ଏହି ବାଇକ ଆମ୍ବୁଲାନ୍ସରେ ଅକ୍ସିଜେନ ସୁବିଧା ମଧ୍ୟ ରହିଛି। ରୋଗୀ ଆରାମରେ ଶୋଇରହି ଡାକ୍ତରଖାନା ଯାଇପାରିବ । ସେହିପରି ସମସ୍ତଙ୍କ ଅବଗତି ଓ ସୁବିଧା ପାଇଁ ୨୪ ଘଣ୍ଟା ଟୋଲ ଫ୍ରି ମୋବାଇଲ ନଂ ରହିଛି। ନିଜେ ନଗେନ୍ଦ୍ର ନାଥ ଏକାଧିକ ଥର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ମଧ୍ୟ ହୋଇଛନ୍ତି । ଏଥିସହ ସେ ନିଜର ସମସ୍ତ ଅଙ୍ଗବାନ ପାଇଁ ସ୍ୱୀକୃତିପତ୍ର ପ୍ରଦାନ କରିବା ସହ ଗ୍ରାମାଞ୍ଚଳରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।
ବାଲେଶ୍ୱରକୁ `ପାର୍କିଂ' ଟେନସନ୍ । କାର୍ଯ୍ୟକ୍ଷମ ହେଉନି ନୂଆ ବସ୍ ଟର୍ମିନାଲ୍ । ମନମୁଖୀ ଶାସନ ଚଳାଇଛି ବସ୍ ମାଲିକ ସଂଘ । କୋଟି କୋଟି ଟଙ୍କା ବ୍ୟୟରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ହେଲା ପରେ ବି ସ୍ଥିତିରେ ସୁଧାର ଆସୁନି । ସେପଟେ ବେଆଇନ୍ ପାର୍କିଂ ଯୋଗୁଁ ବଢୁଛି ଦୁର୍ଘଟଣା ।
ବାଲେଶ୍ୱର କୋର୍ଟରେ ହାଜର ପରେ ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ଜେଲ୍ ଯାଇଛନ୍ତି ଏହି ବିଜେଡି ନେତା ।
ପ୍ରଥମେ ସାଂସଦଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କଲେ । ଆଉ ତା’ ପରେ ଧରାପଡ଼ିବାରୁ ଗୋଡ଼ ଧରି ଭୁଲ ମାଗିଲେ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଭଉଣୀ ଓ ଭଣଜାଙ୍କୁ ମଦ ମାଫିଆ ଆକ୍ରମଣ କରିଥିଲେ। ପରେ ଏନେଇ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ଥାନାକୁ ଖବର ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଫଳରେ ମଦ ମାଫିଆ ଜଣକ ସାଂସଦଙ୍କ ଘରକୁ ଆସି ଭୁଲ ମାଗିଛି।
ଗତକାଲି ଭୋର ୩ଟା ୩୦ ସମୟରେ ଭୂବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଅନନ୍ତ ଦାସ। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।
ଏବେ ଲୋକମାନେ ହୋଟେଲରେ ମଟନ୍ ଖାଇବାକୁ ଡରିଲେଣି । ସାକ୍ଷୀଗୋପାଳର ଜୟା ହୋଟେଲ ଗୋ-ମାଂସକୁ ନେଇ ବିବାଦୀୟ ହେଇପଡିଥିଲା ବେଳେ ପ୍ରଶାସନ ୧୬୩ ଧାରା ଜାରି କରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଗୋ-ମାଂସ ଜବତ ହେଉଥିବାର ଖବର ବି ଆସୁଛି ।
ରାସ୍ତାଘାଟ, ପଡିଆ, ଦୋକାନ ବଜାର ଯୁଆଡେ ଦେଖିବେ ମାଳମାଳ କୁକୁର । ହଠାତ୍ ସାମ୍ନାକୁ ଚାଲି ଆସୁଛନ୍ତି, ଫଳରେ ଗାଡ଼ିରେ ଯାଉଥିବା ଲୋକଟିଏ ଭାରସାମ୍ୟ ହରାଇ ପଡ଼ି ଆହତ ହେଉଛି ।
ଲୋକେ ରାସ୍ତାରେ ଗାଡି ନେଇକି ଯିବା ଏବେ ମୁସ୍କିଲ୍। ପୂର୍ବରୁ ଏହି ଦାୟିତ୍ଵ ଭେଟନାରୀ ବିଭାଗ ପାଇଥିଲା ହେଲେ ଏବେ ସେ ବିଭାଗ ମଧ୍ୟ ନିଦରେ। ଗଳି କନ୍ଦିରେ କୁକୁର ଆତଙ୍କ ମେଲିଥିବା ବେଳେ ଅନେକ କୁକୁର କାମୁଡାର ମଧ୍ୟ ଶିକାର ହେଉଛନ୍ତି। ସେପଟେ ଏଭଳି ସ୍ଥିତିକୁ ନେଇ ହାତ ଟେକି ଦେଇଛନ୍ତି ବାଲେଶ୍ଵର ପୌରଧ୍ୟକ୍ଷା। କହିଛନ୍ତି ନିୟମ ଅଛି ଅର୍ଥ ବି ଅଛି ହେଲେ ସରକାର ଅନୁମତି ଦେଇ ନାହାନ୍ତି। ପୂର୍ବରୁ ବନ୍ଧ୍ୟାକରଣ ହେଉଥିବା ବେଳେ ଏବେ ସମ୍ପୂର୍ଣ୍ଣ ବନ୍ଦ ଅଛି।
