Advertisment

Hansita’s Husband Mystery: ହଂସିତା ବଡବଡିଆଙ୍କୁ ଯୋଗାଉଥିଲେ ସୁନ୍ଦର ତରୁଣୀ!

ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ସେପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଛନ୍ତି। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି।

author-image
Manoranjan Sial
Crime

Crime

ଖାରଜ ହେଲା ହଂସିତା ଅଭିଲିପ୍ସାଙ୍କ ଅନ୍ତରୀଣ ଜାମିନ। ଘୁଞ୍ଚିଲା ଉଭୟ ହଂସିତା ଓ ଅନିଲ ମହାନ୍ତିଙ୍କ ଜାମିନ। ସାମ୍ନାକୁ ଆସିଲା ନୂଆ ତଥ୍ୟ। ହଂସିତା ବଡବଡିଆଙ୍କୁ ଯୋଗାଉଥିଲେ ସୁନ୍ଦରୀ ତରୁଣୀ। ସେପଟେ ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଛନ୍ତି। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି।

Advertisment

ହଂସିତା ଅଭିଲିପ୍ସା କରୁଥିଲେ ଯୁବତୀ ଚାଲାଣ ! ବଡବଡିଆଙ୍କୁ ଯୋଗାଇ ଦେଉଥିଲେ ସୁନ୍ଦରୀ ତରୁଣୀ! ଟେଣ୍ଡର ପାଇବା ହେଉ ଅବା ରାଜନୈତିକ ସଂପର୍କ ପାଇଁ ଏହି ଯୁବତୀମାନଙ୍କୁ ପଠାଇ ଖୁସି କରାଉଥିଲେ! ହଂସିତାଙ୍କଠାରୁ ଜବତ ମୋବାଇଲରୁ ଏଭଳି କିଛି ତଥ୍ୟ ପାଇଛି ପୋଲିସ। ଯେଉଁମାନଙ୍କୁ ଝିଅ ଯୋଗାଇ ଦେଇଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ଖୁବଶୀଘ୍ର ଜେରା କରିବ ବୋଲି ଜଣାପଡିଛି।

ସେପଟେ ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ସେପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଛନ୍ତି। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପ୍ରଦୀପ ପୁରୋହିତଙ୍କ ଚାଞ୍ଚଲ୍ୟକର ବୟାନ; ବିଜେଡି ସରକାରର ଅନେକ ନେତା ହଂସିତାଙ୍କୁ କରୁଥିଲେ ସହାୟତା !

ଖାଲି ଏତିକି ନୁହେଁ, ନିଜର ଫେକ୍ ପରିଚୟ ପତ୍ର ସହ ଫେକ୍ ପୋଲିସ ଭେରିଫିକେସନରେ ପାସପୋର୍ଟ ହାତେଇଛନ୍ତି ହଂସିତା ଅଭିଲିପ୍ସା। ତାଙ୍କ ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ହୋଇଥିବା ସେ ଲୁଚାଇଛନ୍ତି। ଏପରିକି ୨୦୧୭ ମସିହାରେ ତାଙ୍କ ନାମରେ ବଡଗଡ ଥାନାରେ ବିଷ୍ଣୁପ୍ରିୟା ଚାନ୍ଦଙ୍କ ନାମରେ ଏକ ମାମଲା ଥିବାରୁ ନାମ ପରିବର୍ତ୍ତନ କରି ପାସପୋର୍ଟ ହାତେଇଥିଲେ। ଯେଉଁଥିପାଇଁ ଆଉ ଏକ ମାମଲା ରୁଜୁ କରିବା ସହ BNS ୪୧୭, ୪୧୯, ୪୨୦, ୪୬୮, ୪୭୧ ଓ ୧୨ ପାସପୋର୍ଟ ଦଫା ଲଗାଇଛି ଇନଫୋସିଟି ଥାନା ପୋଲିସ। ନିଜକୁ ପିକେ ମିଶ୍ରଙ୍କ ଝିଅ ଜ୍ବାଇଁ କହି ଗତ ୨୦୨୩ ମସିହା ଜାନୁଆରୀ ୧୨ ତାରିଖରେ ଇଏସଏଲ ବୋକାରୋ କମ୍ପାନୀ ସହ ୨୮୩ କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯାହାର ପ୍ରାମାଣ ପୋଲିସ ପାଇବା ସହ କୋର୍ଟଙ୍କ ନିକଟରେ ଦାଖଲ କରିଛି।

ଅଧିକ ପଢ଼ନ୍ତୁ: ଅନୀଲ-ହଂସିତାଙ୍କ ବିଜେଡି ଲିଙ୍କ୍ ! କାମ ଦେଉଥିଲେ ମନ୍ତ୍ରୀ, ଡିଲ୍ କରୁଥିଲେ ବିଧାୟକ...

Bhubaneswar Commissionerate Police Cyber Fraud Crimes In Odisha
Advertisment
Advertisment