• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Panchang
Panchang Today 21th January 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଦିବା ୧୦.୦୩ ଗତେ ତୁଳା । ତିଥି- ୭ମୀ ଦିବା ୧୨.୪୦ ଗତେ ୮ମୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୧୦.୦୩ ପର୍ଯ୍ୟନ୍ତ । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୧୨.୪୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 21 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 21 January 2025
Naxal
Two Naxals Killed In Encounter: ଘଞ୍ଚ ଜଙ୍ଗଲରେ ମେଳି କରୁଥିଲେ ନକ୍ସଲ

ଓଡ଼ିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇଥିଲା। ସେହି ସୂଚନା ଆଧାରରେ ରବିବାହ ବିଳମ୍ବିତ ରାତିରେ ଛତିଶଗଡ଼, ଓଡ଼ିଶା ପୋଲିସ୍ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ।

ଭିନ୍ନେ ପୁଅକୁ ବି ମିଳିବ ଆବାସ
PM Awas Yojana: ଆସନ୍ତା ୨୪ରୁ ରାଜ୍ୟରେ ଆବାସ ସର୍ଭେ, ଭିନ୍ନେ ହୋଇଥିବା ପୁଅ ବି ପାଇବେ PM ଆବାସ

୨୪ରୁ ଆବାସ ସର୍ଭେ । ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଆବେଦନ । କୋହଳ ହେଲା ମାନଦଣ୍ଡ । ମୋଟର ସାଇକେଲ ଏବଂ ଫ୍ରିଜ୍ ଥିଲେ ବି ହୋଇପାରିବେ ସାମିଲ ।

ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ
Naba Das Murder Mystery: ଯୋଜନାବଦ୍ଧ ଥିଲା କି ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ?

ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ ।

Crime
Sexual Assault : ନ୍ୟାୟ ଦାବିରେ କଲେଜରେ ହଙ୍ଗାମା କଲେ ପୀଡ଼ିତା

ଦୁଷ୍କର୍ମ ଉଦ୍ୟମ କରିଥିବା ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡ଼ିତା। ଖବର ପାଇ ପୋଲିସ କଲେଜରେ ପହଞ୍ଚିଥିଲା। ପୀଡ଼ିତା ଓ ତାଙ୍କ ସାଥୀମାନଙ୍କୁ ବୁଝାସୁଝା କରିଥିଲା। ମାମଲା ତଦନ୍ତ ଚାଲିଥିବା କହିଥିଲେ। ହେଲେ ପୀଡ଼ିତା ଓ ତାଙ୍କ ସାଥୀମାନେ ନିଜ ଜିଦରେ ଅଟଳ ରହିଥିଲେ।

Ration Card
Ration Card corruption: ରାସନ କାର୍ଡରେ ଅଛନ୍ତି ଶତାଧିକ ସରକାରୀ ଚାକିରିଆ

ଏଚଆରଏମଏସ୍ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୩୦୨ ଓ ଜଳେଶ୍ବରରେ ୧୮୦ ଜଣ ସରକାରୀ ଚାକିରିଆ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହାତୋଉଥିବା ଇକେୱାଇସିରୁ ଧରା ପଡ଼ିଛି। ତେଣୁ ସେମାନଙ୍କୁ ଚିହ୍ନଟ କରି କାର୍ଡ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ।

Naveen
Ex Mla Suspension Revoked:ପୂର୍ବତନ ବିଧାୟକଙ୍କ ଉପରୁ ବାସନ୍ଦାଦେଶ ହଟାଇଲା ବିଜେଡି: ଟାର୍ଗେଟ କଲେ କଂଗ୍ରେସ,ବିଜେପି

ଦୁର୍ନୀତି ଅଭିଯୋଗ ଆଣି ବହିଷ୍କାର କଲେ। ଆଉ ବର୍ଷେ ପରେ ପୁଣି ଥରେ ଆପଣାଇଲେ। ଦୁର୍ନୀତି ପାଇଁ ରେମୁଣାର ତତ୍କାଳୀନ ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କୁ ନବୀନ ଦଳରୁ ବହିଷ୍କାର କରିଥିଲେ। ମାତ୍ର ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି।

Baripada
Transgender Stage Protest in Baripada: ନକଲି କିନ୍ନରଙ୍କୁ ଧରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅସଲି

କିନ୍ନରଙ୍କ ଅଭିଯୋଗ ଦୀର୍ଘ ଦିନ ଧରି କେତେକ ପୁରୁଷ ଶାଢ଼ୀ ପିନ୍ଧି କିନ୍ନର ହୋଇ ଭିକ୍ଷାବୃତ୍ତି କରୁଛନ୍ତି। ଖାଲି ଭିକ୍ଷାବୃତ୍ତି କରୁନାହାନ୍ତି, ସରକାରୀ ସୁବିଧା ସୁଯୋଗ ହାତେଇ ନେଉଛନ୍ତି। ଯାହାଫଳରେ ଅସଲି କିନ୍ନର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଅନେକ ବାର କିନ୍ନର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଛି।