ସ୍ବର୍ଣ୍ଣ ନଦୀରୁ ବେଧଡ଼କ ଭାବେ ବାଲି ଚୋରାଉଥିଲେ ମାଫିଆ । କାହିଁ କେଉଁ କାଳରୁ ବୋହିଯାଉଥୁବା ନଈର ଗତିପଥକୁ ବଦଳାଇ ଲୁଟିନେଲେ କୋଟି କୋଟି ଟଙ୍କାର ବାଲି ।
ଦୀଘା ନଦୀ ମୁହାଣରେ ଥିବା ମତ୍ସ୍ୟ ସମ୍ପଦ ନିଲାମ କେନ୍ଦ୍ରରେ ମାଛକୁ ବିକ୍ରି କରାଯାଇଥିଲା। ଏକ ଲକ୍ଷ ଟଙ୍କାରେ ମାଛଟିକୁ ବିକ୍ରି କରାଯାଇଥିଲା। ତେବେ ସାର୍କଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।
ପଶ୍ଚିମବଙ୍ଗ ସୀମାନ୍ତ ଗାଁ ଶଙ୍ଖାମେଦୀରେ ରହୁଛନ୍ତି ୧୫୦ ଓଡ଼ିଆ ପରିବାର। ଓଡ଼ିଆ ସ୍କୁଲ ଅଛି, ଓଡ଼ିଆ ଭୋଟର୍ ମଧ୍ୟ ଅଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗାଁ ଲୋକଙ୍କୁ ରାସନକାର୍ଡ ଓ ଆଧାରକାର୍ଡ ମିଳିଛି।
ଏଇଠି ମାଡ଼ ଖାଇଛି ଓଡ଼ିଆ ଅସ୍ମିତା । ଏମାନେ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଭୋଟ ଦେଉଛନ୍ତି । ଆଗରୁ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଥିଲେ । କିନ୍ତୁ ଘରର ଜମି ପଟ୍ଟା କହୁଛି, ଏମାନେ ପଶ୍ଚିମବଙ୍ଗର । ଦ୍ୱନ୍ଦ୍ୱରେ ଅଛନ୍ତି ଏମାନେ । ଏମାନେ କେଉଁ ରାଜ୍ୟର ଓଡ଼ିଶାର ନା ପଶ୍ଚିମବଙ୍ଗର ? ଏହି ବିବାଦରୁ ଏମାନେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଓଡ଼ିଶାର ଏଇ ଗାଁ ଏବେ କାଗଜପତ୍ରରେ ପଶ୍ଚିମବଙ୍ଗରେ ।
ଦୁର୍ବୃତ୍ତମାନେ ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଏକତରଫା ପ୍ରେମରୁ ବାଲେଶ୍ୱର ସୋରରେ ଯୁବତୀଙ୍କୁ ହତ୍ୟା ଘଟଣା । ୩ ଦିନ ପରେ ଅଭିଯୁକ୍ତ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର । ପୋଲିସକୁ ଦେଖି ସେ ବିଷ ପିଇ ଦେଇଥିବା ସୂଚନା ।
ବାଲେଶ୍ଵର ସହରର ବିଭିନ୍ନ ଜନ ଜନଗହଳି ପୁର୍ଣ୍ଣ ସ୍ଥାନରେ ଥିବା ପୌରପାଳିକାର ଜଳଛତ୍ର କଥା ନକହିବା ଭଲ। ସେଥିରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡ଼ିଛି । ବାଲେଶ୍ଵର ଜିଲ୍ଲା ସ୍କୁଲ୍ ନିକଟ, ଆଇଟିଆଇ ଛକ, ଫାଣ୍ଡି ଛକ, ବସ୍ ଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଜନଗହଳି ସ୍ଥାନରେ ଏହି ଜଳଛତ୍ର ସବୁ ବସିଥିଲା।
ଭିତ୍ତିଭୂମି ନଥାଇ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଆଣି ନଷ୍ଟ କରାଯାଉଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ବଜାର ନିୟନ୍ତ୍ରିତ କମିଟି କାର୍ଯ୍ୟାଳୟ ପରିସରରେ। ଧାନକୁ କମ୍ ସମୟରେ ସଫା କରି ଧାନର ମାନ ବଢ଼ାଇବାକୁ ଆସିଥିବା ୬ ଟି ମେସିନ୍ ପଡି ପଡି ଖତ ଖାଉଛି । ସଂପାଦକ କହିଛନ୍ତି, କେହି ନେଉ ନାହାଁନ୍ତି। ଚାଷୀ କହୁଛନ୍ତି, ମେସିନ୍ ଆସିଲେ ଆମେ ଏଫ୍ଏକ୍ୟୁ ମାନର ଧାନ ଦେଇ ପାରିବୁ।
