Advertisment

Lithium Discovered In Odisha: ଓଡ଼ିଶା ମାଟିତଳେ ମୂଲ୍ୟବାନ ଲିଥିୟମ; ନୟାଗଡ଼ ଜିଲ୍ଲାରେ ମିଳିଲା ସଙ୍କେତ !

ଓଡ଼ିଶାକୁ ନେଇ ଆସିଲା ବଡ଼ ସୂଚନା। ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲଜିକାଲ୍ ସର୍ଭେ ଅଫ୍‌ ଇଣ୍ଡିଆ । ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Lithium Discovered In Odisha

Lithium Discovered In Odisha

ଓଡ଼ିଶା ମାଟିତଳେ ରହିଛି ମୂଲ୍ୟବାନ ଲିଥିୟମ ! ନୟାଗଡ଼ ଜିଲ୍ଲାର ମାଟିତଳେ ଲିଥିୟମ ଥିବା ନେଇ ମିଳିଛି ସଙ୍କେତ । ଓଡ଼ିଶାରେ ଲିଥିୟମ ଖୋଜୁଥିବା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ଏନେଇ ସଂକେତ ମିଳିଛି ବୋଲି ସୂଚନା ଦେଇଛନ୍ତି ଜିଏସଆଇ ଓଡ଼ିଶା ଉପମହାନିର୍ଦ୍ଦେଶକ ପଙ୍କଜ କୁମାର । ଲିଥିୟମ୍ , କପର ଭଳି କ୍ରିଟିକାଲ ମିନେରାଲ ଖୋଜା ଉପରେ ଗୁରୁତ୍ବ ଦେଉଛନ୍ତି ଭାରତ ସରକାର । ଓଡ଼ିଶାରେ ମଧ୍ୟ ଲିଥିୟମ ଖୋଜୁଛି ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ । ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ପାଇଛି GSI । 

Advertisment

 AI କହିବ କେଉଁଠି ଅଛି କେଉଁ ଖଣି । ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲୋଜି । ଡ୍ରୋନ ଜରିଆରେ ଖଣିଜ ସଂପଦ ଖୋଜିବାକୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଦୀର୍ଘ ବର୍ଷ ଧରି ବନ୍ଦ ଥିବା କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଲାରେ ବି ଜୋର୍ ଧରିବ ଖଣିଜ ସର୍ଭେ । କୋଣାର୍କରେ ହେବାକୁ ଥିବା ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି GSIର ବୋର୍ଡ ବୈଠକ । ସବୁ ରାଜ୍ୟର ଖଣି, GSI ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ଓଡ଼ିଶାର ଖଣି ପରିଚାଳନା ସାରା ଦେଶ ପାଇଁ ମଡେଲ ହୋଇଛି । ପ୍ରାୟ ୫୦ ଭାଗ ଖଣିଜ ଯୋଗାଇ ଦେଶର ଖଣି ରାଜଧାନୀ ଭାବେ ପରିଚିତ ଓଡ଼ିଶାରେ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି କେନ୍ଦ୍ର ଖଣି ସଚିବ ଏଲ୍ କାନ୍ତା ରାଓ । 

ଅଧିକ ପଢ଼ନ୍ତୁ: ଛାଡ଼ିଦେଲେ ବ୍ୟାଙ୍କ ଚାକିରି, ଛୋଟିଆ କୋଠରୀରୁ ମାସିକ ରୋଜଗାର ୫ ଲକ୍ଷ

ନିକଟରେ ରତ୍ନଗର୍ଭା କେନ୍ଦୁଝର ମାଟିରେ ଚାଲିଥିଲା ସୁନାର ସନ୍ଧାନ। ତେଲକୋଇ ଓ ବାଂଶପାଳ ବ୍ଲକର କିଛି ସ୍ଥାନରେ ସୁନାର ସନ୍ଧାନ ନେଇ ସଂକେତ ମିଳିବା ପରେ, ସେଠାରେ ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ଭେ ହୋଇଥିଲା। 