Minister
National Mines Ministers' Conference at Konark: ‘ମାଇନିଂ ସେକ୍ଟର ବିନା ଅର୍ଥନୀତିର ବିକାଶ ଅସମ୍ଭବ’

କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ କହିଛନ୍ତି, ଦେଶରେ ଇଲେକ୍ଟ୍ରୋନ୍ସ, ଗ୍ରୀନ୍ ଏନର୍ଜି ପାଇଁ ଲିଥିୟମ ଓ କପରର ଚାହିଦା ବଢ଼ି ଚାଲିଛି। ଦେଶକୁ କୋଇଲା ଆଉ ଖଣି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ ରହିଛି। ୨୦୧୫ ମସିହା ପୂର୍ବରୁ କୋଇଲା ଓ ଖଣି କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲା।

kurla
3 Arrested: କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ୩ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ବରଗଡ଼ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଓ ପ୍ରମାଣ ନଷ୍ଟ କରିବାରେ ଏମାନେ ସହଯୋଗ କରିଥିଲେ।

  • Monday, 20 January 2025
Baripada
Labour Death in Bengaluru: ପେଟ ପାଇଁ ଯାଇଥିଲେ ଦାଦନ, ଶବ ହୋଇ ଫେରିଲେ

ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ। ଖବର ପାଇ ଗାଁରେ ପହଞ୍ଚିଥିଲେ ବିଧାୟକ ସଞ୍ଜଲୀ ମୁର୍ମୁ। ସେ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ତା’ପରେ ଆଦିବାସୀ ରୀତିନୀତିରେ ଗାଁ ଶ୍ମଶାନରେ ରାମଙ୍କ ଅନ୍ତିମ ସଂସ୍କାର କରାଯାଇଛି।

Crowd At Bhubaneswar Airport
Crowd At Bhubaneswar Airport: ଭୁବନେଶ୍ୱର ବିମାନବନ୍ଦରରେ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀଙ୍କ ଭିଡ...

ଭୁବନେଶ୍ୱର ବିମାନବନ୍ଦରରେ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀଙ୍କ ସମେତ ସେମାନଙ୍କ ପ୍ରତିନିଧିଙ୍କ ଭିଡ ଦେଖିବାକୁ ମିଳିଛି ।

PM  Awas yojana
PM Awas Yojana: ୨୪ରୁ ଆବାସ ସର୍ଭେ; ମାସିକ ୧୫ ହଜାର ଆୟ ଥିଲେ କରିପାରିବେ ଆବେଦନ

ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ। ଏପିରିକି ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ।

Radio
I Love Radio: ୨୨ ବର୍ଷରେ ପ୍ରେମ ହେଲା; ୬୦ ବର୍ଷ ହେଲାଣି କେହି କାହାକୁ ଛାଡ଼ିନୁ

ଯିଏ ପ୍ରତି ମୁହୂର୍ତ୍ତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ପଞ୍ଚାୟତ ଝାଡକଟା ଗାଁର ଲାଲ ମୋହନ ମଉସାଙ୍କୁ,  I Love u ନୁହେଁ, ବରଂ ଆକାଶବାଣୀ କଟକ କହୁଥିଲା, କହୁଛି ଆଉ କହୁଥିବ…

Naba Das
Naba Das Murder Case: ନବଙ୍କ ସାର୍ଟ ପୋଡ଼ି ଘଟଣା; ହରଡ ଘଣାରେ ହସପିଟାଲ କର୍ତ୍ତୃପକ୍ଷ, ଉଠିଲା ଅନେକ ପ୍ରଶ୍ନ

କୋଭିଡ୍ ପ୍ରୋଟୋକଲ୍ ଆଳରେ ନବଙ୍କ ରକ୍ତ ଭିଜା ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି ବୋଲି ଜଣାପଡ଼ିଛି। ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି।

Kalijai Temple History
Kalijai Temple History: ନୀଳାମ୍ବୁ ଚିଲିକାର ମଧ୍ୟ ଭାଗରେ ବିରାଜିଥିବା ମାଆ କାଳୀଜାଇଙ୍କ ପୀଠର ଇତିହାସ..

ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗଞ୍ଜାମ ଜିଲ୍ଲାର ମାଆ କାଳୀଜାଈଙ୍କ ପୀଠ ।

Red meat
Health Tips: ଆପଣଙ୍କ ପାଇଁ କେତେ କ୍ଷତିକାରକ ରେଡ୍-ମିଟ୍, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କ’ଣ ପଡ଼େ ପ୍ରଭାବ

ବୁଧବାର କି ରବିବାର ହେଲେ କିମ୍ବା କୌଣସି ଭୋଜି, ସବୁଠାରୁ ଅଧିକ ଭିଡ଼ ଜମେ ମଟନ୍ ଦୋକାନ ସାମନାରେ। ହେଲେ ଆପଣଙ୍କ ଡାକ୍ତରଠୁ ଆରମ୍ଭ କରି ଡାଏଟିସିଆନ୍ ପର୍ଯ୍ୟନ୍ତ ସମସ୍ତେ ତାଗିଦ୍ କରନ୍ତି ମଟନ୍ କିମ୍ବା ଅନ୍ୟ ରେଡ୍-ମିଟ୍ ନଖାଇବା ପାଇଁ। କ’ଣ ରହିଛି ଏହା ପଛରେ କାରଣ, ପାଟିକୁ ସୁଆଦିଆ ଲାଗୁଥିବା ଆଉ ପୁଷ୍ଟିସାର ଯୁକ୍ତ ଏ ଖାଦ୍ୟକୁ ଗ୍ରହଣ ନକରିବା ପାଇଁ ଉପଦେଶର ? ଆପଣଙ୍କର ଏ ଅଭ୍ୟାସ କ’ଣ ପ୍ରାଣଘାତୀ ହୋଇପାରେ କି?

Naba  Das
Naba Das Murder Case: କ’ଣ ଲୁଚାଉଥିଲା କ୍ରାଇମବ୍ରାଞ୍ଚ ? କେମିତି ବଦଳି ଗଲା ସାକ୍ଷୀଙ୍କ ସାର୍ଟର ରଙ୍ଗ ?

ସାର୍ଟ ରଙ୍ଗ ବଦଳାଯାଇଛି, ତଦନ୍ତର ଢଙ୍ଗ ବଦଳାଯାଇଛି ତାହା ,ଏବେ ତଦନ୍ତ ସାପେକ୍ଷ ହୋଇଛି। ଅନ୍ୟପକ୍ଷରେ ପୂରା ପ୍ରକ୍ରିୟା ଦେଖିଲେ ଷଡ଼ଯନ୍ତ୍ର ଗନ୍ଧ ଡହ ଡହ ବାରି ହେଉଛି।

Panchang
Panchang Today 20th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୬ଷ୍ଠୀ ଦିବା ୦୯.୫୮ ଗତେ ୭ମୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ଦିବା ୦୯.୫୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 20 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 20 January 2025
CBI Investigation in Naba Das Murder Case
Naba Das Murder Case: ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ବଢିଲା ଆଶା। ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ନବଙ୍କ ଝିଅ ଦୀପାଳି। ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ।

Khandagiri Jatra 2025
Khandagiri Jatra 2025: ଯାତ୍ରାରେ ଅଶ୍ଳୀଳତା ବନ୍ଦ କରିବାକୁ କଠୋର ହେବେ ରାଜ୍ୟ ସରକାର

ଏଥର ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଆଇଟମ ଡ୍ୟାନସର । ଯାତ୍ରା ପେଣ୍ଡାଲରେ ଏଥର ହେବନି ଅଙ୍ଗ ପ୍ରଦର୍ଶନ ।

strawberry
Success Story in Strawberry Farming: ସ୍ବାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ, ବଣ୍ଡା ଘାଟିରେ ଆର୍ଥିକ ପ୍ରଗତିର ନୂଆ କାହାଣୀ

ସାଧାରଣତଃ ଶୀତ ପ୍ରଧାନ ଅଞ୍ଚଳର ଷ୍ଟ୍ରବେରୀ ଚାଷ ଏଠି ଯେ ସମ୍ଭବ, କିଛି ବର୍ଷ ତଳେ କାହାର ବି ଧାରଣା ନଥିଲା। ହେଲେ ବିଗତ ପ୍ରାୟ ଦୁଇ ବର୍ଷ ହେବ ଏ ଦୁଇ ଜିଲ୍ଲାର ଚାଷୀଙ୍କ ଆର୍ଥିକ ପ୍ରଗତିର ନୂଆ ଆଶା ଓ ଦିଶା ଦେଇଛି ଷ୍ଟ୍ରବେରୀ ଚାଷ।

Lithium Discovered In Nayagarh
Lithium Discovered In Nayagarh: ଖଣିଜ ସମ୍ପଦ ଭରା ଓଡ଼ିଶା ପାଇଁ ଖୋଲିବ କି ନୂଆ ପୁଞ୍ଜିନିବେଶର ବାଟ ? 

ରାଜ୍ୟରେ ମୋବାଇଲ୍ ଓ ଇଭି ବ୍ୟାଟେରୀ ପ୍ଲାଣ୍ଟ ପାଇଁ ଆଗ୍ରହ ଦେଖାଇବେ ବି ନିବେଶକ ? କାରଣ ରାଜ୍ୟରେ ମିଳିଛି ମୂଲ୍ୟବାନ ଧାତୁ- ଲିଥିୟମର ସନ୍ଧାନ। ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ।