• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Forest Fire

Odisha Forest Fire
Odisha Forest Fire: ଖରାଦିନ ଆରମ୍ଭରୁ ଚିନ୍ତା ବଢାଇଲାଣି ଜଙ୍ଗଲ ନିଆଁ

ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ବୌଦ୍ଧ ବନଖଣ୍ଡ ଜାମୁଖୋଲ ଜଙ୍ଗଲରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ଜଙ୍ଗଲରୁ ବ୍ୟାପୁଥିବା ନିଆଁ ଭୟଙ୍କର ରୂପ ଧରି ଏବେ ଗାଁ ଆଡ଼କୁ ମୁହାଁଇଲାଣି। ଖାଲି ବୌଦ୍ଧ ନୁହେଁ, ସୁନ୍ଦରଗଡ଼ ବଣାଇରୁ ମୟୂରଭଞ୍ଜର ଉଦଳା, ନୂଆପଡ଼ା, ତାଳଚେର ଆଉ କୋରାପୁଟରୁ ଶିମିଳିପାଳ। ସବୁଠି ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ।

Forest Fires
Forest Fire Prevention: ଜଙ୍ଗଲ ନିଆଁରେ ରୋକ୍ ଲଗାଇବ କୋରାପୁଟ ବନ ବିଭାଗର ନୂଆ କୌଶଳ

ପ୍ରତି ମଞ୍ଚାରେ ବନରକ୍ଷୀ,ଭିଏସଏସ ଓ ନିଆଁ ଲିଭାଳୀ ଟିମ୍ ମୁତୟନ ହୋଇଛନ୍ତି । ନୂଆ କୌଶଳ ଦ୍ବାରା ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧିନରେ ୫୦୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ ।

Forest Safety
Women Protecting Forests: ଜଙ୍ଗଲକୁ ଘଣ୍ଟ ଘୋଡ଼ାଇଛି ମାଆର ପଣତ କାନି

ପଥୁରିଆ ଭୂଇଁରେ ଆଜି ପଣତ ମେଲାଇଛି ପ୍ରକୃତି । ଚାରିଆଡ଼େ ମୁଣ୍ଡ ଟେକିଛି ମାଳ ମାଳ ଶାଳ ଶାଗୁଆନ୍ ଗଛ । ଆଖି ପାଇବା ଯାଏଁ ଅଗନା ଅଗନି ବନସ୍ତ । କାନ ପାଇବା ଯାଏଁ ଶୁଭୁଛି କିଚିରିମିଚିରି ଶବ୍ଦ । ଦିନେ ଯାହା ଲୋକଙ୍କୁ ଅସମ୍ଭବ ଲାଗୁଥିଲା ଆଜି ତାହା ସମସ୍ତଙ୍କୁ ଆକର୍ଷିତ ଏବଂ ଆଚମ୍ବିତ କରୁଛି । ୨୨ ବର୍ଷ ତଳେ ଟାଙ୍ଗରା ଭୂଇଁ ପଡ଼ିଥିବା ଏ ଇଲାକା ଏହି ମହିଳାମାନଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ।

Odisha Forest Fire
ବେକାବୁ ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ତାତି

ଧୂଆଁମୟ ସାରା ପରିବେଶ । ଛାରଖାର୍ ହେଉଛି ଶହ ଶହ ହେକ୍ଟର ଜଙ୍ଗଲ । ତ୍ରାହି ତ୍ରାହି ଡାକିଲେଣି ସ୍ଥାନୀୟ ବାସିନ୍ଦା । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ତତ୍ପରତା ।

Odisha Forest Fire
ଜଙ୍ଗଲ ନିଆଁକୁ ନେଇ ଟେନସନରେ ରାଜ୍ୟ ସରକାର

ଜଙ୍ଗଲ ନିଆଁକୁ ନେଇ ଟେନସନ୍ ରେ ରାଜ୍ୟ ସରକାର। ନିଆଁ ଆୟତ୍ତ କରିବାକୁ ବାଟ ପାଉନି ଜଙ୍ଗଲ ବିଭାଗ। ଦିନେ କି ଦୁଇ ଦିନ ନୁହେଁ, ଲଗାତର ୨ ମାସ ହେଲାଣି ଜଳୁଛି ଜଙ୍ଗଲ ।