom: ବରକୁ ହତ୍ୟା ପାଇଁ ସୁପାରୀ, ବନ୍ଧୁକ ଓ ଖଣ୍ଡା ଜବତ କଲେ ଗାଁ ଲୋକେ

ବରକୁ ହତ୍ୟା ଯୋଜନାରେ ୭ ଜଣଙ୍କୁ କାବୁ କରି ଦେଓଗାଁ ପୋଲିସକୁ ଜିମା ଦେଇଥିଲେ ଗାଁ ଲୋକେ । ଅଟକ ଯୁବକମାନେ ଭୀମଡୁଙ୍ଗୁରି ଏବଂ କୁକୁରଖାଇ ଗାଁର ହୋଇଥିବା ଜଣାପଡିଛି।

Health Card Fraud Uncovered
Health Card Fraud: ସ୍ୱାସ୍ଥ୍ୟକାର୍ଡରେ ବଡ଼ ଧରଣର କେଳେଙ୍କାରୀ; ରୋଗୀଙ୍କ ନାଁରେ ଚାଲିଥିଲା ଠକେଇ

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ବାଚନ ମଣ୍ଡଳୀ ପୁଇଁନ୍ତଳା ବ୍ଳକର ବିଭିନ୍ନ ଗାଁରୁ, ସ୍ଥାନୀୟ ଦଲାଲଙ୍କ ସହାୟତାରେ ରୋଗୀ ବି ବୋହୁଥିଲେ । ଆଗରୁ ବି ଏହି ଅଂଚଳରୁ ଅନେକ ରୋଗୀଙ୍କୁ ନେଇ ସ୍ବାସ୍ଥ୍ୟକାର୍ଡରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି । କିନ୍ତୁ ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି ।

Balangir Teacher's Unpaid Salary
Teacher’s Unpaid Salary Row: ୩ ମାସ ହେଲା ଚେତା ପଶୁନଥିଲା, ଖବର ବାଜିବା ପରେ ଲେଖାହେଲା ଚିଠି

ବଲାଙ୍ଗିର ପୁଇଁନ୍ତଳା ବାନ୍ଧନବାହାଲ ଗାଁର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ୩ ମାସ ହେଲା ଦରମା ନମିଳିବା ଅଭିଯୋଗରେ ଛୁଟି ମାଗିଥିଲେ । ସୂଚନାଯୋଗ୍ୟ ଶିକ୍ଷକ ଜଣକ ଛୁଟି ପାଇଁ ଅଜବ ଦରଖାସ୍ତ ଦେବାପରେ ମୂଲ ଲାଗିଥିଲେ ।

ମାଳ ମାଳ ସରକାରୀ ଯୋଜନା, ମାଳ ମାଳ ଦାଦନ ଶ୍ରମିକ
Balangir Migrant Labourers: ମାଳମାଳ ଯୋଜନା...ମାଳମାଳ ଦାଦନ ଶ୍ରମିକ...ଶୁଣିବେ କି ସରକାର ?

ଇଏ ଜଣେ ତିନି ଛୁଆ ମା’ର କାହାଣୀ । ମାଲିକ ସ୍ବାମୀକୁ ଅପହରଣ କରିନେଇଛି । ଏ ମା’ର କହିବା କଥା ହେଉଛି, ଗୋଟିଏ ମାସ ହେବ ମୋ ସ୍ବାମୀ ଅକ୍ଷୟ ପରାଭୁଏଙ୍କ କୌଣସି ଖୋଜଖବର ନାହିଁ । ଅବଶ୍ୟ ମାଲିକ ଧମକ ଦେଇଥିଲା, ହାଡଭଙ୍ଗା କାମ ନକଲେ, ସ୍ବାମୀକୁ ଅପହରଣ କରିନେଇ ହତ୍ୟା କରିଦେବେ । ସତକୁ ସତ ମାସେ ହେଲାଣି ସ୍ବାମୀଙ୍କ ଖୋଜଖବର ନାହିଁ । ତେଣୁ ତିନି ଛୁଆଙ୍କୁ ନେଇ ଜୀବନ ଧରି ବଲାଙ୍ଗିର ଫେରିଛି ।