Advertisment

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଜଳଡିହା ଗାଁ ନିକଟରେ ଥିବା ସୁନାଖଣି ଜଙ୍ଗଲର ୮୦ ଦଶକରେ ସୁନାର ସନ୍ଧାନ ମିଳିବା ପରେ, ଏଠାରେ ଆରମ୍ଭ ହୋଇଥିଲା ସୁନାର ସନ୍ଧାନ ପ୍ରକ୍ରିୟା । ସେତେବେଳେ ଶ୍ରମିକଙ୍କୁ ନିୟୋଜିତ କରି ଗାତ ଖୋଳାଯାଉଥିଲା ଓ ଭୂଗର୍ଭର ମାଟି-ପଥର ଆଦି ନମୁନା ସଂଗ୍ରହ କରାଯାଇ ତାକୁ ହେମଦସ୍ତାରେ ଗୁଣ୍ଡ କରାଯାଉଥିଲା । ପୁଣି ସେହି ଜଙ୍ଗଲରେ ୨ଟି ମେସିନ ସାହାଯ୍ୟରେ ଚାଲିଥିଲା କୋର୍ ନମୂନା ସଂଗ୍ରହ ପ୍ରକ୍ରିୟା। ଶତାଧିକ ଫୁଟ୍ ଗାତ ଖୋଳି ଯେଉଁ କୋର୍ ନମୂନା ସଂଗ୍ରହ କରାଯାଉଥିଲା, ସେଥିରେ ସୁନା ଭଳି କିଛି ଗୁଣ୍ଡ ଦେଖିବାକୁ ମିଳିଥିଲା । ଯାହାକି ଏଠାରେ ସୁନାଖଣି ଥାଇପାରେ ବୋଲି ଆଶା ଉଜ୍ଜୀବିତ ମଧ୍ୟ କରିଥିଲା । ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ୍ ସଲେଇକେନା, ମାଙ୍କଡ଼ଚୁଆ ଓ ଡିମିରିମୁଣ୍ଡାରେ ଓଡ଼ିଶା ଖଣି ନିଗମ ଦ୍ବାରା ହୋଇଥିବା  G-4 ସର୍ଭେରେ ସୁନାର ସନ୍ଧାନ ମିଳିଛି ବୋଲି କହିଥିଲେ। 

ସେହିପରି ବାଂଶପାଳ ବ୍ଲକ୍ ଜଳଡିହା ଗାଁ ନିକଟ ସୁନାଖଣି ଜଙ୍ଗଲରେ ସୁନାର ସନ୍ଧାନ ପାଇଁ ୨ ବର୍ଷ ତଳେ G-1 ସର୍ଭେ ହୋଇଥିଲା । ଆଉ ସେଠି ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ବା GSI ପକ୍ଷରୁ  G-2 ସ୍ତରର ସର୍ଭେ ହୋଇଥିଲା । ପ୍ରାୟ ୧୦ଟି ପଏଣ୍ଟରେ ଡ୍ରିଲିଂ କରି ସାଂପଲ୍ ସଂଗ୍ରହ ହୋଇଥିଲା। ଦୀର୍ଘ ୪୦ ବର୍ଷ ଧରି ସୁନାଖଣି ଜଙ୍ଗଲରେ ସୁନାର ସନ୍ଧାନ ଚାଲିଥିବା ବେଳେ, ଆଗକୁ ସେଠାରେ ନିଶ୍ଚିତ ରୂପେ ପର୍ଯ୍ୟାପ୍ତ ସୁନା ଗଚ୍ଛିତ ଥିବା ସ୍ପଷ୍ଟ ହେବ ବୋଲି ଆଶା ରଖିଥିଲେ ସ୍ଥାନୀୟ ବାସିନ୍ଦା । ଖଣି ଖନନ ହେଲେ ସ୍ଥାନୀୟ ଅଞ୍ଚଳ ଏବଂ ସର୍ବୋପରି ନିଜ ଜିଲ୍ଲା ଓ ରାଜ୍ୟ ଉପକୃତ ହୋଇପାରିବ ବୋଲି ଜଳଡିହା ବାସିନ୍ଦା କହିଥିଲେ ।

ଅଧିକ ପଢ଼ନ୍ତୁ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୃଦ୍ଧାବସ୍ଥା; ବୟସ ୮୦, ରୋଜଗାର ଲକ୍ଷ ଲକ୍ଷ...

Odisha Nayagarh Lithium
Advertisment
Advertisment