ଯାତ୍ରୀବାହୀ ଟ୍ରେନ୍ଟି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାପଡିଛି । ଦୀର୍ଘ ସମୟ ଧରି ଟ୍ରେନ୍ଟି ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଅନାବଶ୍ୟକ ଟେଷ୍ଟ୍ କରି ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଚଳୁ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ରକ୍ତ ପରୀକ୍ଷା ନାଁରେ ହେଉଛି ରକ୍ତ ଶୋଷଣ। ଅନାବଶ୍ୟକ ଟେଷ୍ଟର ବିଲ୍ ଦେଖାଇ ସରକାରଙ୍କୁ ଠିକା ସଂସ୍ଥା ଚୁନା ଲଗାଉଥିବା ଅଭିଯୋଗ ହୋଇଛି।
ମାଟ୍ରିକ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ବାଲେଶ୍ବର ସହରରେ ଅଧାପନ୍ତରିଆ ଆମ ପୋଖରୀ ଜଳାଶୟ ନବୀ କରଣ ଯୋଜନା। ପାଖାପାଖି ୨ ବର୍ଷରେ ୬ଟି ପୋଖରୀର ସରିଛି ନବୀକରଣ। ଏବେବି ଆହୁରି ୨୧ଟି ପୋଖରୀ ଅଳିଆ ଆବର୍ଜନାରେ ଭର୍ତ୍ତି। ପୋଖରୀରେ କେଉଁଠି ଦଳ ଭର୍ତ୍ତି
ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ମୁହାଣରେ ପ୍ରତିବର୍ଷ ଗୋଲ୍ଡେନ୍ ବିଚ୍ ଫେଷ୍ଟିଭାଲ ଆୟୋଜିତ ହୁଏ। ଏହି କାର୍ଯ୍ୟକ୍ରମ ୨୫ ବର୍ଷରେ ପହଞ୍ଚିଛି। ଚଳିତବର୍ଷ ଗୋଲ୍ଡେନ୍ ବିଚ୍ ଫେଷ୍ଟିଭାଲ ରୌପ୍ୟ ଜୟନ୍ତୀ ପାଳନ କରୁଛି।
ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।
ଏବେ ସାରା ଓଡ଼ିଶାରେ ବାଂଲାଦେଶୀ ଓ ରୋହିଙ୍ଗିଆ ମାନଙ୍କର ଅନୁପ୍ରବେଶ। ଯାହା ରାଜ୍ୟ ଓ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଯାହାକୁ ନେଇ ଖୋଦ୍ ରାଜସ୍ୱ ମନ୍ତ୍ରୀ ବାଂଲାଦେଶୀ ଅନୁପ୍ରବେଶ ବର୍ତ୍ତମାନ ବଡ଼ ସମସ୍ୟା ବୋଲି କହିବା ସହ ସରକାର ଏଥିପ୍ରତି ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଯଦି ସରକାର ଅନୁପ୍ରବେଶକରୀଙ୍କ ବିରୁଦ୍ଧରେ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗକୁ ପରିସ୍ଥିତି ଭୟାବହ ବୋଲି ମତବ୍ୟକ୍ତ କରିଛନ୍ତି ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ।
ନୂତନ ଗୃହରେ କ୍ଲାସ ହେବା କହି ପ୍ରିନ୍ସିପାଲ ଏଠାରୁ ସମସ୍ତ ଆସବାବ ପତ୍ର ନୂତନ ସ୍କୁଲଗୃହକୁ ନେଇଯାଇ ଏଠାରେ ସ୍କୁଲ ବନ୍ଦକରି ଅନ ଲାଇନ ମାଧ୍ୟମରେ କ୍ଲାସ ଚଳାଇଛନ୍ତି। ସ୍କୁଲ ବନ୍ଦ କରିବାର କାରଣ ମଧ୍ୟ କହୁ ନାହାନ୍ତି। ଯାହା ଫଳରେ ପିଲାମାନେ ପାଠ ଠିକରେ ବୁଝିପାରୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହେଇ ଯାଉଛି। କିଭଳି ଶୀଘ୍ର ସ୍କୁଲ ଖୋଲିବ ସେ ନେଇ ସେମାନେ ଜିଲ୍ଲାପାଳ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
କଥାରେ ଅଛି ଜଣେ ନାରୀ ସବୁ କିଛି କରିପାରେ। କେବଳ ଘରଣୀ ଭାବେ ଘର ଭିତରେ ସୀମିତ ରହିବାକୁ ଚାହିଁନଥାଏ। ମାଆ ହୋଇ ପିଲାଙ୍କୁ ସ୍ନେହ ଦେବା ସହ ଫିଟ୍ ରହି ରାଜ୍ୟ ପାଇଁ ଗୌରବ ଆଣିପାରେ।